Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subal Mohapatra

Inspirational

5.0  

Subal Mohapatra

Inspirational

ବାପା ଓ ମା ...

ବାପା ଓ ମା ...

8 mins
14.2K


ବାପା ଓ ମା ...

 

ଡାକ୍ତର ଅବିନାଶ୍ ରାଉଣ୍ଡ୍ ସାରି ନିଜ କେବିନ୍ ରେ ବସି ଥାନ୍ତି I ହଠାତ୍ ଫୋନ୍ ରିଂଗ୍ ହେଲା I

ଡାକ୍ତର ଅବିନାଶ୍ ଫୋନ୍ ଦେଖି --- ମାମା ? ଏବେ ? ଡାକ୍ତର ଅବିନାଶ୍ ଫୋନ୍ ଉଠାଇଲେ I

ଅବିନାଶ୍ :- ହଁ ମାମା , କଣ ହେଲା ?

ଜଣେ ମହିଳା କାନ୍ଦି କାନ୍ଦି ସେ ପଟରୁ କହୁଥାନ୍ତି :- ହଁ ଭାଇନା , ବାପା,ମାଙ୍କ ଗାଡି ଧକ୍କା ହୋଇ ଯାଇଛି I ଜଲ୍ଦି ଆ I

ଅବିନାଶ୍ :- କିଏ କୁନି ? କଣ ହୋଇଛି ? କେମିତି ହେଲା?

କୁନି (ଅବିନାଶ୍ ର ଭଉଣୀ ) :- ହଁ , ବାପା,ମାଙ୍କ ଗାଡି ଧକ୍କା ହୋଇ ଯାଇଛି I ସେମାନେ ଏବେ ହସ୍ପିଟାଲ୍ ରେ I ମୁଁ ଖବର ପାଇ କି ଏବେ ଆସିକି ପହଂଚିଲି I ଇଏ ବି ଆସିଛନ୍ତି I ଆମେ ହସ୍ପିଟାଲ୍ ରେ ଅଛୁ I ତୁ ଜଲ୍ଦି ଆ I

ଅବିନାଶ୍ :- କେମିତି ହେଲା କିଛି ଜାଣିଚୁ? ତୁ ବ୍ୟସ୍ତ ହ ନା I ମୁଁ ଏବେ ଫ୍ଲାଇଟ୍ ରେ ଟିକେଟ୍ କରି ବାହାରୁଚି I

କୁନି :- ବାପା,ମା , ସୁଦିପ୍ତା ମାଉସିଂକ ଘରୁ ଡିନର୍ ସାରି କି ଫେରୁଥିଲେ I ବାଟରେ ଏକ୍ସିଡେନଟ୍ ହେଲା I

ଅବିନାଶ୍ :- ହଉ ହଉ , ତୁ ଜମାରୁ ବ୍ୟସ୍ତ ହ ନା I ମୁଁ ୨-୪ ଘଣ୍ଟା ରେ ଯାଇ କି ପହଁଚୁଛିI

କୁନି ଠାରୁ ଖବର ପାଇ ସୁଦିପ୍ତା ମାଉସୀ ହସ୍ପିଟାଲ୍ ରେ ପହଁଚିଲେ I କିଛି ସମୟ ପରେ ଡ.ଅବିନାଶ୍ ବି ପହଁଚିଲେI ଡ.ଅବିନାଶ୍ ଯାଇ ଡାକ୍ତର ମାନଂକ ସହ କଥା ହେଉଥାନ୍ତି I

ଡାକ୍ତର:- ଡ.ଅବିନାଶ୍ ପେସେନଟ୍ ଦୁଇ ଜଣକ ପାଇଁ ବ୍ଲଡ଼ ଦରକାର I

ଅବିନାଶ୍ :- OK Dr. ବ୍ଲଡ଼ ବ୍ୟାଙ୍କରୁ ବ୍ଲଡ଼ ମିଳିଯିବ ତ ?

ଡାକ୍ତର:- ହଁ , କିନ୍ତୁ ଯଦି ନ ମିଳିଲା ତେବେ ଆପଣକୁ ବାହାରୁ ଆଣିବାକୁ ପଡିବ I its urgent.

ଡ.ଅବିନାଶ୍ ବ୍ଲଡ଼ ଆଣିବାକୁ ଚାକର ମକରା କୁ driver ସହ ପଠାଇଲେ I

କୁନି:- କଣ ହେଲା ଭାଇ ? ବାପା, ମା ଭଲ ଅଛନ୍ତି ତ ?

ଡ.ଅବିନାଶ୍ :- ହଁ, କିନ୍ତୁ ବ୍ଲଡ଼ ଦର୍କାର୍ I ଯଦି ବ୍ଲଡ଼ ବ୍ୟାଙ୍କ ରେ ନମିଳେ ,ତେବେ ଆମକୁ ବାହାରୁ ଆଣିବାକୁ ପଡିବ I

କୁନି:- ଆମେ ବି ତ ଦେଇ ପାରିବା ?

ଡ.ଅବିନାଶ୍ :- ଆରେ ହଁ ତ ? ଚାଲ ..

ଅବିନାଶ୍ ଆଉ କୁନି ବ୍ଲଡ଼ ଟେଷ୍ଟ କରିବାକୁ ଗଲେ I କିନ୍ତୁ ଭାଇ ଓ ଭଉଣୀନ୍କ ବ୍ଲଡ଼ , ବାପା ମା କାହା ସହ ବି ମେଳ ଖାଇଲା ନାହିଁ I

ଡାକ୍ତର:- ଡ.ଅବିନାଶ୍ ବ୍ଲଡ଼ ଆସିଗଲା?

ଡ.ଅବିନାଶ୍ :- ହଁ Dr. I ମକରା ବ୍ଲଡ଼ ନେଇ କି ଆସୁଚି I

କିଛି ସମୟ ପରେ ମକରା ବ୍ଲଡ଼ ଆଣିକି ପହଁଚିଲା ଆଉ ବାପା ମା ଙ୍କୁ ବ୍ଲଡ଼ ଦିଆଗଲା I

କୁନି ଓ ଅବିନାଶ୍ ରୁମ୍ ବାହାରେ ବସିଥାନ୍ତି I ହଠାତ୍ ଡ.ଅବିନାଶ୍ ଙ୍କର ମନେ ପଡିଲା ଯେ କୁନି ଓ ତାଙ୍କର ,କାହାର ବି ବ୍ଲଡ଼ ,ବାପା ମା ଙ୍କ ସହ ମ୍ୟାଚ କଲା ନାହିଁ I

ଅବିନାଶ୍ :- ଆଛା କୁନି ,ମୋ ବ୍ଲଡ଼ କି ତୋ ବ୍ଲଡ଼ ,ବାପା ମାଙ୍କ ସହ ମ୍ୟାଚ କଲା ନାହିଁ କାହିଁକି?

କୁନି:- ମୁଁ କେମିତି ଜାଣିବି ? ତୁ ପରା ଡାକ୍ତର,ତୁ ଜାଣିଥିବୁ I

ଡାକ୍ତର ଆଉ ନର୍ସ୍ ଅପରେସନ୍ ଥିଏଟର୍ ରୁ ବାହାରିଲେ I

ଅବିନାଶ୍ :- Dr. ??

ଡାକ୍ତର:- ଦୁଇ ଜଣ ଯାକ ପେସେନଟ୍ ଭଲ ଅଛନ୍ତି, କିନ୍ତୁ ଆମକୁ ୪୮ ଘଣ୍ଟା ସମୟ ଦର୍କାର୍ I ତାପରେ କିଛି ଅସୁବିଧା ନାହିଁ I

ଅବିନାଶ୍ :- ଧନ୍ୟବାଦ୍ Dr.

ରାତିରେ ସୁଦିପ୍ତା ମାଉସୀ ଓ କୁନି ହସ୍ପିଟାଲ୍ ରେ ରହିଲେ I ଅବିନାଶ୍ ଆଉ କୁନି ର ପତି, ଘରକୁ ଆସିଲେ I ଅବିନାଶ୍ ସୋଫା ରେ ବସି ଭାବିବାକୁ ଲାଗିଲେ I

ଅସମ୍ଭବ!! , ମେଡିକାଲ ସାଇନସ ଭୁଲ୍ ନହୋଇପାରେ I ବାପା ମାଙ୍କ ବ୍ଲଡ଼ କେମିତି ଆମ ବ୍ଲଡ଼ ସହ ମିସିବନି ? ଅମେ କଣ ତାଂକ ଛୁଆ ନୁହଁ ? ସେମାନେ କଣ ଆମକୁ କେଉଁଠୁ ନେଇ କି ଆସିଛନ୍ତି ? ଡ.ଅବିନାଶଙ୍କ ମୁଣ୍ଡ ଖରାପ୍ ହୋଇଯାଉଥିଲା I ସେ କିଛି ଭାବି ପାରୁ ନଥିଲେ I

କୁନି ର ପତି :- ଭାଇ, ଆସନ୍ତୁ କିଛି ଖାଇନେବେ I ମୁଁ ହୋଟେଲ୍ ରୁ ଖାଇବା ନେଇ ଆସିଛି I କୁନି ଆଉ ମାଉସୀ ଙ୍କ ପାଇ ବି ମକରା ହାତରେ ଖାଇବା ପଠେଇ ଦେଇଛି I

ଅବିନାଶ୍ :- ଆଛା କହିଲ, ଏହା କଣ ସମ୍ଭବ ? ଆମ ଦି ଜଣକ ବ୍ଲଡ଼ ସେମାନଙ୍କ ସହ କେମିତି ସମାନ ହେବନାହିଁ ? ତାମାନେ କଣ ଅମେ ଦି ଜଣ ଯାକ ତାଙ୍କ ସନ୍ତାନ ନୁହେଁ ?

କୁନି ର ପତି :- ଆପଣ ଏବେ ସେକଥା ଚିନ୍ତା କରନ୍ତୁ ନାହିଁ I ସେମାନେ ଭଲ ହେଲା ପରେ ,ସେମାନଙ୍କୁ ପଚାରିବେ I

ଅବିନାଶ୍ :- ନାଁ , ମୋତେ ଏବେ ସବୁ ଜାଣିବାକୁ ପଡିବ I କିଛି ଗୋଟେ ତ ଅଛି ୟା ଭିତରେ I

ଅବିନାଶ୍ କାର୍ ଧରି ହସ୍ପିଟାଲ୍ କୁ ବାହାରି ଗଲେ ...

ହସ୍ପିଟାଲ୍ ....କୁନି ଓ ସୁଦିପ୍ତା ମାଉସୀ ହସ୍ପିଟାଲ୍ ରେ ବସିଥାନ୍ତି I ମକରା ଖାଇବା ଧରି ପହଁଚିଲା I

ମକରା:- ମାଉସୀ,କୁନି ଅପା , ଆସ ଖାଇନବ I ମୁ ବାଢି ଦଉଛି I

ସୁଦିପ୍ତା :- ନାଁ , ମୋତେ ଭୋକ ନାହିଁ I ହଠାତ୍ ଅବିନାଶ୍ କୁ ହସ୍ପିଟାଲ୍ ରେ ଦେଖି ,

କୁନି:- ଭାଇ, କଣ ହେଲା ? ତୁ କଣ ଘରକୁ ଯାଇନୁ ?

ଅବିନାଶ୍ :- ହଁ ଯାଇଥିଲି , କିନ୍ତୁ ଫେରି ଆସିଲି I

କୁନି:- କଣ ପାଇଁ , କଣ ହେଲା?

ଅବିନାଶ୍:- କୁନି, ତୋ ବ୍ଲଡ଼ କି ମୋ ବ୍ଲଡ଼ ,ମା କି ବାପା କାହା ସହ ବି ମେଳ ଖାଉନି I କାହିଁକି ? ଅମେ କଣ ସେମାନଙ୍କ ପିଲା ନୁହଁ ? ସେମାନେ କଣ ଆମକୁ କେଉଁଠୁ ନେଇ କି ଆସିଛନ୍ତି ? ଅମେ କଣ ଅନାଥ ?

ସୁଦିପ୍ତା :- ନାଁ,ତମେ ମାନେ ଅନାଥ ନୁହଁ I ତମେ ମାନେ ତାଙ୍କ ପୁଅ ଝିଅ I ତାଙ୍କ ଜୀବନ I

ଅବିନାଶ୍:-ଅସମ୍ଭବ ମାଉସୀ I ତେବେ ବ୍ଲଡ଼ କାହିଁକି ମ୍ୟାଚ କରୁନି ? ସେମାନେ ନିଶ୍ଚୟ ଠକ I ମେଡିକାଲ ସାଇନସ କେବେବି ଭୁଲ୍ ହୋଇନପାରେ I ସେମାନେ ଆମକୁ କିଛି ଲୁଚାଇଛନ୍ତି I ଆମ ବାପା ମାଙ୍କ ପାଖରୁ ଦୁରେଇ ରଖିଛନ୍ତି I ଆମେ ସେମାନଙ୍କୁ କ୍ଷମା କରି ପାରିବୁନି I ସେମାନେ ଠକ !! ଠକ !! ଠକ !! I

ସୁଦିପ୍ତା:- ହଁ ସେମାନେ ଠକ I କିନ୍ତୁ ନିଜେ ନିଜକୁ ଠକିଛନ୍ତି I ତୁମ ମାନଙ୍କୁ ନୁହଁ I ମୁଁ ସେମାନଙ୍କୁ ସେବେଠୁ ଜାଣିଚି, ଯେବେ ସେମାନେ ପଢା ସାରି କି ଚାକିରୀ ଖୋଜିବାକୁ ଦିଲ୍ଲୀ ଆସିଥିଲେ I ତୋ ମା ଆଉ ମୋର ଦେଖା ଗୋଟେ କୋଚିଂ ସେଣ୍ଟର ରେ I ଆମେ ଏକାଠି କୋଚିଂ ନେଉଥିଲୁ I କିଛିଦିନ ପରେ ମୁ ଜାଣିଲି ଯେ ତୋ ମା ଗୋଟେ ପିଲା କୁ ଭଲ ପାଏ I ତାପରେ କିଛି ଦିନ ପରେ ତୋ ବାପାଙ୍କ ସହ ଦେଖା ହେଲା I ସେବେଠୁ ଆମେ ସମସ୍ତେ ସାଂଗ ହେଇ କି ଅଛୁ I ସେଠାରେ ଦିନ ଗୁଡା କେମିତି ବିତି ଯାଉଥିଲେ ଜଣା ପଡୁ ନଥିଲା I ସେତେବେଳେ ଆମେ ସାଂଗମାନେ ଜାଣିଲୁ ଯେ ତୋ ମା ଆଉ ବାପା ଛୋଟ ବେଳୁ ଦି ଜଣ ଦି ଜଣଙ୍କୁ ଭଲପାନ୍ତି I

କିଛି ଦିନ ପରେ ତୋ ମାକୁ ଚାକିରୀ ମିଳିଗଲା ଦିଲ୍ଲୀ ରେ ଆଉ କିଛିଦିନ ପରେ ତୋ ବାପାଙ୍କୁ ଚାକିରୀ ମିଳିଲା ଧାମରା ରେ I ତୋ ବାପା ଆଉ ମା ଅଲଗା ହୋଇଗଲେ I କିନ୍ତୁ କେବେବି ଦୁଇ ଜଣକ ଭିତରେ ଭଲ ପାଇବା କମ୍ ହୋଇନି I ଦିଲ୍ଲୀରେ ରହି ତୋ ମା ତାଙ୍କ ଘର ଲୋକଙ୍କୁ ଆଉ ତୋ ବାପା ତାଙ୍କ ଘର ଲୋକଙ୍କୁ ସାହାଯ୍ୟ କରୁଥିଲେ I କିଛିଦିନ ପରେ ସେମାନେ ନିସ୍ପତି ନେଲେ ସେମାନେ ବାହା ହେବେନି କିନ୍ତୁ ଏକାଠି ରହିବେ ଯେତେବେଳେ ଦୁଇଜଣଙ୍କ ଗାଁ ଲୋକ ଏମାନଙ୍କ ବାହାଘରକୁ ବିରୋଧ କଲେ I ତମେ ମାନେ ଜାଣିନ, ସେମାନେ ଆଜି ଯାଏ ବାହା ହୋଇ ନାହାନ୍ତି I ତ ତୁମେମାନେ କେମିତି ଜନ୍ମ ହେବ ଆଉ ତମ ମାନଙ୍କ ସହ ସେମାନଙ୍କ ବ୍ଲଡ଼ କେମିତି ମିସିବ ?

ଅବିନାଶ୍ ଓ କୁନି ଏକସ୍ବରରେ :- କଣ? ସେମାନେ ବାହା ହୋଇ ନାହାନ୍ତି?

ଅବିନାଶ୍ :- ତେବେ ଦାଣ୍ଡ ଘରେ ଯେଉଁ ଫୋଟୋ ଟା ଅଛି ସେ କାହାର ?

ସୁଦିପ୍ତା:- ସେଟା ଏଡିଟ କରା ହୋଇଛି I ତା କି ତମମାନଙ୍କୁ ଲାଗିବ ଯେ ସେମାନେ ବାହା ହୋଇଛନ୍ତି I

କୁନି:- ଆଉ ଆମେ?

ସୁଦିପ୍ତା:- ଏକଥା ସେମାନେ ତମକୁ ଜଣାଇ ନାହାନ୍ତି I ଆଜି ସେମାନଙ୍କୁ ଠକ ବୋଲି କହିଲା ପରେ ମୁଁ ସହି ପାରିଲି ନାହିଁ I ସେଥିପାଇଁ କହିଦେଲି I

ଅବିନାଶ୍ :- ମାଉସୀ ଆମେ କାହାର ପୁଅ ଝିଅ ? ଦୟା କରି ଆମକୁ କୁହ I

ସୁଦିପ୍ତା:- ତମେମାନେ ? ମୁଁ ସବୁବେଳେ ସେମାନଙ୍କୁ କହେ ଯେ "ତୁମେ ତ ଏକାଠି ରହିଲ I ବାହା ନହେଲେ ନାହିଁ ଗୋଟେ ଛୁଆ ଜନ୍ମ କର " କିନ୍ତୁ ସେମାନେ ସବୁବେଳେ ମୋ କଥା କୁ ଟାଳି ଦିଅନ୍ତି I ସେତେବେଳେ ମୁଁ ଚେନାଇରେ ଚାକିରୀ କରୁଥାଏ I ସେମାନେ ମୋ ପାଖକୁ ବୁଲିବାକୁ ଆସିଥାନ୍ତି I ତାପରେ ଆମେ ସବୁ କେରଳ ବୁଲିବାକୁ ଗଲୁ I ତୋ ବାପା ମା ସକାଳୁ ମର୍ନିଙ୍ଗ ୱାକ ରେ ଯାଇଥାନ୍ତି I ସେମାନେ ସକାଳୁ ସକାଳୁ ହୋଟେଲ୍ ରୁ ବାହାରି ଗଲେ I ବାଟରେ ହସ୍ପିଟାଲ୍ ପଡେ I ହସ୍ପିଟାଲ୍ ବାହାରେ ଗୋଟେ ଦୁଇ ମାସର ପିଲା ତା ମଲା ମା ପାଖରେ ପଡି କାଂଦୁଥାଏ I ସବୁ ଲୋକ ଦେଖୁଥାନ୍ତି କିନ୍ତୁ କେହି କିଛି କରୁନଥାନ୍ତି I ଏମାନେ ବୁଲି କି ଫେରିଲା ବେଳକୁ ଏଇ ଘଟଣା ଦେଖିଲେ ଓ ଆଖ ପାଖ ଲୋକଙ୍କୁ ପଚାରି କି ଜାଣିଲେ ଯେ , ସେ ମହିଳା ଗୋଟେ ପାଗେଳି I ବର୍ଷେ, ଦେଢ ବର୍ଷ ପୁର୍ବରୁ ସେ ଏଠାରେ ବୁଲାବୁଲି କରୁଥିଲା I କିଛି ଅସାମାଜିକ ଯୁବକଙ୍କ ଦୁଷ୍କର୍ମ ର ଶିକାର ହେବା ପରେ ସେ କୁଆଡେ ଚାଲିଗଲା ଆଉ ଏବେ ତିନି ମାସ ପୁର୍ବରୁ ଏଠିକି ଆସିଥିଲା I କିଛି ଦିନ ପୁର୍ବରୁ ହସ୍ପିଟାଲ୍ ରେ ଗୋଟେ ପୁଅ ଜନ୍ମ କଲା I କିଛିଦିନ ଏଠି ସେଠି ବୁଲିବା ପରେ ଖାଇବା ଓ ଔଷଧ ନପାଇ ଆଜି ସକାଳେ ମରିଗଲା I ତୋ ବାପା ଆଉ ମା ପାଗେଳି ର ଦାହ ସଂସ୍କାର ସାରି ସଂଧ୍ୟା ରେ ଫେରିଲେ ଓ ତୋତେ ମୋ ହାତକୁ ବଢେଇ ଦେଇ କହିଲେ "ଇଏ ଆମ ପୁଅ I ସବୁବେଳେ କହୁଥିଲୁ ନା -ଛୁଆ ଜନ୍ମ କର ବୋଲି " I

ସୁଦିପ୍ତା କିଛି ସମୟ ଚୁପ୍ ରହିଲେ I କୁନି ଆଖିରୁ ଲୁହ ପୋଛି ପଚାରିଲା ଆଉ ମୁଁ?

ସୁଦିପ୍ତା:- ତୋ ବାପା ଯେଉଁ କମ୍ପାନୀ ରେ ଚାକିରୀ କରୁଥିଲେ,ସେଠାରୁ ଘର ବାର କିଲୋମିଟର୍ ଦୁର I ସେ ସବୁଦିନ ୧୦ ଟା ରେ ଯାଇ ୭.୩୦ ରେ ଘରକୁ ଆସନ୍ତି I ସେଦିନ ବହୁତ୍ କାମ ଥାଏ I ତାଙ୍କର ଫେରିବାରେ ବିଳମ୍ବ ହେଲା I କିଛି କାମ ସାରି କି ଆସିବାକୁ ଥିଲା I ବାଟରେ ଗୋଟେ ନିଛାଟିଆ ଯାଗା ପଡେ I ସେ ତରତର ରେ ଆସୁ ଆସୁ ଗୋଟେ କଅଁଳା ଛୁଆ ର କାନ୍ଦ ଶୁଭିଲା I ତୋ ବାପା ଗାଡି ରଖି ଆଗକୁ ଗଲେ I ମୋବାଇଲ୍ ଲାଇଟ୍ ରେ ଦେଖିବା ବେଳକୁ "ଗୋଟେ କଅଁଳା ଛୁଆ ଗୋଟେ ଛିଡା ଚାଦର ଘୋଡି ହୋଇଛି ଆଉ ତା ଚାରିପଟେ ପିମ୍ପୁଡି ବେଢି ଗଲେଣି " I ସେ ରାହାଧରି କାନ୍ଦୁଥାଏ I ତୋ ବାପା ତାକୁ କୋଳକୁ ନେଇ ବୋତଲ ରୁ ପାଣି ପିଆଇଲେ ଓ କିଛି ସମୟ ଅପେକ୍ଷା କଲେ I ଅଧଘଣ୍ଟା ଯାଏ କେହି ନ ଆସିବାରୁ ସେ ପିଲାକୁ ନେଇ ଘରକୁ ଆସିଲେ I ଆଉ ତୋ ମା ବି ତାକୁ ଦେଖି ବହୁତ୍ ଖୁସି I ଗୋଟେ ପୁଅ ଥିଲା ଏବେ ଗୋଟେ ଝିଅ ଆସିଗଲା I ମୋତେ ଫୋନ୍ କରି ଦୁଇ ଜଣ ଯାକ କହିଲେ ଆମେ ବାହା ନହେଲୁ ନାହିଁ କିନ୍ତୁ ଦୁଇ ଦୁଇଟା ପିଲାଙ୍କର ବାପା ମା I ଏବେ କହ କଣ କହୁଚୁ ? ମୁଁ ସେଦିନ ସେମାନଂକୁ କିଛି କହି ପାରି ନଥିଲି I ସେମାନଙ୍କ ତ୍ୟାଗ ଆଗରେ ମୁଣ୍ଡ ନୁଆଇଁ ଦେଇଥିଲି I

ଅବିନାଶ୍:- କିନ୍ତୁ ମାଉସୀ ,ସେମାନେ ବାହା କଣ ପାଇଁ ହେଇନଥିଲେ ?

ସୁଦିପ୍ତା ପୁଣି କହିବାକୁ ଆରମ୍ଭ କଲେ I ତୋ ବାପା ଆଉ ମା ବିଷୟରେ ତୋ ମା ର ଘର ଲୋକ ସମସ୍ତେ ଜାଣିଥିଲେ I କିନ୍ତୁ ତୋ ବାପା ତାଙ୍କ ଘରେ କିଛି ଜଣାଇ ନଥିଲେ I ସେ ଅପେକ୍ଷା କରିଥିଲେ ଯେ ସମୟ ଆସିଲେ କହିବେ I କାରଣ ତୋ ମା ଆଉ ବାପାଙ୍କର ଜାତି ଅଲଗା I ତୋ ବାପା ଗୌଡ ଆଉ ମା କୁମ୍ଭାର I ସେମାନେ ଗୋଟେ ଗାଁ ର I ଗାଁ ଲୋକ ସେମାନଙ୍କ ବାହାଘର କୁ ବିରୋଧ କରିବେ I ଏ ବିସୟ କୁ ନେଇ କି ସେ ଗାଁ ରେ ଅସାନ୍ତି ଚାହୁଁ ନଥିଲେ I କିଛିଦିନ ପରେ ତୋ ବାପା ତାଙ୍କ ଘରେ ଏକଥା କହିଲେ କିନ୍ତୁ ତୋ ମା , ବାପାଙ୍କର ଘର ଲୋକ ଏହାକୁ ବିରୋଧ କଲେ I ସେମାନେ ବାହାଘର ପାଇଁ ଅନୁମତି ଦେଲେ ନାହିଁ I ଗାଁ ରେ ବି ଏଇ ବିସୟ କୁ ନେଇ ବହୁତ୍ ପାଟିତୁଣ୍ଡ ହେଲା ଆଉ ଗାଁ ବାଲା ମନା କଲେ ଏମାନଙ୍କୁ ଗାଁ କୁ ଆସିବାକୁ I ଘରଲୋକ ବି ବାହାଘର ପାଇଁ ଅନୁମତି ଦେଲେନାହିଁ I ସେଇଠାରୁ ତୋ ବାପା ନିସ୍ପତି ନେଲେ ଯେ ଯଦି ବାହା ହେବେ, ତେବେ ତୋ ମା କୁ, ଆଉ ବାପା ମା ଙ୍କ ଅନୁମତି ମିଳିଲେ ନହେଲେ ତୋ ଜେଜେବାପା,ଜେଜେମା ଆଉ ଅଜା,ଆଇ ବଞ୍ଚିଥିବା ଯାଏ ବାହା ହେବେ ନାହିଁ I ତୋ ମା ବି ଏଇ କଥା କୁ ମାନିନେଲା I ଆଉ ସେମାନେ ଆଜି ଯାଏ ବାହା ହେଇ ନାହାନ୍ତି I ଏପରିକି ତୋ ଜେଜେବାପା,ଜେଜେମା ଆଉ ଅଜା,ଆଇ ସମସ୍ତେ ଚାଲିଗଲା ପରେ ବି I ଆଉ ତୁମ ଦୁଇ ଜଣଂଙ୍କୁ ପାଇଲା ପରେ ସେମାନେ ସବୁ ଭୁଲି ଗଲେ I ତୋ ବାପା ମା ସବୁବେଳେ ଚାହୁଁଥିଲେ ତୋତେ ଡାକ୍ତର କରିବା ପାଇଁ କାରଣ ତୋ ନିଜ ମା (ପାଗେଳି ) ର ମୃତ୍ୟୁ ଖରାପ ଖାଇବା ଆଉ ଓଉସଦ ଅଭାବ ରୁ ହୋଇଥିଲା I

ସୁଦିପ୍ତା ଏତିକି କହି ଚୁପ୍ ରହିଲେ I ଆଉ ତିନି ଜଣ ଯାକ , କେହି କାହାକୁ କିଛି ନକହି ନିରବ ରେ ଲୁହ ପୋଛୁଥିଲେ I

 

ତିନି ମାସ ପରେ...

 

ଘର ଆଗରେ ଲେଖା ଥିଲା "ବାପା ସହିତ ମାମା" ର ବାହାଘର I


Rate this content
Log in

Similar oriya story from Inspirational