Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନୂଆ ବର୍ଷର ପହିଲି ପରଶ
ନୂଆ ବର୍ଷର ପହିଲି ପରଶ
★★★★★

© Manoj Kumar Panda

Others

3 Minutes   358    12


Content Ranking

" ହାଏ ଲିଟିଲ୍ ହାର୍ଟ"  । କେମିତି ଅଛ,ସତେକି ପାଦ ତଳର ମାଟି ଗୁଡିକ ଅଲଗା ହୋଇ ଯାଉଥିଲା,ଲାଗିଲା ପାଦ ଦୁଇଟା ମାଟି ତଳେ ପୋତି ହୋଇ ଯାଉଛି ।କେମିତି ଏକ ମୃଦୁ ଭୂମିକମ୍ପ ଏ ଚାରିପାଖରେ ହୋଇଗଲାକି । ଅନାମିକା ଦେହରେ ଗୋଟେ ଅଜଣା କମ୍ପନ ସୃଷ୍ଟି ହୋଇଗଲା । ଯେମିତି ।

କାହିଁକି ଆଦିତ୍ୟ ,ତୁମେ ପୁଣି ମୋ ବଳୟ କୁ ଧସେଇ ପଶିବାକୁ ଚେଷ୍ଟା କରୁଛ ।କେତେ ଯନ୍ତ୍ରଣା ମୁଁ ପାଇଲେ ତୁମେ ଖୁସି ହେବ । ହୋଇପାରେ ତୁମପାଇଁ ପ୍ରେମର ମୂଲ୍ୟଟା ଏକ୍ ଦମ୍ ଟାଇମ୍ ପାସ୍ । କିନ୍ତୁ ତମ ପ୍ରେମ ମୋ ପାଇଁ ,ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଏକ ବଞ୍ଚିବାର ସମସ୍ତ ସାଧନା । ମୁଁ ନିଜେ ବି ଜାଣି ପାରୁନି ଯେ ମୋ ତ୍ୟାଗ ଓ ତପସ୍ୟାର ଭଲପାଇବାରେ କେଉଁଠି କମ୍ରହିଲା ।ତମକୁ ବୁଝିବାରେ ହୁଏତ ମୋର ଭୂଲ୍ରହିଗଲା ।ଆଜି ନୂଆ ବର୍ଷ ,ପ୍ରତି ବର୍ଷ ଭଳି ତୁମେ ମତେ ଆଗ ଶୁଭବାର୍ତା ଜଣାଅ, ସେ କଥାରେ ଆଜି ବି ବ୍ୟତିକ୍ରମ ହୋଇନି । କିନ୍ତୁ ଧୂମକେତୁ ଭଳି ତୁମର ଏ ଶୁଭ ବାର୍ତ୍ତା ଯେ ମୋ ଜୀବନର ବଳୟରେଖାକୁ ଧ୍ଵସ୍ତ ବିଧ୍ୱସ୍ତ କରିଦେବ ତା'ର ହିସାବ କେବେରଖିଛ । ତୁମ ସ୍ମୃତି ମତେ ବାରମ୍ବାର ଅତୀତର ମୁହାଣ ପାଖକୁ ଫେରିବାକୁ ବାଧ୍ୟ କରେ । ଚାହିଁ ମଧ୍ୟ ମୁକୁଳି ପାରୁନି ତୁମ ସ୍ମୃତି ସରହଦ୍ ରୁ ।

କେତେ କାଳ ତମ ସ୍ମୃତି ମତେ ଯନ୍ତ୍ରଣାରେ ତିଳ ତିଳ କରି ଜାଳିବ । ତଥାପି ତମ ଠାରୁ ମୋ ଜୀବନରେ ମହତ୍ ପ୍ରାପ୍ତି ଆଉ କିଛି ନାହିଁ । ଅତୀତ ସବୁବେଳେ ହାତ ଧରି ଟାଣି ନିଏ ମତେ ସେହି ସ୍ଵପ୍ନ ଛଳ ଛଳ ସ୍ମୃତି ବେଳାଭୂମି ପାଖକୁ । ଆଜି ବି ମନେ ପଡେ ଜଳଜଳ ହୋଇ, ସେ ଦିନ ଏମିତି ଥିଲା ଡିସେମ୍ବର ୨୫ ତାରିଖ,ବଡଦିନ ଏମିତି ଏକ ଦିନରେ ଆଦିତ୍ୟ ଓ ଅନାମିକା ଦୁହେଁ ବେଳାଭୂମିର ଓଦା ବାଲି ଉପରେ ଗଢୁଥିଲେ ଛୋଟ ମନ୍ଦିର । ହଠାତ୍ ଆଦିତ୍ୟ ପ୍ରଶ୍ନକଲେ,ଅନୁ ଚାଲନା ଆମେ ଗଢିଥିବା ଏଇ ଛୋଟ ମନ୍ଦିରରେ ଦୁହେଁ ବାହା ହୋଇଯିବା । କିଛି ଦରକାର ହୁଅନ୍ତାନି ଆମର, ବ୍ରାହ୍ମଣ, ନାହାକ ଓ ମନ୍ତ୍ର ।ଦରକାର ହୁଅନ୍ତେନି ବାପ, ମାଆ, ସାଙ୍ଗ, ସାଥି, ବନ୍ଧୁ ଓ ବାନ୍ଧବ । ଆଦିତ୍ୟ ଙ୍କ କଥାରେ ଖିଲ୍ ଖିଲ୍ ହୋଇ ହସି ଉଠିଲା ଅନାମିକା ।

ଟିକେ ପ୍ରକୃତିସ୍ତ ହୁଅ ପ୍ରିୟତମ; କିଏ ମାନିବ ଆମର ଏ ବାହାଘରକୁ ।ଏ ସମାଜକୁ ହୃଦୟର ସାର୍ଟିଫିକେଟ ଦରକାର ହୁଏନି ।ଏ ସମାଜକୁ ଦେଖାଇବାକୁ ପଡେ ଚଳପ୍ରଚଳ ହେଉଥିବା ଲୋକ ମାନଙ୍କର ମିଛ ପରମ୍ପରା ଓ ଫମ୍ପା ଆଦର୍ଶର ସ୍ଵୀକୃତି ।

ଅନେକ ନୀରବତା ପରେ ଦୁହେଁ ନୀଳ ସମୁଦ୍ରର ନୀଳ ଢେଉକୁ ଦେଖି ଆତ୍ମହରା ହୋଇଯାଉଥିଲେ ।ଆଖିରେ ଭାସି ଉଠୁଥିଲା ଅନେକ ନୀଳ ସ୍ଵପ୍ନ । । ଆଦିତ୍ୟ କେତେ ସମୟର ନୀରବତା ଭଙ୍ଗ କରି କହିଲେ ଆଛା ଅନୁ ତମେ କ'ଣ ବିଶ୍ବାସ କର ଏ ସମାଜର ଫମ୍ପା ଚଳନୀ ଓ ମିଛ ଆଦର୍ଶ କୁ ।କହି ପାରିବ ଏ ସମାଜର ଏ ଆଦର୍ଶକୁ ମାନି କେତେ ଜଣ ଖୁସିରେ ଅଛନ୍ତି । ଯେଉଁଠି ପରସ୍ପର ଅଜଣା ହୃଦୟର ଦୁଇଟା ମନ ଓ ଆତ୍ମାକୁ ବାଧ୍ୟ କରାଯାଏ କିଛି ମନ୍ତ୍ର , ହୋମ ନିଆଁ ଓ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତିରେ ।କେତେ ପରସ୍ପର ଦୁଇଟି ହୃଦୟ ଅଜଣା ବସାଟିଏ ବାନ୍ଧିବାର ପରିକଳ୍ପନାରେ ହାତ ଧରା ଧରି ହୋଇ ବାଟ ଚାଲିଛନ୍ତି ।କେତେ ଅନ୍ଧାରୀ ମୁହାଣରେ ବାଟ ଚାଲୁ ଚାଲୁ ଅନେକ ଝୁଣ୍ଟିଛନ୍ତି ନହେଲେ ବାଟ ଭୁଲି ଯାଇଛନ୍ତି ।କିନ୍ତୁ କାହିଁକି ଏ ସମାଜ ଦୁଇଟି ଆପଣାର ମନ ଓ ହୃଦୟକୁ ସ୍ଵୀକୃତି ପ୍ରଦାନ କରେନା ଉଭୟେ ଗୋଟେ ଛୋଟ ଘର କରି ରୁହନ୍ତୁ ବୋଲି ।ଅନାମିକା ତାଜୁବ୍ ହୋଇଯାଏ ,କବି ସେ ନା ଆଦିତ୍ୟ ।

ବିଜ୍ଞାନର ଛାତ୍ର ହୋଇ କେତେ ବୁଝିଛନ୍ତି ଜୀବନ ଦର୍ଶନ କୁ ।ବିବାକ୍ ହୋଇଯାଏ ଆଦିତ୍ୟ ଙ୍କ ପ୍ରଶ୍ନରେ,କି ଉତ୍ତର ବା ଦେବ ସିଏ ।ଜୀବନ ଦର୍ଶନର କଥା ଶୁଣୁ ଶୁଣୁ ଆଉଜି ପଡିଲା ଅନାମିକା , ଆଦିତ୍ୟ ଙ୍କ ଛାତିରେ । ଆଦିତ୍ୟ ପ୍ରେମର ପହିଲି ପରଶର ପ୍ରଥମ ଚୁମ୍ବନ ଆଙ୍କିଦେଲେ ଅନାମିକାର ଥରିଲା ଓଠରେ ।କିଛି ମୁହୂର୍ତ୍ତ ପାଇଁ ହଜିଗଲେ ଦୁହେଁ ସ୍ଵପ୍ନର ଅମରାବତୀ ନଗରରେ ।

ଆଜି ସେ ସବୁ ଅତୀତ,ଉଭୟେ ଉଭୟଙ୍କୁ କଥା ଦେଇଥିଲେ ଡିସେମ୍ବର ୨୫ ରୁ ଜାନୁଆରୀ ୧ ତାରିଖ ଯାଏଁ ଛୁଟି କାଟିବେ ଦୁହେଁ ଏଇ ବେଳାଭୂମି କୂଳରେ ହେଲେ-------------------------------  ।

ସେ ତ ଏକ କହିବା କଥାର ପ୍ରତିଶ୍ରୁତି । ଆଜି ବି ଧାଇଁ ଯାଏ ଅନାମିକା ସବୁ ବର୍ଷ ଡିସେମ୍ବର ୨୫ ତାରିଖରେ ସେହି ବେଳାଭୂମି ପାଖକୁ ଭାବେ କାଳେ କେବେ ପ୍ରତିଶ୍ରୁତିର କଥା ମନେରଖି ଆଦିତ୍ୟ ପହଁଞ୍ଚି ଥିବେ ସେଠାରେ ।ହେଲେ ସବୁ ବର୍ଷ ଏକୁଟିଆ ସେ ଓ ନୀଳ ସାଗରର ନୀଳ ଉର୍ମିମାଳା, ଆଦିତ୍ୟ କେମିତି ଭୂଲିଲ ମୋ ଠାରୁ ଯଥେଷ୍ଟ ଭରସା ମୁଁ ତୁମ ଉପରେ କରିଥିଲି  ।ପ୍ରତାରଣା କରନ୍ତି କେହି କ'ଣ ଏମିତି ପ୍ରତାରଣା କରିପାରନ୍ତି ।ଥରେ ହେଲେ କିଛି ମୁହୂର୍ତ୍ତ ପାଇଁ ହେଉ ପଛକେ ତୁମର ଅତୀତ କ'ଣ କିଛି ବି ମନେ ପଡେନି ।କେମିତି ସବୁକିଛି ଇତିହାସ ପରି ଭୁଲିଗଲ ।ଆଜି ବି ଏଇ ନୀଳ ସମୁଦ୍ର କୂଳରେ ମୁଁ ତୁମ ଅପେକ୍ଷାରେ ଆଦିତ୍ୟ, ଫେରିଆସ କିଛି ମୁହୂର୍ତ୍ତ ପାଇଁ ହେଲେ ବି ଏଇ ସମୁଦ୍ର ପାଖକୁ । ସତରେ କ'ଣ ମୋ ଅପେକ୍ଷାର ଶେଷ ନାହିଁ ହାତ ବଢାଇଲେ ଆଖି ବୁଜି ସମୁଦ୍ରକୁ ,ହାତ ପାଏନା ଆଦିତ୍ୟ ତୁମେ ତ ମୋ ପାଇଁ ସମୁଦ୍ରର ସେଇ ନୀଳ ଢେଉ, ଯାହାକୁ ହାତ ବଢାଇଲେ ହାତରେ ଧରା ଦିଏନା । ।

ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ୱର

ଅନାମିକା ଆଦିତ୍ୟ ବେଳାଭୂମି

Rate the content


Originality
Flow
Language
Cover design

Comments

Post

Some text some message..