Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

✿ ବର୍ଷାର ପ୍ରେମରେ ✿

✿ ବର୍ଷାର ପ୍ରେମରେ ✿

1 min
7.2K


{୧}

- ଗୋଟାପଣେ ଭିଜିଯାଇଛୁ ?
- ଭିଜିବିନି ? ଛତା କି ବର୍ଷାତିଟେ' ତ ନାହିଁ ମୋର !
- କେଉଁଠି ଟିକେ ରହିଯାଇଥାନ୍ତୁ ଭଲା ! ବୁଦ୍ଧିଶୁଦ୍ଧି ନାହିଁ ?
ଶାଢୀ ପଣତରେ ପୋଛିପକାଇଲା ମା ଝିଅର ଦେହମୁଣ୍ଡକୁ ।

{୨}

- ଆଜି ପୁଣି ଭିଜିଭିଜି ଆସିଛୁ ?
- ସରି ମାମା ! ଛତା ନେବାକୁ ଭୂଲିଯାଇଥିଲି ।
- ତୋ' ମନ ନା ଆଉକଣ ? କେଉଁଠି ଟିକେ ରହିଯାଇଥାନ୍ତୁ ଭଲା ! ବୁଦ୍ଧିଶୁଦ୍ଧି ନାହିଁ ? କାଲି  ଗଲାବେଳେ ମନେପକାଇ ନେବୁ ।
ଶାଢୀ ପଣତରେ ପୋଛିପକାଇଲା ମା ଝିଅର ଦେହମୁଣ୍ଡକୁ ।

{୩}

- ଇସ୍ ! ଏମିତି କିଏ କଣ ତିନ୍ତନ୍ତି ? ପୁରା ଜଡ଼ସଡ ? ଥଣ୍ଡା , କାଶ , ଜ୍ୱରକୁ ନିଘା ନାହିଁ ? ତୋତେ ପାରି ହେବନି । ରହ ଦଉଛି !
ଟାୱେଲ୍ ଖୋଜିବାରେ ମା' ବ୍ୟସ୍ତ ଥିଲାବେଳେ , ଫିକ୍ କରି ହସିଦେଇ ମା' ଗାଲରେ ସରୁଚୁମାଟେ ଆଙ୍କିଦେଇ ପଢାଘରକୁ ଚାଲିଗଲା ମାମୁନି ।
   ଏଥର ଯାଇ ବିଚାରୀ ମା'କୁ ବୁଝାପଡିଲା ଯେ ବର୍ଷା ପ୍ରେମରେ ପଡିଯିବା ଭଳି ବୟସ ହୋଇସାରିଲାଣି ଝିଅକୁ !
ତା' ଆନମନା ମନକୁ ଆୟତ୍ତ କରିବାର ଲକ୍ଷେ ଯୋଜନା ପାଞ୍ଚିବାରେ ଲାଗିପଡ଼ିଲା ମାଆଟି' ❤❤❤

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in