Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarada Parida

Abstract Inspirational

2  

Sarada Parida

Abstract Inspirational

ଲାଭ

ଲାଭ

2 mins
6.9K


ଲାଭ

ଶାରଦା ପ୍ରସାଦ ପରିଡା

 

         ରବିବାରର ସନ୍ଧ୍ୟା । ସହରର ମୁଖ୍ୟ ବଜାରରେ ଲାଗିଥାଏ ଗହଳିଚହଳି । ମୁଖ୍ୟ ବଜାରର ରାସ୍ତାରେ ଲାଗିଥାଏ ଉଠାଦୋକାନୀମାନଙ୍କର ଆସର । ତା’ରି ଭିତରେ ଜେନେତେନେ ଜାଗା ଖଣ୍ଡେ ନେଇ ବସିଥାନ୍ତି ଜଣେ ଦୃଷ୍ଟିହୀନ ବୃଦ୍ଧ ବ୍ୟକ୍ତି । ଏକ ଛୋଟ ପାଲ ଉପରେ ସଜେଇ ରଖିଥାନ୍ତି ଅଳ୍ପକିଛି ଖେଳଣା ଓ ମନୋରଞ୍ଜନଧର୍ମୀ କିଛି କ୍ଷୁଦ୍ରପୁସ୍ତକ । ତା’ରି ପାଖରେ ରଖିଥାନ୍ତି ଏକ ଶରୀର ଓଜନମାପ ଯନ୍ତ୍ର । ଅନେକ ଦୃଷ୍ଟିହୀନ ବ୍ୟକ୍ତି ଭିକ୍ଷା କରୁଥିଲେ ମଧ୍ୟ ବୃଦ୍ଧ ବ୍ୟକ୍ତି ଜଣକ ନିଜର ସ୍ୱାଭିମାନ ହେତୁ ଗୁଜୁରାଣ ମେଣ୍ଟେଇବା ପାଇଁ ଏଇ ପଥଟି ଆଦରି ନେଇଥାନ୍ତି । ବୃଦ୍ଧ ବ୍ୟକ୍ତି ଜଣଙ୍କ ଓଜନ ମାପିବା ପାଇଁ ସର୍ବନିମ୍ନ ମୂଲ୍ୟ ୪ ଟଙ୍କା ନିର୍ଦ୍ଧାରଣ କରିଥାନ୍ତି । ସେତିକିବେଳେ ଜଣେ ବଳିଷ୍ଠ ଭଦ୍ରବ୍ୟକ୍ତି ଓଜନ ମାପିବା ପାଇଁ ଆସି ଛିଡା ହେଲେ । ଓଜନ ମାପି ସାରି ବୃଦ୍ଧ ବ୍ୟକ୍ତିଙ୍କୁ ପାଉଣା ପଚାରନ୍ତେ, ବୃଦ୍ଧ ବ୍ୟକ୍ତି ଜଣଙ୍କ ଚାରି ଟଙ୍କା ବୋଲି ଉତ୍ତର ଦେଲେ । ବୋଧେ ସେ ଭଦ୍ର ବ୍ୟକ୍ତି ଜଣଙ୍କୁ ମୂଲ୍ୟ କିଛି ଅଧିକା ଲାଗିଲା । ତହୁଁ ଭଦ୍ର ବ୍ୟକ୍ତି ଜଣଙ୍କ ୫ ଟଙ୍କା ବଢାଉ ବଢାଉ ବୃଦ୍ଧ ବ୍ୟକ୍ତି ଜଣଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ କଟୁବାକ୍ୟ ପ୍ରୟୋଗ କଲେ, ”ଅନ୍ୟ ଆଡେ ତ ସମସ୍ତେ ୩ ଟଙ୍କା ନେଉଛନ୍ତି, ତୁମର କାହିଁ ଏତେ ପଇସା ? ମିଛରେ ଲୋକଙ୍କୁ ଠକି ନାଟକ କରୁଛ ...... ନୁହେଁ ?”

         ଠିକ ସେତିକିବେଳକୁ ଭଦ୍ରବ୍ୟକ୍ତି ଜଣଙ୍କର ମୋବାଇଲ ଫୋନଟି ବାଜିଉଠିଲା । ବାବୁ ଆଜ୍ଞା ମୋବାଇଲ ଫୋନରେ କଥା ହେଉହେଉ ବୋଧେ ତାଙ୍କର କେଉଁ ଭୃତ୍ୟଙ୍କୁ ନିର୍ଦ୍ଦେଶ ଦେବା ଢଙ୍ଗରେ କହୁଥାନ୍ତି, ” ନା ନା, ଯେତିକି କହିଛି ସେତିକି, ସେଥିରୁ ଟଙ୍କାଟିଏ ବି କମ ହେଲେ ମନା କରିଦିଅ, ମୁଁ ଗଲେ ବୁଝିବି । ଦରଦାମ ଯାହା ହେଲାଣି ଦି' ଚାରି ଟଙ୍କା ଲାଭ ନହେଲେ ସଂସ୍ଥା କେମିତି ଚଳିବ ?”

         ମୁଁ ପାଳଭୁତ ଭଳି ଖାଲି ମୁଟୁମୁଟୁ ଚାହିଁ ଏ କଥୋପକଥନ ଶୁଣୁଥିଲି । 

ଅଧ୍ୟାପକ, କୋଣାର୍କ ବିଜ୍ଞାନ ଓ କାରିଗରୀ ମହାବିଦ୍ୟାଳୟ,

ଜଟଣୀ, ଭୁବନେଶ୍ୱର

**********

 


Rate this content
Log in

Similar oriya story from Abstract