Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Aravinda Das

Tragedy

0.2  

Aravinda Das

Tragedy

ମା ର ମମତା

ମା ର ମମତା

2 mins
752


ମା ଛେଉଣ୍ଡ ହାତୀ ଛୁଆଟା , ଚିଡିଆଖାନାକୁ ଆସିଲାବେଳେ ମାତ୍ର ଦୁଇମାସର ହୋଇଥିଲା ।

ଜଙ୍ଗଲ ଭିତରେ ଶିକାରୀ ଗୁଳିରେ ପ୍ରାଣ ହରାଇଥିଲା ମା ହାତୀ । ହାତୀ ଖୁଆଡ଼ର କେଆରଟେକର ରାମୁ ,ହାତୀଛୁଆକୁ ଦେଖି ଵହୁତ ବ୍ୟସ୍ତ ହୋଇପଡିଲା । ମା ର ମୃତ ଶରୀର ପାଖରେ ତିନିଦିନ ନଖାଇ ନପିଇ ଛୁଆଟା ଥିବା ଯୋଗୁଁ ବହୁତ ଦୁର୍ବଳ ହୋଇପଡ଼ିଥିଲା । ଠିଆ ହୋଇପାରୁନଥିଲା ସେ । ଦୁଧରେ ଆଣ୍ଟିବାୟୋଟିକ ,ଓ ଆର ଏସ ଇତ୍ୟାଦି ଗୋଳାଇ ବୋତଲରେ ଛୋଟ ଛୁଆଙ୍କୁ ଦୁଧ ପିଆଇଲା ଭଳି ହାତୀ ଛୁଆକୁ ପିଆଇବାକୁ ଚେଷ୍ଟା କଲା ରାମୁ ।

    ନୂଆ ଜାଗା,ମଣିଷ,ନୂଆ ପରିବେଶ ଯୋଗୁଁ ଭୟ ପାଇଥିଲା ଛୁଆ ହାତୀ ।


-ଆଜିଠୁ ମୁଁ ତୋର ବାପା ଓ ମା ବି । ଜଲଦି ଦୁଧ ପିଇଦେ । "ଛୁଆ ହାତୀ କାନରେ କହୁଥିଲା ରାମୁ । ତିନିଦିନରେ ସଳଖି ଠିଆ ହେଲା ଛୁଆ ହାତୀ ।

  ଗୋଟେ ନାଁ ବଛାହେଲା । "ଶମ୍ଭୁ"ନାଁ ଟା ସମସ୍ତଙ୍କୁ ପସନ୍ଦ ଆସିଲା । ଗୁଳୁଗୁଲିଆ ଛୁଆଟା ସମସ୍ତଙ୍କ ପ୍ରିୟପାତ୍ର ବନିଗଲା । ରାମୁ ସାଙ୍ଗରେ ଠେଲାପେଲା, ଖେଳିଲାବେଳେ ଲାଗେ ଯେମିତି ବହୁତ ଦିନର ଚିହ୍ନାପରିଚୟ । ତଥାପି ଶମ୍ଭୁ ଖୋଜୁଥିଲା ତା ମା କୁ । କାରଣ ଖୁଆଡ଼ରେ ବନ୍ଧା ହୋଇଥିବା କୁମଲି ଅଣ୍ଡିରା ହାତୀ ଐରାଵତ ଓ ଗଜରାଜଙ୍କୁ ଦେଖି ତାଙ୍କ ପାଖକୁ ଦୌଡ଼ୁଥିଲା ଶମ୍ଭୁ । ହେଲେ ଦନ୍ତା ହାତୀଙ୍କ ପାଖକୁ ଛୁଆ ହାତୀକୁ ଛାଡ଼ିବା ବିପଦ ।


   ଖୁଆଡ଼ରେ ବନ୍ଧାହୋଇଥିବା ମାଈ ହାତୀ ଲକ୍ଷ୍ମୀ ବି ପାଖରେ ପୁରାଇ ଦେଉନଥିଲା ଶମ୍ଭୁକୁ । ତା ନିଜ ଛୁଆ ପାଖରେ ବନ୍ଧା ହୋଇଥିଲା । ଶମ୍ଭୁ ବିଚରା ଜାଣି ପାରୁନଥିଲା ନିଜ ମା ଓ ଅନ୍ୟ ମା ହାତୀ ଭିତରେ ତଫାତ । ଦୌଡ଼ିଆସୁଥିଲା ଲକ୍ଷ୍ମୀ ପାଖକୁ ।


ରାମୁ ସବୁଦିନ ପ୍ରାର୍ଥନା କରୁଥିଲା ଲକ୍ଷ୍ମୀ ,ଆଦରି ନେଉ ଶମ୍ଭୁକୁ । ସେଦିନ ହାଠାତ୍ କିଛି ଶବ୍ଦ ଶୁଣି ଦୌଡ଼ି ଆସିଲା ରାମୁ । ବାହାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ସେ ।

ଅଣ୍ଡିରା ହାତୀ ଦୁହେଁ ଚାଲିଆସିଥିଲା ଶମ୍ଭୁ ପାଖକୁ ଓ ପାଦରେ ଦାନ୍ତରେ ମାରିବା ପାଇଁ । କିନ୍ତୁ ସେ ଦୁହିଁଙ୍କ ସାମ୍ନାରେ ପାଚେରୀ ଭଳି ଠିଆ ହୋଇଥିଲା ଲକ୍ଷ୍ମୀ । ଲୋକଙ୍କୁ ଡାକ ପକାଇ ଦୁଇ ଅଣ୍ଡିରା ହାତୀଙ୍କୁ କାବୁ କରିନିଆଗଲା । କୁନି ଶମ୍ଭୁକୁ ମିଳିଯାଇଥିଲା ମା । ରାମୁ ଭାବୁଥିଲା ମଣିଷ ହେଉ କି ପଶୁ,ମା ର ହୃଦୟ ସବୁବେଳେ ପିଲାଙ୍କ ପାଇଁ । ନିଜର ହେଉ କି ପର, ଛୁଆଟେ ପାଇଁ ମା ସବୁବେଳେ ରକ୍ଷା କବଚ ।



Rate this content
Log in

Similar oriya story from Tragedy