Dambarudhar Bag

Tragedy


3  

Dambarudhar Bag

Tragedy


ସଡକ ଦୁର୍ଘଟଣା

ସଡକ ଦୁର୍ଘଟଣା

3 mins 649 3 mins 649

ସୁଜନପୁର ଏକ ଛୋଟ ଗାଆଁ ।ସେହି ଗାଆଁରେ ସ୍କୁଲ କହିଲେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଛି ତେଣୁ କ୍ରିଷ୍ଣା ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରିବା ପାଇଁ ପାଖ ଗାଁରେ ଥିବା ହାଇସ୍କୁଲରେ ନାମ ଲେଖାଇଛି । ସେ ଶ୍ରେଣୀରେ ଭଲ ପାଠ ପଢେ । ଦେଖିବାକୁ ବି ଭାରି ସୁନ୍ଦର ।ବାପା ମାଆଙ୍କ ଅଳି ଅଳି ଗୋଟିଏ ବୋଲି ଝିଅ ।ସବୁ ଦିନ ଭଲି ଆଜି ବି ସେ ପାଠ ପଢିବା ନିମନ୍ତେ ସ୍କୁଲକୁ ଯାଇଥିଲା ।ଛୁଟି ହେଲାପରେ ଘରକୁ ଫେରି ଆସୁଥିଲା ।ସବୁଦିନ ବହୁତ ଖୁସିରେ ଘରକୁ ଫେରେ ।ଆଜିବି ବହୁତ ଖୁସି ହୋଇ ଘରକୁ ଫେରୁଥିଲା ।ମନେ ମନେ ଭାବୁଥିଲା ସେ ଭଲ ପାଠ ପଢି ବଡ ହେଲେ ବଡ ଚାକିରିଟିଏ କରିବ । ଏହି ସମୟରେ ଗାଁ ଆଡୁ ଜଣେ ଲୋକ ଆସି କହିଲା -କ୍ରିଷ୍ଣା....କ୍ରିଷ୍ଣା ....ତୋ ବାପାର ଆଜି ଗାଁ ପାଖ ବର ଗଛ ବ୍ରିଜ ପାଖରେ ଆକ୍ସିଡେଣ୍ଟ୍ ହେଇଯାଇଛି । ମୁଣ୍ଡରେ ପଥର ବାଜିଛି ।ବହୁତ ରକ୍ତ ବୋହୁଛି ।ଶୀଘ୍ର ଘରକୁ ଚାଲ୍ ।ଶୀଘ୍ର ଡାକ୍ତର ନ ନେଲେ ଅସୁବିଧା ହେବ ।ଆମ୍ବୁଲାନ୍ସ ଆସିଗଲାଣି ।

ସେ ବ୍ୟକ୍ତିଙ୍କର କଥା ସରିଛି କି ନାହିଁ " କ୍ରିଷ୍ଣା ସିଧା କାନ୍ଦି କାନ୍ଦି ଘରକୁ ଏକ ମୁହାଁ ହୋଇ ଛୁଟିଲା ।ଆସି ଦେଖେ ତ ଘରେ ତାଲା ପଡିଛି ।କ'ଣ କରିବ ଭାବି ଘର ବାରଣ୍ଡାରେ ବସି ପଡିଲା । ମୁଣ୍ଡଟାକୁ କାନ୍ଥରେ ଆଉଜି ଦେଇ କ'ଣ ଭାବୁଥିଲା କେଜାଣି ।"

ଏ କ୍ରିଷ୍ଣା...କ୍ରିଷ୍ଣା! ଶୁଣୁଛୁ , ତୋ ବାପାଙ୍କୁ ତୋ ମାଆ ଗାଁ ଲୋକ ସାଥିରେ ଡାକ୍ତରଖାନାକୁ ନେଇଛନ୍ତି । ତୁ ଜମା ବ୍ୟସ୍ତ ହୁଅ ନା ।ସେ ଶୀଘ୍ର ଭଲ ହୋଇଯିବେ । ନେ ପାଣି ଟିକେ ପିଇଦେ । କ୍ରିଷ୍ଣାକୁ ତା'ର ଜଣେ ସମ୍ପର୍କୀୟ ନାନୀ କହିଲେ ।ହେଲେ କ୍ରିଷ୍ଣା ମନରେ ଅନେକ ଚିନ୍ତା ।ଦୁଃଖ ବି ଏକା ଆସେ ନାହିଁ ।ଆସିଲେ ସେ ପିଲା କୁଟୁମ୍ବ ଧରି ଆସିଥାଏ ।ବାପା କଥା ସେ ମନେ ମନେ ଚିନ୍ତା କରୁଥାଏ ।ବାପା କେମିତି ଥିବେ । ସେ ଶୀଘ୍ର ଭଲ ହେବେ କି ନାହିଁ ? କେତେ ଥର ତାଙ୍କୁ ମାଁ ବୁଝାଇ କହିଥିଲେ । ମଦ ପିଇବ ନାହିଁ । ମଦ ପିଇ ଦ୍ରୁତ ଗତିରେ ଗାଡି ଚଳେଇବ ନାହିଁ ।ଗାଡି ଚଳାଇଲା ବେଳେ ହେଲମେଟ ପିନ୍ଧିବ । ଜରୁରୀ ନ ହେଲେ ଘରୁ କୁଆଡେ ଯିବ ନାହିଁ ।ହେଲେ ବାପା କ'ଣ ବୁଝୁଥିଲେ । ଓଲଟି ମାଆକୁ ଗାଳି କରୁଥିଲେ ।ହେଲମେଟ ନ ପିନ୍ଧିଲେ କେଉଁ ପୋଲିସ୍ ତାକୁ ଧରିବ ?କେବେ ବି ବାପା ମା କଥା ଧରିଲେ ନାହିଁ । ମୁଁ ତ ଛୋଟ ପିଲା ମୋର କଥାକୁ କିଏ ପଚାରେ ।କେତେ ଥର କହିଛି ବାପାଙ୍କୁ ।ମଦ ନ ପିଇବାକୁ ।ଦ୍ରୁତଗତିରେ ଗାଡି ନ ଚଳାଇବାକୁ ।ଗାଡିରେ ଯିବା ବେଳେ ହେଲମେଟ ପିନ୍ଧିବାକୁ ।

ହଠାତ ଆମ୍ବୁଲାନ୍ସ ଘର ପାଖେ ଆସି ଛିଡା ହୋଇଗଲା ।ଉଠି କି କ୍ରିଷ୍ଣା ଯାଇ ଦେଖେ ତ ବାପା ତା'ର ଆଉ ନାହାଁନ୍ତି ।ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ବୋଲି ଡାକ୍ତରଖାନା ଯିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା ।

ହଠାତ ପରିବେଶ କାନ୍ଦ ବୋବାଳିରେ ଫାଟିଗଲା । କ୍ରିଷ୍ଣା ଆଉ ତା ମାଆ ମୁଣ୍ଡ ପିଟି ପିଟି କାନ୍ଦୁଥାନ୍ତି । ସେ ଆଜି ବାପ ଛେଉଣ୍ଡ ହୋଇଗଲା ।କାହାକୁ ବାପା ବୋଲି ଡାକିବ ? କିଏ ତାର ଯତ୍ନ ନେବ ? କିଏ ତାକୁ ପାଠ ପଢେଇବ ? କ୍ରିଷ୍ଣାର ଆଖିରୁ ଲୁହ ନଈ ପରି ବହିଯାଉଥାଏ । କ୍ରିଷ୍ଣାର ମାଆର ଅବସ୍ଥା ତ ନ କହିବା ।ସେ ଜଣେ ସାଧାସିଧା ସରଳ ନୀରିହା ସ୍ତ୍ରୀ । ଅଳ୍ପ ବୟସରେ ବିଧବା ହୋଇଗଲେ । କେଉଁ ଜନମରେ କେଉଁ ଦୋଷ କରିଥିଲେ ମା’ ଝିଅ କେ ଜାଣି ।ଏଇ ଜନମରେ ତାହା ଭୋଗିବାକୁ ପଡିଲା । କ୍ରିଷ୍ଣାର ବାପା ବି ବହୁତ ଭଲ ଲୋକ ଥିଲା । ମଦ ସିନା ପିଏ ।ହେଲେ କାହାକୁ କେବେ ଖରାପ ବ୍ଯବହାର କରେନି ।

ଲୋକମାନେ ପରସ୍ପରକୁ କୁହାକୁହି ହେଉଥିଲେ ।କ୍ରିଷ୍ଣାର ବାପା ହେଲମେଟ ପିନ୍ଧିଥିଲେ ହୁଏତ ବଞ୍ଚି ଯାଇଥାନ୍ତା ।କିଏ କିଏ କହୁଥିଲେ ସେ ମଦ ନ ପିଇଥିଲେ ବଞ୍ଚି ଯାଇଥାନ୍ତେ ।କିଏ କିଏ କହୁଥିଲେ ଗାଡି ଦ୍ରୁତ ଗତିରେ ଥିଲା ବୋଲି ଭାରସାମ୍ଯ ହରାଇବାରୁ ଏ ପ୍ରକାର ଅଭାବନୀୟ ଘଟଣା ଘଟିଲା ।କିଏ କହୁଥିଲା ହେଲମେଟ ଯୋଗୁଁ ଗୋଟିଏ ସୁଖର ପରିବାରରେ ଦୁଃଖ ଭରିଗଲା ।କ୍ରିଷ୍ଣା ଏବେ କ'ଣ କରିବ ? ପାଠ ପଢି ବଡ ଚାକିରି କରିବ ନା ପାଠ ପଢାରେ ତା'ର ବ୍ୟାଘାତ ଘଟିବ। ଏମିତି ଅନେକ କଥା ।ସେପଟେ କୋକେଇରେ ବୁହା ହେଲେଣି କ୍ରିଷ୍ଣାର ବାପା ।

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି ।


Rate this content
Originality
Flow
Language
Cover Design