Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Maheswar sahoo

Others

5.0  

Maheswar sahoo

Others

ଭୋଟ ବିକିବି ନାହିଁ

ଭୋଟ ବିକିବି ନାହିଁ

3 mins
686


ଗଲା ନିର୍ବାଚନ ଥିଲା ପଞ୍ଚାୟତ ନିର୍ବାଚନ । ସବୁ ଦଳର ପ୍ରାଥି ମାନେ ଆସି ଟଣା ଓଟରା କରିଥିଲେ ନିଜ ନିଜ ଦଳ ପାଇଁ । ସତ କହିବାକୁ ଗଲେ ଦଳୀୟ ଲୋକ ମାନେ ଜିତିବାର ଆଗ୍ରହ ରଖି ବହୁତରୁ ବହୁତ ତଳକୁ ଖସି ଯାଇଥାନ୍ତି । ନିଜକୁ ବିଜୟର ଆଶ୍ୱାସନା ରଖି ବାଣ୍ଟି ଚାଲିଥାନ୍ତି ପୁଳା ପୁଳା ଟଙ୍କା । ସେମାନଙ୍କର ଟଙ୍କା ବାଣ୍ଟିବାର ନୀତିଟା ନିହାତି ଜରୁରୀ ହୋଇ ପଡିଛି ଯେପରି । ଠିକ ନିର୍ବାଚନ ଦୁଇ ଦିନ ଥିବ, ରାତି ଅଧାରୁ ଛକା ପଞ୍ଝା ଚାଲିଥାଏ ବିଡା ବିଡା ଟଙ୍କା ଧରି ।

ରାଜୀବ ବାବୁ ଜଣେ ଶିକ୍ଷିତ ବେପାରୀ ଲୋକ । ସେମାନଙ୍କର ଯୌଥ ପରିବାର । ନଗରିକତ୍ଵ ପାଇଥିବା ଲୋକ ସଂଖ୍ୟା ପ୍ରାୟ କୋଡିଏ ହେବ । ରାଜୀବ ବାବୁ କୁଆଡେ ଗଲା ପଞ୍ଚାୟତି ନିର୍ବାଚନରେ ଦଳର ନେତା ମାନଙ୍କ ଠାରୁ ହଜାର ହଜାର ଟଙ୍କା ଲାଞ୍ଚ ନେଇଥିଲେ ନିର୍ବାଚନ ସମୟରେ । ନେବେ ନାହିଁ କାହିଁକି ଯେ ! କୋଡିଏ ଜଣ ଭୋଟର ତାଙ୍କର । ଏଥର ଲୋକ ସଭା ନିର୍ବାଚନ ଆସିଯାଇଛି । ସମସ୍ତ ଦଳର ନେତା ଆଉ କୁଜି ନେତା ବେଶ ଆଡ୍ଡା ଜମେଇଲେଣି ରାଜୀବ ବାବୁଙ୍କ ଘରେ । ରାଜୀବ ବାବୁ ଆଗରୁ ସମସ୍ତଙ୍କଠାରୁ ପଇସା ଖାଆନ୍ତି ଭୋଟ ଦେବା ପାଇଁ । କିନ୍ତୁ ରାଜୀବ ବାବୁ କୁହନ୍ତି ଯେ: " ନେତାମାନେ କେବଳ ନିର୍ବାଚନ ସମୟରେ ଦେଖାଯାଆନ୍ତି ଆଉ ଜିତିଗଲା ପରେ କିଏ କୁଆଡେ ଯାଏ ଦର୍ଶନ ମିଳେନା"।

ଥରେ ରାଜୀବ ବାବୁ କୌଣସି ଏକ କାମରେ ସରପଞ୍ଚବାବୁଙ୍କ ପାଖକୁ ଯାଇଥିଲେ । ସରପଞ୍ଚ ବାବୁ କହିଲେ ହାଇହୋ ରାଜୀବ ବାବୁ କେଉଁ କାମରେ ଆସିଛ ? ଆପଣ ନେଇଥିବା ନର୍ବାଚନୀ ଟଙ୍କା ପରା ଏପର୍ଯ୍ୟନ୍ତ ପରିଶୋଧ ହେଇନି । ପୁଣି ଏବେ କଉକାମ ବାକି ରହିଲା । ରାଜୀବ ବାବୁ ଟିକେ ଶର୍ମିନ୍ଦା ହେଇ କହିଲେ ସରପଞ୍ଚ ବାବୁ ! ଆପଣ ଆମ ରାସ୍ତା କାମ କଥା ଗୁରୁତ୍ୱ ଦେଉ ନାଁହାନ୍ତି ।।କଣ ହେଇଛି ?

ସରପଞ୍ଚ ବାବୁ କହିଲେ:" ଦେଖ ମୁଁ ଜିତି କରି ଦୁଇ ବର୍ଷ ପୁରୀ ତିନି ବର୍ଷ ଚାଲିଛି । ଆଉ ତିନି ବର୍ଷରେ ଆପଣମାନଙ୍କୁ ଦିଆ ଯାଇଥିବା ପଇସା ସୁଜି ନାହିଁ । ପୁଣି ଲୋକସଭା ନିର୍ବାଚନ ଆସିଗଲା । ଆପଣ ଜାଣନ୍ତି ରାଜୀବ ବାବୁ ମୋର ଜମି ଜୁମା ସହିତ ଗହଣା ଗାଁଠି ସବୁ ବନ୍ଧା ପଡିଥିଲା । ଏବେ ଗୋଟେ ଗୋଟେ ସୁଝିଚାଲିଛି । ଏବେ ରାସ୍ତା କାମ ଆସିଛି କିନ୍ତୁ ଯେଉଁ ଅଞ୍ଚଳରେ ଆମର ବିନା ଖର୍ଚରେ ୱାର୍ଡ ମେମ୍ବର ମାନେ ଜିତିଛନ୍ତି, ସେଇ ୱାର୍ଡର କାମ ହେଉଛି । ଅପେକ୍ଷା କର; ଲୋକସଭା ନର୍ବାଚନରେ ଟିକେ ସାହାଯ୍ୟ କର, ନିଶ୍ଚୟ ଆପଣଙ୍କ ଗାଁକୁ କାମ ନିଶ୍ଚୟ ହେଇଯିବ ।

ସରପଞ୍ଚ ନିଜର ଖାତିର ଦେଖେଇବାକୁ ଯାଇ କହିଲେ, ହାଇହୋ ରାଜୀବ ବାବୁ ! ଆମେ ଗୋଟେ ଇନ୍ଦିରା ଆଭାସ ଘର ପାଇଁ ଲୋକଙ୍କ ଠାରୁ କୋଡିଏ ହଜାର ନେଉଛୁ, ଯାହାର ବାର୍ଦ୍ଧକ୍ୟ ଭତ୍ତା ଦରକାର ସେ ଆମକୁ ପାଞ୍ଚ ହଜାର ଦେଵ ତା ସହିତ ପାଇଖାନା ପାଇଁ ତିନି ହଜାର ଆମର । ତେଣୁ ଆପଣ ଜାଣନ୍ତି କି ଯେତେ ପଇସା ଭୋଟର ନିୟନ୍ତି, ସେ ପଇସା ତ ଆମକୁ ଉଠେଇବାକୁ ପଡିବ !

ହଁ ଉଠାଅ ଉଠାଅ ହେଲେ ପୁଣି ଥରେ ମୁଁ ଏମିତି ଭୁଲ କରିବିନି ଯେ କି.....ତୁମ ନିର୍ବାଚନୀ ଖର୍ଚ୍ଚ ପାଇଁ ମୋତେ ହିସାବ ନେବୁକୁ ପଡୁଥିବ !

ଦେଖନ୍ତୁ ସରପଞ୍ଚ ବାବୁ ତମେ ଯେବେ ମୋ ପାଖକୁ ଆସିଥିଲ ଭୋଟ ପାଇଁ ସେତେବେଳେ ଆପଣ ଯାହା କହିଲେ ମୁଁ ରାଜି ହୋଇଥିଲି ।

ସରପଞ୍ଚ ବାବୁ କହିଲେ ହଁ ଯେ; ହେଲେ ମୁଁ ଦେଇଥିବା ପଇସା ନେବାକୁ ରାଜି ହୋଇ ନ ଥିଲ କି ? ସେଇଟା ହେଲା ଆପଣଙ୍କର ଦୁର୍ବଳତା....ହା ହା...

ରାଜୀବ ବାବୁ ଚୁପ ହୋଇ କିଛି ନ କହି ସିଧା ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ମୋ ମତରେ ଦୃଷ୍ଟାନ୍ତ....

ନିର୍ବାଚନ ସମୟରେ^^^

ନେତା: ମହାଶୟ ନମସ୍କାର ।

ଭୋଟର: ନମସ୍କାର ଆଜ୍ଞା ।

ନେତା: ଆମ ଦଳକୁ ଭୋଟ ଦିଅନ୍ତୁ ମୁଁ ଆପଣଙ୍କର ରାସ୍ତା, ଘର, ପାଇଖାନା ଜିତିବା ଦୁଇ ମାସ ଭିତରର କରିଦେବି ।

ଭୋଟର: ହଁ ଆଜ୍ଞା ଆପଣଙ୍କ ଭଳି ଲୋକ ଶହେରେ ଏକ ।

ନେତା: ମୋ ଚିହ୍ନକୁ ନିଶ୍ଚିତ ଧ୍ୟାନ ଦେବେ ଓ ଜୟଯୁକ୍ତ କରାଇବେ ।

ଭୋଟର: ହଁ ଆଜ୍ଞା ।

ନେତା: (ପାଞ୍ଚ ଶହ ଟଙ୍କିଆ ନୋଟ କାଢି ) ଏଇ ରଖନ୍ତୁ ଆଜ୍ଞା ଆପଣଙ୍କର ଖର୍ଚ୍ଚ ।

ଭୋଟର : ଧନ୍ୟବାଦ ଆଜ୍ଞା ।

ନିର୍ବାଚନ ପରେ^^^

ଭୋଟର: ଆଜ୍ଞା ନମସ୍କାର ।

ନେତା: ନମସ୍କାର ! ଆପଣ କିଏ ଆଉ କଉ ଗାଁରୁ ଆସିଛନ୍ତି ।

ଭୋଟର: ଆଜ୍ଞା ମୋ ଗାଁର ନାମ****

ନେତା: କୁହନ୍ତୁ ମୋର ସମୟ ଅଭାବ । ଯାହା କହିବା କଥା ଜଲ୍ଦି କୁହନ୍ତୁ ।

ଭୋଟର: ଆଜ୍ଞା ଆପଣ ଦୁଇ ମାସ ଭିତରେ କରିବା କାମ ଦୁଇ ବର୍ଷ ହୋଇଗଲା ।

ନେତା: ହଁ କୁହନ୍ତୁ ।

ଭୋଟର: ମୋ ରାସ୍ତାରେ ମୁଠାଏ ମାଟି ପଡ଼ିଲା ନାହିଁ ।

ନେତା: ହଁ କୁହନ୍ତୁ କରିଦେବା ।

ଭୋଟର: ଆମେ ଚାଲିବାକୁ ବହୁତ କଷ୍ଟ ପାଉଛୁ ।

ନେତା : ହଁ କୁହନ୍ତୁ ।

ଭୋଟର: କାମ କେବେ ହେବ ।

ନେତା: ହେବ ହେବ ହଁ ଆଜ୍ଞା ଆସନ୍ତୁ ମୁଁ ଜଲ୍ଦିରେ ଅଛି । (କହିଲେ ଆଉ ଉଠିଲେ ଓ ଚାଲିଲେ)

ଏମିତି ନେତା ଓ ଶାସନ ଆମ ଭାରତରେ...

*******************

କବି ଓ ଲେଖିକା (ଅଙ୍କିତା ପାଢ଼ୀ)

ବାପା: ରଞ୍ଜନ ପାଢ଼ୀ

ଶ୍ରେଣୀ ସପ୍ତମ

ଜେନିଥ ଇଂରାଜି ମାଧ୍ୟମିକ ବିଦ୍ୟାଳ


Rate this content
Log in