Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Children

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ -168

ଜହ୍ନମାମୁଁ -168

3 mins
7.5K


ଠିକଣା -୨

 ଦିନ ଗଡି ଚାଲିଥାଏ । ଚାହୁଁ ଚାହୁଁ ଦଶବର୍ଷ ବିତିଗଲା । କରୁଣାର ବାପା ତାଙ୍କ ଝିଅ ପାଇଁ ଏଣେ ତେଣେ ବର ଖୋଜୁଥାନ୍ତି । କିନ୍ତୁ କରୁଣା କହୁଥାଏ, “ବାପା, ମୁଁ ବାହା ହୋଇଗଲେ କିଏ ତୁମର ଦେଖାଶୁଣା କରିବ? ଏଣୁ ମୁଁ ତୁମକୁ ମୋଟେ ଛାଡିକି ଯିବି ନାହିଁ ।”

ବାପା କହନ୍ତି, “ଝିଅ, ମୁଁ ବି ମନେ ମନେ ଏଇ ଗାଁରେ କୌଣସି ଉପଯୁକ୍ତ ପାତ୍ର ଥିଲେ ତୋତେ ତାକୁ ସମର୍ପି ଦେବି ବୋଲି ଭାବୁଥିଲି । କିନ୍ତୁ ମୋର ଦୁର୍ଭାଗ୍ୟକୁ ଏ ଗାଁରେ ସେମିତି କେହି ପାତ୍ର ନାହାଁନ୍ତି ।”

କରୁଣା କହେ “ବାପା, ମୁଁ ମୋଟେ ବାହା ହେବି ନାହିଁ ।”

ବାପା ସେଥିରେ ହସନ୍ତି । ତାଙ୍କର ସେ ହସରେ ଦୁଃଖ ବି ରହିଥାଏ ।

ବାପା ଯେଉଁ କାରଖାନାରେ କାମ କରୁଥାନ୍ତି, ସେ କାରଖାନାକୁ କେହିଜଣେ ଧନପତି କିଣି ନେଇଥାନ୍ତି । ତାଙ୍କ ଲୋକେ ଆସି କାରଖାନାରେ ଅନେକ ଅଦଳ ବଦଳ କରୁଥାନ୍ତି । ଧନପତିଙ୍କ ପୁଅ ଅନେକ ନୂତନ ବ୍ୟବସ୍ଥା କରି କାରଖାନାର ଚେହେରା ବଦଳାଇ ଦେଉଥାନ୍ତି । ସେ ଯୁବକଙ୍କ ବୁଦ୍ଧି ଓ ବ୍ୟବହାରରେ କାରଖାନାର ସମସ୍ତ କର୍ମଚାରୀ ମୁଗ୍ଧ ହେଉଥାନ୍ତି । କାରଖାନା ପୂର୍ବେ କ୍ଷତିରେ ଚାଲୁଥିଲା ବୋଲି ପୂର୍ବ ମାଲିକ ତାକୁ ବିକ୍ରି କରି ଦେଇଥିଲେ । ନୂଆ ମାଲିକ ଅଦମ୍ୟ ଉତ୍ସାହରେ କାରଖାନାକୁ ଗୋଟିଏ ଉନ୍ନତ ପ୍ରତିଷ୍ଠାନରେ ପରିଣତ କରିବାକୁ ଉଦ୍ୟମ କରୁଥାନ୍ତି । ତାଙ୍କର ସେ ଉଦ୍ୟମରେ ସବୁ କର୍ମଚାରୀ ସହଯୋଗ କରୁଥାନ୍ତି । ବାପା ସେଠାରେ ବ୍ୟସ୍ତ ଥାନ୍ତି । ଏଣେ କରୁଣା ଏକୁଟିଆ ଘରେ ଥାଏ । ଦୁଇପହର ବେଳେ କେହି ଜଣେ କବାଟରେ କିଛି ଶବ୍ଦ ଦେଲା । କରୁଣା କବାଟ ଖୋଲି ଦେଲା । ଜଣେ ବୃଦ୍ଧ ତା’ ଆଡେ ନିର୍ନିମେଷ ନୟନରେ ଅନାଇ ରହିଥାନ୍ତି । ଟିକିଏ ପରେ ସେ ହସି ପଚାରିଲେ, “ମା, ମୁନ୍ଦିଏ ପାଣି ପିଇବାକୁ ଦେବ?”

କରୁଣା ତାଙ୍କୁ ସ୍ୱାଗତ କରି କହିଲା “ଆପଣ ଭିତରକୁ ଆସନ୍ତୁ ।”

କ୍ଳାନ୍ତ ବୃଦ୍ଧ ଭିତରକୁ ଆସି ଖଟିଆ ଉପରେ ବସି ପଡିଲେ । କରୁଣା ତାଙ୍କୁ ସରବତ୍ ଆଣି ଦେଲା । ବୃଦ୍ଧ ପଚାରିଲେ, “ମା, ତୁମେ କରୁଣାଟି?”

କରୁଣା କହିଲା “ହଁ । ଆପଣ ମୋ ନାମ କିପରି ଜାଣିଲେ? ମୋତେ ବି ଆପଣଙ୍କୁ ଆଗରୁ କୋଉଠି ଦେଖିଲା ଭଳି ଲାଗୁଥିଲା ।”

ବୃଦ୍ଧ ପଚାରିଲେ “ମୋତେ ଆଗରୁ ଦେଖିଛ । ସେକଥା କହିବି । ଆଚ୍ଛା, ମା, ତୁମେ ଏଯାଏଁ ବାହାହୋଇ ନାହଁ?”

କରୁଣା କହିଲା “ନା । ମୁଁ ମୋ ବାପାଙ୍କୁ ଛାଡି ଦୂରକୁ ଚାଲିଯିବାକୁ ଚାହେଁନା ।”

ବୃଦ୍ଧ ହସି ହସି ପଚାରିଲେ “ସତେ? ଆଚ୍ଛା, ଯଦି ଏହି ଗାଁରେ ଯୋଗ୍ୟ ବର ପାତ୍ର ମିଳେ?” କରୁଣା ହଠାତ୍ ଖଣ୍ଡିଏ କାଗଜ ବାହାର କରି ଆଣି ପଚାରିଲା, “ଆଚ୍ଛା, ଆପଣ ସେଦିନର ଏଇ ଭଦ୍ରଲୋକଟି?”

ବୃଦ୍ଧ କାଗଜଟି ନେଲେ ଓ କହିଲେ, “ହଁ ମା । ସେଦିନ ମୁଁ ମୋ ଠିକଣା ଲେଖି ନଥିଲି । ହେଲେ ଆଜି ଲେଖି ଦେଉଛି ।” ବୃଦ୍ଧ କାଗଜରେ ନିଜ ନାମ ତଳେ ଲେଖିଦେଲେ, “ସ୍ୱତ୍ୱାଧିକାରୀ, ଶ୍ରୀହନୁମାନ କାଚ କାରଖାନା, ମଙ୍ଗଳପୁର ।”

ଶ୍ରୀହନୁମାନ କାଚ କାରଖାନାରେହିଁ କରୁଣାର ବାପା କାମ କରୁଥିଲେ । ସେ କାରଖାନାକୁ ସହରର ଜଣେ ଧନୀଲୋକ କିଣି ନେଇଛନ୍ତି ବୋଲି କରୁଣା ତ ଜାଣିଥିଲା । କିନ୍ତୁ ସେ ଲୋକ ଯେ ଏହି ଜଣକ, ସେକଥା ସେ ଏତେ ସହଜରେ ବିଶ୍ୱାସ କରିପାରୁ ନଥିଲା । ସେ ରୂପା ପାନ ଡବାଟି ଆଣି ତାଙ୍କ ହାତରେ ଧରାଇ ଦେବା ବେଳକୁ ବୃଦ୍ଧ ପ୍ରାୟ କାନ୍ଦି ପକାଇଲେ ।

କରୁଣା କହିଲା “ଆପଣ ଏ ଗୋଟିକ ଛାଡି ଯାଇଥିଲେ ।”

ବୃଦ୍ଧ କହିଲେ, “ମା! ମୋ ଘର ଆଉ ଗୋଟିଏ ଗାଁରେ ଥିଲା । ମୋର କିଛି ଜମିବାଡିବି ଥିଲା । ବେପାର ବି ଥିଲା । କିନ୍ତୁ ଯେଉଁମାନଙ୍କୁ ବିଶ୍ୱାସ କରୁଥିଲି, ସେମାନେ ମୋତେ ଠକିଦେଲେ । ମୁଁ ସର୍ବସ୍ୱାନ୍ତ ହୋଇ ଗାଁ ଛାଡି ସହରକୁ ଯିବା ବାଟରେ ତୋତେ ଭେଟିଥିଲି । ତୋ ବ୍ୟବହାରରେ ମଣିଷଙ୍କ ପ୍ରତି ମୋର ଧାରଣା ପୁରାପୁରି ବଦଳିଗଲା । ମୁଁ ପୁଣି ମଣିଷଙ୍କ ଉପରେ ବିଶ୍ୱାସ ସ୍ଥାପନ କଲି । ସହରରେ ଯାଇ ନୂଆ ବେପାର କଲି । ଏଥର ମୋ ବିଶ୍ୱାସ ଠିକ୍ କାମ ଦେଲା । ବହୁତ ଆୟ କଲି । ଏଠାକାର କାରଖାନା କିଣିଛି । ଏଇଠି ଘରଟିଏ ତୋଳିବି ମା! ତୋ ଆଶ୍ରାରେ ମୁଁ ମୋ ବାକି ଜୀବନ ବିତାଇବି ।”

ବୃଦ୍ଧ ଏତିକି କହିସାରିବା ବେଳକୁ ସେଠାରେ ତାଙ୍କ ପୁଅ ଓ ଗୁମାସ୍ତା ଆସି ପହଁଚିଗଲେ । ସଙ୍ଗେ ସଙ୍ଗେ କରୁଣାର ବାପା ବି ସେଠାରେ ଆସି ପହଁଚିଗଲେ । ବାବୁ କୁଆଡେ ଗଲେ ବୋଲି ସେମାନେ ଖୋଜୁଥିଲେ । ସେ କରୁଣା ସହ କଥା ହେଉଥିବାର ଦେଖି ସେମାନଙ୍କ ବିସ୍ମୟର ଆଉ କୌଣସି ସୀମା ରହିଲା ନାହିଁ ।

ବୃଦ୍ଧ ତାଙ୍କ ପୁଅକୁ କହିଲେ, “ସୁଧୀର! ଏଇ ମୋ ମା କରୁଣା ।”

ସୁଧୀର କହିଲା “ଆଚ୍ଛା । ଆପଣ ଏହାଙ୍କ କଥା ମୋତେ ଅନ୍ତତଃ ଶହେଥର କହିଥିବେ ।”

କିଛିଦିନ ଭିତରେ କରୁଣାର ବାପା ବୁଝିଲେ, ସୁଧୀର ଅତ୍ୟନ୍ତ ଗୋଟିଏ ସତ୍ ସ୍ୱଭାବର ଯୁବକ । ବୃଦ୍ଧଙ୍କ ପ୍ରସ୍ତାବ ଅନୁସାରେ ସୁଧୀର ସହ କରୁଣାର ବିବାହ ଖୁବ୍ ଭଲଭାବେ ହୋଇଗଲା । ସୁଧୀରର ବାପା ସେହି ଗାଁରେ ନୂଆ ଘର ତୋଳିଥାନ୍ତି । କରୁଣାକୁ ତା’ ବାପାକୁ ଛାଡି ଆଉ କୁଆଡେ ବି ଯିବାକୁ ପଡିଲା ନାହିଁ ।


Rate this content
Log in

Similar oriya story from Children