Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଶହେଟି ମାଡ଼ ପୁରସ୍କାର

ଶହେଟି ମାଡ଼ ପୁରସ୍କାର

2 mins
7.1K


ଶ୍ରୀମତୀ ସୁଜାତା ସିହ୍ନା

ଆକବର ବାଦଶାହ ନିଜ ରାଜ୍ୟରେ ସମସ୍ତ ଗୁଣୀ, ଜ୍ଞାନୀ, କଳାକାର ଓ ପଣ୍ଡିତମାନଙ୍କୁ ସମ୍ମାନ ଦେଉଥିଲେ l ତେଣୁ ପ୍ରଜାମାନେ ନିଜ ନିଜର କଳା କୌଶଳ ପ୍ରଦର୍ଶନ କରାଇ ବାଦଶାହଙ୍କୁ ଖୁସି କରାଉ ଥିଲେ l ବାଦଶାହ ମଧ୍ୟ ତାଙ୍କ ପ୍ରତିଭାରେ ମୁଗ୍ଧ ହୋଇ ତାଙ୍କୁ ବହୁତ ପୁରସ୍କାର ଦେଇ ବିଦାୟ ଦେଉଥିଲେ l

ହଟାତ୍ ଆସ୍ତେ ଆସ୍ତେ ଲୋକଙ୍କର ରାଜଦରବାରକୁ ଆସିବା ବନ୍ଦ ହୋଇଗଲା l ଆକବର ଟିକେ ବ୍ୟସ୍ତ ହୋଇ ବୀରବଲଙ୍କୁ କହିଲେ- ଆମ ରାଜ୍ୟରେ କ’ ଣ ଗୁଣୀ, ଜ୍ଞାନୀଙ୍କର ସଂଖ୍ୟା କମିଗଲାଣି ? ସେମାନେ କାହିଁକି ଆଉ ଦରବାରକୁ ଆସି ମୋ ମାନରଞ୍ଜନ କରାଉ ନାହାନ୍ତି ? ଏହାର କାରଣ କ’ ଣ ହୋଇଥାଇପାରେ ? ଏହା ଶୁଣି ବୀରବଲ ବାଦଶାହଙ୍କୁ ସାନ୍ତ୍ୱନା ଦେଇ ସେଠାରୁ ଚାଲିଗଲେ l

ସେ ସନ୍ଧାନ ନେଇ ଜାଣିବାକୁ ପାଇଲେ ଯେ ବାଦଶାହଙ୍କ ଦ୍ଵାରରକ୍ଷୀ ଲୋକମାନଙ୍କୁ ଭିତରକୁ ଛାଡୁ ନାହାନ୍ତି l ଲୋକମାନେ ମନ ଦୁଃଖରେ ଘରକୁ ଫେରୁଛନ୍ତି l ସେ ଜଣଙ୍କୁ ପଚାରି ସମସ୍ତ ଘଟଣା କ’ଣ ବୁଝିଗଲେ l

ତା’ ପର ଦିନ ବୀରବଲ ଜଣେ ଗରିବ କବିର ବେଶରେ ଯାଇ ରାଜଦ୍ଵାରରେ ପହଞ୍ଚିଲେ l ତାଙ୍କୁ ଦେଖି ଦ୍ଵାରପକ୍ଷୀ କହିଲେ ତୁମେ ଭିତରକୁ ଯାଇ ପାରିବ ନାହିଁ l କାରଣ ବାଦଶାହ ବର୍ତ୍ତମାନ ବହୁତ ବ୍ୟସ୍ତରେ ଅଛନ୍ତି l ସେ ମତେ ଆଦେଶ ଦେଇଛନ୍ତି କୌଣସି ଲୋକଙ୍କୁ ଭିତରକୁ ନ ଛାଡ଼ିବା ପାଇଁ l ଏହା ଶୁଣି ବୀରବଲ ବହୁତ କାକୁତି ମିନତୀ ହେଲେ l ଶେଷରେ ଦ୍ଵାରପକ୍ଷୀ କହିଲା- ଠିକ୍ ଅଛି l ମୋର ଏକ ସର୍ତ୍ତ ଅଛି l ତାହା ହେଲା ତୁମେ ରାଜାଙ୍କଠାରୁ ଯାହା ସବୁ ପୁରସ୍କାର ପାଇବ ମତେ ସବୁ ଦେଇଦବ l ତା’ ହେଲେ ଯାଇ ମୁଁ ଟୁଇମକୁ ଭିତରକୁ ଛାଡ଼ିବି l ଏହା ଶୁଣି ଛଦ୍ମବେଶ ଧାରୀ ବୀରବଲ କହିଲେ – ମୁଁ ତ ବହୁତ ଗରିବ l ଭାବିଥିଲି ଯେଉଁ ପୁରସ୍କାର ପାଇବି ମୋ ପିଲାଛୁଆ କିଛି ଦିନ ଖୁସିରେ ଚଳି ଯାଇଥାନ୍ତେ l ହଉ ଠିକ୍ ଅଛି l ମୁଁ ଭାବୁଛି ମୁଁ ମୋ ପୁରସ୍କାର ତୁମକୁ ଅଧା ଦେଲେ କମିଟି ହୁଆନ୍ତା l ଏହା ଶୁଣି ଦ୍ଵାରପକ୍ଷୀ କହିଲା ଠିକ୍ ଅଛି l ତୁମେ ଏଥର ଭିତରକୁ ଯାଇପାର l

ବୀରବଲ ବାଦଶାହଙ୍କୁ ସୁନ୍ଦର କବିତାମାନ ପଢ଼ି ଶୁଣାଇଲେ l ବାଦଶାହ ଖୁସି ହୋଇ ଯାଇ ତାଙ୍କୁ ଅନେକ ପୁରସ୍କାର ଦେଉଥିବା ସମୟରେ ସେ କହିଲେ- ଜହାଁପନା ମୋର ଏ ଧନ ରୂପକ ପୁରସ୍କାର ଦରକାର ନାହିଁ l ମତେ ଯଦି ପୁରସ୍କାର ଦେବାକୁ ଚାହୁଛନ୍ତି ତା’ ହେଲେ ମତେ ଶହେଟି ମାଡ଼ ପୁରସ୍କାର ଦିଅନ୍ତୁ l ବାଦଶାହ କହିଲେ ହେ କବି ! ତୁମେ ପାଗଳ ନା କ’ଣ ? ବୀରବଲ କହିଲେ- ନା ହଜୁର ! ମୁଁ ଏକା ଏତେ ପୁରସ୍କାର ନେବିନି l ମୋ ସହ ଏଥିରେ ଆପଣଙ୍କ ଦ୍ଵାର ରକ୍ଷୀର ମଧ୍ୟ ଅଧା ଭାଗ ଅଛି l କାରଣ ମୁଁ ତା ପାଖରେ ଶପଥ କରି ଆସିଛି ମୁଁ ଆପଣଙ୍କଠାରୁ ପୁରସ୍କାର ସ୍ୱରୂପ ଯାହା ଆଣିବି ତାକୁ ଅଧା ଦେବି l ବାଦଶାହ ଦ୍ଵାରରକ୍ଷୀଙ୍କୁ ଡାକି ପଠାଇଲେ l କବିଙ୍କଠାରୁ ଦ୍ଵାରରକ୍ଷୀ ବିରୁଦ୍ଧରେ ସମସ୍ତ କଥା ଶୁଣିସାରି ବାଦଶାହ ମନେ ମନେ ଚିନ୍ତାକଲେ ଏ ନିଶ୍ଚୟ ବୀରବଲ ହୋଇଥିବ l ସେ ବୀରବଲଙ୍କ ମୁହଁରେ ଥିବା ନକଲି ନିଶ ଦାଢ଼ିକୁ ହଟାଇବାକୁ ଆଦେଶ ଦେଲେ l ବିରବଲଙ୍କୁ ସମ୍ମୁଖରେ ଦେଖି ସେ ଖୁସିହୋଇଯାଇ କହିଲେ- ବୀରବଲ ତୁମକୁ ତ ମୁଁ ଅକାରଣରେ ପଚାଶ ବେତ ପାହାର ଦେଇ ଥାଆନ୍ତି ସିନା l


Rate this content
Log in

Similar oriya story from Children