Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Inspirational

3  

SIPRA NAMTA

Inspirational

ସ୍ତ୍ରୀ ଲୋକ

ସ୍ତ୍ରୀ ଲୋକ

3 mins
7.5K


"ହେଃ ......ଏଇ ଫ୍ୟାନଟାରେ ଟିକିଏ ବି ପବନ ବାଜୁନି ।ସବୁ ଯଦି ସ୍ତ୍ରୀ ଲୋକ କରିଦେଉଥାନ୍ତେ

...ସେଇଥିପାଇଁ ପରା ଘୋଡାକୁ ଭଗବାନ ଶିଙ୍ଘ ଦେଇନାହାନ୍ତି ।" କହି ସନତ ଆର ପଟ କୋଠରୀକୁ

ଉଠିଗଲେ ।

ମିତାଲି କିଛି ବୁଝି ପାରିଲାନି .....ସ୍ତ୍ରୀ ଲୋକର କାମ ସହିତ ଘୋଡା ଶିଙ୍ଘର କ’ଣ ସମ୍ପର୍କ ??ସେ ଖାଲି ବଲ ବଲ କରି ଅନେଇଲା ସନତଙ୍କ ଯିବା ବାଟକୁ ।

ଦୁଇ ଦୁଇଟା ଛୁଆଙ୍କୁ ଲାଳନ ପାଳନ କରିବାକୁ ଯେତେ କଷ୍ଟ ...ତା'ଉପରେ ପୁଣି ନିଜର ଦେହ କଷ୍ଟକୁ ଚାକିରୀ ଛାଡି ଦେଇ କିଛିଦିନ ଛୁଟିରେ ରହିଲା ।କେତେ ଆଉ ରକ୍ତ ମାଂସର ଶରୀରଟିରେ ଛୁରୀ କଇଁଚି ଚାଲିବ ?? ହେଲେ ରକ୍ଷା କାହିଁ ?

ଦୁଇଟା ସି. ଏସ ,ଗୋଟାଏ ପିତ୍ତ କୋଷ ପଥର ସର୍ଜରୀ ,ଆକସିଡେଣ୍ଟରେ ପାଦରୁ ଫାଳେ କଟିଯାଇଥିଲା ଯେ ସେଥିରେ ପୁଣି ସିଲେଇ । ପାଣି କାଢ଼ିବା ବେଳେ କୂଅରୁ ପାଦ ଖସି ଥୋଡିରେ କ୍ଷତ ,ସେଥିରେ ସିଲେଇ ।ଆଉ କେତେ ସିଲେଇ ପଡିବ ଏ ଶରୀରରେ । ଏଇ ଜଞ୍ଜାଳରେ ଏକାଧିକ ଥର ଗୋଡ଼ ଭାଙ୍ଗି ସେଥିରେ ଯେତେ କଷ୍ଟ ,ଠେଙ୍ଗା ଟିଏ ତ ପ୍ରକୃତ ସାଥୀ ଥିଲା । ସେଇଥିରେ ସନତଙ୍କ ସଂସାରକୁ ଟାଣି ଓଟାରି ଚାଲିଛି ସେ ।ଘର ,ବାହାର ,ଚାକିରୀ ,ଛୁଆ ପିଲା ଜଞ୍ଜାଳ ,ଗଲା ଅଇଲା ,ଦେହ ପା'କୁ ନେଇ ଡାକ୍ତରଖାନାରେ ଜଗା ରଖା ,ଏସବୁ କରି କରି ଯେତେ ଥକ୍କା ଲାଗିଲେ ବି କିଛି କହେନି ସେ ।ପନିପରିବା ଠୁଁ ଆରମ୍ଭ କରି ଔଷଧ ଟିକିଏ ଆଣିବା ପର୍ଯ୍ୟନ୍ତ ସବୁ ନିଜକୁ କରିବାକୁ ପଡେ ,ଅଥଚ କାମରେ ସାହାଯ୍ୟ କରିବାକୁ ଚାକରାଣୀଟିଏ ରଖିଲେ ସେଥିରେ ମଧ୍ୟ ଦଶ କଥା ଶୁଣିବାକୁ ପଡେ । ଆଶ୍ଚର୍ଯ୍ୟ ଆଉ ବିରକ୍ତିରେ ମନ ଭରିଯାଏ ତା'ର ।କି ସ୍ୱାର୍ଥପର ଏଇ ପୁରୁଷ ......!!

ସେଦିନ ସିଲିଂ ଫ୍ୟାନଟା ହଠାତ କି ନା ଚଡଚଡ଼ିରେ ପୋଡିଗଲା ।ପ୍ରବଳ ଗରମ ଲାଗୁଥିବା ବେଳେ ଗୋଟେ ଫ୍ୟାନ କିଣି ଝୁଲାଇ ଦେଇଥିଲା ସେ ।

ଫ୍ୟାନଟା ନ ଥିଲା ବେଳେ ସେ ପାଇଁ ଟୀକା କରଣ ନ ଥିଲା କିନ୍ତୁ ଲାଗିଗଲା ପରେ ?? 

ପିଲା ମାନେ କୋଉଠି ପଢିଲେ କ'ଣ ପଢିଲେ ,କ’ଣ କରୁଛନ୍ତି ସେ କଥା ଜଣା ନ ଥିବ କିନ୍ତୁ ଯଦି କିଛି ଏପଟ ସେପଟ କହିଦେଲେ କେତେବେଳେ ,କୋଉଠୁ କୋଉଠୁ ଶାସ୍ତ୍ର ପୁରାଣର ବାଣୀ ଉଦ୍ଧୃତ ହେବ---"ଚାଣକ୍ୟ ନୀତି ବାଣୀ ପଢ ।

ତିରିଲା ଯଦି ଘର ମୁରବୀ ହେବେ ,......ଖାଲିଟାରେ ଗଧ ମୁଣ୍ଡରେ ଭଗବାନ ଅକଲ ଦେଇନାହାନ୍ତି ନା !!!!!""

ଜଂଜାଳିଆ ମୁଣ୍ଡରେ ଥରେ ଥରେ କିଛି ପଶେନି ତା'ର ଏଇ କଥା ଗୁଡା ।ଟିକେ ନିରୋଳା ପାଇଲେ ଏସବୁର ଅର୍ଥ ଖୋଜେ ମିତାଲି ।

ସନତଙ୍କୁ ହାତ ଧରିବା ଦିନ ଠାରୁ କୌଣସି କ୍ଷେତ୍ରରେ ନମନୀୟ ବ୍ୟବହାର ,ସହାନୁଭୁତିଭରା ପଦେ କଥା ,ସମବେଦନାଟିଏ ପାଇବାର ବିଷୟଟିକୁ ଖୋଜି ବସେ ସେ ।କିନ୍ତୁ ତା'ଶବ୍ଦ କୋଷରେ ବୋଧହୁଏ ସେ ସବୁ ଲେଖା ନ ଥିଲେ ।

ହତାଶା ତାକୁ କୋଠର କରିଦେଇଛି ।ତା'ସୁକ୍ଷ୍ମ ତନ୍ତ୍ରୀରେ କୋମଳତାର ଶେଷ ଛୁଆଁ ଟିକକ କେବଳ ସେଇ ଅତୀତ ଭିତରେ ସମାଧି ନେଇଯାଇଛି ।ଅନ୍ତରାତ୍ମା ବିକଳ ହୋଇ ଚିତ୍କାର କରିଉଠେ ତା'ର "" ଭାଙ୍ଗିଦିଅନ୍ତନି ସେଇ ସମାଧିର କାନ୍ଥକୁ ?? , ଉନ୍ମୁକ୍ତ କରିଦିଅନ୍ତ ନି ସେଇ କୋମଳତାର ଛୁଆଁକୁ, ଯାହାକୁ ମୁଁ ତୁମ ଉପରେ ନେସି ଘେସି ଖୁସିର ଫଲ୍ଗୁଟିଏ ଝରାଇ ଦିଅନ୍ତି ।""

ଆଖିରେ ଖାଲି ସ୍ଵପ୍ନ ବୁଣେ ଏକ ସୁନ୍ଦର ନୀଡ଼ର ,ମଧୁର କଳ ଗୁଞ୍ଜନର ,ବାୟା ଚଢେଇର କାରିଗରୀକୁ ନିଠେଇ ଦେଖେ ,କେମିତି ସେ ବସା ବୁଣିଛି ,ଯତ୍ନରେ ।ଓଃ ଭଗବାନ ଛାର ପକ୍ଷୀଟିକୁ ଏତେ କଳା ଦେଲ ଅଥଚ ମଣିଷଟିକୁ କାହିଁକି ଏମିତି କଲ ????

ଭାବିବାରେ ପାଟିଟା ଲୁଣିଆ ଲାଗେ ଦୁଇ ଧାର ଲୁହରେ .....।

କେମିତି ଗୋଟିଏ ଛାତ ତଳେ ଆବଦ୍ଧ ସାମାଜିକ ପ୍ରାଣୀଙ୍କର ମନ ମିଶେନା । ସେଇ ପରିଧି ଭିତରେ ଅଜଣା ,ଅଶୁଣା ହୋଇ ରହିବାକୁ ଭଲ ଲାଗେ ....ଏଇଟା ଜୀବନର ଭାଷା ??

 କାହିଁ ଅନ୍ୟମାନେ ତ ବେଶ ଆରାମରେ ,ସୁଖ ,ଶାନ୍ତିରେ ରହୁଛନ୍ତି ।ନାଇ..... ଠିକ୍ ଜାଣେନି ....,ହୁଏତ କେହି କେହି ଏମିତି ନିଜ ପ୍ରତି ଛଳନା କରୁଥିବେ !!!।

ମନକୁ ବୁଝାଇ ନେବାକୁ ପଡେ ନୋହେଲେ ନାରୀତ୍ଵରେ କଳଙ୍କ ଲାଗିଯିବ ପରା !!!!!!

ସ୍ଵାଧୀନ ଶବ୍ଦର ଅର୍ଥ ଆଜିଯାଏଁ ସେ ବୁଝିପାରିଲା ନାହିଁ ।ନିଜ ଇଛା କ’ଣ ସେ ଜାଣିନି ଦୀର୍ଘ କୋଡିଏ

ବର୍ଷର ଦାମ୍ପତ୍ୟ ଜୀବନ ଭିତରେ ।କିଛି କରିବାକୁ ଗଲେ ମାଆର ଉପଦେଶ ବାଟ ଓଗାଳି ଛିଡା ହୁଏ ।ବାପାଙ୍କର ପ୍ରତିଶୃତି ଭରା ଆଖିର ଚାହାଣୀ କେମିତି ଅସହାୟ କରିଦିଏ ମନ --ପ୍ରାଣକୁ ।ଯେତେ ଅସନ୍ତୁଷ୍ଟ ହୁଅ ନା କାହିଁକି ରାତି ଅନ୍ଧାରରେ ଜାକିଜୁକି ହୋଇ ଆଦିମତାର ସ୍ପର୍ଶ ନେବାକୁ ପଡେ ,ନିଜର ଇଛାକୁ ପଚାରେ କିଏ ?

ସ୍ତ୍ରୀଟା ଏ ସେ ମାତ୍ର ,ନିଜ ଭିତରଟା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଉଥିଲେ ବି ବାହାରକୁ ଦେଖାଇବାକୁ ହୁଏ ସବୁ ଠିକ୍ ଅଛି ବୋଲି ।ତା'ନୋହେଲେ ବଡ ବଡ଼ିଆଙ୍କ ଆଖିର ରଙ୍ଗ ଆଉ ପ୍ରଶ୍ନ ଚିନ୍ହକୁ କେତେ କୈଫିୟତ ଦେବାକୁ ପଡେ ।

ସେଇ ଗୋଟିଏ ଉତ୍ତରରେ ମନଟାକୁ ଚପେଇ ଦେଇ ବାନ୍ଧିଦେବାକୁ ହୁଏ ,,,ଯେତେ ଯାହା ହେଲେ ସ୍ତ୍ରୀ ଲୋକଟା ତ ................            -----/------/---ସିପ୍ରା ନାମତାବାରିପଦା  -।


Rate this content
Log in

Similar oriya story from Inspirational