Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Ojha

Action

3  

Akshay Ojha

Action

ଝରକା

ଝରକା

2 mins
7.3K


  • ଅଳ୍ପ ଅଳ୍ପ ଗଳ୍ପ

    ଝରକା ******** ତମେ ଗଲାଣି ପନ୍ଦର ବର୍ଷ ହେଲା ।ଆଜି ତମ କଥା କାହିଁ କି ବେଶି ମନେ ପଡୁଛି ।ଝରକା ଖୋଲି ରାତି ବାରଟା ରେ ବାରି ଆଡକୁ ଚାହିଁ ବସିଛି ସିତା ।ଯେବେ ମନେ ପଡେ ମୁଁ ଏ ଝରକା କୁ ଖୋଲି ଦିଏ । ତୁମ ଉପସ୍ଥିତି ଅନୁଭବ କରେ । ତୁମ ତିଆରି ଏ ଚାରି ବଖରା ଘର ଭାଙ୍ଗି ଗଲାଣି ଶେଷ ଘର ଶେଷ ବଖରା ର ଶେଷ ଝରକାରେ ଏକ ଭଙ୍ଗା ତକ୍ତପୋଷ ତୁମ ପିଲା ଦୁହିଁଙ୍କୁ ସୋଇ ଦେଇ ତୁମ ଛାୟା କୁ ଦେଖିବାକୁ ଚେଷ୍ଟା କରେ । ନୂଆ ବାହାହେଇ ଆସିଲା ବେଳେ ବୋଉ ବାର ବାର କୁହନ୍ତି ଏ ଝରକା ରାତିରେ କେବେ ଖୋଲିବୁନୁ । ଭୂତ ପ୍ରେତ ଅଛନ୍ତି ,ଡରିବୁ ।ତମେ ଯିବାପରେ ଏ ଝରକା ମୋର ସାହାରା ।ତୁମକୁ ମୁଁ ଅନୁଭବ କରେ ଏଇଠି ।ତୁମକୁ ସବୁ କୁହେ ଏଇଠି । ରାତିରେ ତୁମେ ଗଲାଠୁ କେବେ ସୋଇନି । ସଖାଲୁ ଏ ଝରକା ବନ୍ଦ ହୁଏ । ତୁମେ ଯିବା ପରେ ବୋଉ ଚାଲି ଗଲେ । ବାପାବି କିଛି ଦିନ ପରେ । ଏକୁଟିଆ ଶ୍ରାଦ୍ଧ କାମ କଲି ।ମୁଁ ଗାଁ ଗୋଟାକୁ ଖାଇବାକୁ ନ ଦେଇ ପାରିବାରୁ କେହି ଆମ ଦୁଆରକୁ ଆସିଲେଁନି । ଏମିତିକି ମଶାଣି ପର୍ଯ୍ୟନ୍ତ ଶବ ନେବା ପାଇଁ ଘରେ ଘରେ ଗୋଡ଼ ହାତ ତଳେ ପଡି ସାହି ଭାଇଙ୍କୁ ଡକେଇ କ୍ରିୟା କର୍ମ କଲି । ଏମିତି ଯେଉଁଦିନ ଘରେ କିଛି ଖାଇବାକୁ ନଥାଏ ତମକୁ ଭାବି ଭାବି ଭୋକ ମାରି ଯାଏ । ଛୁଆଙ୍କୁ ତୋରାଣି ପାଣି ପେଇ ଦିଏ । ତମେ ଯିବା ପରେ ଆମ ଘରକୁ କେହି ମାଡନ୍ତିନି ।ନଜର ଉଠାଇ ଦେଖନ୍ତିନି । ରାସନ କାର୍ଡ ନାହିଁ ।ସରକାରୀ ସାହାଯ୍ୟ ମିଳିପାରୁ ନାହିଁ । ଲାଞ୍ଚ ନ ଦେଇ ପାରୁ ଥିବାରୁ ମୋ ରାସନ କାର୍ଡ ହେଇପାରୁନି । ବଢ଼ିଲା ଝିଅ କୁ ସାଙ୍ଗରେ ଧରି ଆଠ କିଲୋମିଟର ବ୍ଲକ ଅଫିସ କୁ ଦୌଡ଼ି ଦୌଡ଼ି ହିମ୍ମତ ହାରି ସାରିଲିଣି । ପଇସା ନ ଥିବାରୁ ଝିଅ ମାଟ୍ରିକ ପରୀକ୍ଷା ଦେଇ ପାରିଲାନି । ଘରେ ବସି ସିଲେଇ କାମ ଶିଖୁ ଛି । ଘର ଅଲ ରା ହେଇ ଗଲାଣି । ଘର ଛାଇ ପାରୁନି ଦୁଇ ବର୍ଷ ହେଲା। ଚାଲ ଫୁଟି ପାଣି ଗଳୁଛି । ମୁଁ ଯେବେ ତୁମ accident ଖବର ପାଇଲି ଲାଗିଲା ତମେ ମୋଟର ସାଇକଲ ରୁ ପଡି ଯାଇଛ ବୋଲି । ମୁଁ କେବେ ବିଶ୍ୱାସ କରି ପାରୁ ନଥିଲି ତମେ ଆମକୁ ଛାଡ଼ି ଚାଲି ଗଲ ବୋଲି ଆଜି ଏ ଝରକାରେ ତମକୁ ଦେଖିବାକୁ ଚାହୁଁଛି । ତୁମକୁ ମେହସୁସ କରି ବାକୁ ଚାହୁଁଛି । ତମେ ଆସ ,ମୋ ଆଗରେ ଛିଡା ହୁଅ । ମୋ ପୁଅକୁ ଆଶୀର୍ବାଦ କର । ସବୁ କଷ୍ଟ ସହିଲା ପରେ ବି ତୁମ ପୁଅକୁ ମୁଁ graduation ପର୍ଯ୍ୟନ୍ତ ପାଠ ପଢେଇଛି । ସବୁ ବିକିଭାଙ୍ଗି ଦେଲି । କାଲି ସଖାଲୁ ତମ ପୁଅ rail way ରେ interview ଦେବାକୁ ଯାଉଛି ।ତୁମ ହାତ ତା ମୁଁଣ୍ଡରେ ରଖ ,ମୁଁ ଦେଖିବି । ମୋ ପୁଅ ପରୀକ୍ଷା ରେ ପାସ ହେବ ।ଚାକିରୀ କରିବ,ଅଫିସର ହେବ । ପୁଣି ତମ ଭଳି ଚାରି ବଖରା ଘର କରିବ ।,,,,, ପୁଅ ମୁଣ୍ଡରେ ହାତ ବୁଲାଉ ବୁଲାଉ ଝରକାରେ ଅନ୍ଧକାର ଶୂନ୍ୟତାକୁ ଅନେଇ ବସି ଥିଲା ସିତା ସଖାଳ ହେବା ଯାଏ --------।

    ଅକ୍ଷୟ ଓଝା Akshayika The smart educare convent school ,Gurugram ,9912898050

     
     


Rate this content
Log in

Similar oriya story from Action