Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

3  

Amiya Bej

Others

✿ ସ୍ୱାଧୀନତା ✿

✿ ସ୍ୱାଧୀନତା ✿

3 mins
14.6K


✿ ସ୍ୱାଧୀନତା ✿

ସକାଳଟାରୁ ଆସି ମୁନି ମୋତେ ଉଠାଇବାକୁ ଲାଗିଲା । ଛୁଟି ଟେ ମିଳିଛି , ଢେର୍ ଶୋଇବାର ଇଚ୍ଛା ଥିଲା । ଉଁ ଆଁ ହେବାରୁ ସୌମ୍ୟା ଆସି ଗରଗର ହେଲା । ପିଲାଟା ସଜ ହୋଇ କେତେବେଳୁ ବସିଛି , ଟିକେ ଷ୍ଟାଡିୟମ୍ ଆଡୁ ବୁଲାଇ ଆଣିଲେ କ'ଣ ହୁଅନ୍ତା ?
ମୁଁ ଛାଡ଼ିଲିନି ।
- କ'ଣ ସେଠି ଦେଖିବୁ କହିଲୁ ? 
- ପ୍ୟାରେଡ୍
- ଏବେ ତ ଟିଭି ରେ ବି ଦେବ । ସିଏପୁଣି ଦିଲ୍ଲୀ ର ।
- ନା ' ସେଠି ଚୋକଲେଟ୍ ବି ଦେବେ ।
- ଆରେ ! ଫ୍ରିଜ୍ ରେ କାଡବୋରିଜ୍ ଭରିଛି । ହାତ ମାରୁନୁ ।
- ମୋ' ସାଙ୍ଗ ମାନେ ସବୁ ଯିବେ ।
- ଇଂଗ୍ଲିଶ୍ ସ୍କୁଲ୍ ପିଲା ସେଠି ଯାଇ କ'ଣ କରିବ ?
- ମୁଁ ଯିବି ଯିବି ଯିବି ।
ମୋ' ନାହିଁ ଦେଖି ସୌମ୍ୟା ମୁହଁ ର ରଂଗ ଧିରେଧିରେ ବଦଳୁଥିବା ଦେଖି , ଅଗତ୍ୟା ମୋତେ ଉଠିବାକୁ ହେଲା ।
ଆସିବାବେଳେ ସୌମ୍ୟା କହିଲା 
- ମୋ ପାଇଁ ଗୋଟେ ବୁନ୍ଦି ପୁଡିଆ ଆଣିବ ପ୍ଲିଜ୍ । ଭାରି ବଢିଆ ଲାଗେ ।
- ହଁ ! କହୁଥିଲି ପରା ।
[୨]
ଷ୍ଟାଡିୟମ୍ ଗେଟ୍ ରେ ପଂହଚି ଜାଣିଲି , ଆଜି ଉନ୍ନୟନ ମନ୍ତ୍ରୀ ଆସୁଛନ୍ତି ଆମ ସହରକୁ । ପ୍ରବଳ ଭିଡ ଏଠି । ତନ୍ନତନ୍ନ ତଲାସି, ଭିତରକୁ ଛଡାଯାଉଛି ସଭିଙ୍କୁ । 
ଛୁଆଙ୍କୁ ବି ।
ବୁଝିପାରୁନି ଏବର ମନ୍ତ୍ରୀ ମାନଙ୍କୁ ଏତେ ଭୟ କାହିଁକି ? ସମାଜର ସେବାକଲେ ଆଦର ମିଳିବ , ଅଣ୍ଡା ଥୋଡି ???
ଯା'ହେଉ ; ମୋ' ମୁନିର ଖୁସି ଆଗରେ ମୁଁ କିଏ ?
ଭିତରେ ଖଚାଖଚ ଭିଡ଼ । ରଂଗୀନ୍ ପ୍ରଜାପତି ପରି ଛୁଆସବୁ ଲାଗୁଥିଲେ । ମନେପଡିଲା ମୋ' ପିଲାବେଳ ।
ସକାଳୁ ପ୍ରଭାତଫେରି । ରାମ୍ ଧୂନ୍ । ସାରେ ଯେଉଁଠି ହ୍ୱୀସିଲ୍ ଫୁଙ୍କିବେ ସେଇଠି ଆରମ୍ଭ ' ବନ୍ଦେ ମାତରମ୍' ,'ଭାରତ୍ ମାତାକି 
ଜୟ' 
ଘରେଘରେ ଶୋଇଥିବା ଲୋକଙ୍କୁ ଯାଇ କାନେକାନେ କହିଦେଇ ଆସୁଥିଲୁ ଦେଶପ୍ରମ ର ମନ୍ତ୍ର ,ଆଉ ପୂର୍ବସୂରୀ ଙ୍କ ବଳିଦାନ ।
ଆଜିକାଲି ତ ଅଣ୍ଡା କୁ ଡରୁଥିବା ନେତାଏ କହିଲେଣି -
'ଭାରତମାତା କି ଜୟ ନ'କହିବାକୁ ଛୁରାମାଡ ଖାଇବାକୁ ପ୍ରସ୍ତୁତ '
ସେଠୁ ଆସି ଠୁଳହେଉ ଆମେ ବ୍ଲକଅଫିସ୍ ପଡିଆରେ । ସେତେବେଳେ ଏତେ ମନ୍ତ୍ରୀ ଫନ୍ତ୍ରୀ ନଥିଲେ ବୋଧେ । ଆମ ଅଂଚଳ ର ସ୍ୱାଧୀନତା ସଂଗ୍ରାମୀ ଭୀମବାବୁ ହୁଅନ୍ତି ମୁଖ୍ୟ ଅତିଥି ।
ଅନୁଭୂତି ବଖାଣିଲା ବେଳେ ଲାଗେ କେମିତି ସେବର ଏଇ ସରଳିଆ ମଣିଷ ଗୁଡା ବିନା ବାଡି-ବଂଧୁକରେ ସେ ଫିରଙ୍ଗୀ ଗୁଡାଙ୍କୁ ତଡିଥିଲେ ସତେ। ଛାତି ଫୁଲାଇ ପୁଳାଏ ପୁଳାଏ ସେଉବୁନ୍ଦି ଧରି ଘରକୁ ଫେରୁ । ମା' ବାଟ ଚାହିଁଥାଏ ମନ ଖୁସିରେ ।
[୩]
ମନ୍ତ୍ରୀ ଙ୍କୁ ଅପେକ୍ଷା । ତରତର ରେ ଆଜିପାଇଁ ପିନ୍ଧିବାର ଜୋତା ଛାଡ଼ି ଆଇଛନ୍ତି ଭୂବନେଶ୍ବର ରେ । ଚେଲାମାନେ ଖୋଜୁଛନ୍ତି ଆମ ସହରରେ ' ମନ୍ତ୍ରୀ ଙ୍କ ପାଇଁ ଜୋତା '।
ଘଣ୍ଟାଏ ବିଳମ୍ବ ରେ ପଂହଚିଲେ ମନ୍ତ୍ରୀ । ସରକାରୀ ବାବୁ ମାନଙ୍କ ମନ୍ତ୍ରୀଲାଗି ହେବାକୁ କି ଟଣାଟଣି ! ବାପ୍ ରେ !
ମଉଳି ସାରିଥିବା କୁନିକୁନି ଛୁଆଏ ସଳଖି ଗଲେ ପୁଣି । ମୋ' ମୁନିଟାର କେହି ସାଙ୍ଗଫାଙ୍ଗ ଏତେ ଭିଡରେ ମିଳୁନଥିଲେ । ସିଏ ପକ୍କା ଚକୋଲେଟ୍ ଲୋଭରେ ଆଇଛି ଜାଣିଗଲି ।
ପତକା ଉଡିଲା । ତ୍ରୀରଙ୍ଗା । ଭାବମୟ ହୋଇଗଲା ପରିବେଶ ।
ଏଇ ତ ମ୍ୟାଜିକ୍ ଆମ ଦେଶର ।
[୪]
ରାଜକୀୟ ପ୍ୟାରେଡ଼ ପରେ ମନ୍ତ୍ରୀ ଗଳାସଫା କରି ଆରମ୍ଭିଲେ ।
ମୁନି ପରି ମୁଁ ବି ଭାବୁଥିଲି ଚକୋଲେଟ୍ ବଣ୍ଟନ ଟା ଆଗ ହୋଇଯିବ ବୋଲି । ଯାହେଉ ମନ୍ତ୍ରୀ ଆଗ। ଆଗ ଦେଇଦେଲେ ଭିଡ କମିଯିବ ପରା ! 
କିଛିବେଳ ମହାତ୍ମା ଙ୍କ ନାମ ନେଲାପରେ ସୁରୁହେଲା ରାଜନୀତି । ସରକାରୀ ବହୁକଲ୍ୟାଣ ଯୋଜନା ସବୁକୁ ଗୋଟିଗୋଟି ବଖାଣୁ ଥାନ୍ତି ମନ୍ତ୍ରୀ । ଏ' ନାବାଳକେ କ'ଣ ପାଇବେ ସେଥିରୁ ? ଜଣେ ତାଳି ମାରିଲେ ଛୁଏ ଗୋଡେଇଲେ ତାକୁ । 
ଆଗକୁ ପଂଚାୟତ ଇଲେକ୍ସନ । ଛୁଏ ବୁଝନ୍ତୁ ନବୁଝନ୍ତୁ ମାଇକ୍ ଦେଇ ଢେର୍ ବାଟ ତ ଯାଉଛି ଖବର । ପ୍ରଚାର ପାଇଁ ୟାଠୁଁ ଭଲମଂଚ କୁଆଡ଼େ ମିଳିବ । 
ସରୁନଥାଏ ମନ୍ତ୍ରୀ ଙ୍କ ଭାଷଣ , ମରୁ ନଥାଏ ମୁନିର ଚୋକଲେଟ୍ ନିଶା ।
ଚିଡା ଲାଗିଲାଣି ମୋତେ ଏସବୁ । ପାଖ ଲୋକଟାକୁ ପଚାରିଲି 
- ଭାଇ ଛୁଆଙ୍କୁ ଚକୋଲେଟ୍ କେବେ ଦେବେ ?
ଲୋକଟା ମୁହଁବୁଲାଇ ଓଲଟା ମୋତେ ପଚାରିଲା 
- ଦେଉଛନ୍ତି କି?
ରାଗରେ ମୁନି ଆଡକୁ ଚାହିଁ କହିଲି - ଚାଲ୍ ଯିବା ଏଠୁ 
ମୁନି ଟା ଛଳଛଳ ଏଲାଗି ହୋଇଗଲା ଯେ - ତା' ପାପା ଆଜିଯାଏଁ ଏତେ ଜୋର୍ ରେ ତାକୁ ରାଗିନଥିଲେ ।

✿ ଅମିୟ ବେଜ୍ , ଘଟଙ୍ଗା , କେନ୍ଦୁଝର ✿


Rate this content
Log in