Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଫରକ୍
ଫରକ୍
★★★★★

© T.Durga Prasad Rao

Others

2 Minutes   7.6K    22


Content Ranking

ନୂଆ ଆସିଥିବା ପ୍ରସାଧାନ ସାମଗ୍ରୀଗୁଡ଼ିକୁ ଦୁଇଟି ବଡ଼ କାର୍ଟୁନ୍.ରୁ ଗୋଟି ଗୋଟି ବାହାର କରି ରତିକାନ୍ତବାବୁ ଥାକରେ ସଜାଡ଼ି ରଖୁଥିଲେ। ଦୋକାନ ଭିତରକୁ ପଶିଆସିଲା ଷୋହଳ ସତର ବର୍ଷର ଝିଅଟିଏ। ଆଧୁନିକା। ଦେଖିବାକୁ ସିନେମା ଜଗତର ହିରୋଇନ୍ ଠାରୁ କୌଣସି ଗୁଣରେ କମ୍ ନୁହେଁ। ଗୋଟିଏ ହାତରେ ସେଲ୍ ଫୋନ୍ କାନରେ ଦେଇ ଅନ୍ୟ ହାତରେ ଛୋଟ ସୁନେଲି ରଙ୍ଗର ପର୍ସଟିଏ ଧରି ଅଭିନବ ଭଙ୍ଗୀରେ ପଶିଆସୁଛି କାଉଣ୍ଟର୍ ପାଖକୁ। ତା ଗଢ଼ଣକୁ ମାନିଲା ପରି ପିନ୍ଧିଛି ମିନି ସ୍କଟ ସାଙ୍ଗକୁ ଚିପା ଟି ସାର୍ଟ ଟିଏ। ଯାହା ତାର ଯୌବନ ଲୁଚାଇବାକୁ ଅସମର୍ଥ ହୋଇ ପଡୁଥିଲା। ରତିକାନ୍ତବାବୁ କାମ ବନ୍ଦ କରି ଦେଇ ତାରି ଆଡ଼େ ଚାହିଁଲେ। ଝିଅଟି କଥା ସାରି ଡେସ୍କ ଉପରେ ଫୋନ୍ ରଖିଦେଇ କଣ କଣ ସବୁ ଜିନିଷ ବରାଦ କଲା। ଚଳଚଞ୍ଚଳ ହୋଇଉଠିଲେ ରତିକାନ୍ତବାବୁ। ଦାମୀ ଆଉ ଲେଟେଷ୍ଟ ଜିନିଷ ସବୁ ବାହାର କରି ଡେସ୍କ ଉପରେ ସଜାଡ଼ି ରଖିଲେ। “ଏଇଟା ନୂଆ ଆସିଛି... ଲେଟେଷ୍ଟ ଡିଜାଇନ୍। ଆଉ କେଉଁ ଦୋକାନରେ ପାଇବନି। ତମକୁ ଭାରି ମାନିବ। ଦେଖୁନ ତମର ଏ ସ୍କଟ ସହିତ ପୁରା ମ୍ୟାଚ୍ କରୁଛି। ସ୍ଥାନେ ସ୍ଥାନେ ସାଗୁଆ ରଙ୍ଗର ପଥର ବି ବସିଛି।” ରତିକାନ୍ତବାବୁ କେତେଟା ଚୁଡ଼ି ତାର କଚି ପାଖରେ ଧରି ତାର ହାତଟାକୁ ଛୁଇଁବାକୁ ଚେଷ୍ଟା କରୁଥିଲେ। “ଏଇଟା ତମ ଗୋରା ରଙ୍ଗକୁ ମ୍ୟାଚ୍ କଲା ପରି ଲିପ୍.ଷ୍ଟିକ୍। ଏ ସେଡ୍.ର ଲିପ୍.ଷ୍ଟିକ୍ ଆଜିକାଲି ଟିନ୍ ଏଜର୍ ମାନଙ୍କ ଭିତରେ ଭାରି କ୍ରେଜ୍।” କେତୋଟି ଭିନ୍ନ ଭିନ୍ନ ସେଡ୍.ର ଲିପ୍.ଷ୍ଟିକ୍ ବଢ଼ାଇଦେଲେ ରତିକାନ୍ତବାବୁ। ଝିଅଟି ସବୁ ଗୁଡ଼ିକୁ ଖୋଲି ଦେଖିଲା। ନିଜ ଓଠର ଲିପ୍.ଷ୍ଟିକ୍ ଯତ୍ନର ସହ ପୋଛି ନେଇ ପସନ୍ଦ ହୋଇଥିବା ରଙ୍ଗ ହାଲ୍କା ଭାବରେ ବୋଳିନେଲା ଓଠରେ। ଟିକିଏ ନିଜକୁ ଦର୍ପଣରେ ଦେଖିନେଲା। ରତିକାନ୍ତବାବୁ ତାର ଚିବୁକକୁ ଧରି ଟିକିଏ ପରଖି ନେଲା ପରି କହିଲେ ଖୁବ୍ ମାନୁଛି ତମକୁ।” ଝିଅଟି ରତିକାନ୍ତବାବୁଙ୍କ ଛୁଆଁରେ ଟିକିଏ ଅପ୍ରସ୍ତୁତ ହେଲେ ବି କିଛି କହିଲା ନାହିଁ। ନିଜ ପସନ୍ଦର ଜିନିଷ ସବୁ ଅଲଗା ରଖି ସାରିଲା ପରେ କିଛି ସାମ୍ପୁ ଓ କଣ୍ଡିସନର୍ ଥିବା ଥାକ ଆଡ଼େ ମୁହାଁଇଲା। ନିଜ ବ୍ରାଣ୍ଡ୍.ର ଜିନିଷ ନ ପାଇ ସେ ଏଣେ ତେଣେ ଆଖି ପହଁରାଉଥାଏ। ରତିକାନ୍ତବାବୁଙ୍କ ନଜର ତାର କେଶ ଉପରେ ଅଟକି ଯାଇଥିଲା। ଢେଉ ପରି ପିଠି ସାରା ଖେଳେଇ ହୋଇ ପଡ଼ିଛି ଈଷତ୍ ସୁନେଲି ରଙ୍ଗର ଚକ୍ ଚକ୍ ସୁନ୍ଦର କେଶଗୁଚ୍ଛ। ମଝିରେ ମଝିରେ ଝିଅଟି ଗାଲ ଉପରକୁ ଉଡ଼ି ଆସୁଥିବା କେତୋଟି କେରାକୁ ଯତ୍ନରେ କାନମୂଳରେ ଖୋସି ଦେଉଥାଏ। “ସେ ବ୍ରାଣ୍ଡ୍.ର ସାମ୍ପୁ ଆଉ କଣ୍ଡିସନର୍ ଆଜିକାଲି କେହି ମାଗୁନାହାନ୍ତି। ସେଥିରେ ପରା ବେଶୀ ଚୁଟି ଉପଡୁଛି।” ରତିକାନ୍ତବାବୁ ଏତକ କହିଦେଇ ତାର କେଶକୁ ହାତରେ ଟିକିଏ ପରଖି ନେଲା ପରି ଧରି କହିଲେ “ଏଇ କେଶ ପାଇଁ ଗୋଟିଏ ଭଲ ବ୍ରାଣ୍ଡର ସାମ୍ପୁ ଆସିଛି। ଆୟୁର୍ବେଦିକ। ମୋଟେ କେଶ ଉପୁଡ଼ିବାର ଚାନ୍ସ୍ ନାହିଁ।” ଝିଅଟି ରତିକାନ୍ତବାବୁଙ୍କ ବ୍ୟବହାରରେ ଟିକିଏ ଅଡ଼ୁଆ ବୋଧ କରୁଥିଲେ ବି ତାଙ୍କର ଭାବନାକୁ କିଛି କଦର୍ଥ କରୁନଥିଲା। କାରଣ ରତିକାନ୍ତବାବୁ ଥିଲେ ବୟସ୍କ। ଝିଅଟିର ବାପା ବୟସର ହେବେ। ସବୁଗୁଡ଼ିକୁ ପ୍ୟାକ୍ କରି ଗୋଟିଏ ପଲିଥିନ୍.ରେ ଦ୍ରବ୍ୟଗୁଡ଼ିକୁ ଧରାଇଦେଲା ପରେ ଝିଅଟି ଆବଶ୍ୟକ ପଇସା ଦେଇ ଫେରିବାକୁ ଉଦ୍ୟତ ହେଲା। ଝିଅଟି ଆଖି ଆଢ଼ୁଆଳରୁ ଅଦୃଶ୍ୟ ହେଲା ପର୍ଯ୍ୟନ୍ତ ନିର୍ନିମେଶ ନୟନରେ ଚାହିଁ ରହିଥିଲେ ରତିକାନ୍ତବାବୁ ତାର ଜଙ୍ଘ ଠାରୁ ପାଦ ପର୍ଯ୍ୟନ୍ତ ଖୋଲା ଅଂଶକୁ। ଏତିକିବେଳକୁ ଭୁସ୍ କରି ଦୋକାନ ଭିତରକୁ ପଶି ଆସିଲା ରତିକାନ୍ତବାବୁଙ୍କର ଝିଆରୀ ସୋମା। ସ୍ଳିଭ୍ ଲେସ୍ ଚୁଡ଼ିଦାରରେ। ସେ କିଛି ବରାଦ କରିବା ପୂର୍ବରୁ ଚିହିଁକି ଉଠିଲେ ରତିକାନ୍ତବାବୁ। “ତତେ ଆଉ କିଛି ପିନ୍ଧିବାକୁ ମିଳିଲାନି... ଏଇଟା କଣ ପିନ୍ଧିଛୁ? ଦିନକୁ ଦିନ ଉତ୍ସୃଙ୍ଖଳତା ବଢ଼ିଯାଉଛି ଦେଖୁଛି। ଯା ପ୍ରଥମେ ବଦଳାଇ ଆସିବୁ। ଫେସନ କାଢୁଛି, ହା...ରେ...।” ରତିକାନ୍ତବାବୁଙ୍କର ଟମାଟ ପରି ଲାଲ୍ ଆଖି ଦେଖି ଡରିଗଲା ସୋମା। ତତ୍.କ୍ଷଣାତ୍ ସେଠାରୁ ପ୍ରସ୍ଥାନ କଲା।

ଟି. ଦୁର୍ଗା ପ୍ରସାଦ ରାଓ

ଫରକ୍ ପ୍ରସାଧାନ ପଲିଥିନ୍

Rate the content


Originality
Flow
Language
Cover design

Comments

Post

Some text some message..