ହୃଦୟର ସ୍ପନ୍ଦନ ତୁ
ହୃଦୟର ସ୍ପନ୍ଦନ ତୁ
ପ୍ରୀତି ଆଉ ଦିପୁ ଦୁଇ ଜଣ ବହୁତ ଭଲ ସାଙ୍ଗ ଥିଲେ ଆଉ ସେମାନଙ୍କ ଘର ବି ଗୋଟେ ଗାଁରେ ଥିଲା ।
ଯେତେବେଳେ ସେମାନେ ଷଷ୍ଠ ଶ୍ରେଣୀରେ ପଢୁଥିଲେ ।
ଦିପୁର ନୂଆ ସାଇକେଲ ତା ବାପା ଦେଇଥାନ୍ତି ।ଦିପୁର ମନ ବହୁତ ଖୁସି ଥାଏ ।
ସେଦିନ ସେ ସକାଳୁ ସକାଳୁ ସ୍କୁଲକୁ ବାହାରିପଡିଲା ପ୍ରୀତିକୁ ସାଙ୍ଗରେ ନେବା ପାଇଁ।
ହେଲେ ପ୍ରୀତି ଘରକୁ ଯାଇ ଦେଖେ ତ ପ୍ରୀତିର ଗୋଡରେ ଆଘାତ ହେଇଛି ସେ ସ୍କୁଲ ଯାଇପାରିବନି ବୋଲି ମନା କରିଦେଲା ।
ଦିପୁ- ହେଇ ଦେଖ ଏ ବିଲେଇକୁ ସାମାନ୍ୟ ଖଣ୍ଡିଆ ହେଇଛି କେତେୁ ଅଧିକ ଫୁଲେଇ ହେଉଛୁ ।
ଶୁଣ ମୁଁ ନୂଆ ସାଇକେଲ ଆଣିଛି ତତେ ବସେଇକି ନେଇଯିବି ।
ତ ଶୀଘ୍ର ବାହାରିପଡ।
ପ୍ରୀତି- ତୁ ମତେ ବିଲେଇ କଣ ପାଇଁ ଡ଼ାକୁଛୁ ।ନିଜେ ତ ଗୋଟେ ଭାଲୁ ମତେ କହୁଛି।
ଦିପୁ- ତୁ ଯାହା ଦେଖାଯାଉଛୁ ନା।
ପ୍ରୀତି- ହଁ ନା । ମିଛୁଆ ।
ଦିପୁ - ତୁ ବେଶୀ ବକର ବକର ନହେଇ ।ଶୀଘ୍ର ଆସେ
ପ୍ରୀତି - ମୁଁ ବସି ପାରୁନି ତୋ ସାଇକେଲରେ ।
ଦିପୁ-ରହ ମୁଁ ବସେଇ ଦେଉଛି । କେତେ ଖାଉଛୁ କି ଲୋ,ଏତେ ମୋଟୀ ହେଇଗଲୁଣି ।
ପ୍ରୀତି -କୁକୁର ଏମିତି ଆଉ ଥରେ କହିଲେ ତୋ ସହ କଥା ହେବିନି ।
ଦିପୁ- ଆଲୋ ମଜାକ କରୁଥିଲି। ଆଛା ତୋ ଗୋଡ କେମିତି ଖଣ୍ଡିଆ ହେଲା ।
ପ୍ରୀତି- ମୁଁ ନା କାଲି ସାଇକେଲ ଶିଖୁ ଶିଖୁ ପଡ଼ିଗଲି ।
ଦିପୁ- କିଛି ଔଷଧ ଲଗେଇଛୁନା?ଆଉ ଏବେ କଷ୍ଟ ହେଉଛି କି?
ପ୍ରୀତି- ନା।
ଦିପୁ - ତୁ ଗୋଟେ ବଡ ପାଗିଳି।ତୋର ସାଇକେଲ ଶିଖିବା କଣ ଦରକାର।
ମୁଁ ଅଛି ନା।
ପ୍ରୀତି- ବାପା କାଲି ମୋ ପାଇଁ ସାଇକେଲ ଆଣିଥାନ୍ତେ ତ ସେଥିପାଇଁ।
ଦିପୁ- ତୁ ବିଲେଇ ମତେ କହିଲୁନି ମୁଁ ତତେ ଶିଖେଇ ଦେଇ ଥାନ୍ତି ।ଏବେ କେତେ କଷ୍ଟ ପାଉଛୁ ।
ପ୍ରୀତି - ଜାଣିଛୁ ମୋର ଇଛା ଥିଲା ସ୍କୁଲ ଯିବାକୁ ଯାହା ହେଉ ତୁ ଆସିଗଲୁ ।
ଦିପୁ - ହୋଉ ତୁ ସେମିତି ବସିଥା ମୁଁ ଓହ୍ଲାଇ ସରେ ।
ଦିପୁ ସାଇକେଲର ଷ୍ଟାଣ୍ଡ ମାରି
ତାର ଦୁଇ ହାତରେ ସେ ପ୍ରୀତିକୁ ଓହ୍ଲାଇଦେଲା । ଗଲା ବେଳେ ବି ସେମିତି ଦୁଇ ଜଣ ଗଲେ । ଏହି ସବୁ ସମୟ ଭିତରେ ଦୁଇ ଜଣ ଙ୍କୁ ଭଲପାଇବା ହେଇଗଲା। ଏମିତି ତାଙ୍କର ସମ୍ପର୍କ ବଢିଚାଲିଲା । ଏବେ କଲେଜରେ ପଢିବା ସମୟ ଆସିଲା । ହେଲେ ଦୁଇ ଜଣ ଙ୍କର ଗୋଟେ କଲେଜ ହେଇପାରିଲାନାହିଁ । ଦିପୁ ପଢିବାକୁ ସହରରେ ତା ବାପା ଠିକ କରିସାରିଥିଲେ ।ହେଲେ ପ୍ରୀତି ସେହି ଗାଁ କଲେଜରେ ପଢିଲା।
ଦିପୁ- ମୁଁ ସହର ଯାଉଛି ସେଠି ପଢ଼ିବି ।ତୁ ଏଇ ଗାଁ କଲେଜରେ ପଢୁଥା ବିଲେଇ।
ପ୍ରୀତି- ତୁ ଯାଉନୁ ।ମୁଁ ସତୀକା ତତେ ଝୁରିଵି ନା କଣ।
ଦିପୁ- ମିଛ କହନିିଲେଇ।ତୁ ମତେ ଭଲପାଉ।
ପ୍ରୀତି - ତୁ ଭାଲୁ ।ଭାଲୁ ମାନଙ୍କୁ କଣ କିଏ ଭଲପାଏ।
ଦିପୁ- ବିଲେଇକୁ କଣ କିଏ ଭଲପାଏ ।
ପ୍ରୀତି- ତୁ ଜାଣିନୁ କି ବିଲେଇ କି ଘରେ ପୋଷାରଖନ୍ତି ।
ଦିପୁ- ଆଛା ହୋଉ ମୁଁ ଭାଲୁ ତୁ ରାଣୀ ।ଏବେ ଟିକେ ଯିବା ସମୟରେ ହସିଦେ।
ପ୍ରୀତି(ଆଖିରେ ଲୁହ ଆସିଗଲା)- ତୁ ସତରେ ମତେ ଛାଡି ପଳେଇବୁନା।
ଦିପୁ - (ପ୍ରୀତିକୁ ଛାତିରେ ଲଗେଇ) ଏ ପାଗିଳି କାନ୍ଦୁଛୁ କଣ ପାଇଁ ।ମୁଁ ସହର ଛାଡ଼ୁଛି ତତେ ନୁହଁ ।
ପାଗିଳି ଟା ;ଶୁଣ ମୁଁ ସହରକୁ ଯାଇ ପଢି ଏକାଥରେ ଚାକିରୀ କରି ଆସିବି । ଆମେ ଦୁଇ ଜଣ ମିଶି ସବୁଆଡେ ବୁଲିବା ତୁ ଯୋଉଠି ଥକି ପଡ଼ିବୁ ମୁଁ ମୋ ବହୁରେ ତତେ ଉଠେଇ ଆଗକୁ ନେବି । ହେଲେ ତୁ ଟିକେ ମୋଟା କମ କରିଥିବୁ । ଏବେ ତ ଟିକେ ହସିଦେ । ପ୍ରୀତି ହସିପାରୁନଥିଲା ଯେମିତି ତା ଜୀବନ ତା ଠୁ ଅଲଗା ହେଇଯାଉଛି ।
ଦିପୁ - ପାଗିଳି ତୁ ମତେ ଭଲପାଉଛୁ ନା ?
ପ୍ରୀତି- ନାଁ ।ମୁଁ କଣ ପାଇଁ ତତେ ଭଲପାଇବି ।
ଦିପୁ- ହା ହା ହା ।ହୋଉ ମତେ ପଛରେ ଦୋଷ ଦେବୁନି।
ଏମିତି କହି ଦିପୁ ସହରକୁ ଚାଲିଗଲା।
6 ବର୍ଷ ପରେ....
ଦିପୁ ଗାଁକୁ ଫେରିଲା; ପ୍ରୀତି ଏହି ଦିନକୁ ଅପେକ୍ଷା କରିରହିଥିଲା । ଦିପୁ ଯେତେବେଳେ ପ୍ରୀତିକୁ ଦେଖିଲା-ଦିପୁ ଫୋନରେ କାହାକୁ କହୁଥିଲା
" ହଁ ମୁଁ ଭଲରେ ପହଁଞ୍ଚିଲି। ହେଲେ ତୁମକୁ ବହୁତ ମାନେ ପକାଉଛି । ତମେ ବେସ୍ତ ହୁଅନି ଜାନୁ ମୁଁ ବାପା ଙ୍କୁ ତମ ବିଷୟରେ କହିବି। ତମେ ତମ ଘରେ ରାଜି କରାଅ ଦୁଇ ମାସ ପରେ ବିବାହ କରିନେବା ।ହଁ ଶୁଣ ନିଜର ଯତ୍ନ ନେବାରହୁଛି । ଦିପୁ ଆଉ କାହା ସହ କଥା ହେବାର ଶୁଣି ପ୍ରୀତିକୁ ବହୁତ କଷ୍ଟ ହେଲା। ଦିପୁ ପ୍ରୀତି ପାଖକୁ ଆସିଲା।
ଦିପୁ- ତୁ ପ୍ରୀତି ନା । ସାଇକେଲ ଶିଖିଗଲୁଣି । ମତେ ଟିକେ ଗାଁ ପାଖରେ ଛାଡିଦେବୁ ।
ପ୍ରୀତି- (ଆଖିରେଲୁହରଖି)କାଇଁ ଯାହା ସହ ଫୋନରେ କଥା ହେଉଥିଲା ଯାଉନ ତାକୁ କହିବ।ମନ ଦୁଃଖରେ ପଳେଇଲା
ଦିପୁ- ବାପରେ କେତେ ରାଗ।
ପ୍ରୀତି କିଛି ବାଟ ଆଗକୁ ଗଲା ପରେ ପଡିଗଲା ।ଆଉତାର ଗୋଡ ଖଣ୍ଡିଆ ହେଇଗଲା।
ଦିପୁ ନିଜ ବ୍ୟାଗକୁ ଫୋପାଡ଼ି ବହୁତ ଜୋର ସେ ଦୌଡ଼ି ଆସି ପ୍ରୀତିକୁ ଉଠେଇଲା।
ପ୍ରୀତି- (କାନ୍ଦିକି)ଏବେ ତ ଆଉ କହିବନି ନା ସାଇକେଲ ଶିଖିବା କଣ ଦରକାର। ହଁ କଣ ପାଇଁ ବା କହିବା
ମୁଁ କିଏ କି ତମେ ତ ଆଉ କାହାକୁ ଭଲପାଉଛ। ଦିପୁ ତାକୁ ନିଜ ବାହୁରେ ଉଠେଇ ଆଗକୁ ଚାଲିବାକୁ ଲାଗିଲା
ପ୍ରୀତି- ଛାଡ ମତେ ଛାଡ।
ଦିପୁ- ମୁଁ କଣ କରିବି ତୁ ମତେ ଯିବାବେଳକହିଥିଲୁ କି ମତେ ଭଲପାଉଥିଲୁ ବୋଲି। ତୁ ତ ମନା କରିଦେଲୁ।
ପ୍ରୀତି- ତମେ ଛାଡ ମତେ ।ଓଲ୍ହାଓ ମତେ।
ଦିପୁ ଓହ୍ଲେଇ ଦେଲା
ପ୍ରୀତି-(ନମ୍ର ଭାବେକହିଲା)ମୋ ମନର ଭାଷା କଣ ତମେ ବୁଝି ନଥିଲା।
(ନିଜ ଲୁହକୁ ଅଟକେଇପାରିଲାନି)
ତମେ କଣ ଜାଣିନଥିଲା ମୁଁ ମୋ ନିଜ ଜୀବନ ଠୁ ବି ବେଶୀ ଭଲପାଏ ତୁମକୁ।ସବୁ ଭୁଲିଯାଇଛନା।
ଦିପୁ- (ପ୍ରୀତିକୁଛାତିରେ ଲଗେଇ) କାଂଦିନୀ ମୋ ବିଲେଇ ଟା ପା ତୁ ।
ପ୍ରୀତି- ଯାଉନା ତାକୁ ଗେଲ କରିବା ଯାହା ସହ ଫୋନ କରୁଥିଲା ଯାହାକୁ ବିବାହ କରିବା ।
ଦିପୁ- (ଜୋରସେ ହସିବାକୁ ଲାଗିଲା)
ପ୍ରୀତି - ହସୁଛ କଣ ଜେ ।
ଦିପୁ -ତାକୁ ନିଜ ବାହୁରେ ଉଠେଇ ଆଗକୁ ଚାଲିବାକୁ ଲାଗିଲା ।
ପ୍ରୀତି- ପ୍ଲିଜ଼ ମତେ ଛାଡ ମତେ ଏ ସବୁ ପସନ୍ଦ ନୁହଁ।ମୋ ଗୋଡ ଠିକ ଅଛି।ଛାଡ ନହେଲେ ଚିଲେଇବି।
ଦିପୁ- ହା ହା ହା ।ମୁଁ ମୋ ସ୍ବପ୍ନ ପୂରଣ କରୁଛି।
ପ୍ରୀତି -ମାନେ
ଦିପୁ- ଆଲୋ ପାଗିଳି ମୁଁ ତୋ ସହ ମଜାକ କରୁଥିଲି ।
ମୋ ଜୀବନକୁ ଛାଡି ମୁଁ କଣ ଆଉ କାହାର ହେଇପାରିବି ।
ପ୍ରୀତି- ( ମନରେ ଅସୁମାରୀ ଖୁସି)
ତମେ ସତରେ ମାଜ଼ାକ କରୁଥିଲା ।
ଦିପୁ- ମୁଁ ମୋ ସ୍ବପ୍ନକୁ ପୂରଣ କରୁଥିଲି। ମୋର ସବୁ ମନେ ଅଛି ।
ପ୍ରୀତି- ତମେ ମତେ ଏବେ ବି ଏତେ ଭଲପାଉଛ।
ଦିପୁ- ମୁଁ ତତେ ବିବାହ କରିବାକୁ ଆସିଛି ।
I love you ବିଲେଇ।
ପ୍ରୀତି- i love you ଧନ।
ହୋଉ ମତେ ଉଠେଇକି ନିଅ ।ମୋ ଗୋଡ ବହୁତ କଷ୍ଟ ହେଉଛି ।
ଦିପୁ - ହା ହା ହା ।ପାଗିଳି ଟା ।ଏବେ କହୁଥିଲୁ ପରା ଗୋଡ ଠିକ ଅଛି।
ମୁଁ ଆସିଗଲିଣି ଏବେ ତତେ ଟିକେ ବି କଷ୍ଟ ଲାଗିବାକୁ ଦେବିନି।
ହୃଦୟରେ ତାକୁ ହିଁରଖ ଯିଏ ତୁମକୁ ତା ନିଜ ଠୁ ଅଧିକ ଭଲପାଉଥିବା ।
ଗଳ୍ପ ଟି ଭଲ ଲାଗିଥିଲେ ସେୟାର କରିିବେ .