Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Sahoo

Others

3  

Amulya Kumar Sahoo

Others

ଲଘୁକଥା

ଲଘୁକଥା

4 mins
7.3K


ଲଘୁକଥା: ୧୦ ଟଙ୍କା 

 

ଏଇ ଶନିବାର ଦିନ{୧୯\୦୮\୧୭} ଟ୍ରେନ୍ ଯୋଗେ କେନ୍ଦୁଝରରୁ ଖୋର୍ଦ୍ଧା ରୋଡ ଟିକଟ ନେଲି। ସେଠାରୁ ମୋତେ ଜଟଣୀ ଯିବାକୁ ଥାଏ । କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟା ବେଳେ ଆରମ୍ଭର ସୂଚନା । କିନ୍ତୁ ଗାଡିର ଅହେତୁକ ବିଳମ୍ବ କାରଣରୁ  ଆଠଟା ପାଖାପାଖି ଖୋର୍ଦ୍ଧା ରୋଡ ପହଞ୍ଚିଲି। ଜଣେ ବନ୍ଧୁଙ୍କୁ ଫୋନ କରି ବୁଝିବା ଉଚିତ୍ ମନେକରି ସୀତାରାମ ଛକର ଠିକଣା ପାଇଲି ପୁଣି ସେଠାରୁ ଗନ୍ତବ୍ୟ ସ୍ଥଳକୁ କିଛି ବାଟ ଚାଲିବାକୁ ହେବ । ଏପଟେ ଅଟୋବାଲାଙ୍କ ସହ ଦର କଷାକଷି । ମନ ଇଚ୍ଛା ହାଙ୍କି ଦେଉଥାନ୍ତି ଭଡା । ଗୋଟେ ଅଟୋ ଯୋଗେ ସୀତାରାମ ଛକ ପହଞ୍ଚି ଚାଳକକୁ ୨୦ଟଙ୍କି ନୋଟଟେ ବଢେଇ ଦେଇ ୧୦ ଟଙ୍କିଆଟିଏ ରଖିଲି। ପୁଣି ବନ୍ଧୁ ଜଣକ ସୂଚନା ଦେଲେ ସୀତାରାମ ନୁହଁ ହରି ଭାଇ ଛକରେ ଓହ୍ଲାଇବେ। ଫୋନରେ ହଁ ଭରିଦେଲି ହେଲେ ଅଟୋ ଆଉ ଆଗକୁ ଯିବନି କହି ବଢିଗଲା । ଯାହା ହେଉ କିନ୍ତୁ ବନ୍ଧୁଙ୍କ ସହଯୋଗରେ ଜଣେ ଭାଇ ଆସି ମୋତେ ନେଇ ଗଲେ । କିନ୍ତୁ ଯୋଗକୁ ଆଉଥରେ ଷ୍ଟେସନ ରୋଡ ଯାଇ ଫେରିବାକୁ ପଡିଲା । ହରିଭାଇ ଛକରୁ ଯାହା ଅନୁଭବ ହେଲା ସେଠୁ ଷ୍ଟେସନ ଅଟୋ  ଭଡା ୧୦ ଟଙ୍କା ଲାଗୁଥିବ । କିନ୍ତୁ ସୀତାରାମ ଛକକୁ ନୁହଁ । ହଁ  ମୁଁ ଭୁଲି ଯାଉଛି ଆଜିକାଲି କୁଆଡେ ମିନିମମ ଅଟୋ ଭଡା ୧୦ ପାସେଞ୍ଜର ପାଇଁ। ରିଜର୍ଭ କଲେ ଅଲଗା କଥା । ଏମିତି ବି ହେଇ ପାରେ ଖୁଚୁରା ସହଜରେ ନମିଳିବା  ବା ଗରାଖଙ୍କ ୧୦ ଟଙ୍କିଆ ସଉକ , ଯେତେ କମ୍ ହେଲେବି କେହି ୧୦ରୁ ତଳକୁ ନୁହନ୍ତି । ଦୋକାନୀ ଜିନିଷ ସହିତ ଚକୋଲେଟ୍ ମିଶେଇ କରି ନିଶ୍ଚିତ ୧୦ ପହଞ୍ଚେଇ ଦେବ। ସେଇଟା ଯଦି ଛୋଟ ଛୁଆଙ୍କ ହାତକୁ  ଯାଇଛି ଖାଲି ପବନକୁ କିଣିବା ଶ୍ରେୟ ହେଇଥାଏ । ଖାଲି ଛୁଆ କାହିଁକି ବୁଝିବା ସୁଝିବା ଲୋକ ବି ବାଇ। ଏଥର ଆସନ୍ତୁ ସେଇ ଗାଡିର ଦୁଇଟି ୧୦ ଟଙ୍କିଆ ଘଟଣା ବିଷୟରେ ଆପଣଙ୍କୁ କହିବି ।

×

ମୁଁ ଯେଉଁ ବଗିରେ ଚଢିଥାଏ ମୋ ସିଟକୁ ଲାଗି ଜଣେ ଫେଣ୍ଟା ଫେଣ୍ଟି  ହିନ୍ଦୀ ଭାଷୀ ବସିଥିଲେ । ଯେଉଁ ଷ୍ଟେସନ ଆସିଲେ ଆସୁ ଖାଲି କଟକ କଟକ ହେଇ ବାଉଳି ହେଉଥାନ୍ତି । ଯିଏ ଯାହା ଗାଡିକୁ ଧରି ଉଠୁଥିଲା ବାବୁ ପକେଟରୁ ଗୋଟିଏ ଗୋଟିଏ ନୋଟ କାଢୁଥାନ୍ତି ଆଉ ଅନବରତ ପେସି ଚାଲିଥାନ୍ତି । ଯାହା ଅନୁମାନ ହେଲା ବାବୁଙ୍କୁ ମୁଢ଼ି ନଡ଼ିଆ ବେଶି ପସନ୍ଦ । ଏମିତି ଜଣେ ଚା ବିକାଳୀ ଆସିଗଲେ । ବୟସ ୧୬\୧୭ ହେବ । ହସକୁରା ମୁହଁ ଟିଏ। ବାବୁ ତାଙ୍କୁ ଅଟକେଇ ଚା କପେ ନେଲେ। ପୁରା ପି ସାରିଲା ପର୍ଯ୍ୟନ୍ତ ପିଲାଟି ସେମିତି ଠିଆହେଇଚି। ଏଥର ଆଉ ପକେଟ୍ ନ ଅଣ୍ଡାଳି କଥାରଖିଲେ କି ଫେରିଲେ ଦେବେ। ଆଉ କିଛି କହି ନପାରି ପିଲାଟି ଚାଲିଗଲା । 

ଏବେ ଜଣେ ବରା ସିଙ୍ଗଡା ଆଳୁଚପ ଡାକି ଡାକି ବଗିରେ ପଶିଲା ।

୪ଟିକୁ ୨୦ଟଙ୍କା। ପକ୍ୱ ବୟସ୍କା ଜଣେ ହାତ ପାତିଦେଲେ । ଏଇ... ଏଇ ଦେ...

ବିକାଳୀ ଜଣକ  ହେୟଜ୍ଞାନ କରି ବ୍ୟସ୍ତ ରହିଲା । ଗୁଣୁଗୁଣୁ ହେଉଥାଏ ଦିନଯାକ ଖାଇ ସାରିଲାଣି ପୁଣି ଆହୁରି ।।

ଅଧିକାଂଶ  ଲକ୍ଷ୍ୟ କରୁଥାନ୍ତି ବାବୁ ଜଣକ ବି କିନ୍ତୁ ଉଦୀୟମାନ ଯୁବକ ଜଣେ ପକେଟରୁ ୧୦ଟଙ୍କିଆ ନୋଟଟିଏ ବଢ଼ାଇଦେଲେ ବିକାଳୀକୁ। ଠାରିଦେଲେ ତାଙ୍କୁ ଦେଇଦିଅ। ତାଙ୍କର କିନ୍ତୁ ସିଙ୍ଗଡା ପସନ୍ଦ ନୁହଁ  "ଆଳୁ ଦେ" କହିଲେ କିନ୍ତୁ ଏଥର ବିକାଳୀର ହାତଟା ଆପେ ଆପେ ବଢିଗଲା ଟ୍ରେ ଭିତର ଆଳୁଚପ ଆଡ଼କୁ ।

 

ଦୃଶ୍ୟ ଗୁଡିକ କଏଦ କରୁ କରୁ ମୋର ଆଖି ଲାଗିଯାଇଥାଏ। ସେତେବେଳକୁ ଗାଡି ଯାଇ ଯଖପୁରା ଜଙ୍କସନ । ଏଇ ଭିତରେ ପିଲାଟି ଆସି ଦୁଇ ତିନିଥର ବାବୁଙ୍କୁ ଦେଖି ଦେଇ ଚାଲି ଗଲାଣି । ବାବୁ କିନ୍ତୁ ବ୍ୟାଗଟିକୁ ମୁଚୁଳା ଦେଇ ତିନି ଟିକିଆ ସିଟ୍ ଟିରେ ଘୁଙ୍ଗୁଡି ପହଞ୍ଚଉଥାନ୍ତି। ବାଁ ଗୋଡ଼ରେ କଣ ହେଇଥାଏ କେଜାଣି ଫୁଲା ଫୁଲା ଲାଗୁଥିଲା । ଗୋଡଟା ଏପଟକୁ  ଥାଏ ହାବୁକା ପବନରେ ଉତ୍କଟ ଗନ୍ଧ ନାକ ଫାଟିପଡୁଥାଏ। ତଥାପି ପିଲାଟିର ଅସହାୟତା ଦେଖି ହେଉନଥାଏ । ବାଧ୍ୟ ହୋଇ ବାବୁଙ୍କୁ ଉଠାଇଲା । ଉଁ ଆଁ ହେଇ ବାବୁ ଉଠିଲେ ସିନା ପର୍ସର କଉ ସନ୍ଧିରେ ଖେଞ୍ଚିଥିଲେ କେଜାଣି ଗୁଡେଇ ତୁଡେଇ ମଳିଛିଆ  ୫୦୦ ଟଙ୍କିଆ ନୋଟ୍ ଗୋଟେ ଦେଖାଇଲେ । ଚା କେଟିଲିକୁ ତଳେ ଥୋଇ ଉପର ତଳ ପକେଟ୍ ସବୁ ଦରାଣ୍ଡି ଦେଲା।ଏକାଠି କରି ଗଣିବାକୁ ଲାଗିଲା ,ପହଞ୍ଚିଲାନି ବାବୁଙ୍କ ହିସାବକୁ । ଏକ ନିଶ୍ବାସକେ ପିଲାଟି ଚାଲିଲା ଖୁଚୁରା ଖୋଜିବାକୁ । ବାବୁ ସେମିତି ଲହକାଉଥାନ୍ତି ନୋଟଟି । ୟା ଭିତରେ ବାବୁ ଚେଷ୍ଟା କରିଥିଲେ ଆଉ ଦୁଇତିନି  ଜଣଙ୍କୁ ହେଲେ ସବୁବେଳେ କ'ଣ ଅମେଇସା  ଜଣେ ବାରମଜା ବାଲା ବହେ ଶୋଧି ଦେଲା ମହାଶୟଙ୍କୁ ।  

 

ସେ ଯାହା ହେଉ ପିଲାଟି କଟକ ଜଙ୍କସନ ପୂର୍ବରୁ ଆସିଗଲା । ହାତରେ ଆଉ କେଟଲି ନଥିଲା କି ଦେହରେ କମ୍ପାନୀର ହଳଦିଆ ରଙ୍ଗର ଟିସାର୍ଟ ନଥିଲା । ବୋଧ ହୁଏ ତା'ର ଡ୍ୟୁଟି ସରିଗଲା । ଆଗ ଷ୍ଟେସନରେ ଓହ୍ଲାଇବ। ତରତରରେ ବାବୁଙ୍କ ହାତକୁ ବଢେଇ ଦେଲା ନୋଟ ଗୁଡିକ । କଥାରେ ଅଛି ପରା "ପାଣି ପିଇବ ଛାଣି ....ଆଉ ଆଗକୁ କହୁନି ବାବୁ କିନ୍ତୁ ଓଲଟ ପାଲଟ କରି ଦେଖିଲେ ଏମିତି ହିସାବ କଲେ ନୀଳ ନୋଟ ଚାରି ଖଣ୍ଡ ନାଲି ନୋଟ ଚାରି ଖଣ୍ଡ ଆଉ ବଡ କଏନ ଗୋଟେ । ବଡ କଏନ ନେବାକୁ କୁନ୍ଥୁ କୁନ୍ଥୁ ହେବାରୁ ପିଲାଟି ନୋଟଟେ ବଢେଇ ଦେଲା । ବାବୁ ଏଥର ସେଇ ୫୦୦ର ନୋଟ ଦେଲେ। ଗାଡି ସେତେବେଳେ କଟକ ଷ୍ଟେସନ୍ ବାବୁ ନିଜ ବ୍ୟାଗ୍ ସଜାଡୁ ସଜାଡୁ ପିଲାଟି ଚଟ୍ କରି ଓହ୍ଲାଇଗଲା । ମୁଣ୍ଡରେ ହାତ ଦେଇ କାହାକୁ ଧନ୍ୟବାଦଟିଏ ଦେଲାବୋଧେ। ବାବୁ ଗାଡିରୁ ଓହ୍ଲାଇ କିଛିବାଟ ପିଲାଟିର ପିଛାକଲେ। ସେଇ ବଡ କଏନଟି ଆଗକୁ ବଢିଥିବା ହାତ ଉପରେ ଥାଏ ତାଙ୍କର । ଫେଣ୍ଟା ଫେଣ୍ଟି ଭାଷାରେ କ'ଣ କହୁଥାନ୍ତି କିଛି ବୁଝିହେଲାନି । କିନ୍ତୁ ହାବଭାବ ଅନୁତପ୍ତ ପରି ମନେହେଉଥିଲା । ଗାଡି କଟକ ଛାଡିସାରିଥାଏ ଦୃଷ୍ଟିରୁ ଚରିତ୍ରମାନେ ଅନେକ ଦୂରକୁ ଚାଲି ଯାଉଥାନ୍ତି । ୟା' ପର ହିସାବ ବିଷୟରେ ଆଉ କିଛି କହିପାରୁନି ...........


Rate this content
Log in

More oriya story from Amulya Kumar Sahoo