Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଳ୍ପ ବିରାମ
ଅଳ୍ପ ବିରାମ
★★★★★

© Seetaram Dash

Others

4 Minutes   5.0K    11


Content Ranking

ରବିବାର ଦିନ ଟିକେ ବିଳମ୍ବ ରେ ଉଠିବା ମାନସର ଏକ ଅଭ୍ୟାସ। ଶଯ୍ୟା ଉପରେ ଶୋଇ ଫେସବୂକ ରେ ଆଖି ବୁଲାଉ ବୁଲାଉ ହଟାତ ମିଲିର ଫୋଟ ଦେଖି ନିଜକୁ ବିଶ୍ୱାସ କରିପାରି ନ ଥିଲା ମାନସ। ସେଇ ରୂପ,ସେଇ ରଙ୍ଗ ଏବଂ ସେଇ ନିରୀହ ମୁହଁ। ସେମିତି କିଛି ବେଶୀ ପରିବର୍ତ୍ତନ ଆସିନି ଏଇ କୋଡିଏ ବର୍ଷ ଭିତରେ। ଧୀରେ ଧୀରେ ଭାବନା ରାଜ୍ୟରେ ବୁଡ଼ିଗଲା ମାନସ।

ମିଲି ଏବଂ ମାନସ ଥିଲେ ଗୋଟିଏ ଗାଁର। ଜଣଙ୍କର ଗାଁ ଏମୁଣ୍ଡରେ ଏବଂ ଆଉ ଜଣଙ୍କର ଗାଁ ସେମୁଣ୍ଡରେ। ତଳ ଉପର ଶ୍ରେଣୀ ରେ ପଢ଼ନ୍ତି ଉଭୟେ। ମାନସ ନିଜ ଅଜଣାତରେ କେବେଠୁ ମିଲିକୁ ଭଲ ପାଇଛି ନିଜେବି ଜାଣିନି। କୈଶୋର ପ୍ରଥମ ପାହାଚରୁ ବନ୍ଧା ପଡିଛି ମିଲିର ହୃଦୟ ଡୋରୀରେ। ହେଲେ ମନ କଥା କହିପାରେ, ନା ସହିପରେ। ମିଲି କୁ ମନ ଭରି ଦେଖିବାକୁ ଇଚ୍ଛା ହେଲେ କେବେ ବି ମିଲିକୁ ମୁଣ୍ଡ ଟେକି ଚାହିଁ ପାରେନି ମାନସ। କେବେ କେମିତି ଦୁରରୁ ଟିକେ ଦେଖି ଦେଲେ ମନରେ ବହୁତ ଶାନ୍ତି ଅନୁଭବ କରେ। ଏକ ଅଜଣା ଶିହରଣ, ଅଜଣା ଉନ୍ମାଦନାରେ ନାଚି ଉଠେ ମାନସର ମନ। କେବେ କେମିତି ବାହାନା କରି ମିଲି ଘର ଦେଇ ଯିବା ଆସିବା କରେ, ହେଲେ କେବେ ମିଲି ଦେଖା ହୁଏ ତ କେବେ ଦେଖା ହୁଏନି। ଯଦି କେବେ ମିଲି ଦେଖାହୁଏ ନିଜକୁ ବହୁତ ଭାଗ୍ୟବାନ ମନେ କରେ। ଭାବେ ଦୁନିଆରେ ମୋ ଠୁ ସୁଖୀ କେହି ନାହାନ୍ତି। ଏହି ପରି କଟିଯାଏ ସ୍କୁଲ ଜୀବନ।

କଲେଜ ଗାଁ ପାଖରୁ ପାଞ୍ଚ କି.ମି. ଦୂର। ମାନସର ପ୍ରତିକ୍ଷ୍ୟା, ମିଲି କେବେ କିଲେଜ ଆସିବ। ସମୟ କ୍ରମେ କଲେଜରେ ପାଦ ଦେଇଛି ମିଲି। ଗୋଟିଏ ଗାଁ ର ପିଲା ହୋଇଥିବାରୁ ଧୀରେ ଧୀରେ ଦୁଇଜଣ ମିଳାମିଶା କରିଛନ୍ତି। ବେଳେବେଳେ ସାଙ୍ଗ ହୋଇ ଯିବା ଆସିବା ବି କରନ୍ତି କିନ୍ତୁ ମାନସ ସମୟ କୁ ଅପେକ୍ଷା କରିଥାଏ। ମାନସର ବିଶ୍ୱାସ ଭଗବାନଙ୍କ କୃପା ଥିଲେ ତା ପ୍ରେମ ସାର୍ଥକ ହେବ। ଏବେ ତ ମିଲି ତାର ବନ୍ଧୁ ଏବଂ ବନ୍ଧୁତାରୁ ପ୍ରେମ ସୃଷ୍ଟି। କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଅନେକ ଶଙ୍କା ଏବଂ ଆଶଙ୍କା ଭିତରେ ମାନସ ମନର କଥାକୁ ମିଲିକୁ ଜଣାଇଛି ଏକ ଛୋଟ ଚିଠି ମାଧ୍ୟମରେ। ଚିଠିରେ ଲେଖା ଅଛି "ପ୍ରେମ ସବୁବେଳେ ଅନ୍ଧ, ମୁଁ ବି ତୁମକୁ ଅନ୍ଧ ପରି ଭଲପାଏ। ଅନେକ ଦିନରୁ, ଅନେକ ଜନ୍ମରୁ, ଅନେକ ଯୁଗରୁ ତୁମପାଇଁ ଅପେକ୍ଷା କରି ବସିଛି। ପ୍ଲିଜ଼ କିଛି କୁହ"। ଆଉ ଏହା ଥିଲା ମାନସର ଶେଷ ଅପେକ୍ଷା। ଯେତେବେଳେ ମିଲିର ଉତ୍ତର ଆସିଲା "ଏସବୁ ମୁଁ କେବେ ଠୁ ଜାଣିଛି"। ମାନସ ଖୁସିରେ ଆତ୍ମହରା। ମାନସର ମନ ପକ୍ଷୀ ନୀଳ ଆକାଶ ବକ୍ଷ ଚିରି ଉଡିବାକୁ ଲାଗିଲା ପ୍ରାଣପ୍ରିୟା ମିଲିକୁ ସାଥିରେ ଧରି ଦୂରକୁ ଅନେକ ଦୂରକୁ। ମାନସ ସବୁବେଳେ ଗୁଣୁ ଗୁଣୁ ହୋଇ ଗାଏ,

ଭଲପାଇବାର ଶୀତଳ ନିଆଁରେ ଜଳି ନାହିଁ ଥରେ ଯିଏ,

କେମିତି ବୁଝିବ ପତଙ୍ଗ କାହିଁକି ଜଳିବାକୁ ଭଲପାଏ ।

ଗୋଟେ ଗାଁର ପିଲା ହୋଇଥିବାରୁ ଏବଂ ଗୋଟେ କଲେଜ ରେ ପଢୁ ଥିବାରୁ ବିଶେଷ କିଛି ଅସୁବିଧା ହୁଏନି ଦୁଇଜଣଙ୍କର ମିଳାମିଶାରେ। କଲେଜର ପ୍ରତେକ କାର୍ଯ୍ୟକ୍ରମରେ ଦୁଇଜଣ ଭାଗ ନେଉଥିଲେ। କଲେଜ ପିକନିକ ଠାରୁ ଆରମ୍ଭ କରି ଲାଇବେରି, ସାଇକଲ ଷ୍ଟାଣ୍ଡ ଓ କଲେଜର ନୀରବ ଝାଉଁବଣ ରେ ଅନେକ ଅଭୁଲା ସ୍ମୁତି ରହି ଯାଉଥିଲା ମାନସ ଆଉ ମିଲିର। ଦୁଇଜଣଙ୍କ ଵେକ୍ତିତ୍ୱ ଥିଲା ଖୁବ ଆଦର୍ଶମୟ। ଏତେ ସବୁ ପରେ ବି ଦୁଇଜଣଙ୍କ ସମ୍ପର୍କ ଥିଲା ଖୁବ ଗୋପନ। ଗାଁ ଠୁ କଲେଜ ପ୍ରଯ୍ୟନ୍ତ କେହି କେବେ ବି ଅଭିଯୋଗ ଆଣିନଥିଲେ ଏମାନଙ୍କ ନାଁରେ।

ପ୍ରେମର ସାତ ରଙ୍ଗରେ ରଙ୍ଗୀନ ହୋଇଗଲା ପରେ ଦୁଇଜଣଙ୍କ ଜୀବନରେ ଆସିଲା ଅମାବାସ୍ୟାର ଅମା ଅନ୍ଧାର। +୩ର ପ୍ରଥମ ବର୍ଷରେ ମିଲି ପାଇଁ ଏକ ସୁନ୍ଦର ବିବାହ ପ୍ରସ୍ତାବ ଆସିଲା। ପୁଅ ଏକ ଉଚ୍ଚ ପଦସ୍ତ ସରକାରୀ କର୍ମଚାରୀ। ଘର ଲୋକଙ୍କ ଜିଦ ଆଗରେ ହାର ମାନିଥିଲା ମିଲି, ଆଉ ମିଲିର ପ୍ରେମ। ମାନସ ଉପରେ ଲଦି ହୋଇ ପଡ଼ିଲା ଦୁଃଖର ପାହାଡ଼। ମାନସର ମନ ନଦୀ ହୋଇଗଲା ବାଲିଚର। ସ୍ମୁତି ହୋଇଗଲା ଶ୍ମଶାନ। କେବେ ଭାବି ନ ଥିଲା ଏତେ ସବୁ, ଏତେ ଜଲଦି ହୋଇଯିବ। ସୁଖର ଦିନ ଏତେ ଶୀଘ୍ର ସରିଯିବ। କଣ ଆଉ କରିପାରିବ ମାନସ, ଏବେ ପଢା ବି ସରିନି।

କଲେଜର ଝାଉଁ ବଣ। ମାନସ ଆଉ ମିଲି ବସିଛନ୍ତି ଉଦାସ ମନ ନେଇ। ଦୁଇ ଜଣଙ୍କ ଆଖିରେ ଲୁହ। କେହି କାହାକୁ କିଛି ବି କହିପାରୁ ନାହାନ୍ତି। ଚାରି ଆଖିର ମିଳନ। କେହି କାହା ଠୁ ଆଖି ଫେରାଇ ପାରୁ ନାହାଁନ୍ତି। ମୁହଁରେ କାହାର ଭାଷା ନାହିଁ। ନା ଆଜି ଅଛି ମିଳନର ମାଧୁର୍ଯ୍ୟ ନା ବେଦନାର ଅନ୍ତ। ହଟାତ ନୀରବତା ଭାଙ୍ଗି ମିଲି ଭୋ ଭୋ ହୋଇ କାନ୍ଦି ଉଠିଲା। ମାନସ କୁ ଜୋରରେ ଟାଣି ଧରି କହିଲା "ତୁମ ବିନା ବଞ୍ଚିବା ମୋ ପାଇଁ ଅସମ୍ଭବ। କିଛି ଗୋଟେ କର ମାନସ, କିଛି ନ ହେଲେ ଚାଲ ଆତ୍ମହତ୍ୟା କରିଦେବା। ମାନସ ସବୁବେଳେ ଚାହେଁ ମିଲି ସୁଖରେ ରହୁ, ଖୁସିରେ ଘର ସଂସାର କରୁ, ତା ଚଲାପଥ କୁସୁମିତ ହେଉ। ମାନସ କହିଲା ମିଳନ ଓ ବିଛେଦ ସୃଷ୍ଟିର ନିୟମ। ଆତ୍ମହତ୍ୟା କଣ ସବୁ ସମସ୍ୟା ର ସମାଧାନ। ରାଧାକୃଷ୍ଣଙ୍କ ଜୀବନରେ ବି ବିଛେଦ ଆସିଥିଲା। ଯେତେବେଳେ ଶ୍ରୀକୃଷ୍ଣଙ୍କ ଗୋପ ପୁର ଛାଡି ଚାଲିଗଲେ, ରାଧା ଙ୍କୁ କହିଥିଲେ "ତୁମେ ତ ଜାଣିଛ ମୁଁ ଆଉ କେବେ ଫେରିବିନି କିନ୍ତୁ ରାଜଉଆସ ରେ ହେଉ କିମ୍ୱା ଯୁଦ୍ଧକ୍ଷେତ୍ର ସବୁବେଳେ ତୁମେ ମୋ ଦୃଦୟ ରେ ଥିବ। ସେମିତି ତୁମ ସ୍ମୁତି କୁ ମୁଁ ସାଇତି ରଖିଥିବି ମୋ ଛାତି ତଳେ। ପୁରୁଣା ଦିନର ସ୍ମୁତି ଅବଶିଷ୍ଟ ଦିନର ସନ୍ତକ ହୋଇ ରହିବ। ସବୁ ଦୁଃଖ, କଷ୍ଟ, ଆଉ ଅକୁହା ବେଦନାକୁ ଛାତିରେ ଚାପିଧରି ଦୁଇଜଣ ଦୁଇଜଣଙ୍କ ଠାରୁ ବିଦାୟ ନେଲେ। ଅନେକ ଦୂରରେ ଗୀତ ଟିଏ ବାଜୁଥିଲା

ଯେଉଁ ନିଆଁ ଲାଗେ ଥରେ ପ୍ରେମ ଯୁଦ୍ଧେ ହାରି

ଲିଭାଇ ପାରେନା ତାକୁ ଶ୍ରାବଣ ର ବାରି।

ମାନସ ଏବେ ମାନସିକ ସ୍ତରରେ ବହୁତ ଭାଙ୍ଗି ପଡିଛି। ମନେ ମନେ ଭାବୁଥାଏ କଣ ପାଇଁ ଭଗବାନ ଦୁଇଦିନ ପାଇଁ ହସ ଖୁସି ଦେଇ ପୁଣି ଛଡାଇ ନେଲେ। ବାହାରକୁ ଜଣା ପଡୁନଥିଲେ ବି ଭିତରେ ଭିତରେ ସବୁବେଳେ କାନ୍ଦେ ମାନସ। ବିଭାଘର ଦିନ ଏକ ଛୋଟ ଚିଠି ଟିଏ ଦେଇ ମିଲି କୁଣ୍ଢେଇ ପକାଇଲା ମାନସ କୁ। କାହିଁକି କେଜାଣି ମାନସ ଥିଲା ନିଲିପ୍ତ, ତାର ହାତ ଦୁଇଟି ତଳକୁ ଝୁଲି ରହିଥିଲା ସତେ ଯେପରି ନିର୍ଜୀବ। ଏହା ଥିଲା ମାନସ ଆଉ ମିଲିର ଶେଷ ଦେଖା। ଘରକୁ ଆସି ଚିଠିଟି ପଢିବାକୁ ଲାଗିଲା।ସେଥିରେ ଲେଖାଥିଲା " ମତେ ଭୁଲ ବୁଝିବନି। ମୁଁ ଯାଉଛି ମୋ କର୍ତ୍ତବ୍ୟ କରିବାକୁ। ତୁମେ ତୁମ କର୍ତ୍ତବ୍ୟ ଠିକ ସେ କରିଛ ଆଉ ଆଗକୁ ମଧ୍ୟ୍ୟ କରିବ"।

ଏହା ଭିତରେ କଟିଯାଇଛି କୋଡିଏ ବର୍ଷ। ନା କେବେ ଭେଟ ହୋଇଛି, ନା କିଛି ଖବର ଅଛି ମିଲିର। ମାନସ ଆଜି ଗାଁ ଠୁ ବହୁତ ଦୂରରେ। କେବଳ ମିଲିର ଶେଷ ଦୁଇ ପଦ କଥା ମନେ ଅଛି "ତୁମେ ତୁମ କର୍ତ୍ତବ୍ୟ ଠିକ ସେ କରିଛ ଆଉ ଆଗକୁ ମଧ୍ୟ୍ୟ କରିବ"। ଏହି ଦୁଇ ପଦ କଥା ମାନସ କୁ ବଞ୍ଚିବାର ନୂଆ ରାହା ଯୋଗାଇଥିଲା। ସବୁ ଦୁଃଖ କୁ ସହିବାର ଧର୍ଯ୍ୟ ଆଣି ଦେଇଥିଲା। ଆଜି ଏତେ ଦିନ ପରେ ପୁଣି ଫେସବୁକ ରେ ମିଲି କୁ ଦେଖି ଅତୀତ ଟା ଆଖି ଆଗରେ ନାଚି ଉଠିଲା। କାହା କାନ୍ଦ ରେ ମାନସ ଭାବନା ରାଜ୍ୟରୁ ଫେରିଲା। ଦୁଇବର୍ଷର ମୁନା କାନ୍ଦି କାନ୍ଦି ଘର ଭିତରକୁ ଆସିବାରୁ ମାନସ ଆଖିର ଲୁହକୁ ମୁନାର ଅଜଣାତରେ ପୋଛିନେଲା। ପୁଅକୁ ଟିକେ ବୁଝାଇ ଶୁଝାଇ ଚୁପ କରିବାରେ ଲାଗିପଡିଲେ। ଆର ପଟ ଘରୁ ପତ୍ନୀଙ୍କ ପାଟି ଶୁଭୁଥାଏ ଦିନ ନଟା ହେଲାଣି ଶୋଇଥାଅ।

ସୀତାରାମ ଦାଶ

ସାନମୂଳାଇ, କଟକ।

ବିଳମ୍ବ ଶିହରଣ ଅନୁଭବ

Rate the content


Originality
Flow
Language
Cover design

Comments

Post

Some text some message..