Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନିୟତିର ଖେଳ
ନିୟତିର ଖେଳ
★★★★★

© Sasmita Rout

Inspirational Others Tragedy

4 Minutes   7.0K    15


Content Ranking

ଅନ୍ଧାର ଘନେଇ ଲାଣି,ତଥାପି ତା'ର ନିଘା ନାହିଁ । ସେମିତି ହିଁ ଛାତ ଉପରେ ବସି ଗୋଟିଏ ଦୃଷ୍ଟିରେ ଚାହିଁ ଳହିଥିଲା ଆକାଶକୁ ମିଞ୍ଜି ମିଞ୍ଜି ନକ୍ଷତ୍ର ଭିତରେ ସେ ତା' ମାଆକୁ ଖୋଜୁଥିଲା । ତାକୁ ଯେତେବେଳେ ସାତବର୍ଷ, ତା ମାଆ ତାକୁ ଛାଡି ଚାଲିଗଲା । ମାର ମୁହଁଟିକୁ ବି ସେ ମନେ ପକାଇବାକୁ ସମର୍ଥ ହୁଏନି । ବାପା ନୂଆ ମାଆଟିକୁ ଆଣି ତାକୁ ଦେଲା ପରେ ସେ ତା ମାଆକୁ ଭୁଲି ଯାଇଛି । ବା ,ଏମିତି ବି ହୋଇପାରେ ସେ ଜାଣି ଜାଣି ଭୁଲିବାକୁ ପ୍ରୟାସ କରୁଛି ।

ମିତା ...ମିତା....

ବାପାଙ୍କ ଡାକରେ ପ୍ରକୃତିସ୍ଥ ହେଲା ସେ । "ଏତେ ରାତି ଯାଏଁ ଏଇଠି ଏକା କଣ କରୁଛୁ"? । ବାପାଙ୍କୁ ଉତ୍ତର ଦେବା ଆଗରୁ ସେ ତାର ଗଡ଼ି ଯାଉଥିବା ଲୁହ ଗୁଡିକୁ ପୋଛି ପକାଇଲା । ବୁଲିପଡ଼ି ବାପାଙ୍କୁ କହିଲା କିଛି ନାହିଁ ଏମିତି ବସିଥିଲି । ବାପା ପାଖରେ ବସି ମୁଣ୍ଡରେ ହାତ ବୁଲାଇ ଆଣି କହିଲେ । ମୁଁ ଜାଣେ ହଠାତ ବାହାଘର ପ୍ରସ୍ତାବ ଶୁଣି ତର ମନ ଦୁଃଖ । ତର ଆଗକୁ ପଢିବାର ଇଚ୍ଛା ଥିଲା ,ମୁଁ ମଧ୍ୟ ଚାହୁଁ ଥିଲି ତୁ ଆଗକୁ ପଢ଼ । ହେଲେ ମୁଁ କଣ ଦେଖୁନାହିଁ ତର ନୂଆ ମାର ତ ସହ ବ୍ୟବହାର । ସକାଳୁ ଠାରୁ ଘରର ସବୁକାମ କରୁଛୁ ,ତର ସାନଭାଇ ଭଉଣୀଙ୍କୁ ନିଜର ଭୋଳି ସ୍ନେହ ଦେଉଛୁ । ହେଲେ ସେମାନେ କଣ ତ ଭଲପାଇବାର ମୂଲ ବୁଝୁଛନ୍ତି,ତତେ ନିର୍ଦ୍ଧୟ ଭାବରେ ଖଟଉଛନ୍ତି । ତେଣୁ ଏତେବଡ଼ ଘରୁ ଯେତେବେଳେ ପ୍ରସ୍ତାବ ଆସିଲା ମୁଁ ରାଜି ହୋଇଗଲି । ସେଠି ତୁ ରାଣୀ ଭୋଳି ରହିବୁ । ତା ଛଡ଼ା ବିଶ୍ଵଜିତ୍ ମୋର ପିଲା ଦିନର ବନ୍ଧୁ । ଏଇ ଗାଁ ସ୍କୁଲରେ ସାଙ୍ଗରେ ପଢୁଥିଲୁ,ସେ ଅଧିକ ପଢ଼ି ସହରରେ ଚାକିରୀ କଲା । ସେଠି କୋଠା ବାଡି କିଣି ରହିଲା, ଆଉ ମୁଁ ଏଇ ଗାଁରେ ପୋଷ୍ଟ ମାଷ୍ଟର ଚାକିରିଟେ ପାଇ ରହିଗଲି । ଆଜିକାଲି ତାଙ୍କ ସ୍ତ୍ରୀଙ୍କ ଦେହ ଭଲ ରହୁନଥିବାରୁ ତାଙ୍କ ଗୋଟେ ବୋଲି ପୁଅ ପାଇଁ ଝିଅ ଟିଏ ଖୋଜୁଥିଲେ  । ଆଉ ସେଦିନ ଗାଁକୁ ଆସିଥିବା ବେଳେ ତତେ ଦେଖି ପସନ୍ଦ କଲେ । ଭାରି ଭଲଲୋକ ସେମାନେ ତତେ ଭାରି ଭଲରେ ରଖିବେ । ମିତା ବାପାଙ୍କ ଆଖିରୁ ଗଡି ଆସୁଥିବା ଦୁଇ ଧାର ଲୁହକୁ ପୋଛୁ ପୋଛୁ କହିଲା । ବାପା ମୁଁ ଜାଣେ ତୁମେ ନିଶ୍ଚୟ ମୋର ଭଲ ପାଇଁ ଏ ପ୍ରସ୍ତାବରେ ରାଜି ହୋଇଥିବ । ହେଲେ ମୁଁ ଯିବା ପରେ ତୁମର ଯତ୍ନ କିଏ ନେବ । ଆରେ ତୁ କଣ ସବୁ ଦିନ ମୋ ପାଖରେ ରହିପାରିବୁ । ଏଥର ଚାଲ ତଳକୁ ବହୁତ ଡେରି ହୋଇଗଲାଣି । ରାତି ପାହିଲେ ବାହାଘର ,ବନ୍ଧୁ ବାନ୍ଧବଙ୍କୁ ଦେଖିବାକୁ ପଡ଼ିବ । କେତେ କାମ ପଡିରହିଛି ସେସବୁକୁ ସଜାଡ଼ିବାକୁ ପଡ଼ିବ ।

ନୂଆ ସଂସାର ପୁଣି ଏତେବଡ଼ ଘରକୁ ଚାକର ବାକର ଭର୍ତ୍ତି, ମିତା କିଛି ସ୍ଥଳକୂଳ ପାଉନଥାଏ । ଶାଶୁ ଭାରି ସ୍ନେହି ଝିଅ ଭୋଳି ଦେଖୁଥାନ୍ତି,ତଥାପି ଯେହେତୁ ସେ ଘରର ବୋହୂ ସମସ୍ତଙ୍କ ଦେଖାଶୁଣା କରିବା ତାର କର୍ତ୍ତବ୍ୟ । ଅଳ୍ପଦିନରେ ସେ ଶାଶୁ ଶ୍ବଶୁରଙ୍କର ଆପଣାର ହୋଇଗଲା ହେଲେ ଶଶାଙ୍କ ପାଖରେ ସେତେଟା ନିଜର ହୋଇ ପାରିନଥିଲା । ଶଶାଙ୍କ ମଧ୍ୟ ତାଙ୍କ ଆଡୁ କେବେ ଚେଷ୍ଟା କରିନାହାନ୍ତି ଆନ୍ତରିକତା ବଢ଼ାଇବା ପାଇଁ । ଏହା ଭିତରେ ଛୁଟି ସରି ଆସିଲା ସେ ଭୂବନେଶ୍ୱର ବାହାରିଲେ ।

ପ୍ରଥମେ ପ୍ରଥମେ ପ୍ରତ୍ୟେକ ସପ୍ତାହ ଶଶାଙ୍କ ଘରକୁ ଆସୁଥିଲେ । ପରେ ପରେ ଆସିବା କମିଗଲା ,ମାସରେ ଥରେ ପୁଣି ବର୍ଷରେ ଥରେ ଦୁଇଥର ଆସିଲେ । ଏହା ଭିତରେ ତାଙ୍କ ମାଙ୍କ ଦେହ ଅଧିକ ଖରାପ ହେବାର ଲାଗିଲା, ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା । ସେ ଶଶାଙ୍କଙ୍କୁ ଖୋଜିବାରୁ ତାଙ୍କ ପାଖକୁ ଖବର ପଠାଗଲା । ସେ କିଛି ଦିନ ଛୁଟି ନେଇ ଆସିଲେ,ହେଲେ ଏହା ଭିତରେ ତାଙ୍କ ମା ସମସ୍ତଙ୍କୁ ଛାଡି ଚାଲିଗଲେ ।

ମିତା ପୁରା ଭାଙ୍ଗି ପଡିଲା,ସହଜେ ସେ ପିଲା ଦିନରୁ ମା ସ୍ନେହ ପାଇନଥିଲା । ସେ ଶାଶୁ ରୂପରେ ମାକୁ ପାଇ ଯାଇଥିଲା,ସେତକ ବି ଆଜି ହରାଇ ଦେଲା । ତଥାପି ତାକୁ ଧର୍ଯ୍ୟ ଧରିବାକୁ ପଡ଼ିବ, ଶଶୁରଙ୍କ ପରାମର୍ଶରେ ସମସ୍ତ କର୍ମ ଉଠାଇବାକୁ ପଡ଼ିବ । ଶାଶୁ ତା'ର ଭାରି ସ୍ନେହି ଭଲ ମଣିଷଟେ ଥିଲେ,ତାଙ୍କ କର୍ମ ବା କିଛି ଅଘଟଣ ଘଟିପାରେ । ସମସ୍ତଙ୍କ ସହଯୋଗରେ କର୍ମ ସୁରୁଖୁରୁରେ ଉଠିଗଲା । ଶଶାଙ୍କ ଏଥର ଭୁବନେଶ୍ଵର ବାହାରିଲେ,ମିତାର ଇଚ୍ଛା ହେଉଥିଲା ଆଉ କିଛି ଦିନ ତାଙ୍କୁ ଅଟକିବା ପାଇଁ କହନ୍ତା । ହେଲେ ସେ କିଛି ବି କହି ପାରିନଥିଲା । ସେତ ଜନ୍ମଠାରୁ କାହାରି ପଖରେ କିଛି ଅଳୀ କରିପାରି ନାହିଁ ଆଜି ବା କେମିତି କିଛି କହିପାରି ଥାନ୍ତା । କିନ୍ତୁ ଶଶୁର ତା'ର କଣ ବୁଝିଲେ କେଜାଣି ଶଶାଙ୍କଙ୍କୁ ଡାକି କହିଲେ  । ଆରେ ବାହାଘର ଠାରୁ ମିତା ଆମର କୁଆଡେ ଯାଇନାହିଁ । ତର ମାର ଦେହ ଖରାପ ଥିବା କଥା କହି ଭୁବନେଶ୍ୱର ଯିବାକୁ ମନା କରିଦେଇ ଥିଲା, ଏବେ ତ ସେ ଆମକୁ ଛାଡ଼ି ଚାଲିଗଲା  । ଏବେ ମିତାକୁ ସାଙ୍ଗରେ ଭୁବନେଶ୍ୱର ନେଇଯା ,ପରିବେଶ ପରିବର୍ତ୍ତନ ହେଲେ ତାକୁ ବି ଟିକେ ଭଲ ଲାଗିବ । ମିତା ଶଶୁରଙ୍କ ପାଇଁ ଖାଇବା ନେଇ ଆସୁଥିଲା, କବାଟ ପାଖରେ ଅଟକିଗଲା ତା ଆଖିରୁ ଦୁଇ ଧାଳ ଲୁହ ବହିଗଲା । ଶଶାଙ୍କ କିଛି ନ କହି ବାହାରକୁ ଚାଲି ଗଲେ । ମିତା ଶଶୁରଙ୍କ ପାଖକୁ ଆସି କହିଲା, ବାପା ଏକଣ କହିଛନ୍ତି ମୁଁ ଚାଲିଗଲେ ଆପଣଙ୍କ ଦେଖାଶୁଣା କିଏ କରିବ । ଆରେ ସେଥିପାଇଁ ବ୍ୟସ୍ତ ହନା ଘରେ ଚାକର ବାକର ଅଛନ୍ତି ,ତାଛଡ଼ା ମୋ ହାତଗୋଡ଼ ଚାଲିଛି । ଭୁବନେଶ୍ୱର କିଛି ଦିନ ବୁଲିଆସ ,ଭଲ ନଲାଗିଲେ ପଳେଇ ଆସିବୁ ।

ଛୋଟ ସରକାରୀ କ୍ବାର୍ଟର ,ସାମନାରେ ବାରଣ୍ଡାକୁ ଲାଗି ଛୋଟ ବଗିଚାଟିଏ ମଧ୍ୟ ଅଛି । ଅବଶ୍ୟ ଯତ୍ନ ଅଭାବରୁ ଶ୍ରୀହୀନ ହୋଇ ଯାଇଛି । ସକାଳ ୯ଟାରେ ଶଶାଙ୍କ ଅଫିସ ବାହାରନ୍ତି । ମିତା ତା ପୂର୍ବରୁ ଟିଫିନ୍ ,ଚା ରେଡି କରିଦିଏ । ପ୍ରାୟତଃ ଶଶାଙ୍କ ଲଞ୍ଚ୍ ବାହାରେ କରନ୍ତି । ଅଫିସ ପିଅନ ଆସି ଆବଶ୍ୟକ ଜିନିଷପତ୍ର ଆଣି ଦେଇ ଯାଏ । ଏଠି କିଛି କାମ ନାହିଁ ମିତା ଅଧିକାଂଶ ସମୟ ବଗିଚାରେ ଗଛ ମାନଙ୍କର ଯତ୍ନ ନେବାରେ କଟେ । ଅଳ୍ପ କିଛି ଦିନରେ ଛୋଟ ବଗିଚାଟି ତାର ହସିବାକୁ ଲାଗିଲା । ମିତା ଛୋଟ ଫୁଲ ଗୁଡ଼ିକୁ ଦେଖି ଭାବୁଥାଏ ତା ଜୀବନରେ ଏମିତି ପୁଲକ କେବେ ଆସିବ କେଜାଣି ।

ପୂର୍ଣ୍ଣିମା ସେଥିପାଇଁ ବଗିଚା ସାରା ଜ୍ୟୋସ୍ନାର ଆଲୁଅ ବିଛିଡି ପଡିଛି । ମିତାକୁ ତ ଏମିତିରେ ମିଞ୍ଜି ମିଞ୍ଜି ତାରା ନିରୋଳା ଆକାଶ ଭାରି ପସନ୍ଦ । ସେ ବାରଣ୍ଡାରେ ପଡ଼ି ଥିବା ଚେୟାରରେ ବସି ଆକାଶକୁ ଚାହିଁ ନିଜକୁ ହଜାଇ ଦେଇଥାଏ । ହଠାତ୍ ଗାଡ଼ି ଶବ୍ଦରେ ପ୍ରକୃତିସ୍ଥ ହେଲା, ଶଶାଙ୍କ ପ୍ରଥମେ ଗାଡିରୁ ଅହ୍ଲାଇଲେ ତାଙ୍କ ପରେ ପରେ ଝିଅଟିଏ ଗାଡ଼ିରୁ ଅହ୍ଲାଇ ତାଙ୍କ ପାଖକୁ ଲାଗି ଆସିଲା । ସେମାନେ ନିଜ ଭିତରେ ହଜି ଯାଇଥାନ୍ତି,ମିତା ଜହ୍ନ ଆଲୁଅରେ ସେମାନଙ୍କୁ ସ୍ପଷ୍ଟ ଭାବରେ ଦେଖି ପାରୁଥାଏ । ତା ପାଦତଳୁ ଯେମିତି ମାଟି ଖସିଗଲା, ସେ ନିଜକୁ ସମ୍ଭାଳି ଚେୟାରରେ ବସି ପଡ଼ିଲା । ବେଶ କିଛି ସମୟ ପରେ ଶଶାଙ୍କ ଫେରିଲେ  । ମିତାକୁ ବାରଣ୍ଡାରେ ଦେଖି ହଠାତ୍ ଆତର୍କିତ ହୋଇ ପଡିଲେ,ଘରକୁ ପଶିଗଲେ । ମିତା ବେଶ କିଛି ସମୟ ସ୍ଥାଣୁ ହୋଇ ବସି ରହିଲା । ପୁଣି ନିଜକୁ ଦୃଢ କଲା,ତାକୁ ଏବେ ନିରବତାକୁ ଭାଙ୍ଗିବାକୁ ପଡ଼ିବ । ସେ ଶଶାଙ୍କ ପାଖକୁ ଯାଇ ସାହସ କରି ପଚାରିଲା ସେ ଝିଅଟି କିଏ ? । ଶଶାଙ୍କ କିଛି ସମୟ ଚୁପ ରହି କହିଲେ,ସେ ଆଦ୍ୟାଶା ଆମେ ଅଫିସରେ ସାଙ୍ଗରେ କାମକରୁ । ତୁମକୁ ବିବାହ କରିବା ପୂର୍ବରୁ ଆମ୍ଭେ ଉଭୟ ଉଭୟଙ୍କୁ ଭଲପାଉଥିଲୁ । ମୁଁ ଏ ବିଷୟରେ ଘରେ କହିବା ପୂର୍ବରୁ ବାପା ତୁମ ସହ ମୋର ବିବାହ ହଠାତ୍ ଠିକ୍ କରିଦେଲେ । ମିତାର ଆଉକିଛି ବୁଝିବାର କିମ୍ବା ଶୁଣିବାର ବାକି ନଥିଲା, ସେ ବେଡରୁମର ଅନ୍ଧାରରେ ଆଖି ଲୁହ ଓ ହୃଦୟର କୋହ ଭିତରେ ରାତି ତମାମ ନିଜକୁ ଖୋଜିଲା । ନୂଆ ସକାଳର ସୂର୍ଯ୍ୟର ସହ ନୂଆ ମିତାର ଜନ୍ମ ହେଲା । ଠାକୁରଙ୍କ ଆଶୀର୍ବାଦ ନେଇ ସେ ନୂତନତାର ଅନୁସରଣରେ ବାହାରିଗଲା । ଶଶାଙ୍କ ଅଫିସ ଯିବା ଆଗରୁ ଡିଭର୍ସ ପେପର ତାଙ୍କ ହାତକୁ ବଢାଇ ଦେଲା । ସେ ଗୋଟେ ନଜର ଫେରାଇ ଆଣି ଦସ୍ତଖତ କରିଦେଲେ,କାରଣ ତାଙ୍କର ଆଉ କିଛି ବୁଝିବା ବାକି ନଥିଲା । ମିତା ଓଠରେ ଧାରେ ହସ ଖେଳିଗଲା । ବଗିଚାରେ ହସୁଥିବା ଫୁଲ ପରି ସୁନ୍ଦର ସରଳ ଥିଲା ସେ ହସ ।

ସେ ଶ୍ଵଶୁରଙ୍କ ପାଖକୁ ଆସି କାଗଜଟି ବଢାଇଦେଇ କହିଲା ବାପା ,ମୁଁ ଆଉ ତୁମର ବୋହୂ ହୋଇ ନାହିଁ । ସେ ମିତା ମୁଣ୍ଡରେ ହାତ ରଖି କହିଲେ ତୁ ଏଘରକୁ ବୋହୂ ହୋଇ ଆସିଥିଲୁ ସତ ହେଲେ ଆମ ପାଇଁ ପରା ଝିଅ । ତୁ ଆମର ଝିଅ ଥିଲୁ ଓ ସବୁ ଦିନ ପାଇଁ ଝିଅ ହୋଇ ରହିବୁ । ସେ ଆଲମାରୀରୁ ଫାଇଲ ଗୋଟେ ଆଣି ମିତା ହାତକୁ ବଢାଇଦେଲେ । ଘରଟି ତା ନାମରେ କରିଦେଇଛନ୍ତି ତା ସହ କଲେଜର ଏଡ଼ମିସନ୍ ଫର୍ମ । ମିତା ଆଖିରେ ଲୁହର ଧାର ସେ ବାପା... ବାପା...କହି ପଦତଳେ ଲଟିଗଲା  । ତାକୁ ତଳୁ ଉଠାଇ ନେଇ କହିଲେ ଆରେ ଝିଅର ଯାଗା ପାଦ ତଳେ ନୁହେଁ ବାପର ହୃଦୟରେ ।

ସସ୍ମିତା ରାଉତ

ସୋର, ବାଲେଶ୍ବର

ଅନ୍ଧାର ଶଶାଙ୍କ ମିତା

Rate the content


Originality
Flow
Language
Cover design

Comments

Post

Some text some message..