Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ରାଜାର ରାଣୀ

ରାଜାର ରାଣୀ

2 mins
7.4K


ଶ୍ରୀ ବିନୟ ମହାପାତ୍ର

ସୂର୍ଯ୍ୟ ବୁଡି ସାରିଲାଣି , କିନ୍ତୁ ଏବେ ବି ଆକାଶ ବୁଡିଯାଉଥିବା ସୂର୍ଯ୍ୟର ଲୋହିତ ଆଭାର ନାଲିମାରେ ଲାଲ ଦେଖାଯାଉଛି । ଦିନର ଆଲୁଅ ଯଦିଓ ଫିକା ପଡି ଆସିଲାଣି , ତଥାପି , ଅନ୍ଧାରକୁ ଅଟକେଇ ରଖିଛି । ଚା’କପ୍ ହାତରେ ନେଇ ଘରଣି ଆସୁ ଆସୁ , କହିଲେ ସଂଜବତୀ ପାଇଁ ଟିକିଏ ଡେରି ହୋଇଗଲା , ରାଗିନ ତ ? ମୁଁ ବହିରୁ ମୁହଁ ଉଠେଇ ଚଷମା ଫାଙ୍କରୁ ଥରେ ଚା’କପ୍‌କୁ , ପୁଣି ଥରେ ତାଙ୍କ ମୁହଁକୁ ଚାହିଁଲି । ଜୀବନର ଏଇ ଶେଷ ପହରରେ ଏବେ ବି ତାଙ୍କର ସେଇ ସୁନ୍ଦରତା , ସେଇ ଲାବଣ୍ୟ ଦୀପ୍ତିମୟୀ ଦେବୀର କାନ୍ତି । ଡୁବିଯାଉଥିବା ସୂର୍ଯ୍ୟରେ ସେଇ ନାଲିମା ସେଇ ଚମକ ଏବେବି ଝଟକୁଛି । କେତେ ସୁନ୍ଦର ସତେ ଏଇ କରୁଣାମୟୀ ଦେବୀ । ମୋ ଘରର ଲକ୍ଷ୍ମୀ , ଅଳ୍ପକେ ସନ୍ତୁଷ୍ଟ , ନା କେବେ କିଛି ଅଭିଯୋଗ ନା କିଛି ମାଗୁଣୀ । ମୋ ଦୁଇ ସନ୍ତାନର ମମତାମୟୀ ମାଆଟିଏ ସିଏ । କେତେ ଯତ୍ନରେ , ମମତାର ପଣତ ତଳେ ବଢେଇ ପୁଣି ଉଡେଇ ଦେଲା ବିସ୍ତାରୀତ ଅନନ୍ତ ଗଗନରେ । କହିଲା ଯାଅ , ସଂସାରକୁ ଜିତି ଯାଅ , ଯେଉଁଠି ବି ରୁହ ଖୁସିରେ ଥାଅ । ସଂଜ ସକାଳରେ ମନ୍ଦିରରେ ଦୀପ ଜାଳେ , କେବଳ ଏତିକି ମାଗେ , ହେ ପ୍ରଭୂ ! ମୋ ପିଲାଙ୍କୁ ଖୁସିରେ ରଖ ।

କହିଲି , ମୋ ପାଖରେ ଟିକିଏ ବସ , ତାଙ୍କ ହାତକୁ ମୋ ହାତରେ ନେଇ ଜାବୁଡି ଧରିଲି କହିଲି , ଆରେ ରାଗିବି କାହିଁକି ? ଏ ବୟସରେ ତୁମର ଏତେ ଖଟଣି , ତୁମେ ଥକି ଯାଉନ ? ଟିକେ ସାହାଯ୍ୟ କରିବାକୁ କେହି ନାହିଁ । କେତେ ସେବା କରୁଛ ମୋର , କଥା ଦେଇଥିଲି ତୁମକୁ ରାଣୀ କରି ରଖିବି , ହେଲେ ସାରା ଜୀବନ ତ ସେବିକାଟିଏ ହୋଇ ରହିଗଲ । ପିଲାଙ୍କ ପାଇଁ ଏତେ କଲ , ହେଲେ ଆଜି କେହିବି ପାଖରେ ନାହିଁ , ପାଣି ଟୋପେ ଦେବାପାଇଁ । ଆମ ଚାରି ଆଖି ଏକ ହୋଇଗଲେ , ଛଳ ଛଳ ଚାରିଆଖି , ସେ ଲୁହ ଦୁଃଖର କି ଖୁସିର ଜାଣେନା । ତଥାପି ସେ ସ୍ମିତ ହାସିନୀ ସବୁ ବେଳେ ସେମିତି । ଟିକେ ହସି କହିଲେ , ଆଜି ବି ତ ମୁଁ ମୋ ରାଜାର ରାଣୀ ହୋଇ ରହିଛି । ତୁମେ ମୋ ପାଖରେ ଅଛ , ମୋ ସାଥିରେ ଅଛ , ଜୀବନଟା ବହୁତ ସହଜ ଲାଗୁଛି , ତୁମଛଡା ମୋର ଆଉ ଅଧିକ ବା କଣ ଲୋଡାଥିଲା ଏ ଜୀବନରେ ! ମୋର ଖୁସିର ସାମ୍ରାଜ୍ୟ , ତୁମ ଠାରୁ ଆରମ୍ଭ ଆଉ ତୁମ ଠାରେ ହିଁ ଶେଷ । ଜୀବନରେ ଆଉ ଅଧିକ କିଛି ଲୋଡେନା , ପାଇବାକୁ କଣ ବାକି ରହିଲା ଯେ , ଜୀବନରେ ଆଉ କିଛି ବି ଶେଷ ଅବଶୋଷ ନାହିଁ ।

*(କବିତା ‘ଶୁଆ ଶାରୀ’ର ଗଳ୍ପରୂପ)


Rate this content
Log in

Similar oriya story from Classics