Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Others

1  

K. Nirmal

Others

କୁଳାଙ୍ଗର-୩

କୁଳାଙ୍ଗର-୩

1 min
2.1K


ସାଙ୍ଗ:-ଆରେ ଆଜି ଆମେ ସବୁ ମିଶି ବଣଭୋଜି କରିବା ।

ପୁଅ:- ସତରେ ବଣଭୋଜି କରିବା ।

ସାଙ୍ଗ:-ହଁ ଆମେ ସବୁ ମିଶି ଭଣଭୋଜି କରିବା ଚାଲ ।

ପୁଅ:-କେତେ ଟଙ୍କା ଦେବାକୁ ପଡ଼ିବ କି ?

ସାଙ୍ଗ:-ଏହି ୨୦୦ ଟଙ୍କା ।

ପୁଅ:-ମୋ ମା'ପାଖେ ତ ଏତେ ପଇସା ନାହିଁ ?

ସାଙ୍ଗ:-ତୋ ମା'କୁ ମାଗିବୁ ଯା ସେ ଦେବ !

ପୁଅ:-ହଉ ଦେଖୁଛି କଣ କରିବା

(ଏହି କଥା କହି ସେ ଘରକୁ ଆସିଲା)

ପୁଅ:-ମା'ମା' କଣ କରୁଛୁ ।

ମା':-ଭାତ ରାନ୍ଧୁଛିରେ ପୁଅ ।

ପୁଅ:-ମା' ଆମ ସ୍କୁଲ ବଣଭୋଜି କରିବେ ।ମୁଁ ଭାଗ ନେବି ।

ମା':-ତୁ ତ ଜାଣିଛୁରେ ପୁଅ । ଆମ ଘରେ ଖାଇବାକୁ ବହୁତ ଅସୁବିଧା । ଘରେ ଟଙ୍କାଟିଏ ବି ନାହିଁ ।

ପୁଅ:-ମୋତେ ଦବୁ କି ନାହିଁ କହ ।

(ପୁଅ ତଳେ ଗୋଡ଼ କଚାଡ଼ି କାନ୍ଦିଲା )

ମା':-ହଉ ଆଉ କାନ୍ଦନା ମୁଁ ତୋତେ ପଇସା ଦେବି ।

କଣ ଦିଟା ଖାଇ ନେ ।

(ପୁଅ ଶାନ୍ତ ହେଇଗଲା ।ପୁଅ ଖାଇ ସାରି ଶୋଇବାକୁ ଗଲା ।ସେଦିନ ମା'ରାତିରେ କାମ ଖୋଜିବାକୁ ଗଲା । ସେ ଗୋଟେ ହସ୍ପିଟାଲରେ ଛାଡ଼ୁ ମାରିବାର କାମ ପାଇଲା । ସେ ପୁରା ରାତି ସେଠି ଝାଡ଼ୁ ମାରିଲା । ସକାଳୁ ସକାଳୁ ପଇସା ଧରି ଘରକୁ ଆସିଲା ।

ପୁଅ ନିଦରୁ ଉଠି ଦେଖିଲା, ମା' ପିଣ୍ଡା ରେ ବସିଛି । ମା'କୁ ଯାଇ ସେ ପଇସା ମାଗିଲା । ଓ ମା' ତାକୁ ପଇସା ଦେଲା । ପୁଅ ଖୁସୀରେ ସ୍କୁଲ ଗଲା।।

(କ୍ରମଶଃ)

କେ.ନିର୍ମଳ

ବାସୁଦେବପୁର, ଭଦ୍ରକ(ଜଗନ୍ନାଥି)


Rate this content
Log in