Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Inspirational

5.0  

Kalyani Nanda

Inspirational

ହେମନାନୀ

ହେମନାନୀ

6 mins
847


ସନ୍ଧ୍ଯା ନଇଁ ଆସୁଥାଏ । ପକ୍ଷୀ ବସାକୁ ଫେରୁଥାଏ । ସୂର୍ଯ୍ୟ ବି କ୍ଲାନ୍ତ , ଦିନ ଯାକର ବ୍ୟସ୍ତତା ଭିତରେ । ସନ୍ଧ୍ଯା ସମୟ ।ଘରକୁ ଫେରିବା ର ଲେଉଟାଣି ସମୟ । ଅଫିସରୁ ଘରକୁ ଫେରିବା ସମୟ । ଗାଈ ଗୋଠକୁ ଫେରିବା ସମୟ । କି ବ୍ୟାକୁଳତା ଘର ଫେରିବା ସମୟରେ ।ବ୍ୟାକୁଳତା, ଉତ୍କଣ୍ଠା ସବୁକିଛି ଭିତରେ ଗୋଟିଏ ନୂଆ ଖୁସି , ଉଦ୍ଦୀପନା ନେଇ ସୁରଭି ଫେରୁଛି ଘରକୁ ।ଦିନ ତମାମ ବ୍ଯାଙ୍କର ଖଟଣୀ ପରେ ଘରକୁ ଫେରିବା ସମୟରେ ସୁରଭି କ୍ଲାନ୍ତ ହୋଇପଡେ।କିନ୍ତୁ ଆଜି....ନା ଆଜି ସୁରଭି କ୍ଲାନ୍ତ ନୁହେଁ।ଏକ ନୂତନ ଉତ୍ସାହ, ଖୁସିର ଜୁଆର ତା ମନରେ ।ଏକ ଦୁର୍ବାର ଆକର୍ଷଣ ତାର ଘରକୁ ଫେରିବାରେ ।ମାଁ କୁ ତାର ଯେ ଖୁସି ଖବରଟା ଦେବ, ସେ ଯୋଗୁଁ ତାର ଏଇ ବ୍ୟାକୁଳତା ।ମାଁ ଯେ ତାର କି ଖୁସି ନ ହେବ ଏଇ ଖବର ପାଇ ! ତା ମାଁ......କି ଭାବରେ ସତରେ ନ କଟିଛି ତା ମାଁର ଜୀବନ, କି ସଂଘର୍ଷ ଭରା ଜୀବନ ! ଆଜି ତା ମାଁ ତା ସଂଘର୍ଷର ଫଳ ପାଇଛି।ସୁରଭି ଶୀଘ୍ର ଶୀଘ୍ର ପାଦ ବଢାଇଲା ଘର ମୁହାଁ ହୋଇ।

ଘରେ ପହଞ୍ଚି ତାର ଆଉ ତର ସହିଲାନି।କେମିତି ମାଁ କୁ ଖବରଟା ଜଣାଇବ।" ମାଁ, ମାଁ କୁଆଡେ ଗଲୁ ?ଦେଖ, ଦେଖ କି ଖବର ଆସିଛି ।" ଖଟରେ ଗଡପଡ ହେଉଥିଲା ହେମ, ସୁରଭି ର ମାଁ। " କଣ ହେଲା କି ସୁରୁ? ଏମିତି ଆସୁ ଆସୁ ପାଟି ଟା କାଇଁ କରୁଛୁ ?" " ଦେଖ ମାଁ , ତୋ ନାଁ ରେ ଚିଠି ଆସିଛି । ଜାଣୁ, କଣ ଲେଖା ହୋଇଛି ଚିଠିରେ ?" ଖୁସିରେ ଗଦଗଦ ହୋଇ ଉଠୁଥାଏ ସୁରଭି । "କି ଚିଠି ?" ହେମ ଆଶ୍ଚର୍ଯ୍ଯ ହୋଇ ପଚାରିଲା। ସବୁବେଳେ ଚୁପଚାପ ଥିବା ତା ଝିଅ ଆଜି ଏତେ ପ୍ରଗଳଭା କାହିଁପାଇଁ ? " ଦେଖ ମାାଁ ମୁଖ୍ୟମନ୍ତ୍ରୀଙ୍କ ଅଫିିିିସରୁ ଚିଠି ଆସିଛି । ତୋ ବିଷୟରେ MLA ସାର୍ ଯେଉଁ ଚିଠି ଲେଖି ପଠାଇଥିଲେ,ତାକୁ ବିଚାର କୁ ନେଇ ମୁଖ୍ଯମନ୍ତୀ ଏଇ ବର୍ଷ ନାରୀଦିବସରେ ତୋତେ ଓଡିଶାର ସର୍ବ ଶ୍ରେଷ୍ଠ ନାରୀ ଭାବରେ ସମ୍ମାନିତ କରିବେ । ତୋତେ ସେଥିପାଇଁ ଭୁବନେଶ୍ଵର ଯିିିବାକୁୁୁୁ ହେେେେବ।" ହେମ ପ୍ରଥମେ କିଛି ବୁଝି ପାରୁ ନ ଥାଏ ।ସୁରଭି ତାକୁୁ ବୁଝାଉ ଥାଏ ଯେେ କାହିଁକି ତାକୁ ସମ୍ମାନିିତ କରାଯିବ।ହେମ ସୁରଭି କଥାଶୁଣି ହସିଦେଇ କହିିିଲା ,"ଓ,ଏଇଥିିିପା ଇଁଁ ତୁୁୁ ଏତେଖୁସି।କଣ ବା ଏମିିିିତିି ମୁଁ କରିଛିି ଯେ,ମୋତେ ଏତେ ସମ୍ମାନ ଦିିିିଆଯିବ।" " କଣ ନକରିଛୁ ତୁ,କଣ ନ ସହିଛୁ ତୁ ମାଁ?ଜୀବନରେ ଯେଉଁ ଜାଗାରେ ପହଂଚିିିିଛୁ ତୁୁ, କେତେ ଜଣ ସେଇ ଯାଏ ଆସି ପାରନ୍ତି ? କେତେ ଜଣ ସ୍ତ୍ରୀଲୋକ ତୋ ପରି ସାହସ ରଖନ୍ତି ମନରେ ?ତୋ ସଂଘର୍ଷଭରା ଜୀବନର ଚଲାପଥେ କିଏ ଥିଲା ତୋ ସାଥେ ?ମୁୁଁ ତ ଖୁବ ଛୋଟ ଥିଲି ସେତେବେଳେ । କଣ ବା ବୁଝୁ ଥିଲିି,କଣ ବା ଜାଣୁଥିଲି ତୋ ସଂଘର୍ଷଷପଥ କେତେ କଠିନ ।"ସୁରଭିି ତା ମାଁ କୁ ଜଡାଇ ଧରିଥାାଏ।ତାମାଁ ପାଇଁ ବିଗତଦିନର ସ୍ମୃତି ତା ଆଖିରେେ ଲୁହ ଦିଟୋପା ଢଳଢଳ କରୁଥାଏ ଆସିଲୁ ରେ ବର୍ତ୍ତମାନର ଖୁସିିର ମୋତି ଟିକଟିକ କରୁଥାଏ ।"ମାଁ,କାଲି ବାଦେ ପରସୁ ଦିନ ଭୁବନେଶ୍ବରଯିବା ।ମୁୁଁ ଟିକଟ କରିିିିିିିିଦେଇଛି।ତୁୁ ପ୍ରସୁତ ହୋଇପଡ।"

ହେମ ଝିଅ ଆଡେ ଦେଖୁଥାଏ।ଏଇ ସେ ଝିଅ ଯାହାକୁ ଆଜି ମଣିଷଟିଏ କରିପାରିଛି। ଶିକ୍ଷିତା କରି ପାରିଛି।ଦିନେ ସେ ଏତେ କିଛି କରିପାରିବ ବୋଲି ଆଶା କରିଥିଲା କିନ୍ତୁ ଆଶା ପୂରଣ କରିବାକୁ ସାହସ ପାଇ ନ ଥିଲା।କିନ୍ତୁ ଜୀବନର ସଂଘର୍ଷ ପଥରେ ଯେତେବେଳେ ନିୟତି ତାକୁ ଏକା ଛିଡା କରାଇଥିଲା,ସେତେବେଳେ ହେମ ପ୍ରଥମେ ବହୁତ ଭୟ, ନିରାଶା, ସଂକୋଚ ରେନିଜକୁ ବେଶ ଅସହାୟ ମନେ କରିଥିଲା।

ହେମ ଓ ସୁରଭି ଠକ ଦିନରେ ବରହମପୁରରୁ ଭୁବନେଶ୍ବର ଯିବାକୁ ବାହାରିଲେ।ସମ୍ବର୍ଦ୍ଧନା ସଭାରେ ପହଂଚି ଠିକଣା ଜାଗାରେ ମାଁ,ଝିଅ ଯାଇ ବସିଲେ।ହେମ ଦେଖୁଥାଏ,କେତେ ମାନ୍ଯଗଣ୍ଯ ବ୍ଯକ୍ତି ବସିଥାନ୍ତି,ଆଉ କେତେ ଆସୁଥାନ୍ତି।ଧିରେଧିରେ ଲୋକ ଗହଳି ବଢୁଥାଏ।ମୁଖ୍ଯମନ୍ତୀ ଆସିଲେ ସଭା ଆରମ୍ଭ ହେବ।ହେମ ର ସ୍ମୃତି ଆଇନାରେ ପ୍ରତିବିମ୍ବିତ ହେଉଥାଏ ବିଗତ ଦିନର ସେଇ ସୁଖ,ଦୁଃଖର ଭରା ଜୀବନର ଛବି।

ହେମ ବାପା,ମାଁର ଗୋଟିଏ ଝିଅ ଥିଲା।ବିଶେଷ ଗୋରା ନ ହେଲେବି କଳା ନଥିଲା।ଆଖି ଦୁଇଟି ତାର ଢଳଢଳ।ଲମ୍ବା ଘନ କେଶ ଥିଲା ତା ଶ୍ୟାମଳ ଚେହେରାର ଆକର୍ଷଣ ।ବାପା ତା ଛୋଟ ଏକ ଚାଷୀ।ଦି, ତିନି ମାଣ ଜମିରେ ଚାଷକରି ଯାହା ପାଉଥିଲେ, ସେଥିରେ ସଂସାର ଚଳାଉଥିଲେ।ମାଁ ତାର ଗାଁ ସରପଂଚ ଘରେ ପର୍ବପର୍ବାଣୀ, ନହେଲେ ବାହାଘର ଇତ୍ଯାଦି ସମୟରେ ଘରର ପାଇଟି କରି ଯାହା ମିଳେ ସେଥିରେ ହିଁ ନିଜ ସଂସାରକୁ ଚଳାଇନେଉଥାନ୍ତି।ସମୟ କ୍ରମେ ହେମ ବଡ ହେଲା।ଗାଁ ସ୍କୁଲରେ ହେମ ସପ୍ତମ ଯାଏ ପଢିଥିଲା।ତାପରେ ତା ପାଠପଢା ସେଇଠି ରହିଲା।ବଡ ହେବା ପରେ ହେମ ର ବାହାଘର ଠିକ ହେଲା ପାଖ ଗାଁରେ।ବାହା ହୋଇ ଶାଶୁଘରେ ବେଶ ସୁଖରେ ଥିଲା ହେମ।ସ୍ବାମୀ ତାର ଖୁବ ଭଲ ମଣିଷ ଥିଲେ।ବାହାଘର ଦୁଇ ବର୍ଷ ପରେ ଝିଅ ସୁରଭି ଜନ୍ମ ହେଲା।କିନ୍ତୁ ସୁରଭି ପାଂଚ ବର୍ଷ ହେଲା ବେଳକୁ ହେମର ସଂସାରରେ ଅନ୍ଧକାର ଘୋଟି ଆସିଲା।ସ୍ବାମୀ ତାର ଅବେଳରେ ରୋଗାକ୍ରାନ୍ତ ହୋଇ ହଠାତ୍ ଆରପାରିକୁ ଚାଲିଗଲେ।ବିଧବା ହେଲା ହେମ।ସ୍ବାମୀର ମୃତ୍ଯୁ ପରେ ଶାଶୁ, ଶଶୁର ତାକୁ ଦୋଷୀ କରି,ଅଲକ୍ଷଣୀ କହି ଘରୁ ବାହାର କରିଦେଲେ।ଯେତେ ନେହୁରା ହୋଇ କହିଲେ ବି କେହି ତା କଥା ଶୁଣିଲେନି।ତା ଛୋଟ ଛୁଆଟା କଥା ବି ଭାବିଲେନି।ନିରୁପାୟ, ହେମ ଝିପିଝିପି ବର୍ଷାର ସନ୍ଧ୍ଯା ସମୟରେ ଝିଅ ହାତ ଧରି ଯେମିତି ସେମିତି କରି ବାପଘର କୁ ଫେରି ଆସିଲା।

ତାପରେ ଆରମ୍ଭ ହେଲା ସଂଘର୍ଷମୟ ଜୀବନ ପଥେ ତାର କଠିନ ଯାତ୍ରା।ସ୍ବାମୀ ବିନା ଏକା ଏକା କେମିତି ଝିଅକୁ ନେଇ ଜୀବନ କଟାଇବ, ଭାବି ଭାବି ହେମ ନିରାଶ, ଦୁର୍ବଳ ହୋଇ ପଡୁଥାଏ।ତା ସ୍ବାମୀର ଇଚ୍ଛା ଥିଲା, ଝିଅକୁ ଉଚ୍ଚ ଶିକ୍ଷିତା କରାଇବେ।କିନ୍ତୁ ତାଙ୍କ ସ୍ବପ୍ନକୁ ହେମ କେମିତି ପୂରଣ କରିବ।ନିରାଶ୍ରୟ ହୋଇ ସେ ବାପା,ମାଁ ପାଖକୁ ଫେରି ସିନା ଆସିଛି, କିନ୍ତୁ କେମିତି କାଟିବ ଏକାଏକା ଏତେ ବଡ ଜୀବନ।ଭାବି ପାରୁ ନଥିଲା।ତା ଚାରିପଟେ ଯେ ଏକ ନିଗୂଢ ଅନ୍ଧକାରର ବଳୟ। ପଥ ଖୋଜି ପାଉ ନଥାଏ ହେମ।ସମୟ ବିତି ଚାଲିଥାଏ। ତା ବାପାର ଯେଉଁ ଦି, ତିନିମାଣ ଜମି ଥିଲା ,ବାପା ତାର ଏକା ଚାଷବାସ କରି ଯାହା ପାଏ ସେଥିରେ ପରିବାର ସୁରୁଖୁରୁରେ ଚଳି ଯାଉଥିଲା।ଝିଅକୁ ଗାଁ ସ୍କୁଲରେ ପଢିବାକୁ ଛାଡିଦେଲା। ନିଜେ ଘରେ ରହି ଘରକାମ ଦେଖେ।ମାଁ ତାର ଯାଏ ତା ପାଇଟି କରେ।କିନ୍ତୁ କଥାରେ ଅଛି, " ଦଇବ ଦଉଡି ମଣିଷ ଗାଈ, ଯେଣିକି ଓଟାରେ ତେଣିକି ଯାଇ"!

ହେମ ଜୀବନରେ ଦୁର୍ବିପାକ ର ଶେଷ ହୋଇ ନଥିଲା।ମାଘ ମାସର ଶୀତକାକର ତା ବୁଢୀମା ଦେହରେ ଗଲାନି। ଦି ଦିନର ଜର ତା ମାଁ କୁ ତାଠୁ ଛଡାଇ ନେଲା।ବୁଢା ବାପା ତା ମାଁ ବିୟୋଗରେ ପୁରାପୁରି ଭାଙ୍ଗି ପଡିଥିଲେ। ସେ ବି ତା ମାଁ ଯିବାର ବର୍ଷେ ପରେ ହେମ କୁ ସଂପୂର୍ଣ୍ଣ ଏକୁଟିଆ କରି ସେ ପାରିକୁଦ ଚାଲିଗଲେ। ହେମ ସଂପୂର୍ଣ୍ଣ ଏକୁଟିଆ ହୋଇ ନିରାଶାର ଅନ୍ଧକାର ଭିତରେ କିଛି ଦିନ ହତାଶ ହୋଇପଡିଥିଲା।ଅସହାୟ ମନେ କରିଥିଲା ନିଜକୁ। କିନ୍ତୁ ଯିଏ ଗଲା ସିଏ ଗଲା। ତାକୁ ତ ବଂଚିବାକୁ ପଡିବ। ତା ଝିଅକୁ ମଣିଷ ପରି ମଣିଷ କରି ତାକୁ ତୋଳିବାକୁ ହେବ। ସଂସାରରେ ବଂଚିବା କୁ ହେଲେ ସାହସ, ନିଜ ଆତ୍ମବିଶ୍ବାସ ହରାଇଲେ,ସେ ଯେ ବଂଚି ପାରିବନି।ସେଇ ସାହସ, ବିଶ୍ବାସ ହିଁ ମନରେ ଜୋର ଆଣିଥାଏ। ତାକୁ ସେ ସବୁ ସଂଗ୍ରହ କରି ବାକୁ ପଡିବ।

ପ୍ରଥମେ ଜୀବନର ଖିଅକୁ କେଉଁ ପଟୁ ଧରି ବଂଚିବା ର ପଥ ବାଛିଲେ, ସେସବୁର କୂଳ କିନାରା ପାଉ ନ ଥାଏ ହେମ, ଅସ୍ତବ୍ଯସ୍ତ କରୁଥାଏ ସେଇ ଭାବନା ସବୁ। ପ୍ରଥମେ ସେ ତା ମାଁ କାମ କରୁଥିବା ସରପଂଚ ଙ୍କ ଘରକୁ ଯାଇ କାମ କରି ଯାହା ପାଉଥାଏ ସେଥିରେ ମାଁ, ଝିଅଙ୍କ ଦୁଇ ଓଳି ପେଟ ପୁରି ଯାଉଥାଏ । କିନ୍ତୁ ତା ବାପା ଗଲା ପରେ ବିଲର ଅବସ୍ଥା ଯେ କିପରି ଅଛି ହେମ ସେସବୁ ଦେଖିପାରୁ ନଥାଏ। ଖାଲି ପେଟ ପୁରିଗଲେ ତ ହେବନି, ଝିଅକୁ ଯେ ସେ ଶିକ୍ଷିତା କରିବ, ସେଥିପାଇଁ ଆହୁରି ଅର୍ଥ ଦରକାର। କଣ କରିବ କିଛି ଭାବି ପାରୁ ନ ଥାଏ ।ମନରେ ଦମ୍ଭ, ଧୈର୍ଯ୍ଯ ଧରି ଚାଷ କାମକୁ ହାତରେ ନେବାକୁ ସେ ସ୍ଥିର କଲା।ଝିଅ ବଡ ହେଉଛି। କିଛି ଗୋଟେ ନକଲେ ଝିଅକୁ ତାର ଗୋଟିଏ ଭଲ ଭବିଷ୍ଯତ ଯେ ଦେଇ ପାରିବନି ସେ। ତା ସ୍ବାମୀର ଇଚ୍ଛା ଯେ ତାକୁ ହିଁ ପୂରଣ କରିବାକୁ ପଡିବ।

ଚାଷକାମ ପାଇଁ ଅର୍ଥ ଯେ ଆବଶ୍ଯକ , ସେଇ କଥା ସେ ଭଲ ଭାବରେ ଜାଣିଥିଲା।ପ୍ରଥମେ ସରପଂଚ ଙ୍କୁ ବହୁତ କୁହାକୁହି କରି ପଂଚାୟତ ସମିତିରୁ ବିହନ ଯୋଗାଡ କରି ଚାଷ କାମ ଆରମ୍ଭ କଲା। କିନ୍ତୁ ସେଇଟା ଯେ ଏତେ ସହଜ କାମ ନୁହେଁ ସେଇ କଥା ସେ କାମ ଆରମ୍ଭ ରୁ ବୁଝିପାରିଥିଲା। ତଥାପି ସାହସ ହାରି ନଥିଲା।ନିଜ ବାପାର ଦି ମାଣ ଜମି ବନ୍ଧା ପକାଇ ବ୍ଯାଙ୍କରୁ ଟଙ୍କା ଧାର ଆଣି ଚାଷକାମର ଶୁଭାରମ୍ଭ କଲା।ଏକୁଟିଆ ସ୍ତ୍ରୀ ଲୋକ। ଯେତେ କଷ୍ଟ ହେଲେ ବି ହାରି ନ ଯାଇ ହେମ ଆଗକୁ ବଢିବ ଚାଲିଲା।ପ୍ରଥମେ ପ୍ରଥମେ ଫସଲ ଭଲ ଅମଳ ହୋଇ ନ ପାରିଲେ ବି ପରବର୍ତ୍ତୀ ସମୟରେ ତାର ମନୋବଳ, ଅକଥନୀୟ ପରିଶ୍ରମ ତାକୁ ସୁଫଳ ଦେଇଥିଲା।ସେତିକିରେ ଅଟକି ଯାଇ ନ ଥିଲା ହେମ।ତା ଘରର ବାରିପଟେ ଯେଉଁ ଟିକକ ଜାଗା ଥିଲା,ସେଠି କୂଅ ଖୋଳାଇ ପନିପରିବା ଚାଷ ଆରମ୍ଭ କଲା। ତା କାମରେ ସାହାଯ୍ଯ କରିବାକୁ ଲୋକଟିଏ ରଖିଲା।ପନିପରିବା ବିକ୍ରି କରି ବେଶ କିଛି ଲାଭ ହେଲା।ଧିରେଧିରେ ବ୍ଯାଙ୍କ ଲୋନ ଶୁଝିଦେଲା। ତା ସାହସ, ଧୈର୍ଯ୍ଯ, ପରିଶ୍ରମ ଦେଖି ଗାଁ ଲୋକେ ବି ଆଶ୍ଚର୍ଯ୍ଯ ହେଉଥାନ୍ତି। ଧିରେ ଧିରେ ଝିଅ ତାର ବଡ ହେଲା। ଉଚ୍ଚ ଶିକ୍ଷିତା ହୋଇ ନିଜ ଯୋଗ୍ଯତା ବଳରେ ବ୍ଯାଙ୍କ ରେ ଚାକିରୀ ପାଇଲା।କିନ୍ତୁ ହେମ ଯେ କେବଳ ଚାଷ କାମ କରି ତା ଘର ସଂସାର ଚଳାଉଥିଲେ ତା ନୁହେଁ, ତା ପରି ଅସହାୟ ନାରୀମାନଙ୍କୁ, ସେମାନଙ୍କୁ ବୁଝାଇ ଏକ ନାରୀ କଲ୍ଯାଣ ସମିତି ଗଠନ କରିଥିଲା।ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ଯ କରିଥିଲା।ତା ସମିତିରେ ସେଇ ସ୍ତ୍ରୀ ଲୋକମାନେ ଟୋକେଇ, ପାଛିଆ, ଝାଡୁ ଆଦି ତିଆରି କରି ବଜାରରେ ବିକ୍ରିକରି ବୁ ପଇସା ଆଣି ହେବକୁ ଦେଉଥିଲେ।ହେମ ସମିତି ପାଇଁ କିଛି ରଖି ବାକି ସେମାନଙ୍କୁ ତାଙ୍କ ପାରିଶ୍ରମିକ ଦେଇ ଦେଉଥିଲା । ଧିରେଧିରେ ସମିତିର ସଭ୍ଯ ସଂଖ୍ଯା ବଢିଲେ । ହେମ ସେତିକିରେ ଅଟକି ଯାଇ ନ ଥିଲା । ଗାଁ ଲୋକଙ୍କୁ ନେଇ ଗାଁର କଲ୍ଯାଣ ପାଇଁ ଗାଁର ସ୍ବଚ୍ଛତା ପ୍ରତି ଧ୍ଯାନ ଦେଇଥିଲା। ଗାଁ ର ଉନ୍ନତି ପାଇଁ ତାର ଦୃଢ ଇଚ୍ଛାଶକ୍ତି ଦେଖି ଗାଁ ଲୋକେ ସମସ୍ତେ ଆଗେଇ ଆସିଥିଲେ ।ଆଜି ତା ଗାଁରେ ସମସ୍ତେ ଆତ୍ମ ନିର୍ଭରଶୀଳ, କେବଳ ହେମ ପାଇଁ। ଗାଁ ଟି ଏକ ସ୍ବଚ୍ଛ, ସୁନ୍ଦର ଉନ୍ନତ, ଆଦର୍ଶ ଗ୍ରାମରେ ପରିଣତ ହୋଇପାରିଛି, କେବଳ ହେମର ଅଦମ୍ୟ ଇଚ୍ଛାଶକ୍ତି ବଳରେ ।କେବେ ଯେ ସେ ,'ହେମ' ରୁ ' ହେମ ନାନୀ' ପାଲଟି ଯାଇଥିଲା,ସେ ବି ଜାଣିନି।

ହଠାତ୍ ହେମ ଚମକି ପଡିଲା। ଝିଅ ତାକୁ ଜୋରରେ ହଲାଇ ଦେଇ କହୁଥାଏ, " ମାଁ, କୋଉଠି ହୋଇଯାଇଥିଲୁ ?ଯା, ମଂଚ ଉପରକୁ ।ତୋ ନାଁ ଡକା ହେଉଛି ।"ହେମ ଧିରେଧିରେ ମଂଚ ଉପରକୁ ଉଠୁଥାଏ।ପୁରସ୍କାର ଗ୍ରହଣ ସମୟରେ କରତାଳି ଶବ୍ଦରେ ସଭା ମଂଚ ଗୁଞ୍ଜରିତ ହେଉଥାଏ।ହେମ ଆଖିରୁ ଝରି ଆସୁଥାଏ ଦି ଟୋପା ଲୁହ ଆଉ ଓଠରେ ତା ଥାଏ ଧାରେ ହସ ,ଯେତେବେଳେ ସେ ତା ସଂଘର୍ଷର କାହାଣୀ କହୁଥାଏ ମଂଚ ଉପରେ ଥାଇ। ଜୀବନ ତା ଠୁ ଯେତିକି ଛଡାଇ ନେଇଥିଲା, ତାର ଆତ୍ମବିଶ୍ବାସ ଓ ସାହସ ତାକୁ ସେତିକି ଫେରାଇ ଦେଇଥିଲା।ତା ଦି ଟୋପା ଲୁହରେ ସତେ ଯେମିତି ତା ଜୀବନର ସଂଘର୍ଷ ମୟ କାହାଣୀ ପ୍ରତିବିମ୍ବିତ ହେଉଥାଏ।

ଶ୍ରୀମତୀ କଲ୍ଯାଣୀ ନନ୍ଦ, ବୁଢାରଜା,

ସମ୍ବଲପୁର, ଓଡିଶା ।


Rate this content
Log in

Similar oriya story from Inspirational