Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lilabati Mohapatra

Inspirational

3  

Lilabati Mohapatra

Inspirational

ରାସନ୍ କାର୍ଡ

ରାସନ୍ କାର୍ଡ

4 mins
7.5K


ରାସନ୍ କାର୍ଡ

                     ଲୀଳାବତୀ ମହାପାତ୍ର

ଗ୍ରୀଷ୍ମ ଅବକାଶରେ ମନ ଘର ଧରିଥାଏ । ପ୍ରଚଣ୍ଡ ସୂର୍ଯ୍ୟ କିରଣରେ ସାରା  ପରିବେଶ  ଉତ୍ତପ୍ତ ହୋଇଉଠିଥାଏ । ପ୍ରାଣୀ ଜଗତରୁ ଆରମ୍ଭ କରି ଉଦ୍ଭିଦ ଜଗତ ପର୍ଯ୍ୟନ୍ତ ସମସ୍ତେ ରୌଦ୍ର ତାପରେ ଅସ୍ତବ୍ୟସ୍ତ ହୋଇଉଠୁଥାନ୍ତି । ଦିବା ନଅ ଘଟିକା ହୋଇଗଲେ ରାସ୍ତାଘାଟ ପ୍ରାୟ ଶୂନଶାନ୍ ହୋଇଯାଏ ।                                                                    

କିନ୍ତୁ  ସରକାରୀ ଚାକିରିଆ ସେଥିରେ ପୁଣି ପ୍ରାଥମିକ ଶିକ୍ଷକ । ଏମାନେ  ରୌଦ୍ର ତାପରେ ମଧ୍ୟ ଘରଘର ବୁଲି ଖାଦ୍ୟ ସୁରକ୍ଷା ଯୋଜନା ନିମନ୍ତେ ସର୍ଭେ କରିବାକୁ ବାଧ୍ୟ ହୋଇଥାନ୍ତି । ଗାୟତ୍ରୀ ଅନିଚ୍ଛା ସତ୍ୱେ ସର୍ଭେ କାମରେ ବାହାରିଲା । ଏବେ ଘରଘର  ବୁଲି ସମସ୍ତଙ୍କ କବାଟ ବାଡେଇବ । କିଏ ଖୁସି ହେଵ ତ କିଏ ବିରକ୍ତିରେ ଦୁଇପଦ ତାକୁ ଗାଳି ଦେବ । ଏସବୁ ଗାୟତ୍ରୀଙ୍କୁ ଭାରି ବାଧେ । କାହାକୁ କହିବ ? ସରକାରଙ୍କ ଅଧୀନରେ ଚାକିରି କରିଛି । ତା' ସ୍ୱାମୀ ପ୍ରବୋଧ ତାକୁ ଚାକିରୀ ଛାଡିଦେବା ପାଇଁ ବାରମ୍ବାର କହୁଥିଲେ ମଧ୍ୟ ଏ ମାହାଙ୍ଗା ଯୁଗକୁ ଅନେଇ ସେ ଚାକିରି ଛାଡି ପାରେନାହିଁ । 

ସେ ବ୍ୟାଗରେ ପାଣିବୋତଲ, ଛତା ଧରି ଉଠୁନଥିବା ଶରୀରକୁ ଘୋଷାଡ଼ି ଘୋଷାଡ଼ି ଟୁଁଙ୍ଗୁରିଟୋଲା ଅଭିମୁଖେ ଚାଲିଲା । ଜଣଙ୍କ ଦ୍ୱାରା ପାଖରେ ଯାଇ କବାଟ ବାଡେଇଲା । ଦଶ/ବାର ବର୍ଷର ପିଲାଟିଏ ଆସି କବାଟ ଖୋଲିଲା । ଗାୟତ୍ରୀ ପିଲାଟିକୁ ଦେଖି ସ୍ନେହରେ ଗେଲକରି କହିଲା- "କିନୁ କିପରି ଅଛୁ ? ପଢାପଢି କରୁଛୁ ତ ?" କିନୁ ତାଙ୍କରି ବିଦ୍ୟାଳୟରେ ପାଠ ପଢେ । କିନୁ ଗାୟତ୍ରୀର ପାଦ ଛୁଇଁ ମୁଣ୍ଡିଆ ମାରିଲା । ଘର ଭିତରକୁ ଡାକି ନେଇ ଚୌକିଟିଏ ପକାଇ ଦେଇ ବସିବାକୁ କହିଲା । 

ଗାୟତ୍ରୀ କିନୁ ଘରର ପରିବେଶ ଚାରିପଟେ ଆଖି ବୁଲାଇଆଣିଲା । ସେମିତି କିଛି ଆଖିଦୃଷ୍ଟିଆ ସମ୍ପତ୍ତି ନାହିଁ । କେବଳ ଚାରି ବଖରା ପକ୍କାଘର ଓ ବାପା ଜେଜେବାପା ଅମଳର ଜରାଜୀର୍ଣ୍ଣ ହୋଇଯାଇଥିବା ଅଟୋରିକ୍ସାଟିଏ । ଜମିବାଡ଼ି କିଛି ନାହିଁ । ଦୁଇ ଭାଇଭଉଣୀ ଓ ତା' ବିଧବା ମା' ସେଘରେ ବସବାସ କରନ୍ତି । କିନୁର ମା' ନିର୍ମାଣଧୀନ ଶ୍ରମିକ ଭାବରେ କାମକରି କିଛି ରୋଜଗାର କରେ । ସରକାରଙ୍କ ତରଫରୁ ପାଇଥିବା ବିପିଏଲ କାର୍ଡରୁ ତାକୁ ମାସକୁ ପଚିଶି କିଲୋ ଚାଉଳ ମିଳେ । ସେମାନେ ଦୁଃଖ ସୁଖରେ ଚଳିଯାନ୍ତି । କିନୁ ଆଉ ତା ' ଭଉଣୀ ସରକାରୀ ବିଦ୍ୟାଳୟରେ ପାଠ ପଢ଼ନ୍ତି । ଗାୟତ୍ରୀ ପେନ୍ ପେପର୍ ବାହାରକଲା, ଲେଖିବ କି ଲେଖିବନି ଭାବନାରେ ପଡିଗଲା । ଯଦି ସେ ଚାରିବଖରା ପକ୍କାଘର  ଓ  ଅଟୋରିକ୍ସାଟିଏ ଅଛି  ବୋଲି ଲେଖିଦେଉଛି ତାହାଲେ କିନୁ ମା'ର ବିପିଏଲ କାର୍ଡ ଯିବ ।  ରାସନ୍ କାର୍ଡ ଖଣ୍ଡିଏ ମଧ୍ୟ ମିଳିବ ନାହିଁ । ଯଦି ସେ ଠିକ୍ ତଥ୍ୟ ପ୍ରଦାନ ନ କରେ ଭବିଷ୍ୟତରେ ସେ ଦଣ୍ଡିତ ହୋଇପାରେ । ଗାୟତ୍ରୀ ମହାଧର୍ମସଙ୍କଟରେ ପଡିଗଲା ।  କିନୁ ଓ ତା' ଭଉଣୀର କୁନିକୁନି ମୁହଁ ଦିଓଟି ତା' ଆଖି ସାମ୍ନାରେ ଝଲସି ଯାଉଥାଏ । ଥାଉ । ପଛେ ଫର୍ମଟି ପୂରଣ କରିବା, କହି ସେଠାରୁ ଉଠି ଅନ୍ୟ ଗୃହ ଅଭିମୁଖେ ଯିବାକୁ ଲାଗିଲା ।

ଘରଘର ବୁଲିବୁଲି ଗାୟତ୍ରୀକୁ ବେଳ ଜଣା ପଡିଲାନି ।  ଲୋକଙ୍କ  ଦୁଃଖ-ଦୁର୍ଦଶା ତା' ମନରେ ଗଭୀର ରେଖାପାତ କଲା । ସତରେ ଲୋକଗୁଡ଼ାକ କି କଷ୍ଟରେ ଜୀବନଯାପନ କରୁଛନ୍ତି । ଏତେ ବଡ ଖରାରେ ଫ୍ୟାନଟିଏ ନାହିଁ । ହାତବିଞ୍ଚଣା ବା କାଗଜରେ ବିଞ୍ଚି ହଉଥାନ୍ତି । ପିଇବାପାଣିର ସୁବିଧା ନାହିଁ । ଏ ବସ୍ତିର ଅଧିକାଂଶ ପିଲା ତାରି ବିଦ୍ୟାଳୟରେ ପାଠ ପଢ଼ନ୍ତି । କଥାରେ ଅଛି, "ଗାଁ ପରିମଳ ଧୋବା ତୁଠ"ରୁ ଜଣାପଡିଲା ପରି ଏ ବସ୍ତିର ପରିବେଶରୁ ତାଙ୍କର ଦୟନୀୟତାର ଛାପ ସ୍ପଷ୍ଟ ବାରି ହୋଇପଡୁଥାଏ । ସମସ୍ତଙ୍କର ଗୋଟିଏ ପ୍ରଶ୍ନ, "ଦିଦି ଆମକୁ ରାସନ୍ କାର୍ଡ କେବେ ମିଳିବ ?" ଗାୟତ୍ରୀ ଗାଁମୁଣ୍ଡରେ ଥିବା ଚାଳଘର ପାଖକୁ ଗଲା । ବାରଣ୍ଡା ଉପରେ ସପ ଖଣ୍ଡେ ପକାଇ ସେବତୀ ବୁଢ଼ୀ ବସିଛି । ତା'ର ସ୍ୱାମୀ ଚାଲିଗଲା ପରେ ଗ୍ରାମର ଲୋକମାନେ ତାକୁ ଡାହାଣୀ ରୂପେ ସଜେଇ ଦେଲେ । ପୁଅବୋହୂମାନେ ମଧ୍ୟ  ତା' ପାଖଛାଡ଼ି  ଅନ୍ୟ ଗ୍ରାମରେ ରହୁଛନ୍ତି  । ଅଶି ବର୍ଷର ବୁଢୀଟି ଏକାକୀ ତା' ଜୀବନ ସହ ସଂଗ୍ରାମ କରୁଛି । ତା'ଘରକୁ ଯିବାପାଇଁ ଗ୍ରାମର ସମସ୍ତ ଲୋକେ ଗାୟତ୍ରୀଙ୍କୁ ବାରଣ କରିଥିଲେ । ସମସ୍ତଙ୍କ ବାରଣ ସତ୍ତ୍ୱେ ଗାୟତ୍ରୀ ଆଜି ଛିଡାହୋଇଛି ସେବତୀ ବୁଢ଼ୀ ପାଖରେ । ପ୍ରଥମେ ପ୍ରଥମେ ସେ ଡରିଡରି ତା'ପାଖରେ ବସିଲା । ତାକୁ ଦେଖି ସେବତୀ ବୁଢ଼ୀ ଠାକୁଆ ମୁହଁରେ ହସ ଧାରୁଏ ଦେଇ କହିଲା- "ଦିଦି ! ମୋ ପାଇଁ ରାସନ୍ କାର୍ଡ ଖଣ୍ଡିଏ କରିଦିଅ । ମୁଁ ବହୁକଷ୍ଟରେ ଚଳୁଛି । ଭିକ ମାଗିଲେ ମଧ୍ୟ ଭିକ ଗଣ୍ଡିଏ କିଏ ଦେଉନାହାନ୍ତି । ସମସ୍ତେ ଡାହାଣୀ କହି ତଡି ଦେଉଛନ୍ତି ।" ଗାୟତ୍ରୀ ଫର୍ମଟିକୁ ପୂରଣ କରି  ସେଠାରୁ ଫେରି ଆସିଲା । 

ସେଦିନ ଗାୟତ୍ରୀ ଘରକୁ ଫେରୁଫେରୁ ସନ୍ଧ୍ୟା ହୋଇଯାଇଥାଏ । ଘରେ ପହଂଚି ଗୋଡହାତ ଧୋଇ ସଞ୍ଜଦେଲା । ତା'ପରେ  ଫର୍ମ ଧରି କିନୁର ଚାରିବଖରା ପକ୍କାଘର ଓ ଅଟୋରିକ୍ସାଟିଏ ଅଛି ବୋଲି ଲେଖିବ କି ଲେଖିବନି ଭାବିଲା । ତା ଭାବନା ରାଜ୍ୟରେ ସେ ଦେଖିଲା, କିନୁ ଆଉ ବିଦ୍ୟାଳୟକୁ ଆସୁନି । କିନୁ ଭଲ ପଢେ, ଭଲ ଗୀତ ଗାଏ । ସେ ଜଣେ ଆଜ୍ଞାଧୀନ ଛାତ୍ର । ତାର ଅନୁପସ୍ଥିତି ସବୁ ବର୍ଗର ଶିକ୍ଷକଙ୍କୁ ବିଚଳିତ କରିଦେଲା । 

ଦିନେ ଗାୟତ୍ରୀ କିନୁର ଭଉଣୀକୁ କିନୁ ବିଷୟରେ ପଚାରିଲା । ତା' ଭଉଣୀଠାରୁ ଯାହା ଜାଣିଲା ତାକୁ ଆକାଶରୁ ଖସି ଯିବା ପରି ଲାଗିଲା । ବର୍ତ୍ତମାନ ସରକାର ବିପିଏଲ୍ କାର୍ଡ ନେଇଯାଇଛନ୍ତି । ତାଙ୍କୁ ରାସନ୍ କାର୍ଡ ଖଣ୍ଡେ ମିଳିନି । ମାଆ ବି ରୋଗଗ୍ରସ୍ତ ହୋଇପଡିଲେଣି । ଦିନେ ଗଲେ ଦୁଇଦିନ କାମକୁ ଯାଇ ପାରୁନାହାନ୍ତି । ଏପରି ସ୍ଥଳେ ପରିବାର କିପରି ଚଲିବ? ତେଣୁ କିନୁ ବାଧ୍ୟ ହୋଇ ଇଟାଭାଟିରେ କାମ କରୁଛି । ସେ ଆଉ ବିଦ୍ୟାଳୟକୁ ପଢିବାକୁ ଆସିପାରିବ ନାହିଁ ।

ଗାୟତ୍ରୀ କିନୁ ବିଷୟରେ ଶୁଣି ଆଉ ଧର୍ଯ୍ୟ ଧରି ରହିପାରିଲାନି । ସେ ଦୌଡିଲା ଇଟାଭାଟିକୁ । କିନୁ ପୂର୍ବପରି ଆସି ତା'ପାଦ ଛୁଇଁ ମୁଣ୍ଡିଆ ମାରିଲା । ଗାୟତ୍ରୀ କିନୁକୁ କୁଣ୍ଢେଇ ପକେଇଲା । ତା ହାତ ଦୁଇଟିକୁ ମୁହଁପାଖକୁ ଆଣି ଦେଖିଲା । କଅଁଳ ହାତରେ ନାଲିନାଲି ପଟାପଟା ହୋଇ ଗାର ପଡିଯାଇଛି । ଗାୟତ୍ରୀର ଲୁହରେ କିନୁର ହାତ ଦୁଇଟି ସଫା ହୋଇଗଲା । ଠାଏଠାଏ ଛାଲ ବାହାରି ଯାଇଥିବାର ଚିହ୍ନ ଦେଖିଲା । 

ମାଆ ମତେ କିଛି ଖାଇବାକୁ ଦିଅ ମୁଁ ଟ୍ୟୁସନ୍ ଯିବି କହି ପୁପୁନ ଗାୟତ୍ରୀକୁ ହଲାଇ ଦେଲା । ପୁପୁନ୍ ଗାୟତ୍ରୀର ବଡ ପୁଅ । ପଞ୍ଚମ ଶ୍ରେଣୀରେ ପଢେ । ତା'ପାଇଁ ଗାୟତ୍ରୀର କେତେ ସ୍ୱପ୍ନ । ସବୁ ସ୍ୱପ୍ନକୁ ସେ ଥାକଥାକ କରି ସଜାଇ ରଖିଛି । ତାର ଆର୍ଥିକ ସ୍ଵଚ୍ଛଳତା ଅଛି । ପୁପୁନ୍ ତା' ଲକ୍ଷ ସ୍ଥଳରେ ପହଂଚିପାରିବ । କିନ୍ତୁ କିନୁ ? ସେ ଯଦି ପକ୍କାଘର ଓ ଅଟୋରିକ୍ସାଟିଏ ଅଛି ବୋଲି ଲେଖି ଦବ ତାହାଲେ କିନୁର ପରିବାର ରାସନ୍ କାର୍ଡ ଖଣ୍ଡିକରୁ ବଞ୍ଚିତ ହେବେ । ସରକାରଙ୍କ ସ୍ଲୋଗାନ "ସମସ୍ତେ ପଢନ୍ତୁ ସମସ୍ତେ ବଢ଼ନ୍ତୁ "ର ସଫଳ ରୂପାୟନ ହୋଇପାରିବ ନାହିଁ ।

 


Rate this content
Log in

Similar oriya story from Inspirational