Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ - ୪୬
ବିକ୍ରମ ବେତାଳ - ୪୬
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.5K    12


Content Ranking

ବିଟପି ରାଜକୁମାରୀ କାହାଣୀ - ୩

ନିଜେ ସ୍ୱୟଂ ଶିବ ମନ୍ଦିର ନିର୍ମାଣ କରି, ସୁନ୍ଦର ପୁଷ୍ପ ଉଦ୍ୟାନ ମନ୍ଦିର ନିକଟରେ ସୃଷ୍ଟିକରି । ଅମର ଫଳ ବୃକ୍ଷଟି ଗୁପ୍ତରେ ଲଗାଇଛନ୍ତି । ବ୍ରହ୍ମାଙ୍କ ବ୍ୟତୀତ ଅନ୍ୟ କେହି ଏ ଫଳ ବୃକ୍ଷ କଥା ଜାଣନ୍ତି ନାହିଁ । ମର୍ତ୍ୟରେ ମାନବ କାହୁଁ ସେ ଫଳ ବାବଦରେ ଜାଣିବ । ବୃଦ୍ଧ ବ୍ୟକ୍ତି ଏ ଫଳ ଖାଇଲେ ଯୌବନପ୍ରାପ୍ତ ହେବ । ମୁମୂର୍ଷୁ ଖାଇଲେ ସେ ନିରୋଗୀ ହେବ । ସଦାଶିବଙ୍କ କୃପାଯୋଗୁଁ ଏ ଫଳମାନ ଫଳୁଅଛି । ସେ ବୃକ୍ଷ ଡାଳରେ କୀଟମାନେ ବସନ୍ତି ନାହିଁ । ପଶୁପକ୍ଷୀମାନେ ସେ ଫଳ ଭକ୍ଷଣ କଲେ ରୂପ କାନ୍ତି ବଳ ବୀର୍ଯ୍ୟ ବଢିବ । ନବ ଯୌବନ ସଦାସର୍ବଦା ରହିଥିବ । ଜରାବସ୍ଥା ତାଙ୍କ ଶରୀରକୁ ସ୍ପର୍ଶ କରିପାରିବ ନାହିଁ । ସଦାଶିବଙ୍କୁ ମନ ମଧ୍ୟରେ ଧ୍ୟାନ କରି ଶୁକପକ୍ଷୀ ସେ ବୃକ୍ଷ ନିକଟକୁ ଯାଇ ଗୋଟିଏ ଫଳ ତୋଳିକରି ଆଣିଲା । ମନ ମଧ୍ୟରେ ଚିନ୍ତାକଲା ରାଜା ବିକ୍ରମାଦିତ୍ୟଙ୍କୁ ଏ ଫଳଟି ଦେବି । ସେ ନବ ଯୌବନ ଲାଭକରି ରାଜ୍ୟଶାସନ କରିବେ । ଏଣୁ ଶୂନ୍ୟ ହସ୍ତହୋଇ ରାଜାଙ୍କୁ ଭେଟିବାଟା ଠିକ୍ ନୁହେଁ । ଏପରି ଚିନ୍ତାକରି ଫଳଟିକୁ ଧରି ଶୁକପକ୍ଷୀ ଉଡି ଉଡି ଉଜ୍ଜୟିନୀ ନଗରରେ ପହଁଚିଗଲା ।

ଶୁକ ପକ୍ଷୀର ଶୁଭାଗମନକୁ ରାଜା ଅପେକ୍ଷା କରିଥିଲେ । ଶୁକକୁ ଆଲିଙ୍ଗନ କରି ଆନନ୍ଦିତ ହେଲେ । ରାଜା ବିକ୍ରମାଦିତ୍ୟଙ୍କର ଆଦର ଦେଖି ଶୁକପକ୍ଷୀ ଅତ୍ୟନ୍ତ ଆନନ୍ଦିତ ହେଲା । ନେଇଥିବା ଅଜ୍ରାମର ଫଳଟିକୁ ବିକ୍ରମାଦିତ୍ୟଙ୍କୁ ଦେଲା । ଫଳର ଗୁଣ ବାବଦରେ ତାଙ୍କୁ ବୁଝାଇ କହିଲା । ଜରାଜୀର୍ଣ୍ଣ ବୃଦ୍ଧ ଯେବେ ଏ ଫଳ ଖାଇବ ସେ ନବଯୌବନ ପ୍ରାପ୍ତ ହେବ । କୁଷ୍ଠରୋଗୀ ଯେବେ ଏ ଫଳକୁ ଭକ୍ଷଣ କରେ ସେ କୁଷ୍ଠ ରୋଗରୁ ଉଦ୍ଧରିଯିବ । ଶୁକମୁଖରୁ ରାଜା ବିକ୍ରମାଦିତ୍ୟ ଫଳ ସମ୍ପର୍କରେ ଶ୍ରବଣ କଲେ । ଅତ୍ୟନ୍ତ ଆନନ୍ଦିତ ମନରେ ଫଳଟିକୁ ଗ୍ରହଣ କଲେ ଓ ଭାନୁମତୀ ରାଣୀକୁ ଫଳଟି ପ୍ରଦାନ କରି ଫଳର ଗୁଣ ବାବଦରେ ବୁଝାଇ କହିଲେ । ଫଳଟିକୁ ଗ୍ରହଣ କରି ରାଣୀ ମନେ ମନେ ହସି ପଚାରିଲେ କହିଲ ଦେଖି ଏ ଫଳ କିଏ ଆଣି ଦେଇଛି । ଶୁକ ତା’ର ଗୃହକୁ ଯାଇଥିଲା । ସେ ଏ ଫଳଟି ଆଣି ମୋତେ ଦେଇଛି । ରାଣୀ ଭାନୁମତୀ ଟିକିଏ ଚିନ୍ତାକରି ତାଙ୍କୁ କହିଲେ ପକ୍ଷୀ ଜାତି । ମୋର ତା’ ଉପରେ ବିଶ୍ୱାସ ନାହିଁ । ବିଷଫଳ ପରି ମୋତେ ଏ ଫଳ ଲାଗୁଛି । ତୁମ୍ଭଙ୍କୁ ମାରିବା ନିମିତ୍ତ ଏ ଫଳ ଦେଇଛି । ପରୀକ୍ଷା ନକରି ଏ ଫଳ ଖାଇବା ଉଚିତ୍ ନୁହେଁ । ରାଜା ବିକ୍ରମାଦିତ୍ୟ କହିଲେ ଶୁକ ପକ୍ଷୀ ମୋର ଭାରି ବିଶ୍ୱାସୀ । ତତୁଲ୍ୟ ବାନ୍ଧବ ଓ ସୋଦର କାହାରିକୁ ମୁଁ ଦେଖେ ନାହିଁ । ଭାନୁମତୀ ରାଣୀ କହିଲେ ତୁମ୍ଭେ ଯେବେ ଶୁକକୁ ବିଶ୍ୱାସ କର ତଥାପି ଏ ଫଳକୁ ପରୀକ୍ଷା କରାଯାଉ । ଏସନ ବିଚାର କରି ଫଳକୁ ଦୁଇଫାଳ କରି କାକକୁ ଭୋଜନପାଇଁ ଦେଲେ । କାକ ଖାଇବା ମାତ୍ରେ ପ୍ରାଣତ୍ୟାଗ କଲା । କର୍ମର ଲେଖନ କିଏ କରିବ ଆନ । ଭାନୁମତୀ କାକର ମରଣ ଦେଖି କହିଲେ ହେ ରାଜନ ଦେଖ ଏବେ କ’ଣ ହେଲା । ତୁମ୍ଭେ ଶୁକ ବଚନରେ ନିଜେ ଏ ଫଳ ଖାଇ ଥାଆନ୍ତ ।

ଆମ୍ଭେ ସମସ୍ତେ ରାଣୀମାନେ ବିଧବା ହୋଇଥାନ୍ତୁ । ବିକ୍ରମାଦିତ୍ୟ କୋପ ମନରେ ଶୁକ ନିକଟକୁ ଗଲେ । ସାମାନ୍ୟ ପକ୍ଷୀଟିଏ ହୋଇ ତୁ ଏଡେ ଅବିଶ୍ୱାସୀ । ଯେଉଁ ଫଳ ତୁ ଦେଇଥିଲୁ ତାହା ବିଷଫଳ । ସେ ଫଳ କାକ ଖାଇ ଜୀବନ ତ୍ୟାଗ କଲା । ମୁଁ ଖାଇଥିଲେ ପ୍ରାଣ ହାରିଥାନ୍ତି । ତୁ ମନରେ ଭାବିଥିଲୁ ମୋତେ ବିଷଫଳ ଖୁଆଇ ନାଶ କଲାପରେ ତୁ ରାଜ୍ୟରେ ରାଜା ହୋଇଥାଆନ୍ତୁ । ଏପରି କହୁ କହୁ ରାଜା ବିକ୍ରମାଦିତ୍ୟ କ୍ରୋଧହୋଇ ଖଡ୍ଗରେ ଶୁକର ଗଳା କାଟି ମାରି ଦେଲେ । ରାଜା ବିକ୍ରମାଦିତ୍ୟ ନିଜର ରାଣୀ କଥାରେ ଅନ୍ଧ ହୋଇ ଶୁକକୁ ବଧିଲେ କିନ୍ତୁ ପ୍ରକୃତ ରହସ୍ୟ ସେ ଜାଣି ପାରିଲେ ନାହିଁ । କିଛି ସମୟ ପରେ ସଭାରେ ଯେତେ ଲୋକ ବସିଥିଲେ ସମସ୍ତେ ନୀରବ । ରାଜାଙ୍କର ଶୁକ କଥା ମନେ ପଡିଗଲା । ଶୁକ କଥା ଚିନ୍ତାକରି ନୃପ କ୍ରନ୍ଦନ କଲେ । କ୍ରୋଧ ପରମ ଚଣ୍ଡାଳ । ଏଣୁ ଯାହା କରିବ ଟିକେ ଭାବି ଚିନ୍ତି କରିବ । ସେହିଦିନଠାରୁ ଶୁକକୁ ରାଜା ବିକ୍ରମାଦିତ୍ୟ ଝୁରି ହେଲେ । ହେଲେ ପାଣି ତ’ ବହିଗଲା । ସେ କ’ଣ ଆଉ ଫେରିବ ।

ଶୁକପକ୍ଷୀ ମୃତ୍ୟୁଯୋଗୁଁ ଭାନୁମତୀ ସେ ଫଳକୁ ତାଙ୍କ ବାଡି ପଟରେ ଫୋପାଡି ଦେଇଥିଲେ । ଜଣେ ବୃଦ୍ଧା ଚଣ୍ଡାଳୁଣୀ ସେ ଫଳକୁ ଦେଖିଥିଲେ । ସେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଅତି ବୃଦ୍ଧ ଓ ବୃଦ୍ଧା । ବାଡିଧରି ଚଳପ୍ରଚଳ କରନ୍ତି । ଦୁହେଁ ଦେଖିବାକୁ ଅତି କୁତ୍ସିତ । କୁଲାପରି କର୍ଣ୍ଣ । ନାସା ଅତି ଉଚ୍ଚ । ଗୋଡମାନ ଗୋଦର । ଜହ୍ନି ମଞ୍ଜିଠାରୁ ବଳି ଚେହେରା । ବାର ଦୁଆରୁ ମାଗିଯାଚି ଯାହା ପାଆନ୍ତି ବଂଚନ୍ତି । ଦୈବଯୋଗକୁ ସେଦିନ ଚଣ୍ଡାଳ ବୃଦ୍ଧା ଚଣ୍ଡାଳୁଣୀ ସଙ୍ଗରେ କଳିଗୋଳ କରିଥିଲା । ହାଣ୍ଡିଆ ଖାଇ ବୁଢା ଚେତାଶୂନ୍ୟ । ତା’ର ଚେତା ଫେରିବାପରେ ଚଣ୍ଡାଳୁଣୀକୁ ପ୍ରହାର କଲା । ଚଣ୍ଡାଳୁଣୀ ନିସ୍ତୁକ ମାଡଖାଇ କାନ୍ଦି କାନ୍ଦି ରାଜାଙ୍କ ବାଡିପାଖ ଦୁଆରେ ବସିଲା । ଅଜ୍ରାମର ଫଳରୁ ଫାଳେ ପଡିଥିଲା । ସେ କହିଲା ଯାଉଛି ଏ ବିଷଫଳ ଖାଇ ମୁଁ ମରିଗଲେ ସବୁଦିନପାଇଁ କଷ୍ଟଯିବ । ସେ ଫାଳକ ଫଳ ଚଣ୍ଡାଳୁଣୀ ମରିଯିବଭାବି ଖାଇଦେଲା । ମାତ୍ର ଫଳ ବିପରୀତ ହେଲା । ଅପରୂପ ଯୌବନରେ ତା’ର ଶରୀର ମଣ୍ଡିହେଲା । ସତେକି ସ୍ୱର୍ଗର ଅପ୍ସରୀ । ବିଷଫଳ ଖାଇ ଚଣ୍ଡାଳୁଣୀ ସୁନ୍ଦରୀ ହୋଇ ନବ ଯୌବନ ପାଇଛି । ସେ କଥା ସେ ଜାଣିପାରିଲା ନାହିଁ । କାନ୍ଦି କାନ୍ଦି ଏଆଡିକି ସିଆଡିକି ଚାଲିଗଲା । ଅତ୍ୟନ୍ତ ଦୁଃଖିତ ହୋଇ ସେ ନାରୀ ଯାଉଛି କିନ୍ତୁ ଅନ୍ୟ ଲୋକମାନେ ତା ରୂପ ଦେଖି ମୋହିତ ହୋଇଗଲେ ଏବଂ କିଏ କହିଲା ତୁମ୍ଭେ କେଉଁଠୁ ଅଇଲ, ଅନ୍ୟ କେହୁ ଦେଖି ପ୍ରଶ୍ନ କଲା ତୁମ୍ଭେ କେଉଁଠାକୁ ଯିବ । ତୁମ୍ଭେ ସ୍ୱର୍ଗର ଅପ୍ସରୀ ରମ୍ଭା, ମେନକା କିମ୍ବା ଉର୍ବଶୀ ନୁହଁ ତ । ସ୍ୱର୍ଗପୁର ତ୍ୟାଗକରି ତୁମ୍ଭେ ଏବେ ମର୍ତ୍ୟରେ ଭ୍ରମଣ କରୁଛ । ଲୋକମାନେ ଚିହ୍ନି ନପାରି ତାକୁ ନାନା ପ୍ରକାର କଥା କହିବାରୁ ଚଣ୍ଡାଳୁଣୀ କହିଲା ମୁଁ ପରା ଚଣ୍ଡାଳୁଣୀ । ତୁମ୍ଭେମାନେ ମୋତେ କ’ଣ ଚିହ୍ନିପାରୁନାହଁ । ମୁଁ ତୁମ୍ଭର ବାଡି ତାଟି ଖଟିବା ଲୋକ । ଜାଣି ଶୁଣି ତୁମ୍ଭେମାନେ ମୋତେ ଏପରି କାହିଁକି ଥଟ୍ଟା କରୁଛ । ଚଣ୍ଡାଳୁଣୀର କଥା ଶୁଣି ସମସ୍ତେ କହିଲେ ତୁତ ବୃଦ୍ଧାଥିଲୁ ନବଯୁବତୀ ହେଲୁ କିପରି । ଲୋକମାନଙ୍କ କଥାକୁ ଚଣ୍ଡାଳୁଣୀ ବିଶ୍ୱାସ କରି ନପାରି ବୋକିଙ୍କପରି ଅନାଇ ରହିଥାଏ ।

ଶୁଭାଗମନ ବିକ୍ରମାଦିତ୍ୟ ଆଲିଙ୍ଗନ

Rate the content


Originality
Flow
Language
Cover design

Comments

Post

Some text some message..