Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Others

2  

Aravinda Das

Others

ରାମନବମୀ (୩)

ରାମନବମୀ (୩)

2 mins
7.4K


ରାମୁଲୁ , ନିଜ ନୂଆ ଗ୍ୟାରେଜ "ପଞ୍ଚବଟୀ"ର ପୂଜା ପାଇଁ ନନା ଦେଇଥିବା ତାଲିକା ସହ ଆଣିଥିବା ଜିନିଷ ସବୁ ମିଳାଇଲା । ଆଜି ରାମନବମୀ,ଭଲ ଦିନ।

 କେବଳ ଫୁଲ , ଗାଇ ଗୋବର ଓ ହୋମ ପାଇଁ ବାଲି ଯାହା ଦରକାର।

  ବଡପାଟିରେ ଡାକ ଛାଡିଲା, "ହନୁ ଶୀଘ୍ର ଫୁଲ ,ବାଲି ନେଇଆ । ଲକି, ତୁ ଆଗରେ ଯାଇ ଗ୍ୟାରେଜ ଖୋଲିଦେ । ନନା ଆସିଯିବେ।"

     ରାମୁଲୁ ସହ କାମ କରୁଥିବା ଦୁଇ ସହଯୋଗୀ ପିଲାଙ୍କ ମଧ୍ୟରୁ ଜଣେ ମୁସଲମାନ ଓ ଅନ୍ୟ ଜଣେ ଖ୍ରୀଷ୍ଟିଆନ। ହନିଫାକୁ ସେ ହନୁ ବୋଲି ଡାକେ ଓ ଲିଙ୍କନକୁ ଲକି।

 ହନିଫା କହିଲା, ଗ୍ୟାରେଜ ତ ହୋଇଗଲା ରାମ ଭାଇ; ଏଥର ଜଣେ ସୀତାଙ୍କୁ ବାହାହୋଇ ଘରକୁ ନେଇ ଆସ।

 "ଆରେ, ଆମପରି ଅନାଥଙ୍କ ହାତ ଧରିବାକୁ କେଉଁ ଝିଅ ରାଜିହେବ?'

    ଜିପରେ ଜିନିଷ ସବୁ ରଖି ହନିଫା ଓ ରାମୁଲୁ ବାହାରିଲେ । ଟାଉନକୁ ପଶିବା ରାସ୍ତାରେ ପଡୁଥିବା ନଈବନ୍ଧ ଉପରେ ଗୋଟେ ଝିଅକୁ ଚଢ଼ୁ ଥିବାର ଦେଖି, ଗାଡି ରଖି ଧାଇଁ ଗଲା ରାମୁଲୁ । ଟାଣି ଆଣିଲା ଝିଅଟାକୁ।

  "ଆତ୍ମହତ୍ୟା କରିବାକୁ ଖରାପ ଲାଗୁନି? ଏଇନା ପୋଲିସ୍ ଆସି ଥାନାରେ ଠୁଙ୍କି କେସ କରିବ।"

  କାନ୍ଦୁଥିଲା ଝିଅଟା । ଗର୍ଭବତୀ ଥିଲା ପରି ଦିଶୁଥିଲା । ଟିକେ ଭଲ କରି ଚାହିଁଲା ରାମୁଲୁ । ବୋଧେ ଅବିବାହିତ ମାତୃତ୍ଵ କେସ୍ ।

 "ବୟଫ୍ରେଣ୍ଡ ଧୋକା ଦେଇ ବାହାହେବାକୁ ମନା କରୁଛି ବୋଧେ? ପିଲାର ବାପା ନାଁରେ ଥାନାରେ କଂପ୍ଲେନ ନକରି, ତମେ ନିଜ ସହ ଏକ ନିଷ୍ପାପ ଶିଶୁର ଜୀବନ ବି ନେବାକୁ ବସିଥିଲ ? କିଏ ସେ ଟୋକା ? ତମ ଘର କେଉଁଠି ?"

 କାନ୍ଦ ବନ୍ଦ କରି ଝିଅଟା କହିଲା, "ମୁଁ ଅନାଥ । ଷ୍ଟେସନ ପାଖରେ ରହେ । ଛଅ ମାସ ତଳେ ଦଙ୍ଗା ବେଳେ ରାତିରେ ଚାରିଜଣ ମୋତେ ଅନ୍ଧାରରେ ଟେକିନେଇ.....।"

 ମୁଣ୍ଡ ତଳକୁ କରି ଚୁପ୍ ରହିଲା ଝିଅଟା।

 ତୁମ ନାଁ କ’ଣ ?

"ଜାନକୀ “ଝିଅଟି କହିଲା।

ହନିଫା ଫୁସ ଫୁସ କରି ରାମୁଲୁ କାନରେ କିଛି କହିଲା।

"ତମର ଯଦି କିଛି ଆପତ୍ତି ନଥାଏ, ଆମ ସାଙ୍ଗରେ ଆସିପାର । ନିରାପଦରେ ରହିବାର ଗ୍ୟାରେଣ୍ଟି ମୁଁ ଦେଉଛି।"

 ଜାନକୀ ଅନାଉଥିଲା ରାମୁଲୁ ମୁହଁକୁ।

😢(ଅରବିନ୍ଦ ଦାସ)


Rate this content
Log in