Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Tragedy

3  

Rasmi Rekha Tripathy

Tragedy

ଟାଉଟରୀ

ଟାଉଟରୀ

1 min
7.6K



       ଶ୍ୱଶୁରଙ୍କର ମୃତ୍ୟୁ ପରେ ମୁଁ ଶାଶୁଙ୍କୁ ଜବରଦସ୍ତି ନେଇ ଆସିଲି ମୋ ପାଖକୁ l ଗାଆଁରେ କିଏ କରିବ ତାଙ୍କର ସେବା ଯତ୍ନ ? କିନ୍ତୁ ସେ ଭୁଲି ପାରୁ ନ ଥିଲେ ଗାଆଁକୁ l ଗାଆଁର ଲୋକଙ୍କୁ l ଭୁଲିବା ବି ସମ୍ଭବ ନୁହେଁ l ତେବେ ବେଳେ ବେଳେ ଅସୁବିଧା ବି ହେଉଥିଲା l ପ୍ରତି ଦୁଇ ଦିନରେ ଥରେ, ତିନି ଦିନରେ ଥରେ ସେ ଆମର ହଳିଆ ଡମ୍ବରୁ ସହ କଥା ହେବାକୁ ଚାହାଁନ୍ତି ଓ ତା ଠାରୁ ଗାଆଁର ହାଲଚାଲ ଶୁଣନ୍ତି l ଆଉ ଦୁଃଖର କଥା ହେଲା ମୋ ଶାଶୁଘର ଗାଆଁରେ ନେଟୱର୍କ ଜମ୍ମା ଧରେନା l

       : ଆଲୋ ମାଆ! ଡମ୍ବରୁ ସହ କଥା ହେଲେ କଣ ବେଶି ପଇସା ଲାଗେ କି ?

       ମୁଁ ଶାଶୁଙ୍କୁ ସତଟା ବୁଝେଇବାକୁ ଚେଷ୍ଟା କଲି l କିନ୍ତୁ ସେ ମାନିବାକୁ ନାରାଜ l ସେ ଭାବୁଥିଲେ ମୁଁ ଟାଉଟରୀ କରୁଛି l ବାହାଘର ପୂର୍ବରୁ ମୁଁ ଟାଉଟରୀ ପାଇଁ ପ୍ରସିଦ୍ଧ ଥିଲି l ଶାଶୁ ବି ଜାଣନ୍ତି ସେ କଥା l କିନ୍ତୁ ଭଗବାନ ମୋତେ ଏମିତି ଗୋଟେ ଭଲ ମଣିଷଟେ ମୋର ପତିଦେବ ରୂପରେ ଦେଲେ ଯେ ଆପେ ଆପେ ମୋର ଟାଉଟରୀ ବନ୍ଦ ହୋଇ ଯାଇଥିଲା l

       : ସମସ୍ତଙ୍କ ସାଙ୍ଗେ କଥା ହେଉଛି l ଡମ୍ବରୁ ଫୁନ୍ ହିଁ ଲାଗୁନି କହୁଛି l ଟାଉଟରୀ ଗୁଣ ଆଉ ଛାଡିଲାନି l ଗୁଣୁଗୁଣୁ ହୋଇ କହୁଥିଲେ ଶାଶୁ ମୋର l ତାଙ୍କୁ ପ୍ରତ୍ୟୟ ନ ଦେଇ ପାରିବାର ବିବଶତା ମୋ ଆଖିରେ ଲୁହ ଆଣି ଦେଇଥିଲା l


Rate this content
Log in

Similar oriya story from Tragedy