Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଜା ବୁଝିଲେ ନିଜର ଭୁଲ୍
ଅଜା ବୁଝିଲେ ନିଜର ଭୁଲ୍
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Classics

5 Minutes   7.3K    10


Content Ranking

ମଲିକ୍ ଶ୍ରୀ ପ୍ରାଣକୃଷ୍ଟ

କଇଁ ସାରିଆ ଗାଁର ଅଜା କାଶିଆ l ସେ ଯେମିତି ଖୁସି ବାସିଆ, ସେମିତି ରସରସିଆ l ସବୁ ବେଳେ ହସ ହସ ମୁଁହ l ମନମଉଜିଆ କଥାର ସୁଅ, ଛୁଟାନ୍ତି l ରସିକ ପଣରେ ତାଙ୍କୁ କେହି ବଳେଇ ଯାଇ ନାହାନ୍ତି l ହେଲେ ଅଜାଙ୍କର ଗୋଟିଏ ଝୁଙ୍କ୍ l ସେ ତାସ୍ ଖେଳରେ ଓସ୍ତାଦ୍l ସେ ଖେଳରେ ବସିଲେ ଭୋକ ଶୋଷ ଭୁଲିଯା’ ନ୍ତି l ସ୍ଥାନ-କଳ-ପାତ୍ର, ସମୟ ଅସମୟରେ ବାଛ ବିଚାର ରଖନ୍ତି ନାହିଁ l ତେଣୁ ଅଜା ଟିକିଏ ଦୂରେଇ ଯାଇ ତାସ୍ ଖେଳନ୍ତି l ତାଙ୍କୁ ଦେଖେଇ ଦେଖେଇ ଆଈ ଅନେକ କଥା କହନ୍ତି l ହେଲେ ଲାଭ କିଛି ହୁଏ ନାହିଁ l ‘’ ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ l ‘’- ନୀତିରେ ଅଜା ଅତଳ ତା’ନ୍ତି l

ଥରେ ଖରା ଛୁଟିଥାଏ l ତାଙ୍କ ପାଠୋଇ ନାତୁଣୀ ନେଟେଇ ଆସିଥାଏ l ସେ ଫୁଲେଈ ଆଈଙ୍କ ପାଖରେ ବସିଥାଏ l ଆଈ ରୋଷେଇ କରୁଥାନ୍ତି l ତାଙ୍କ ଦୁଖ କାହାଣୀ କହୁଥା’ନ୍ତି l ନେଟେଇ ସବୁ ଶୁଣିଲା l କହିଲା-ଆଈ ! ମୁଁ ଯାହା କହୁଛି ତୁମେ ସେଈଆ କର l ତାପରେ ଆଈଙ୍କ କାନପାଖରେ ଚୁପ୍ ଚୁପ୍ କ’ଣ କହିଲା l ଆଈଙ୍କ ମୁହଁ ଉଜ୍ଵଳ ଦିଶିଲା l ଭାତ ଖିଆବେଳ l କାଶିଆ ଅଜା ଫେରିଲେ l ହାତମୁହଁ ଧୋଇ ଖାଇ ବସିଲେ l ଫୁଲେଈ ପରସିଲେ l ନେତେଇ ଅନେଇ ଥାଏ l ଅଜା ତରକାରୀକୁ ସୁଡ଼ୁ କାଏ ନେଲେ l ମୁହଁଟାକୁ ଆମ୍ବିଳା କାଲେ l ଏହେଁ ପାଟିରେ କମ୍ପେଇଲେ – ଆଜି ରୋଷେଇରେ ମାନଥିଲା ନା ଆଉ କେଉଁଠିଥିଲା ? ତରକାରୀରେ ଟିକିଏବି ଲୁଣ ପକେଇନ l ଛିଃ ଛିଃ l

ଆଇବୁଢୀ ହସି ଦେଲେ l ସେଫୁଲେଈ ହୋଇ କହିଲେ –କ’ଣ ହେଲାକି ? ଆମ ନେତ ମୋତେ ଟିକିଏ ତାସ୍ ଖେଳ ଶିଖାଉଥିଲା l ତେଣୁ ଲୁଣ ପକାଇବାକୁ ଭୁଲି ଗଲି l ତାସ୍ ଖେଳ ଭାରି ମଜା ଖେଳ ନୁହେଁ ? ତାସ୍ କଥା ଅଜା ମସ୍ତ ଖୁସିଟାଏ ହେଲେ l ଗଳାଙ୍ଖଙ୍କାରିଲେ l ତାସ୍ ଖେଳରେ କେଉଁ ରାଜା କିପରି ସମୟ କଟାଉଥିଲେ ବଖାଣିଲେ l ମୋଗଲ ବାଦ୍ ଶା ତାସ୍ ଖେଳି ଅନ୍ୟ କରଦ ରାଜାମାନଙ୍କୁ ପରାସ୍ତ କରିଥିଲେ କହିବାକୁ ଲାଗିଲେ l ତାସ୍ ଖେଳର ଅନେକ ମହିମା ବଖାନୁଥାନ୍ତି l ଏଣେ ଭାତ ତରକାରୀ ଖାଉଥାନ୍ତି l ଅଲଣା ତରକାରୀ ଟିକିଏ ବି ରହିଲା ନାହିଁ l ସବୁସେଷ l

ଶେଷରେ କହିଲେ- ତୁମେ ତାସ୍ ଖେଳି ଶିଖିଲଣି l ବାଃ ଭାରି ବଢିଆ ହେଲା l ଏବେ ଖେଳର ଆସରଟା ବେଶ୍ ଜମିବ l ଅଜା ହାତ ଧୋଇବାକୁ ଉଠିଗଲେ l ନେତେଈ ତାଟକା ହେଲା l କାଶିଆ ଅଜାକୁ ତାସ୍ ନିଶା ଗୋଟାପଣେ ଘାରିଥିବାର ବେସ୍ ଅନୁଭବ କଲା l ସେ ହସିଲା l ପୁଣି ନୂଆ ଉପାୟଟିଏ ପାଞ୍ଚିଲା l

ଅଜା ପୁଣି ତାସ୍ ଖେଳିବାକୁ ବାହାରିଲେ l ନେତେଈ ସତରେ ଆଈଙ୍କୁ ତାସ୍ ଖେଳ ଶିଖାଇଲା l ଦୁଇ-ତିନି ଦିନଖେଳିଲା ପରେ ଫୁଲେଈ ତାସ୍ ଖେଳ ଶିଖିଗଲେ l ଦିନେ ନେତେଈ କାଶିଆ ଅଜାକୁ କହିଲା –ଅଜା ! ତୁମେ ସବୁଦିନେ ବାହାସ୍ଫୋଟ ମାରିକହୁଛ ତୁମକୁ କେହି ତାସ୍ ଖେଳରେ ହରେଈ ପାରିବେ ନାହିଁ l ଆଈବିତ ଖେଳ ଶିଖି ଗଲେଣି l ଦିନେ ପରୀକ୍ଷା କରିବା କି ? କାଶିଆ ଅଜା କଥାଟା ଚଟ୍ କିନି ଧରି ପକାଇଲେ l କହିଲେ-ଦିନେ କାହିଁକି ? ଏଇ କ୍ଷଣି ହେଇଯାଉ , ଆଲୋ ନେତେଇ ! ତୁ ଖେଳିବୁ ନା ତୋ ‘ଆଈ ଖେଳିବ ? ନାରେ ବାବା ନା ! ମୁ ଖେଳିବିନି l ତୁମେ ବୁଢା ବୁଢୀ ଦି ‘ଜଣ ବସ l ହାରଜିତ୍ ପରୀକ୍ଷା ହେବ l ମୁଁ ଖାଲି ଦେଖିବି l ଅଜା ମ ! ଏ ଖେଳରେ କିଛି ଗୋଟିଏ ବାଜି ...? କହୁ କହୁ ନେତେଈ ରହିଗଲା l

ଆଲୋ ହେ ! ସେକଥା ପଚାରୁଛୁ କ’ଣ ? ତୁ କହୁନୁ କ’ଣ ବାଜି ରହିବ l ଯୁଧିଷ୍ଟିର ସିନା ଦ୍ରୌପଦୀଙ୍କୁ ବାଜି ରଖିଥିଲେ l ହେଲେ ମୁଁ ...l କହୁ କହୁ ଅଜା ଅଟକିଗଲେ l ନେତେଈ ଚଟ୍ କିଣି କଥା ଛଡାଇ ନେଇ କହିଲା-ହେଲେ ମୁଁ ତ ଫୁଲେଈ ସାଙ୍ଗରେ ଖେଳିବି l ବାଜିରଖିବୀ କାହାକୁ ? ଏଇଆ ତ ! କାଶିଆ ଅଜା – ହଁ ଲୋ ସେଇଆ ! ନେତେଈ-ଅଜା ! ଯୁଧିଷ୍ଟିର ହେଲେ ରାଜା ରାଜୁଡା ଲୋକ l ତାଙ୍କର ବଡ ଘର ବଡ କଥା l ସେ ସେଥିପାଇଁ ତାସ୍ ଖେଳୁ ନଥିଲେ l ପାଶା ଖେଳୁ ଥିଲେ l ଆମ୍ର ଛୋଟ କାଟିଆ ବାଜିଟାଏ ରହୁ l ମୁଁ କ’ଣ କହୁଥିଲିକି, ଯିଏ ଖେଳରେ ହାରିବ ସେ ଜିତିଥିବା ଖେଳାଳିର ସବୁ କାମ କରି ଦେବ l ସେଦିନ ସେ ଯାହା କହିବ ତା’କଥା ମନିବାକୁ ହାରିଥିବା ଖେଳାଳି ବାଧ୍ୟ ହେବ l ଏ ନିୟମ ଚବିଶ ଘଣ୍ଟା ପାଇଁ ଲାଗୁହେବ l କ’ଣ ଉଭୟ ରାଜି ତ ?

ଅଜା ହସିଲେ ? କହିଲେ- ଏଇଟା ଗୋଟେ ବାଜି ! ମୁଁ ଭାବିଥିଲି ତୁ ଆଉ କ’ଣ କହିବୁ ପରା l ହାଉ, ହାଉ ,ମୁଁ ରାଜି l ତୋ ଆଇକୁ ଡାକ l ଖେଳିବାକୁ ବସୁ l ଖେଳ ଜୋର ସୋର ଚାଲିଲା l ଆଜା ତ ତାସ ଖେଳରେ ଉସ୍ତାଦ୍ l ଆଈ ତାଙ୍କୁ ପାରୁଛନ୍ତି କୁଆଡୁ ? ସେଦିନ ଖେଳରେ ଆଈ ହାରିଲେ l ବାଜି ଅନୁସାରେ ଅଜାଙ୍କର ସବୁ କାମ ଆଈ କାଲେ l ଦ୍ଵିତୀୟ ଦିନ ଖେଳରେ ଆଇଙ୍କର ପୁନରାବୃତ୍ତି ହେଲା l ଏ ଦୁଇ ଦିନ ଖେଳରେ ଫୁଲେଈ ଆଈ ଅଜାଙ୍କର ଖେଳ କୌଶଳକୁ ଭଲ ଭାବରେ ଲକ୍ଷ କରୁଥିଲେ l କେଉଁଠି କି ପ୍ରକାର ଖେଳିଥିଲେ ଅଜା ହାରିଥା’ ନ୍ତେ ସେକଥା ନେତେଈ ମଝିରେ ମଝିରେ ଚେତେଈ ଦେଉଥାଏ l ତୃରୀୟ ଦିନ ଖେଳରେ ଆଇ ଜିତିଲେ l ସର୍ତ୍ତ ଅନୁଯାୟୀ ଆଈଙ୍କ କାମ ଅଜା କରିବେ l ସେ ଦିନ ରୋଷେଇ କରିବା ଦାୟିତ୍ଵ ଆଜାଙ୍କ ଉପରେ ପଡିଲା l ଅଜାତ ଜୀବନରେ କେବେ ଚୁଲି ଫୁଙ୍କି ନାହାନ୍ତି l ରୋଷେଇ କରି ପାରୁଛନ୍ତି କୁଆଡୁ ? ମୁଣ୍ଡରେ ହାତ ଦେଇ ବସିଲେ l ଏଣେ ନିଟେଇ ଚିଡେଇଲା l କହିଲା- ଅଜା ମ ! ଆଜି ଦିନକ ତୁମେ ମୋ ‘ ଆଈ ଭୂମିକାରେ ଅଛ l କ ‘ଣ, ତୁମକୁ ଆଇବୋଲି ଡାକିବି ତ ?

ଘୋଡା ଡିମ୍ବ କହିବୁ l ଛାର ମାଈକିନିଆଟାର ଏତେ ବହପ ! ଅଜା ବିଗିଡିଲେ l ଫୁଲେଈ ଆଈ ତ ଆଗରୁ ନେତେଈ ଠାରୁ ତାଲିମ ପାଇଥିଲେ l କଥାରେ କହନ୍ତି ପରା- ‘’ ମର୍ଦ କୀ ବାତ-ହାତୀ କା ଦାନ୍ତ l ‘’ ଠିକ୍ ଅଛି l ତୁମ ଘର ତୁମେ ସମ୍ଭାଳ l ମୁଁ ଚାଲିଲି l ଚଳ ନେତ l ଆଉ ମୁହୁର୍ତ୍ତେ ବି ମୁଁ ଏଘରେ ରହିବିନି –ଆଈ କହିଲେ l ଆଈଙ୍କ କଥା ଶୁଣି ଅଜାଙ୍କ ଗରମ ଏକବାରେ ନରମ ହୋଇଗଲା l ସେ ପୁରା ଥଣ୍ଡା ପଡିଗଲେ l

ନେତେଈ କହିଲା – ଅଜା ମ ! ରାଗିଲକି ?

ସେଦିନ ଲୁଣ ପଡିନଥିଲା ବୋଲି ତୁମେ ବିଗୁଡୁଥିଲ l ତୁମେ ବିଗିଡିବା ପୂର୍ବରୁ ଠାରେ ଚିନ୍ତା କରିଥିଲ କି,ଘର କେମିତି ଚଳୁଛି l ଲୁଣ ଅଛିକି ନାହିଁ ? ତୁମେ ପୁରୁଷ ଲୋକ ହୋଇ ଦିନ ରାତି ମଜା କରିବ l ତାସ ଖେଳିବ l ଅଥଚ ଆଈ ମାଇପି ଲୋକଟିଏ l ଘର-ବାହାର ଉଭୟ ସମ୍ଭାଳିବେ l ଦହଗଞ୍ଜ ହେବେ l ଏଇଟା ଠିକ୍ ହେଉଛି ତ ?

ପତ୍ନୀ, ସ୍ବାମୀର ସେବା କରିବ l ଘର କରଣା ସମ୍ଭାଳିବ l ଏଇଟା ଯେମିତି ଆମର ସାମାଜିକ ବ୍ୟବସ୍ଥା, ଠିକ୍ ସେମିତି ସେମିତି ସ୍ଵାମୀ, ସ୍ତ୍ରୀକୁ ସୁଖ ଦେବ l ଶାନ୍ତିରେ ରଖିବ l ତା’ ର ସମସ୍ତ ଦାୟିତ୍ଵନେବ l ବାହାର ଜଗତ କଥା ବୁଝିବ l ଏହା କ’ଣ ମିଛ ? ଅଜା, ତୁମେ ସ୍ୱ୍ମିର କର୍ତ୍ତବ୍ୟ ପାଳନ କରୁଛ ତ ? ତୁମେ ଥରେ ଚିନ୍ତା କଲ – ଘର –ବାହାର ଉଭୟ ସମ୍ଭାଳିବାରେ ଆଇ କି ପ୍ରକାର କଷ୍ଟ ଭୋଗୁନଥିବ l ଯଦି ହଠାତ୍ ଆଈଙ୍କର କିଛିହୋଇ ଯାଏ ତୁମ ଘର ସୁଖରେ ଚଳିବ ତ ?

ଅଜା ନିଜର ଭୁଲ୍ ବୁଝିପାରିଲେ l ସେ ଯାଇ ଫୁଲେଈଙ୍କୁ କହିଲେ, ‘’ ସତରେ ତୁମେ ମୋ ‘ ଭଳି ଅଯୋଗ୍ୟ ସ୍ବାମୀର ହାତ ଧରି ବହୁତ କଷ୍ଟ ପାଇଲଣି ,ନୁହେଁ ? ମୁଁ, ତୁମ ଦୁଃଖର କାରଣ ହୋଇଛିନା ? ମୋତେ କ୍ଷମା-‘’

ହଠାତ୍ ଆଈ, ଅଜାଙ୍କ ମୂହଁରେ ହାତ ଦେଲେ l କହିଲେ – ଛି ! ତୁମେ ଏ କଣ କହୁଛ l ମୁଁ ଯାଉଛି ରୋଷେଇ କରିବି l ନେତେଇ ହସି ହସି କହିଲା –ସେ କଥା ହୋଇ ପାରିବନି l ଆଜି ରୋଷେଇ କରିବି ମୁଁ l ତୁମ ଦୁହିଁଙ୍କୁ ତାସ୍ ଖେଳିବା ପାଇଁ ମୁଁ କହିଥିଲି ନା l କାଶିଆ ଅଜା ହସି ଦେଇ କହିଲେ –ଠିକ୍ ଅଛି l ତୁ ଶୀଘ୍ର ଶୀଘ୍ର ରୋଷେଇ କର l ଭୋକରେ ମୋ’ ପେଟ କଁ କଁ କଲାଣି l

କାଶିଆ ଆଇବୁଢୀ ରୋଷେଇ

Rate the content


Originality
Flow
Language
Cover design

Comments

Post

Some text some message..