Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

1.0  

Rasmi Rekha Tripathy

Others

ନିଷ୍ପତ୍ତି

ନିଷ୍ପତ୍ତି

2 mins
7.4K



: ସେ ପିଲା କଣ ଖରାପ ପିଲା? ତାର କୌଣସି କିଛି ବଦଗୁଣ ଅଛି କି?ଆଉ କାହାକୁ ଭଲ ପାଉଛି କି ସିଏ?

ରୀତୁର ସବୁ ପ୍ରଶ୍ନର ଉତ୍ତରରେ ମୁଁ କେବଳ ମୁଣ୍ଡ ହିଁ ହଲେଇଲି l କିନ୍ତୁ ମୁଁ ଚାହୁଁ ନ ଥିଲି ତା ବାହାଘର ଦୀପୁ ସାଙ୍ଗରେ ହେଉ l ଦୀପୁ ମୋର ସହପାଠୀ l ତାଙ୍କ ଘରକୁ ମୁଁ ଭଲ ଭାବରେ ଜାଣେ l ଦୀପୁର ବାବା ମରିଯାଇଛନ୍ତି l ମାଆ ହୃଦରୋଗୀ l ସେ ଘରର ବଡ ପୁଅ l ତା ତଳେ ଚାରି ଭାଇ ଭଉଣୀ l ଭାଇ ଗୋଟେ ପାଗଳ l ଆଉ ଗୋଟେ ଭାଇ ଓ ଭଉଣୀ ପଢୁଛନ୍ତି l ଘରର ସବୁ ଦାୟିତ୍ୱ ଦୀପୁ ଉପରେ l ଗୋଟିଏ ଭଉଣୀର ହିଁ ବାହାଘର ହେଇଛି l ରୀତୁ ମୋର ସାନ ଭଉଣୀ l ଘରର ଗୋଟିଏ ବୋଲି ଝିଅ l ଜଞ୍ଜାଳ କଣ ଜାଣିନି l ଏମିତି ଜଞ୍ଜାଳି ଘରେ ତାକୁ ବାହା ଦେବାକୁ ମୋର ଜମ୍ମା ଇଛା ନ ଥିଲା l ନନା କିନ୍ତୁ କହୁଥିଲେ ଆମକୁ ସବୁ ଠିକ୍ ମିଳିବ ବୋଲି ଆଶା କରିବାଟା ଭୁଲ l ଅନେକ ଜାଗାରେ କିଛି କିଛି ଅନିଚ୍ଛା ସତ୍ତ୍ୱେ ଗ୍ରହଣ କରି ନେବାକୁ ପଡେ, ଯଦି ପିଲା ଓ ପରିବାର ଭଲ ଥାଏ l

ଶେଷରେ ମୁଁ ରୀତୁକୁ ସବୁ କଥା କହିଲି l ରୀତୁ ଯଦି ମନା କରିଦେବ, ତେବେ ଏ ବାହାଘର ହେଇ ପାରିବନି l

: ଭାଇ! ମୁଁ ଜାଣିଛି, ତୁ ମୋତେ ବହୁତ ଭଲ ପାଉଛୁ l କିନ୍ତୁ ଗୋଟିଏ କଥା ମୋତେ କହ, ତୁମେ ସବୁ ଦେଖି ଚାହିଁ ଦେଲେ ମଧ୍ୟ ମୋର ଯେ ସବୁ ଠିକ୍ ଚାଲିବ, ସେମିତି କିଛି ମାନେ ନାହିଁ l ପୁଣି ବାହାଘର ପରେ ଯଦି କିଛି ଅସୁବିଧା ହେଲା ମୁଁ କଣ ଛାଡି ଦେଇ ଆସି ପାରିବି ?

ରୀତୁର ଏହି ଉତ୍ତର ମୋତେ ଚୁପ୍ କରିଦେବା ପାଇଁ ଯଥେଷ୍ଟ ଥିଲା l ଏବଂ ବାହାଘରର ସାତ ବର୍ଷ ପରେ ବି ରୀତୁର କିଛି ଅସୁବିଧା ହୋଇନି ଓ ସେ ସମସ୍ତଙ୍କର ସ୍ନେହ ଓ ସମ୍ମାନ ପାଇ ବହୁତ ଖୁସିରେ ଅଛି l


Rate this content
Log in