Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ - ୪୯
ବିକ୍ରମ ବେତାଳ - ୪୯
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.3K    15


Content Ranking

କମଳିନୀ ବିବାହ - ୨

ଆହୁରି କଥାଏ ଅଛି, ଯେଉଁ ଜନ ପରୋପକାର କରନ୍ତି ସ୍ୱର୍ଗରେ ଦେବତାମାନେ ତାହାକୁ ପୂଜା କରନ୍ତି । ଜାଣିଥିଲେ କହିଦିଅ କମଳିନୀ କଥା । ଶୁକ କହିଲା ଶାରୀ କମଳିନୀ ମୋ ସ୍ଥାନରେ ରହୁଛି, ଅରମ୍ୟ ସେ ସ୍ଥାନ, ସାଧାରଣ ନର ଲୋକ ଯାଇ ପାରିବେନି । ସମୁଦ୍ର ମଧ୍ୟରେ ଶାଳ୍ମଳୀ ନାମରେ ଦ୍ୱୀପ ଅଛି । କଙ୍କାଳ ନାମରେ ଏକ ଦେଶ ରହିଛି । କେଜି ନାମରେ ଜଣେ ରାଜା ସେଠାରେ ଅଛନ୍ତି, ତାଙ୍କର କନ୍ୟାନାମ କମଳିନୀ । କମଳିନୀକୁ କୌଣସି ପୁରୁଷ ଦେଖି ପାରିବେନି । ତା’ର ପିତା ଏକ ଗୃହ ନିର୍ମାଣ କରି ତାକୁ ରଖିଛି । ସେ କନ୍ୟା ଯେଉଁଠି ରହୁଛି ପୁରୁଷମାନଙ୍କର ଛାୟା ସେ ସ୍ଥାନରେ ପଡେ ନାହିଁ । ଚାରିଆଡେ ଜଗୁଆଳୀ, ରାଜାର ଭାଗ୍ୟ ଥିଲେ ସେ ସ୍ଥାନକୁ ଯିବ ।

ଶୁକ ଶାରୀ ଏପରି କଥାବାର୍ତ୍ତା ହେବା ବେଳରେ ବିକ୍ରମାଦିତ୍ୟ ବୃକ୍ଷ ତଳେ ରହି ଶୁଣିଲେ । ରାଜା ମନମଧ୍ୟରେ ଚିନ୍ତାକଲେ ମୁଁ ନିଶ୍ଚେ ସେ କନ୍ୟାକୁ ପାଇବି । ସଂସାର ମଧ୍ୟରେ ଅରମ୍ୟ ବୋଲି ସ୍ଥାନ ନାହିଁ । ରାଜା ବିକ୍ରମାଦିତ୍ୟ ଏପରି ମନ ମଧ୍ୟରେ ଚିନ୍ତାକରି ତାଳ ବେତାଳଙ୍କୁ ସୁମରଣା କଲେ । ସୁମରିବାକ୍ଷଣି ଦୁହେଁ ଆସି ପହଁଚି ଗଲେ । କରଯୋଡି କହିଲେ ହେ ରାଜନ ଆଦେଶ କରନ୍ତୁ । ତାଳବେତାଳଙ୍କ କଥା ଶୁଣି ରାଜନ ସମସ୍ତ କଥା ଦୁହିଁଙ୍କୁ ବୁଝାଇ କହିଦେଲେ । ତାଳବେତାଳ କହିଲେ ବିଳମ୍ବ କରୁଛ କାହିଁକି । ଏବେ ଆମ ସ୍କନ୍ଧରେ ବସ । ଶୂନ୍ୟ ମାର୍ଗରେ ତୁମ୍ଭଙ୍କୁ ବହନ କରିନେଇ ସେଠାରେ ପହଁଚାଇ ଦେବୁ । ତାଳବେତାଳଙ୍କ କଥା ଶୁଣି ବିକ୍ରମାଦିତ୍ୟ ତାଙ୍କ ସ୍କନ୍ଧରେ ଆରୋହଣ କଲେ । ପବନ ଗତିରେ ଦୁହେଁ ସମୁଦ୍ର ଉପରେ ଉଡିଯାଇ କଙ୍କାଳ ରାଜ୍ୟରେ ପହଁଚିଗଲେ । ଦ୍ୱୀପଟି ଏତେ ସୁନ୍ଦରଯେ ତା’ର ଶୋଭା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, ଏବେ ଅଶ୍ୱରୂପକୁ ଧାରଣ କର । ତୁମ୍ଭ ପୃଷ୍ଠରେ ଆରୋହଣ କରି ମୁଁ ରାଜା ପାଖକୁ ଯିବି । ଚାହୁଁ ଚାହୁଁ ବେତାଳ ଏକ ଅଶ୍ୱ ହୋଇଗଲା । ରାଜା ବିକ୍ରମାଦିତ୍ୟ ତାହାରି ପୃଷ୍ଠରେ ବସି ରାଜାଙ୍କ ନିକଟକୁ ଚାଲିଲେ । ଯେ ଲୋକ ବିକ୍ରମାଦିତ୍ୟଙ୍କୁ ଦେଖେ ସେ କହେ ଏ ଜଣେ ମାୟାବୀ । ସେ ଅଶ୍ୱଟି ପବନ ଗତିରେ ଚାଲେ । ସେନାପତି ଓ ମନ୍ତ୍ରୀମାନେ ଅଶ୍ୱକୁ ଦେଖି ଦଉଡି ପଳାଇ ଗଲେ । ରାଜାଙ୍କର ମନ୍ତ୍ରୀ ସେ ଦେଶର ରାଜାଙ୍କୁ କହିଲେ କେହି ଜଣେ ଅଶ୍ୱରେ ଚଢି ଆସୁଛି । ଅତି ସୁଦୂରରେ ଜଣା ପଡୁନାହିଁ ସେ ଦେବତା କିମ୍ବା ନର । ସେ ଏକାକି ଆସୁଛି, ସାଙ୍ଗରେ ମହିଷଟିଏ ଅଛି । କେଜି ରାଜନ ଶୁଣି କିପରି ଲୋକ ଦେଖିବାପାଇଁ ଗମନ କଲେ । କେଜି ନୃପତି ବିକ୍ରମାଦିତ୍ୟଙ୍କୁ ଦେଖି ପ୍ରଶ୍ନ କଲେ । ହେ ଆଗନ୍ତୁକ କୁହ ତୁମ୍ଭର ଘର କେଉଁଠାରେ । ମୋ ରାଜ୍ୟକୁ ତୁମ୍ଭେ କାହିଁକି ଆସିଛ । ନୃପତି ଏହିପରି ଅନେକ କଥା କହନ୍ତେ ବିକ୍ରମାଦିତ୍ୟ ହସି ହସି ତାଙ୍କୁ କହିଲେ । ମୁଁ ମନୁଷ୍ୟ, ଦେବତା ନୁହେଁ । ଏଇ ଜମ୍ବୁ ଦ୍ୱୀପରେ ମୋର ଘର । ମୋର ନାମ ବିକ୍ରମାଦିତ୍ୟ । ଯାହାହେଉ ମୋର ବଡ ଭାଗ୍ୟ ମୁଁ ତୁମ୍ଭଙ୍କୁ ଦେଖିଲି । ସଦାଶିବଙ୍କ ଦୟାରୁ ଏ ଅଶ୍ୱ ପାଇଛି । ଏହାରି ସାହାଯ୍ୟରେ ମୁଁ ସିନ୍ଧୁ ପାର ହୁଏ । ତୁମ୍ଭ ନିକଟରେ କାର୍ଯ୍ୟ ଥିବାରୁ ମୁଁ ଆସିଛି । ହେ ରାଜା, ମୁଁ ଅସାଧ୍ୟ କାର୍ଯ୍ୟକୁ ସିଦ୍ଧ କରି ପାରିବି । ବିକ୍ରମାଦିତ୍ୟଙ୍କଠାରୁ ଏକଥା ଶୁଣି ବିକ୍ରମାଦିତ୍ୟଙ୍କୁ ସମାଦରେ ନେଇ ଗୃହରେ ରଖାଇଲେ ।

ରାଜା ବିକ୍ରମାଦିତ୍ୟ ଆପଣା ମନ ମଧ୍ୟରେ ଭାବନ୍ତି ସିନ୍ଧୁପାର ହୋଇ ଆସିଲି । କାହାପାଇଁ ଆସିଲି ତା’ର ଚିହ୍ନ ବର୍ଣ୍ଣ ନାହିଁ । ଏସନ ବିଚାର କରି ରାଜା ତାଳବେତାଳକୁ ଡାକି କହିଲେ ତୁମ୍ଭେ ଦୁହେଁ ବାଘ ରୂପଧରି ରାଜାଙ୍କ ରାଜ୍ୟରେ ଘୋର ବିତ୍ପାତ ସୃଷ୍ଟିକର । ଯେପରି ରାଜ୍ୟର ଲୋକେ ତୁମକୁ ଦେଖି ଭୟଭୀତ ହେବେ । ରାଜାଙ୍କର ଆଦେଶ ପାଇ ତାଳବେତାଳ ଦୁଇଟି ବ୍ୟାଘ୍ର ହେଲେ । ଏପରି ଉତ୍ପାତ କଲେ ଯେ ଜନସାଧାରଣ ବ୍ୟାଘ୍ର ଦୁଇଟିର ରୂପଦେଖି ଭୟ କରିଗଲେ । ବ୍ୟାଘ୍ରର ଉତ୍ପାତ ଦେଖି ରାଜା କହିଲେ ସୈନ୍ୟ ସେନାପତି କିଏ ମୋ ସଙ୍ଗରେ ଆସ । ନିଜେ ରାଜନ ଅଶ୍ୱ ପୃଷ୍ଠରେ ବସି ବାହାରିଲେ । ତାଙ୍କୁ ଦେଖି ତାଙ୍କର ସୈନ୍ୟସାମନ୍ତମାନେ ନିଜର ଅସ୍ତ୍ର ଶସ୍ତ୍ର ଧରି ସଜହୋଇ ବାହାରି ପଡିଲେ । ଯେଉଁଠାରେ ବ୍ୟାଘ୍ର ଦୁଇଟି ଥିଲେ ସେ ସ୍ଥାନରେ ସମସ୍ତେ ପହଁଚି ଗଲେ । ବ୍ୟାଘ୍ରକୁ ଲକ୍ଷ୍ୟକରି ଶର ପ୍ରହାର କଲେ । ଛେଲ, ଚକ୍ର କାଢି ଭିଦିପାଳ ଇତ୍ୟାଦି ଇତ୍ୟାଦି ଅସ୍ତ୍ର । ମାୟା ବ୍ୟାଘ୍ରଙ୍କ ଶରୀରରେ ଶର ନଭେଦି ମୁନଗୁଡିକ ଭାଙ୍ଗିଗଲା । ମାୟା ବ୍ୟାଘ୍ର ଦୁଇଟି କ୍ରୋଧାନ୍ୱିତ ହୋଇ ସୈନ୍ୟମାନଙ୍କୁ ଗୋଡାଇଲେ । ସୈନ୍ୟମାନେ ପ୍ରାଣ ବିକଳରେ ଏଣେ ତେଣେ ଦୌଡି ପଳାଇ ଗଲେ । ଭୟରେ ପଳାୟନ କରିବାବେଳେ କେଜି ନୃପ ବିକ୍ରମାଦିତ୍ୟ କଥା ମନେ କଲେ । ତା’ପରେ ଦୂତ ପଠାଇ ରାଜା ବିକ୍ରମାଦିତ୍ୟଙ୍କୁ ତାଙ୍କ ପାଖକୁ ଡକାଇଲେ । କହିଲେ ହେ ବିକ୍ରମାଦିତ୍ୟ ଏ ଦୁଇବ୍ୟାଘ୍ରଙ୍କୁ ମାର । ବ୍ୟାଘ୍ର ଦୁଇଟିକୁ ତୁମେ ମାରିଲେ ମୁଁ ତୁମ୍ଭର ବଳ ବିକ୍ରମ କଥା ଜାଣିପାରିବି । ରାଜା ବିକ୍ରମାଦିତ୍ୟ ନିଜେ ମାୟା ବ୍ୟାଘ୍ରର ସୃଷ୍ଟିକର୍ତା । ସେ ତତ୍କ୍ଷଣାତ କହିଲେ ବ୍ୟସ୍ତ ହୁଅନାହିଁ । ଏଇ ସାମାନ୍ୟ କଥା ସୈନ୍ୟସାମନ୍ତ ନେବା ଦରକାର ନାହିଁ । ବିକ୍ରମାଦିତ୍ୟ ଏହା କହି ମାୟା ବ୍ୟାଘ୍ରଙ୍କ ନିକଟରେ ପହଁଚିଗଲେ । ବିକ୍ରମାଦିତ୍ୟ ମାୟା ବ୍ୟାଘ୍ର ଦୁଇଟିକୁ ଦେଖି ଦଉଡିରେ ବଳଦଙ୍କୁ ବାନ୍ଧିଲା ପରି ବାନ୍ଧି ପକାଇଲେ । ନେଇ ନୃପଙ୍କ ନିକଟରେ ପହଁଚିଗଲେ । ସଭାରେ ବସିଥିବା ଗୁଣୀଜ୍ଞାନୀ ଜନମାନେ ଏହା ଏକ ଅସାଧ୍ୟ ସାଧନ ବୋଲି ମାନିଲେ ।

ବିକ୍ରମଙ୍କ ଏତାଦୃଶ କାର୍ଯ୍ୟକୁ ନୃପ ବିକ୍ରମାଦିତ୍ୟଙ୍କୁ ଦେବତା ପରି ଭକ୍ତି କଲେ । କିଛିଦିନ ବିତିଗଲା । ତାଳବେତାଳଙ୍କୁ ବିକ୍ରମାଦିତ୍ୟ କହିଲେ ତୁମ୍ଭେ ଦୁହେଁ ରାକ୍ଷସ ହୋଇଯାଅ । ବିକ୍ରମାଦିତ୍ୟଙ୍କ କଥା ମାନି ତାଳବେତାଳ ଦୁହେଁ ରାକ୍ଷସ ହୋଇ ରାଜ୍ୟରେ ଉତ୍ପାତ ଆରମ୍ଭ କରିଦେଲେ । ପ୍ରଜାମାନେ ନିଜର ପ୍ରାଣ ରକ୍ଷା କରିବା ଅସହାୟ ମନେକଲେ । ରାଜା କେଜି ଘୋଷଣା କଲେ ଯେ ରାକ୍ଷସଙ୍କ ହସ୍ତରୁ ମୋ ରାଜ୍ୟ ଯିଏ ରକ୍ଷା କରିବ, ଯାହା ମାଗିବ ମୁଁ ତାହା ଦେବି । ବିକ୍ରମାଦିତ୍ୟ କେଜି ନୃପଙ୍କୁ କହିଲେ ମୁଁ ଥାଉଁ ଥାଉଁ ତୁମ୍ଭେ କାହିଁକି ହତାଶ ହେଉଛ । ମୁଁ ସେ ରାକ୍ଷସଙ୍କୁ ଏକା ବାନ୍ଧି ଆଣିବି । ବିକ୍ରମାଦିତ୍ୟ ସଙ୍ଗରେ କାହାକୁ ନନେଇ ରାକ୍ଷସଙ୍କ ପାଖରେ ମିଳିଲେ । ଫାଶଧରି ତାଳ ବେତାଳଙ୍କୁ ରାଜା ବିକ୍ରମାଦିତ୍ୟ ବନ୍ଧନ କରି କେଜିରାଜାଙ୍କ ଆଗରେ ପହଁଚାଇ ଦେଲେ । ବିକ୍ରମାଦିତ୍ୟଙ୍କର ଏପରି କର୍ମଦେଖି କେଜିରାଜା ଆଶ୍ଚର୍ଯ୍ୟ ହୋଇଗଲେ । କେଜିରାଜା କହିଲେ ତୁମ୍ଭ କର୍ମରେ ମୁଁ ଅତି ପ୍ରୀତ ଯାହା ମାଗିବ ମୁଁ ତୁମ୍ଭଙ୍କୁ ଦେବି । ବିକ୍ରମାଦିତ୍ୟ କହିଲେ ହେ ରାଜନ ଶୁଣ ଅନ୍ୟ ରାଜ୍ୟ ମୋର ଦରକାର ନାହିଁ । କମଳିନୀ ନାମେ କନ୍ୟା ତୁମ୍ଭର ଅଛି । ତାହାକୁ ମୋତେ ପ୍ରଦାନ କରନ୍ତୁ ।

କମଳିନୀ ବିକ୍ରମାଦିତ୍ୟ ମାୟା ବ୍ୟାଘ୍ର

Rate the content


Originality
Flow
Language
Cover design

Comments

Post

Some text some message..