Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Tragedy Inspirational

3  

Maheswar sahoo

Tragedy Inspirational

ଯାହାକୁ ରଖିବେ ଅନନ୍ତ

ଯାହାକୁ ରଖିବେ ଅନନ୍ତ

8 mins
663


ଅତ୍ୟନ୍ତ ସୁନ୍ଦର ଓ ସୁଶୀଳ ପରିବେଶରେ, ଶୃଙ୍ଖଳିତ ପରିବାର ସନାତନ ବାବୁଙ୍କର । ଏହି ଖଣ୍ଡ ମଣ୍ଡଳରେ ସନାତନ ବାବୁଙ୍କ ପରିବାରର କୌଣସି ବିଶୃଙ୍ଖଳା କେହି ଶୁଣି ନଥିବେ । ପରିବାର କହିଲେ ସନାତନ ବାବୁ, ତାଙ୍କ ସ୍ତ୍ରୀ ମନୋରମା ଓ ଏକୋଈର ବାଳା ବିସିକେସନ ପ୍ରତ୍ୟୁଷ ଓ ତାଙ୍କର ବୃଦ୍ଧ ବାପା ଓ ବୃଦ୍ଧା ମାଆ । ସନାତନ ବାବୁଙ୍କର ବାପା ଓ ମାଆ ଦୁହେଁ ବହୁତ ସଂସ୍କାରି ଓ ସ୍ୱାଭିମାନି । ଦୁନିଆରେ ଏମିତି ଲୋକ ନାଁହାନ୍ତି ! କେହି ଜଣେ କହିଦେବ କି ସନାତନ ବାବୁଙ୍କ ବିପକ୍ଷରେ । ଏମିତିରେ ପରିବାର ଟି ବହୁତ ଖୁସିରେ ଚାଲିଥାଏ । 


   ସନାତନ ବାବୁ ନିଜେ ଏକ ଘରୋଇ ଦୋକାନ କରିଥାନ୍ତି । ସେହି ଦୋକାନରେ ସେ ସଦା ସର୍ବଦା ନିଜର ବେପାର ଉପରେ ନଜର ରଖନ୍ତି । ଆଖ ପାଖ ଅଞ୍ଚଳର ସମସ୍ତ ପରିବାରଙ୍କୁ ସନାତନ ବାବୁଙ୍କ ଦୋକାନର ସଉଦା ବହୁତ ପସନ୍ଦ । କେହି କେହି କୁହନ୍ତି ସନାତନ ବାବୁ କାହାରି ଗୋଟେ ପଇସା ଖାଇବେନି କି କାହାକୁ ଗୋଟେ ପଇସା ଦେବେ ନାହିଁ । ପୁରା ଟାଣ ଟୁଣ ହିସାବ ତାଙ୍କର । କେହି କେହି ପଚାଶ ପଇସାର ଗୂଡ଼, ଚିନି ଓ ଚାହା ବି ନିୟନ୍ତି । ନିଖୁଣ ହିସାବରେ ପ୍ରସିଦ୍ଧ ସନାତନ ବାବୁ ବେଶ ଆରାମରେ ଚଳି ଯାଆନ୍ତି । 


    ଅତ୍ୟନ୍ତ ଭଦ୍ର, ଶାନ୍ତ, ସଭ୍ୟ, ସଂସ୍କାରି, କାର୍ତ୍ତବ୍ୟନିଷ୍ଟ ଓ ନିଷ୍ଠାବାନ ପରିବାର ସନାତନ ବାବୁଙ୍କର । ଏମିତି ଶାନ୍ତି ଓ ସଭ୍ୟ ବାତାବରଣ ମଧ୍ୟରେ ସନାତନ ବାବୁଙ୍କ ପରିବାରରେ ଏକ ଅଦିନିଆ ଝଡ଼ ଦେଖା ଦେବ ବୋଲି କେହି ଆଶା ପ୍ରକଟ କରିନଥିଲେ । ସେଦିନ ଥିଲା ରାତ୍ର ଦଶଟା ସମୟ । ହଠାତ ଏକ ଉଚ୍ଚ ଶବ୍ଦ ଶୁଣା ଯାଇଥିଲା ସନାତନ ବାବୁଙ୍କ ପରିବାରରେ । ସନାତନ ବାବୁ ସିନା ସଦା ସର୍ବଦା ଖୁସିରେ ରୁହନ୍ତି ! ହେଲେ ବାବୁଙ୍କର ଦୀର୍ଘ ପାଞ୍ଚ ବର୍ଷରୁ ଦେଖା ଦେଇଥିଲା ହୃଦୟ ରୋଗ । ବହୁତ ଯନ୍ତ୍ରଣା ଦେଇଥାଏ । ନିଜ ହୃଦୟର ସମସ୍ତ ଯନ୍ତ୍ରଣା ଓ କୋହକୁ ନିଜ ଭିତରେ ଚାପି ରଖନ୍ତି ସନାତନ ବାବୁ । କେବଳ ନିଜ ପରିବାରକୁ ଖୁସି ଟିକେ ଦେବା ପାଇଁ । 


     ତାଙ୍କ ମତରେ ପ୍ରଥମେ ଆମେ ଆମ ପରିବାରକୁ ଖୁସି ଦେବା ଓ ସେମାନଙ୍କ ଖୁସି ଯଥାସମ୍ଭବ କରିଇବା ଆମର କର୍ତ୍ତବ୍ୟ । ପରିବାରର ଏମିତି ସମସ୍ୟା ନ ରହୁ ଯେମିତି ନିଜ ବାପା, ମାଆ , ପତ୍ନୀ ଓ ପିଲା ଅନ୍ୟ ମାନଙ୍କ ପାଖରେ ନ କୁହନ୍ତୁ ମୋ ପୁଅ କୂଳାଙ୍ଗାର, ମୋ ସ୍ୱାମୀ ଅକର୍ମା ମଦ୍ୟପ, ମୋ ବାପା ମୋ ପଢିବା ଖର୍ଚ୍ଚ ଦେଇ ପାରନ୍ତି ନାହିଁ, ମୋତେ କପଡା ଖଣ୍ଡେ ଦେଇ ପାରନ୍ତି ନାହିଁ । ନିଜର ପରିବାର ସମ୍ଭାଳିବା କ୍ଷମତାରୁ ଅଧିକ ଦକ୍ଷତା ଆସିଗଲା ପରେ ଆମେ ନିଜ ସାହି ଭାଇ ଙ୍କର ଉପକାର କରିବା । ପୁଣି ତାଙ୍କ ମତରେ ସାହି ଭାଇଙ୍କର ଉପକାର ଠାରୁ ଅଧିକ ଦକ୍ଷତା ଥିଲେ ଆମେ ଗାଁ ଓ ପଞ୍ଚାୟତର ଉପକାର ଓ ସାହାଯ୍ୟରେ ପ୍ରତିପାଦନ କରି ପାରିବା । ଏମିତି ଜଣ ଜଣଙ୍କୁ ବୁଝେଇବା ସମୟରେ ସନାତନ ବାବୁ କୁହନ୍ତି, "ମୁଁ ତୁମ ଘରକୁ ଭଦ୍ର ହେଇ ଯାଇ ତୁମ ଝଗଡାର ସମାଧାନ କରିବାକୁ ଯାଇଥିବୀ ,ହେଲେ ମୋ ପରିବାର ଓ ମୋ ସାହି ଭାଇ ମୋ ବିରୁଦ୍ଧରେ କହୁଥିବେ ତେବେ ମୁଁ କେମିତି ଭଦ୍ର ଯେ ତୁମର ନିଷ୍ପତ୍ତି କରି ତୁମକୁ ନ୍ୟାୟ ଦେବୀ । ଯିଏ ନିଜ ପରିବାରର ନୁହେଁ ! ଯେ ନିଜ ସାହି ଭାଇର ନୁହେଁ ସେ କଣ ନ୍ୟାୟ ଦେଵ ! "


    ସେଦିନ ରାତ୍ର ଥିଲା ସନାତନ ବାବୁଙ୍କର ଶେଷ ରାତ୍ର । ହୃଦୟ ରୋଗରେ ତାଙ୍କର ହୃଦୟର ସ୍ପନ୍ଦନ ସବୁଦିନ ପାଇଁ ବନ୍ଧ ହୋଇଛିଇ ଯାଇଥିଲା । ଆଖି ବୁଜି ଦେଇଥିଲେ ସବୁଦିନ ପାଇଁ ଏହି ଶିଥିଳ ଦୁନିଆରୁ । ହାହା କାର ପଡି ଯାଇଥିଲା ସାରା ଇଲାକାରେ । ଜୀବନ ରୂପୀ ଯନ୍ତ୍ରଣାରୁ ମୁକ୍ତ ହୋଇ ଯାଇଥିଲେ ସନାତନ ବାବୁ, ହେଲେ ଛାଡି ଦେଇ ଯାଇଥିଲେ ବିଧବା ମନୋରମାକୁ । ବାପା ଛେଉଣ୍ଡ ହେଇ ଯାଇଥିଲା ପ୍ରତ୍ୟୁଷ । ପାଞ୍ଚ

ବର୍ଷରୁ ହେଇ ଯାଇଥିଲା ବାପା ଛେଉଣ୍ଡ । ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ଲାଗିଛି ସଦା ୟେ ସଂସାରେ । ନିଜ ହୃଦୟରେ ହୃଦୟର ରୋଗକୁ ଜାବୁଡି ଧରି, ପରିବାର ଓ ସାହିଭାଇରେ ଖୁସିରେ ଡିଣ୍ଡରା ପିଟୁଥିବା ଏଇ ସନାତନ ବାବୁ ଶେଷରେ ପରିବାରକୁ ଭସେଇ ଦେଇଗଲେ ଉଛୁଳୁଥିବା ମଝି ନଈରେ । ପୁଅ ପ୍ରତ୍ୟୁଷ ଓ ବାପା ମାଆ ବୁଝି ପାରୁ ନଥିଲେ ଯେକି କଣ ମୋ ବାପା ଆରପାରିକୁ ଚାଲିଗଲେ ! ମୋ ପୁଅ କଣ ଆମକୁ ଏଇ ବୃଦ୍ଧ ବୃଦ୍ଧା ବୟସରେ ଛାଡି ଚାଲି ଗଲା ! ହଇରେ ଯମ ଦେବତା ତୁ କଣ ଏତେ ନିଷ୍ଠୁର୍ ! ତୋ ପାଖରେ କଣ ଏଇ ଭେଣ୍ଡିଆ ମାନେ କଣ୍ଟା ଆଉ ଆମେ ବୁଢା ବୁଢ଼ୀ ନୁହେଁ ! ଏମିତି ବାହୁନି ହେଉଥାନ୍ତି ସନାତନ ବାବୁଙ୍କର ବାପା ମାଆ । 


    ଅନ୍ଧାରର କାଳୀମାରେ ନିଜକୁ ବିଦଗ୍ଧ ଓ ଉତ୍ପୀଡିତ କରି, ବିଧବା ବେଶର କଳଙ୍କକୁ ହୃଦୟରେ ବୋହିବା ଅପେକ୍ଷାରେ, ଅବାକ ଓ କ୍ଷୁବ୍ଧ ଅନ୍ତରରେ ସାଉଁଟି ହେଉଛନ୍ତି ଟିକିଏ ଜ୍ୟୋତ୍ସ୍ନାର ମହକ ଏଇ ଅଭାଗିନୀ ମନୋରମା । ସ୍ୱାମୀଙ୍କ ଶବ ପାଖରେ ମୂର୍ଛିତ ଅବସ୍ଥାରେ ବାରମ୍ବାର ଜୀବନର ଅଳିକ ଖୁସିର ତ୍ୟାଗକୁ ଅନୁଭବ କରୁଛନ୍ତି ଏଇ ମନୋରମା । ମୁଁ କଣ ବିଧବା ??


"ମୁଁ କଣ ବିଧବା ? ନାଁ ନାଁ ନାଁ ମୋ ସ୍ୱାମୀ ମରି ନାଁହାନ୍ତି, ଆପଣ ମାନେ ମିଛ କହି ମୋ ଶରୀରରେ ବିଧବାର କଳଙ୍କ ବୋଳି ଦେଉଛନ୍ତି ଆପଣ ମାନେ । ମୋର ମୋ ଶଙ୍ଖା ଆଉ ସିନ୍ଦୂରରେ ଭାରି ଲୋଭ ! ମୋ ଶଙ୍ଖା ସିନ୍ଦୂର କେହି ମୋଠାରୁ ଛଡେଇ ନେଇ ପାରିବେନି । " ମଝିରେ ମଝିରେ ମୂର୍ଛିତ ହେଇ ଯାଉଛନ୍ତି ମନୋରମା । ସ୍ୱାମୀଙ୍କର ମୃତ ଶରୀରରେ ପିଟି ହେଉଥାନ୍ତି ନିଜର ମସ୍ତକକୁ । ହେ ଭାଗ୍ୟ ଦେବତା ତମେ ଏତେ ନିଷ୍ଠୁର୍ । ପୁଅକୁ କେବଳ ପାଞ୍ଚ ବର୍ଷ । ତା ବାପାଙ୍କୁ ମୋ ଠାରୁ ଛଡେଇ ନେଲ । କି ଅପରାଧ କରିଥିଲି ମୁଁ ତୁମ ନିକଟରେ । ନିଜ ସ୍ୱାମୀ ଛଡା ଆଡ଼ ଆଖିରେ ବି ଦେଖି ନାହିଁ କୌଣସି ପୁରୁଷଙ୍କୁ । 


    ସାହି ଭାଇ ମାନେ ଆସି ଯାଇଥିଲେ ସେଦିନ ରାତ୍ରିର ଯମ ଦୂତ ସାଜି । ଗାଁର ମା' ମାଉସୀ ମାନେ ଶଙ୍ଖା ଓ ସିନ୍ଦୂର ମୁକ୍ତ କରିବାକୁ ଘେରି ଯାଇଥିଲେ । ଯେତେ କାକୁତି ମିନତୀ ହେଲେ ମଧ୍ୟ କେହି ଶୁଣି ନଥିଲେ ମନୋରମା ଙ୍କର କଥା । ପୋଛି ଦେଇଥିଲେ ମଥାରୁ ସିନ୍ଦୂର ଓ ଭାଙ୍ଗି ଦେଇଥିଲେ ହାତର ଶଙ୍ଖା । ନଦୀର ସ୍ରୋତରେ କୁଟାଖିଅ ଭଳି ମନୋରମା ନିଜ ଜୀବନକୁ ସ୍ୱାମୀ ବିହୀନ ନିସାହାରା ଅନୁଭବ କରୁଥିଲେ ତାଙ୍କର ଜୀବନ ସ୍ରୋତରେ । 


     ସ୍ୱାମୀଙ୍କର କ୍ରିୟା କର୍ମ ସମାପନ କରି ନିଃସହାୟ ମନୋରମା ନିଜ ଛାତିର କୋହକୁ ନିଜ ଛାତିରେ ଚାପି ରଖି, ପୁଅ ପ୍ରତ୍ୟୁଷ ଓ ଶାଶୁ ଶଶୁରଙ୍କ ସାହାରା ନେଇ ବଞ୍ଚିବାକୁ ଅଣ୍ଟା ଭିଡିଥିଲେ । ୟେ କଣ ଯେଉଁ ଲୋକ ମୋ ସ୍ୱାମୀଙ୍କ ପାଖକୁ ନିଜ ସାହାଯ୍ୟ ପାଇଁ ଧାଡି ବାନ୍ଧୁଥିଲେ ଆଜି ସେମାନେ ମୋତେ ଦେଖି ମୁଁହ ମୋଡୁଛନ୍ତି । ହଉ ମୋ ସ୍ୱାମୀ ଉପରୁ ତାରା ହୋଇ ଦେଖୁଥିବେ । ତାଙ୍କ ଦୋକାନ ମୁଁ ନିଶ୍ଚୟ ଚଳେଇବି । ପୁଅକୁ ମୋର ନିଶ୍ଚୟ ପାଠ ପଢେଇବି । ସେ ଭଲ ପାଠ ପଢିବ ଆଉ ମୋ ପ୍ରତ୍ୟୁଷ ନିଶ୍ଚୟ ଚାକିରୀ କରିବ । ମୋ ଶାଶୁ ଆଉ ଶଶୁର ମୋର ଦେବତା । ସେମାନଙ୍କ ପାଦରେ କଣ୍ଟା ବାଜିବାକୁ ଦେବିନି । ମୁଁ ସେମାନଙ୍କ

ସେବା କରିବି ଘର ଚଳେଇବି ।


    ମନୋରମା ଆଜି ନିଜକୁ ଆଧୁନିକ ନାରୀର ଦର୍ଜା ଦେଇ, ବିଧବାର ପଦବୀ ନେଇ ଅଣ୍ଟା ଭିଡ଼ିବାର ଦମ୍ଭରେ ସଶକ୍ତିକରଣ କରିନେଲେ । ଦୋକାନର ବ୍ୟବସାୟ ଆଗ ଭଳି ନ ଥିଲେ ମଧ୍ୟ ଟିକେ ମାନ୍ଦା ଅବସ୍ଥାରେ ଚାଲିଥାଏ । ମନୋରମା ବିଧବା ନାରୀ ହେଲେ ମଧ୍ୟ ସୁନ୍ଦରୀ ଓ ମଧ୍ୟମ ଯୌବନରେ ପରିପୂର୍ଣା । ଆଖ ପାଖ ଅଞ୍ଚଳରେ ଥିବା ଖଳ ପ୍ରକୃତ୍ତିର ଲୋକ ସର୍ବଦା ମନୋରମାଙ୍କୁ ଦୋକାନରେ ଥିବା ବେଳେ ଅସଭ୍ୟ ନଜରରେ ଦେଖନ୍ତି । ହେଲେ ମନୋରମା ନିଜ କର୍ମରେ ବିଶ୍ୱାସ କରନ୍ତି । ସେମାନଙ୍କୁ ସେ ଖାତର କରନ୍ତି ନାହିଁ ।


      ମନୋରମାଙ୍କ ଜୀବନ ରଥ ସୁଖ ଓ ଦୁଃଖର ଢ଼ିପ ଖାଲ ପଥ ଦେଇ ଗତି କରୁଥାଏ । ସ୍ୱମୀଙ୍କର ଦେହାନ୍ତ ରେ ବିତି ଯାଇଥାଏ ଏକ ବର୍ଷ । ସନାତନ ବାବୁଙ୍କର ପଡୋଶୀ ଶଙ୍କର । ଶଙ୍କର ମନୋରମାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ମଧ୍ୟ ମନୋରମା ପସନ୍ଦ କରିନଥିଲେ କାରଣ ସ୍ୱରୂପ; ଶଙ୍କର ମଦ୍ୟପ ଥିଲା । ମନୋରମାଙ୍କ ପରିବାର ତାଙ୍କୁ ନାପସନ୍ଦ କରିଥିଲେ । ମନୋରମାଙ୍କୁ ବିବାହ ନକରିବାରୁ ସେ ଆଉ ବିବାହ ନ କରିବା ନିଷ୍ପତ୍ତିରେ ଶଙ୍କର କୁଆଡେ ବିଦେଶ ପଳେଇ ଯାଇଥିଲେ । ସେ ଯେତେବେଳେ ଶୁଣିଲେ ସନାତନ ତାଙ୍କ ପଡୋଶୀ ମନୋରମାଙ୍କୁ ବିବାହ କରିଛନ୍ତି ତାଙ୍କର ମନ ଭାଙ୍ଗି ଯାଇଥିଲା ଓ ସେ ନିଜକୁ ନିଜେ ଜଳି ଜଳି ବିଦେଶରେ ପଡି ରହିଥାନ୍ତି । ସନାତନଙ୍କ ମୃତ୍ୟୁ ପରେ ଶଙ୍କର କିଛି ଦିନ ହେବ ଆସି ଗାଁରେ ରହୁଛି । 


     ସ୍ୱାମୀଙ୍କର ଶ୍ରାଦ୍ଧ ବାର୍ଷିକ ସାରି ମନୋରମା ନିଜ ଦୋକାନ ଖୋଲୁଥାନ୍ତି ଶଙ୍କର ଆସି ମନୋରମାଙ୍କ ପାଖରେ ପହଁଚିଲେ ଓ କହିଲେ," ସନା ଭାଇ ମରି ,ବର୍ଷେ ହେଇଗଲା । ଏକୁଟିଆ କେତେ ଦିନ ରହିବ କହିଲ, ମୁଁ ଗୋଟେ ପ୍ରସ୍ତାବ ଦେବି ରାଜି ହେବ" ।


ମନୋରମା ଜାଣିପାରିଥିଲେ ଶଙ୍କରଙ୍କ ପ୍ରସ୍ତାବ ବିଷୟରେ । କହିଲେ ,"କଣ ପ୍ରସ୍ତାବ ଶଙ୍କର ବାବୁ" ।


ଶଙ୍କର ବାବୁ କହିଲେ, "ଦେଖ ନିଜର ସୁନ୍ଦର ଦେହ ଆଉ ଯୌବନକୁ କାହିଁକି ହତାଦର କରୁଛନ୍ତି କହିଲେ" ।


ଆପଣ କଣ କହିବାକୁ ଚାହିଁଛନ୍ତି ଶଙ୍କର ବାବୁ ! ମନୋରମା ଚିଡି ଯାଇଥିଲେ । ସେଇଥି ପାଇଁ ଏଯାଏଁ ବିବାହ କରି ନାଁହ ! କିଛି ଦିନ ହେଲା ମୋ ଦୋକାନ ସାମନାରେ ତମେ ସେଇଥି ପାଇଁ ଚକର କାଟୁଛ ! ଛି ଛି ଛି....


ତମକୁ ଟିକେ ବି ଲାଜ କି ସରମ ନାହିଁ ! ଅଭଦ୍ର ଅଲଜ୍ୟା ତମର କେମିତି ସାହସ ହେଲା ମୋ ସାମ୍ନାକୁ ଆସିବାକୁ । 


ଶଙ୍କର ଟିକେ ଶଙ୍କି ଯାଇଥିଲେ, "ତମେ ମୋତେ ଭୁଲ ବୁଝୁଛ କାହିଁକି ! ମୁଁ ତୁମକୁ ବିବାହ କରିବାକୁ ଚାହେଁ । ତୁମ ପୁଅର ପଢିବା ସହିତ ତୁମ ଶାଶୁ ଶଶୁରଙ୍କ ଦାୟିତ୍ୱ ବି ମୁଁ ନେବି । ମୋତେ ବିଶ୍ୱାସ କର ।"


" ଦେଖନ୍ତୁ ଜଣେ ନାରୀକୁ ସତୀ କୁହାଯାଏ । ସେ ଯେତେ ବେଳେ ଗୋଟିଏ ପୁରୁଷ ସହିତ ତାର ସମସ୍ତ ଜୀବନ କଟେଇବାର ସଂକଳ୍ପ ନେଇଥାଏ । ସେ କେବଳ ଗୋଟିଏ ପୁରୁଷକୁ ନିଜ ହୃଦୟରେ ରଖି ନିଜ ଶରୀର ର ଅଧିକାର ସେଇ ପୁରୁଷକୁ ଦେଇଥାଏ । ମୋ ହୃଦୟରେ ମୋ ସ୍ୱାମୀ ଏବେ ବି ଅଛନ୍ତି । ସେ ମଧ୍ୟ ମୋ ପାଇଁ ଯାହା ରଖି ଦେଇ ଯାଇଛନ୍ତି ମୁଁ ମୋ ସାରା ଜୀବନ ଚଳିପାରିବି । ମୁଁ ତାଙ୍କୁ ସ୍ମରଣ କରି ମୋର ସବୁ ସୁଖ ପାଇ ପାରୁଛି । ପ୍ରଥମ ଯୌବନରୁ ଜୀବନର ଶେଷ ମୁହୂର୍ତ୍ତ ଯାଏ ନାରୀଟିଏ ଜଣଙ୍କୁ ନିଜର ଶରୀର ଦାନ କରିଥାଏ ଆଉ ସେ ହିଁ ସତୀ ନାରୀ ହୋଇଥାଏ । ତମେ ତ ତମ ନିଜ ବାପା ଆଉ ମାଆଙ୍କର ହେଇ ପାରିନ । ତମେ କେମିତି ମୋର ହେବ, ଆଉ ମୋ ପୁଅର ହେବ,ମୋ ଶାଶୁ ଶଶୁରଙ୍କର ହେବ । ଆଉ ଗୋଟେ ମୁହୂର୍ତ୍ତ ମୋ ସାମନାରେ ରହିଲେ ମୁଁ ତମକୁ ଜୋତାରେ ବାଡେଇ ବାଡେଇ ଧକା ମାରି କାଢି ଦେବୀ । 


     ଶଙ୍କର କିଛି ନ କହି ମନ ଦୁଃଖରେ ଘରକୁ ଫେରିଲେ । ଘରେ ପହଞ୍ଚି ସନ୍ତି ହେଉଛନ୍ତି ମନୋରମା ଙ୍କ ତାତ୍ଛଲ୍ୟ ଓ ଘୃଣା ପାଇଁ । କିଛି ବି ହେଉ ଏଇ ବିଧବା କୁ ପାନେ ଦେବି । " ରହ ଲୋ ତ କଉ ସ୍ୱାମୀ ଆସି ତ ପିଠିରେ ପଡିବ ଦେଖିବା " ।


    ବର୍ଷା ସହିତ ତୋଫାନ ହେଉଥାଏ । ଦୋକାନ ଘରେ ପୁଅ ପ୍ରତ୍ୟୁଷକୁ ପାଠ ପଢ଼ାଉଥାନ୍ତି ମନୋରମା । ଦୋକାନରେ ଗିରାଖ ସମ୍ଭାଳୁଥାନ୍ତି । ଆଜି ବର୍ଷା ଯୋଗୁଁ ଦୋକାନରେ ଟିକେ ଭିଡ଼ କମ ଅଛି । ଠିକ ଏହି ସମୟରେ ଶଙ୍କର ପେଟେ ମଦ ତଣ୍ଟି ଯାଏ ପିଇ ଦେଇ ଦୋକାନ ପଛରେ ଛକି ବସିଲା । ଆଜି ୟେ ବିଧବା କୁ ଶେଷ କରିବି । ମୋଟା ଲୁହା ରଡ଼ ଖଣ୍ଡେ ଧରି ବସିରହିଲା । 


    ଦୋକାନ ବନ୍ଧ କରିବା ସମୟ ହେଲା ଦୋକାନ ଚାବି ଦେଇ ଯିବାକୁ ହେବ । ଠିକ ଏଇସମୟରେ ଲୁହା ରଡରେ ଗୋଟେ ପାହାର ମନୋରମଙ୍କର ମୁଣ୍ଡକୁ ଦେଲେ ଶଙ୍କର। ପୁରା ଦୋକାନ ସାମନାରେ

ରକ୍ତର ବନ୍ୟା ହେଇ ଗଲା । ଟଳି ପଡ଼ିଥିଲେ ବୃଦ୍ଧା ଭାନୁମତି । ଭାନୁମତି ଶଙ୍କରଙ୍କର ମାଆ । ପୁଅ ଏତେ ରାତି ଯାଏ କୁଆଡେ ଗଲା । ବାହାରେ ପ୍ରବଳ ବର୍ଷା ହେଉଥିଲା । ତଣ୍ଟିଏ ମଦ ପିଇ କୁଆଡେ

ଯାଇଥିବ ଭାବି ମନୋରମା ପାଖକୁ ଆସିଥିଲା । ହେଲେ ଶଙ୍କର ତ ନିଶାରେ ଭୋଳ । ନିଶାସକ୍ତ ଜାଣି ପାରେନା କିଏ ମାଆ, କିଏ ପୁଅ ଓ କିଏ ଝିଅ । ମନୋରମାଙ୍କୁ ବଡେଇବାକୁ ଯାଇ ମନୋରମାଙ୍କ ପାଖରେ ଛିଡା ହେଇଥିବା ତାଙ୍କ ମାଆଙ୍କୁ ବାଡେଇ ଦେଇଥିଲେ ଶଙ୍କର ଓ ସେଠାରୁ ଖସି ପଳେଇ ଯାଇଥିଲେ ।


    ଜୋରରେ କହୁଥିଲେ , "ଗୋଟେ କଣ୍ଟା ଗଲା । ବିଧବା ମାଇକିଣାର ଜବର କମ ନୁହେଁ । ମରିଛି ଏକା ଥରେ । ଦୁଧ ଭାତ ଗଳା କୁଣ୍ଢେଇ ହେଲା । କେତେ ବୁଝେଇଲି ଶୁଣିଲା ନାହିଁ ଏଇଥର ମର ଶାଳି" ।

କହି ହେଉଥାଏ ଓ ପ୍ରଖର ବେଗରେ ଦୌଡ଼ି ପଳାଇ ଯାଉଥାଏ । ଗାଁ ସାରା ଲୋକ ଆସି ରୁଣ୍ଡ ହେଇଗଲେ ଘଟଣା ସ୍ଥଳରେ । ଘଟଣା କଣ ପଚାରି ବୁଝିଲେ ଓ ଥାନାକୁ ଖବର ଦେଲେ । ଲୋକେ କୌଣସି ଡାକ୍ତର ଡକାଇବା କି ଆମ୍ବୁଲାନ୍ସ ଡକାଇବା ପୂର୍ବରୁ ଭାନୁମତି ଙ୍କର ଦେହାନ୍ତ ହୋଇ ଯାଇଥିଲା । ଶେଷରେ ନିଜର ମଦ୍ୟପ ଓ ଅକର୍ମା ପୁଅ ପାଇଁ ମୃତ୍ୟୁ ମୁଖରେ ପହଁଚିଲେ । ନିଜ ପୁଅ ନିଜର ହତ୍ୟାର କାରଣ ହେଲା ବୋଲି ଖବର ପ୍ରକାଶ ପାଇଲା ଖବର କାଗଜ ଓ ଦୂରଦର୍ଶନରେ ।

ଶଙ୍କର ମନେ ମନେ ଭାବିଥାଏ ଯେକି ମୁଁ ମନୋରମାଙ୍କର ହତ୍ୟା କରିଦେଇଛି । ସେ ମରିଯାଇଥିବ । ଏବେ ମୁଁ ବିଦେଶ ପଳେଇବି ମୋର କିଏ କଣ କରିବ ଯେ । ଏମିତି ଅନେକ ଚିନ୍ତା କରି ଯାଇ ପହଁଚି ଯାଇଥିଲା ରେଳ ଷ୍ଟେସନରେ । ସେଠାରେ ଖବର ଶୁଣିଲା କୂଳାଙ୍ଗାର ପୁଅ ହତ୍ୟା କଲା ନିଜ ଜନ୍ମଧାତ୍ରୀ ମାଆଙ୍କୁ । ଏହି ଖବରରେ ମ୍ରିୟମାଣ ଓ ମର୍ମାନ୍ତୁଦ ହୋଇ ଶଙ୍କର ନିଜ ଘରକୁ ଫେରିବାକୁ ଚାହିଁଥିଲା...

ଇଏ ମୁଁ କଣ କଲି ନିଜ ଜନ୍ମଧାତ୍ରୀ ମାଆଙ୍କୁ ହତ୍ୟା କରିଦେଲି । ମୁଁ ନିଜେ ଜଣେ ମାତୃହନ୍ତା ଆଉ ମୋର ବଞ୍ଚିବାର କୌଣସି ଅଧିକାର ନାହିଁ । ଏମିତି କହି ସନ୍ତାପି ହୋଇଥିଲେ ଶଙ୍କର । ତାଙ୍କ ପାଖରେ ଆତ୍ମ ହତ୍ୟା ଛଡା ଆଉ କୌଣସି ବାଟ ନଥିଲା । ଶେଷରେ ଚଳନ୍ତା ରେଳ ଆଗକୁ ଡ଼ିଆଁ ମରିଦେଇଥିଲେ ଶଙ୍କର ।

ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ଏଣୁ ମନୋରମା ନିଜର ସତୀତ୍ୱ ଓ ପରାକାଷ୍ଠା ବଳରେ ନିଜର ଜୀବନ ରକ୍ଷା କରି ପାରିଥିଲେ । ବିଧବା ହେଲେ ମଧ୍ୟ ସେ ନିଜକୁ ଭୀରୁ ଓ କମଜୋର ନ ଭାବି ନିଜର କର୍ତ୍ତବ୍ୟ କରିଚାଲିଲେ । ପୁଅକୁ ନିଜେ ପାଠ ପଢ଼ାନ୍ତି ତା ସହିତ ଶାଶୁ ଓ ଶଶୁରଙ୍କ ଯତ୍ନ ମଧ୍ୟ ନିଅନ୍ତି । ଏବେ ମନୋରମା ଦିଦିଙ୍କ ଦୋକାନ ବହୁତ ପ୍ରସିଦ୍ଧ । ଗଲା ନିର୍ବାଚନରେ ମନୋରମା ଦିଦି ସରପଞ୍ଚ ପ୍ରାଥି ଭାବରେ ଜୟ ଯୁକ୍ତ କରି ନିଜ ପଞ୍ଚାୟତର ଦାୟିତ୍ୱ ସୁଚାରୁ ରୂପେ ନିର୍ବାହିତ କରୁଛନ୍ତି......


ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ୱର(ଭଦ୍ରକ)




Rate this content
Log in

Similar oriya story from Tragedy