Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3.5  

Raja Sekhar CH V

Others

ସହୋଦର ସ୍ନେହ

ସହୋଦର ସ୍ନେହ

3 mins
301


ରଚନା : ଶ୍ରୀ ରାଜଶେଖର ସି 'ଚିମା'

ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅନନ୍ତ ଭ୍ରାତୃସ୍ନେହ ଦେଖେଇଥିବା ବଳଭଦ୍ର ଠାକୁର ଏକ ଅନନ୍ୟ ଆଦର୍ଶ | ସେହିପରି ଶ୍ରୀ ଜଗନ୍ନାଥଙ୍କର ନିଜ ବଡ ଭାଇ ପ୍ରତି ସାଦର ସମ୍ମାନ ଅତୁଳନୀୟ | ଉଭୟ ଭାଇଙ୍କର ନିଜ ଭଗିନୀ ସୁଭଦ୍ରାଙ୍କ ପ୍ରତି ଭ୍ରାତୃପ୍ରେମ ର ସ୍ତୁତି ଯେତେ କରିଲେ ଵୀ କମ | ସେମିତି ଶ୍ରୀ ରାମ ଲକ୍ଷ୍ମଣଙ୍କର ସହୋଦର ସ୍ନେହ ଚିରକାଳ ରୁ ଆମ ସମସ୍ତଙ୍କ ପାଇଁ ଏକ ନୀତି କଥା | ଆମ ସନାତନ ସଂସ୍କୃତି ରେ ଏମିତି ଅନେକ ଉଦାହରଣ ମିଳିବ |

ଆଜିର ସ୍ୱାର୍ଥପର ଦୁନିଆ ରେ ନିଃସ୍ୱାର୍ଥ ସ୍ନେହ ପାଇବା ବହୁତ ଦୁଷ୍କର | ଆସନ୍ତୁ ଜାଣିବା ଆତ୍ମକୈନ୍ଦ୍ରିକ ଭାଇଙ୍କ ର ଏକ କାହାଣୀ | ଅନେକ ଦଶନ୍ଧି ତଳ ର କଥା | ଏକ ଛୋଟ ଗାଆଁ ବୈଶାଖପୁର ରେ ଶ୍ରୀ କମଳନାଥ ପାଣିଗ୍ରାହୀ ଓ ଶ୍ରୀମତୀ ଲକ୍ଷ୍ମୀ ପାଣିଗ୍ରାହୀଙ୍କ ପରିବାର ରହୁଥିଲେ | ତାଙ୍କର ଆଠ ଜଣ ପୁଅ ଏବଂ ଚାରି ଜଣ ଝିଅ ଥିଲେ | ବଡ଼ କୁଟୁମ୍ବ ହେଲେ ଵୀ କଷ୍ଟ କରି ଏହି ପୁଣ୍ୟ ଦମ୍ପତି ସମସ୍ତ ସନ୍ତାନଙ୍କୁ ପାଠ ପଢ଼େଇ ଭଲ ମଣିଷ କରିଲେ | ସମୟ ଆଗକୁ ଗଲା | ଭାଇ ଭଉଣୀଙ୍କ ର ବିବାହ ହେଲା ଓ ସମସ୍ତେ ନିଜ ନିଜ ସାଂସାରିକ ଜୀବନ ରେ ଲୀନ ହେଲେ | ପାଣିଗ୍ରାହୀ ପରିବାର ନାତି ନାତୁଣୀଙ୍କ ଚିତ୍ତରଞ୍ଜି ଚିତ୍କାର ରେ ଖୁସି ପାଉଥାଏ | ସମସ୍ତେ ବାର୍ଷିକ ଛୁଟି ସମୟ ବୈଶାଖପୁର ଆସୁଥାଅନ୍ତି | ଏମିତି ତିରିଶ ବର୍ଷ ଚାଲିଗଲେ | ଚତୁର୍ଥ ଭାଇ ଶଙ୍କର ର କିଛି ଖରାପ ଅଭ୍ୟାସ ହୋଇଗଲା | ତାହା ଯୋଗୁଁ ଦଶ ଲକ୍ଷ୍ୟ ଟଙ୍କା ଦେଣା କରି ଦେଲା | ବାପା ମାଆ ଅନ୍ୟ ସମସ୍ତ ଭାଇଙ୍କୁ ଟଙ୍କା ମାଗି ଏହି ଦେୟ ଋଣ ସୁଝେଇଲେ | ଲାଗୁଥାଏ ଯେ କେତେ ଭଲ ଭାଇ ଏମାନେ | ମଣିଷ ଚିରାୟୁଃ ନୁହେଁ | କମଳନାଥ ବାବୁଙ୍କର ସ୍ୱର୍ଗବାସ ହୋଇଗଲା | ସମସ୍ତେ ବହୁତ ଦୁଃଖିତ ହେଲେ | ସବୁ ଶ୍ରାଦ୍ଧକର୍ମ ସଂସ୍କାର କରାଗଲା | ଚାରି ଭଉଣୀଙ୍କ ର ନିଜ ଭାଇଙ୍କ ପ୍ରତି ବହୁତ ସ୍ନେହ ଥାଏ | ଗୋଟିଏ ବର୍ଷ ଶେଷ ହେଲା | ଏବେ ସବୁ ଭାଇ ଭାଉଜ ମିଶି ଚତୁର୍ଥ ଭାଇ ଶଙ୍କର କୁ ବହିଷ୍କାର କରିଲେ | ତାଙ୍କ ଅସଲ ରୂପ ଗୁଣ ବାହାରିଲା | ବାପାଙ୍କ ତୋଳିଥିବା ଘରକୁ ଭାଙ୍ଗି ସେଥିରେ ଏକ ଅଟ୍ଟାଳିକା କରିବାର ନିଷ୍ପତ୍ତି ନେଲେ ସାତ ଭାଇ ମାନେ | ମାଆ ବହୁତ ମନ ଦୁଃଖ କରୁଥାଆନ୍ତି | କିନ୍ତୁ ବୃଦ୍ଧ ବୟସ ଯୋଗୁଁ ଅସହାୟ ସ୍ଥିତି | ଏହି ସମ୍ପତ୍ତି ରୁ ନିଜ ଭଉଣୀଙ୍କୁ ଵୀ କିଛି ଦେଲେନି ଏହି ପ୍ରବଞ୍ଚକ ଭାଇ ମାନେ | ଭଉଣୀ ମାନେ ଏହି ସବୁ କଥା ନିଜ ମନକୁ ନେଲେନି | ଏହି ସାତ ଭାଇ ମାନେ ସମୁଦାୟ ପାଞ୍ଚ ଜଣଙ୍କ ସହ ଅନ୍ୟାୟ କରିଲେ | ଭଉଣୀମାନଙ୍କ ପାଇଁ ରଖା ହୋଇଥିବା ଭୂମି-ସମ୍ପତ୍ତି ଵୀ ହରେଇ ନେଇ ଗଲେ | ଭାଇମାନଙ୍କର ଏହି ସବୁ ଅନୈତିକ କର୍ମ ଦେଖି ଶ୍ରୀମତୀ ଲକ୍ଷ୍ମୀ ପାଣିଗ୍ରାହୀ ସହିପାରିଲେ ନାହିଁ ଏବଂ ନିଜ ପତିଙ୍କ ବିୟୋଗ ଦୁଃଖ ରେ ତାଙ୍କର ଵୀ ଦେଢ଼ ବର୍ଷ ପରେ ଦେହାନ୍ତ ହୋଇଗଲା | କିନ୍ତୁ ଏମିତି ଠକ ଭାଇ ମାନଙ୍କୁ ବୁଝିବା କଥା ଯେ ଏମାନେ ନିଜ ସନ୍ତତି କୁ କଣ ଶିକ୍ଷା ଦେବେ | ନିଜ ପତ୍ନୀଙ୍କ ପୈତୃକ ସମ୍ପତ୍ତି ନେବାରେ କୌଣସି ଦ୍ଵିତୀୟ ଚିନ୍ତା ଦେଲେନି | କେବଳ ନିଜ ନିଜ ସୁବିଧା ଦେଖିଲେ | ସମୟ ଏକ ବହୁତ ବଡ଼ ଅସ୍ତ୍ର | ଏହି ଠକ ଭାଇ ମାନେ କିଛି ନ କିଛି ରୂପ ରେ ବ୍ୟାଧିଗ୍ରସ୍ତ ହେଲେ | କାହାର ହାତ ଗୋଡ଼ ଭାଙ୍ଗିଲା ତ କାହାର କିଛି ଅଜଣା ରୋଗ ଧରିଲା | ଏତେ ହେଲେବି ନିଜ ଭୁଲ ବୁଝିପାରିଥିବେ କି ନାହିଁ ଜଣା ନାହିଁ | ଏହି ଭାଇ ମାନେ ସହୋଦର ସ୍ନେହ କୁ ସାର୍ଥକ କରିଲେ ନାହିଁ | କିନ୍ତୁ ଏହି ଗଳ୍ପ ପଢ଼ି ଯଦି କୌଣସି ଭାଇ ନିଜ ଭାଇ ଭଉଣୀଙ୍କ ସହ କୌଣସି ଅନ୍ୟାୟ ନ କରେ , ତାହାଲେ ତାହା ଏହି କାହାଣୀ ର ସଫଳତା | ଏମିତି ଅନେକ ପରିବାର ଅଛନ୍ତି ଆମ ଆଖ ପାଖରେ ଯେଉଁଠି ଏମିତି ଭାଇ ମାନେ ଥାନ୍ତି |

ସମସ୍ତ ଭାଇ ମାନଙ୍କୁ ନିଜ ଭାଇ- ଭଉଣୀ ମାନଙ୍କ ସହ ସମୟୋଚିତ ସ୍ନେହ ଦେବା ଅନିବାର୍ଯ୍ୟ | ଆମ ପୁରାଣ ରେ ଭାଇ-ଭଉଣୀଙ୍କ ଅମିତ ସ୍ନେହ ପାଇଁ ଭ୍ରାତୃ ଦ୍ଵିତୀୟା, ରକ୍ଷା ବନ୍ଧନ ପରି ପର୍ବ ଅଙ୍କିତ ଅଛି | ନିଜ ଭାଇ-ଭଉଣୀଙ୍କ ସହ ସ୍ନେହ ରେ ରହିବ ହିଁ ଉଚିତ | କାରଣ ରକ୍ତ-ବନ୍ଧନ ସହ କୌଣସି ବନ୍ଧନ ର ତୁଳନା ନାହିଁ |

ନୀତି କଥା : ଜୀବନ ବହୁତ ସୀମିତ | ନିଜ ଘରେ ଭାଇ ଭଉଣୀଙ୍କ ସ୍ନେହ ମିଳିବା ଏକ ଅମୁଲ୍ୟ ଆଶୀର୍ବାଦ | ଆଜି ପର୍ଯ୍ୟନ୍ତ କିଏ ଵୀ କୌଣସି ସମ୍ପତ୍ତି ମୃତ୍ୟୁ ପରେ ନେଇକି ଯାଇନାହାନ୍ତି | ତେଣୁ ନିଜ ସହୋଦର ସହୋଦରୀଙ୍କ ପ୍ରତି କିଛି ଦେଇ ନ ପାରିଲେ ଵୀ ଚଳିବ | କିନ୍ତୁ ଅନ୍ୟାୟ କେବେ କରନ୍ତୁ ନାହିଁ | ତାହା ମହାପାତକ | ଜୀବନ ଥିବା ପର୍ଯ୍ୟନ୍ତ ଖୁସି ସହ ମିଳି ମିଶି ଭାଇ ମାନେ ରହିଲେ ଘର ପରିବାର ରେ ସୁଖ ଶାନ୍ତି ରହିବ |


Rate this content
Log in