Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଟିକିଏ କହିବେ କି
ଟିକିଏ କହିବେ କି
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Others

3 Minutes   7.7K    21


Content Ranking

ଅଳ୍ପବୟସ୍କା ଝିଅ ତୁଳସୀକୁ ପିତା ସୀତାକାନ୍ତ ବାବୁ ଗୋଟିଏ ମଧ୍ୟବିତ୍ତ ପରିବାରରେ ସୁଯୋଗ୍ୟ ପାତ୍ର ଦେଖି ବିଧିବିଧାନ ବୈଦିକ ରୀତିନୀତି ଅନୁସାରେ ଅଭିଳାଷଙ୍କ ସହ ଶୁଭ ବିବାହ କରାଇ ନିଶ୍ଚିନ୍ତା ହେଲେ ।

( ଝିଅର ଜନମ ପରଘରକୁ

କଥା ରହିଅଛି କାଳକାଳକୁ ।।

ବିଧାତାର ସୂତ୍ର ଜଣା କାହାକୁ ?

କେଉଁ ଚଲା ପଥ ଦିଏ କାହାକୁ ।)

ତୁଳସୀ ସ୍ଵାମୀଙ୍କ ସହ ଖୁସି ଖୁସି ଜୀବନ ପଥ ଅତିକ୍ରମ କରିବା ପାଇଁ ଅନେକ ସୁନ୍ଦର ସ୍ୱପ୍ନିଳ ପୁଷ୍ପ ତୋଳି ପଣତରେ ସାଉଁଟି ,ପାଦରେ ପାଦ ମିଶାଇ ନେବାକୁ ପ୍ରୟାସ କରୁ ଥିଲା । ଅଭିଳାଷଙ୍କ କର୍ମକ୍ଷେତ୍ର ଭିଟାମାଟି ଠାରୁ ଅନେକ ଦୂର ଓ ଅପହଞ୍ଚ ଇଲାକାରେରେ ଗଣା ।ଅତି ଶୀଘ୍ର ଝିଅଟି ପତ୍ନୀ ଗୁଣେ କାଳ ବିଳମ୍ବ ନ କରି ତା'ର ଛୋଟ ସଂସାର ଗଢ଼ିବାରେ ବ୍ୟସ୍ତ ହୋଇ ଗଲା । ଇତି ମଧ୍ୟରେ ମାତୃତ୍ଵର ଆଶୀର୍ବାଦ ଈଶ୍ଵରଙ୍କ ଅସୀମ କୃପା ବିନ୍ଦୁ କୁଳ ନନ୍ଦନ କୋଳାଗ୍ରତ ହୋଇ ଥାଏ । ସେଥିପାଇଁ ତାକୁ ଅନେକ କଷ୍ଟ ସହ୍ୟ କରିବାକୁ ପଡ଼ିଥିଲା ଯାହାକି ପୁରୁଷ ସହ୍ୟ କରିବା ଅସମ୍ଭବ । ତାହାହିଁ ହେଲା ,ଚିରାଚରିତ ଫମ୍ପା ପୁରୁଷ ପ୍ରଧାନ୍ୟତା ଅହଂକାର ଜର୍ଜ୍ଜରିତ କବଳିତ ଥିବା ଅଭିଳାଷ ବା ବାଦ୍ ଯାଇ ଥାଆନ୍ତେ କିପରି ? ଉପରେ ଭଲ ଓ ପରମ ହିତାୟୀ କୂଟନୀତି ରଚି ପାରୁ ଥିବା କୁଟୁମ୍ବ ଗଣ ଯେ ସଦା ସୁଚିନ୍ତିତ ଉପଦେଷ୍ଟା ହୋଇ ଥାଆନ୍ତି । ସ୍ତ୍ରୀ କଣ ଯେ , ଏକ ମେରୁଦଣ୍ଡ ବିହୀନ ପ୍ରାଣୀ ।ଏକ ବିଚାରି କିଂକର୍ତ୍ତବ୍ୟ ବିମୁଢରେ ଠିଆ ହୋଇ ଥିବା ମାଟି କଣ୍ଢେଇ । ସେ କିଛି କରେ ନାହିଁ ,ତା କାର୍ଯ୍ୟ ମୂଲ୍ୟହୀନ । କାରଣ ସିଧାସଳଖ ଉତ୍ପାଦନ ବ୍ୟବସ୍ଥାରେ ଯୋଡାହୋଇ ନ ଥାଏ । କିଏ ପଚାରେ ଏପରି ଜୀବନକୁ । ବାସ୍ ଗଧ ଘୁଷୁରୀ ପରି ଖଟୁ ଆଉ ବଂଚି ଥାଉ ଥାଉ ହଜାର ଥର ମରୁ । ମରିଲା ପରେ ତା ସ୍ଥାନ ଆଉ କିଏ ପୂରଣ କରି ଦେଵ । ଅଭାବ ହୁଏ ନାହିଁ ମଣିଷ ମାନଙ୍କର ମାନବିକତା ହୀନ ନିର୍ଲଜ ସମାଜରେ । କେମିତି ଭୁଲି ଯାଆନ୍ତି କେଜାଣି , ସମଗ୍ର ଜଗତ କାଳ ଚକ୍ର ଦ୍ଵାରା ନିୟନ୍ତ୍ରିତ ଅଟେ । ଆଜି ଯେ ଯୁବକ ଯୁବତୀ ଆସନ୍ତା କାଲିର ପ୍ରୌଢ ପ୍ରୌଢା । ଯେମିତି ଯିଏ ଯାହାକୁ ଯେତିକି ଯାହା ବି ଦେଇଥିବ ,ନିଶ୍ଚୟ ସମୟ ସହିତ ଫେରି ପାଇବ ।

ଏମିତି କିଛି ଦିନ ମାସ କାଳାତିପାତ କରିବା ଭିତରେ ,ତୁଳସୀ ଓ ଜନ୍ମିତ ଶିଶୁ ଭୟଙ୍କର ହାଡ଼ଫୁଟିରେ ଆକ୍ରାନ୍ତ ହେଲେ । ସେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉ ଥିଲେ ମଧ୍ୟ କୌଣସି ପ୍ରକାରେ ଘର ପାଇଟି ସହ ତିନି ଓଳି ରୋଷେଇ କରେ । ସ୍ଵାମୀଙ୍କର ଏଥିରେ କିଛି ଯାଏ ଆସେ ନାହିଁ । କେଉଁ ନେତାଙ୍କ ଝିଅ ବାହାଘରକୁ ଯିବା ପାଇଁ ସଜବାଜ ହୋଇ ବାହାରେ ଅପେକ୍ଷା କରି ଥିବା ସାଙ୍ଗମାନଙ୍କ ମେଳିରେ ବାହାରି ପଡିଲେ । ଧୀର ଓ କାରୁଣ୍ୟ ସ୍ଵରରେ ତୁଳସୀ ଅଭିଳାଷଙ୍କୁ ଏମିତି ଅବସ୍ଥାରେ ଛାଡି ନ ଯିବାକୁ ଥରୁଟିଏ ଅନୁରୋଧ କଲା । ସେ ବା କାହିଁ ଶୁଣି ଥାଆନ୍ତେ । ଚୁପଚାପ ଶୁଣି ନ ଶୁଣିଲା ଭଳି ଚାଲି ଗଲେ ।ସେଦିନ ଧର୍ମ ଓ ଧର୍ଯ୍ୟକୁ ସହାରା କରି ଚୁପ ରହିଲା ତୁଳସୀ । ସେ ଏତିକି ବୁଝୁଥିଲା ବୋଧହୁଏ ସ୍ତ୍ରୀ ପିଲା ପରିବାର ଠାରୁ କାହିଁ ଉପରେ ଏହି ନେତା ଓ ନେତାଙ୍କ ପସନ୍ଦ ନା ପସନ୍ଦ । ଯେବେ ବିତି ଯାଇ ଥିବା ମୂଲ୍ୟବାନ ସମ୍ପର୍କରେ ଦେଇ ଥିବା ଆଘାତ ସମୟକ୍ରମେ ଫେରିବ । ତେବେ କେହି ପିଠିରେ ପଡିବେ ନାହିଁ । ଢଳୁ ଥିବା ସୂର୍ଯ୍ୟ ଓ ଫେରନ୍ତା ବରଯାତ୍ରୀଙ୍କୁ ପୂଜା କି ସାଦରେ ଆଦର କରାଯାଏ ନାହିଁ । ସମ୍ବେଦନହୀନ ସ୍ଵାମୀ ଅଭିଳାଷ ସେହି ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଲା ବେଳକୁ ମଧ୍ୟରାତ୍ରି ପାର ହୋଇ ସାରିଥାଏ । ସେ ଫେରିଛନ୍ତି ନିଶ୍ଚୟ କିନ୍ତୁ ତୁଳସୀର ହୃଦୟରୁ ନିର୍ଗତ ବେଦନା ଲେଖୁଥିଲା ଭବିଷ୍ୟତର ଏକ ଅଲିଭା ଚିଠା । ତା'ର ବିଶ୍ଵାସ ଯଦି ଈଶ୍ଵର ପ୍ରକୃତରେ ସତରେ ଥାଆନ୍ତି ,ତେବେ ନ୍ୟାୟ ସୁନିଶ୍ଚିତ କରାଇବେ । ନ ହେଲେ ମାନିନେବାକୁ ହେବ ଈଶ୍ଵର ଏକ ମିଥ୍ୟା ପ୍ରହେଳିକା

ବଡ଼ ବଡ଼ କଥା ଉପଦେଶ ପତ୍ର ,

ମାହାଳିଆ ମିଳିଯାଏ ।

ଜୀବନ ଯୁଦ୍ଧରେ ଜୀବନର ସତ୍ର ,

ଜନମରୁ ମିଳୁ ଥାଏ ।।

ଏପରି ପରିସ୍ଥିତି ଓ ପରିବେଶରେ ଆପଣ ମାନଙ୍କ ସୁଚିନ୍ତିତ ମତାମତରୁ "କିଛି କହିବେ କି" ?

ଅଳ୍ପବୟସ୍କା ତୁଳସୀ ବୈଦିକ

Rate the content


Originality
Flow
Language
Cover design

Comments

Post

Some text some message..