Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Drama Inspirational

2  

Rasmi Rekha Tripathy

Drama Inspirational

ସେବା କାର୍ପଣ୍ୟ ପୂଜା ବଳେ

ସେବା କାର୍ପଣ୍ୟ ପୂଜା ବଳେ

2 mins
7.4K


       ଦଶହରା ପାଇଁ ସାନ ଭାଇ ତା’ ପିଲାଛୁଆଙ୍କୁ ନେଇ ଆସି ପହଞ୍ଚିଲା ଘରେ l ବୋଉ ରୁହେ ମୋ ପାଖରେ l ଗାଆଁ ଛାଡି ସିଏ କେବେ ସାନଭାଇ ପାଖକୁ ଯିବାକୁ ଇଚ୍ଛା କରେନା l ଆମେ ବି ବୋଉର ଇଚ୍ଛାରେ କେବେ ବାଧା ଦେଉନା l ସାନବୋହୁ (ସାନଭାଇର ସ୍ତ୍ରୀ) ବୋଉ ପାଇଁ ଆଣିଥିଲା ଶାଢୀଟିଏ l ମନକୁ ଛୁଇଁଲା ଭଳି ଶାଢୀଟିଏ l ବୋଉର ଖୁସି କହିଲେ ନ ସରେ l ଆସୁଣୁ ଯାଉଣୁ ସମସ୍ତଙ୍କୁ ଦେଖାଉଥାଏ ଶାଢୀଟିକୁ l

       ଲକ୍ଷ୍ୟ କଲି ପ୍ରଥମ ଥର ପାଇଁ ମୋ ସ୍ତ୍ରୀର ମନ ଶୁଖି ଯାଇଥାଏ l ରାତିରେ ସେ ମୋତେ ଅନୁରୋଧ କଲା ବୋଉ ପାଇଁ ଶାଢୀଟିଏ ଆଣି ଦେବା ପାଇଁ l ମୁଁ ବୁଝିପାରୁଥିଲା ତା’ର ମାନସିକତାକୁ l କିନ୍ତୁ ପୂଜା ବଜାରରେ ମାସ ଶେଷକୁ ମୁଁ କପର୍ଦ୍ଦକ ଶୂନ୍ୟ l ନୀରବ ରହିବା ଉଚିତ ମନେ କଲି ମୁଁ l

: ଆଲୋ ସର ବୋଉ ! ବଡ ବୋହୁ ତୋ ପାଇଁ କ’ଣ ଆଣିଛି ? ବାରି ପଟେ ବାଡ ସେ ପଟେ ଠିଆ ହେଇ ପଡିଶା ଘର ଦେଠେଇ ପଚାରୁଥିଲେ ବୋଉକୁ ?

: ସିଏ କାହିଁକି କ’ଣ ଆଣିବ ? ସାନ ପୁଅ ଚାକିରୀ କରିଛି l ବୋହୁ ଆସିଲା ତ, ଶାଢୀ ଆଣିଲା l ବଡ ପୁଅ କ’ଣ ଚାକିରୀ କରିଛି ? ହେଲେ ସାନର ମନଟି ଯେମିତି ବଡ, ବଡର ମନଟି ବି ସେମିତି ବଡ l ଜୀବନ ସାରା ମୋ ସେବା କଲା, ମୋତେ ପୋଷିଲା l ଆଉ ଅଧିକାଟେ କ’ଣ ଦେଇଥାନ୍ତା ? ବଡ ବୋହୁ ଯଦି ରାଜି ହୋଇ ନ ଥାନ୍ତା, ମୁଁ ତ ଅନ୍ୟ ଘରମାନଙ୍କ ଭଳି ଛଅ ମାସ ବଡ ଘରେ, ଛଅ ମାସ ସାନ ଘରେ ଭାଗ ହୋଇ ଥାଆନ୍ତି ନା ? ସ୍ତ୍ରୀଙ୍କୁ ବୁଲି ଚାହିଁଲି ମୁଁ ବାରଣ୍ଡା ଏପଟେ ଥାଇ ସେ ବି ଶୁଣୁଥିଲେ ବୋଉ କଥା l ବାସ୍ ତା’ ପର ଠାରୁ ଫେରି ଆସିଥିଲା ତାଙ୍କ ମୁହଁର ସରସତା l


Rate this content
Log in

Similar oriya story from Drama