Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Abstract Thriller

3.3  

Narayan chandra Senapati

Abstract Thriller

ଘଣ୍ଟାକୁ ଠିକ୍ ଭାବେ ଚିହ୍ନିଲା ଗଉରା

ଘଣ୍ଟାକୁ ଠିକ୍ ଭାବେ ଚିହ୍ନିଲା ଗଉରା

6 mins
374


ସେଦିନ ସହନିର୍ଦ୍ଦେଶକଙ୍କ ଗୋଟିଏ ଉକ୍ତି ଗଉରା ମନରେ ଆଣିଥିଲା ଅନେକ କିଛି ଦ୍ବନ୍ଦ୍ୱ । ଉକ୍ତିଟି ଥିଲା - " ଯେଉଁ ଦିନ ତୁମେ ଘଣ୍ଟାକୁ ଭଲ ଭାବେ ଚିହ୍ନିପାରିବ; ସେଇ ଦିନ ତୁମେ ଭଲ ମଣିଷ ହୋଇପାରିବ ।" 

ଗଉରା ଷଷ୍ଠ ଶ୍ରେଣୀର ଛାତ୍ର । ସରକାରୀ ସ୍କୁଲରେ ପଢେ । ଓପେପାର ନିର୍ଦ୍ଦେଶକ ସରପ୍ରାଇଜ ଭିଜିଟରେ ଆସି ତାଙ୍କ ବିଦ୍ୟାଳୟର ଭାଷଣରେ ଏ କଥା କହିଥିଲେ । ଗଉରା ଟିକିଏ ଘଣ୍ଟା ଭଲ ଭାବେ ଚିହ୍ନି ନ ଥିଲା । ଘରେ ଆସି ତା ବାପାଙ୍କୁ ସେଇ ଉକ୍ତିଟି କହି, ପଚାରିଲା - ବାପା! ତୁମ ମତରେ ଏ ଉକ୍ତିଟି କ'ଣ ଠିକ୍? ବାପା କହିଲେ ହଁ ଖାଲି ଠିକ୍ ନୁହଁ ଯୁକ୍ତିଯୁକ୍ତ ମଧ୍ୟ । ତା ମନରେ ଦ୍ବନ୍ଦ୍ୱ ଦ୍ବିଗୁଣିତ ହେଲା । ତାଙ୍କ ଗାଁର ଜଣେ ଅତି ଜ୍ଞାନୀ ଲୋକ ବିଷ୍ଣୁ ମାଷ୍ଟ୍ରେ ଯାହାକୁ ସମସ୍ତେ ମାନନ୍ତି । ତାଙ୍କୁ ସେ ଯାଇ ପଚାରିଲା । ସେ କହିଲେ - ବାପା ଏ ଉକ୍ତିଟି ଶତ ପ୍ରତିଶତ ଠିକ୍ । ଏଥିରେ ବହୁତ ଗୂଢ଼ ରହସ୍ୟ ଅଛି । ଗଉରା ଭାବିଲା ମୁଁ ହୁଏତ ଅଧିକ ପଢିନାହିଁ ହେଲେ କ'ଣ ଏତେ ମୂର୍ଖ ଯେ ଏମାନେ ସବୁ ବୋକା ବନେଇବେ । ତେଣୁ ସେ ତା ମାଆକୁ ପଚାରି ପଚାରି ଘଣ୍ଟା ଠିକ୍ କରି ଚିହ୍ନି ଦେଲା । ଏଥର ତା ବାପାଙ୍କୁ କହିଲା- ବାପା ମୁଁ ଘଣ୍ଟା ଭଲ ରୂପେ ଚିହ୍ନିଲିଣି । ମୁଁ ଭଲ ମଣିଷ ହୋଇପାରିବି ତ? ବାପା ସବୁ ଆଡକୁ ଚିନ୍ତା କଲେ କହିଲେ -ନାଁ । ଗଉରା ଛାଡିବାର ପିଲା ନୁହଁ । ସେ କହିଲା ବାପା ମୋତେ ଏଥର ଘଣ୍ଟାର ସମୟ ଯେତେ ପଚାରୁଛ ପଚାର । ମୁଁ ସବୁ କହିଦେବି । ବାପା ପଚାରିଲେ, ଗଉରା ବି କହିଦେଲା । ହେଲେ ବାପା ରାଜି ନୁହଁ, ଗଉରା ଏବେ ଭଲ ମଣିଷ ହେବା ପାଇଁ ଯୋଗ୍ୟ ହେଲାଣି ବୋଲି । ତା' ପରଦିନ ସେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳ ସାର୍ ଙ୍କୁ ପଚାରିଲା । ସେ ବି କହିଲେ ନାଁ ତୁମ ସମୟ ଏବେ ବି ଆସିନାହିଁ । ଗଉରା ବିଷ୍ଣୁ ମାଷ୍ଟ୍ରେଙ୍କୁ ବି କହିଲା - ସେ ବି ରାଜି ହେଲେ ନାହିଁ । ସେ ଭାବିଲା- ଏ ସମସ୍ତେ ପ୍ରକୃତରେ ଜ୍ଞାନୀ ନୁହଁ, ଏମାନେ ଗୋଟେ ଗୋଟେ ପାଗଳ । 

ବାପା ମନେ ମନେ ଟିକେ ଖୁସି ହେଲେ କାହିଁକି ନା, ଗଉରାଟା ଘଣ୍ଟା ଚିହ୍ନି ଗଲାଣି ପୁଣି ମନ ଦୁଃଖ ହେଉଥାଏ କାରଣ ଦିନ ଆଠଟାରେ ଉଠେ । ସନ୍ଧ୍ୟାରେ ସୁଏ । କେତେବେଳେ ବି ଟିଭି ଦେଖେ । ପାଠ ପଢା ତ ସ୍ବପ୍ନ । କାହା କଥା ବି ମାନେ ନାହିଁ । 

ଏପଟେ ବଳ ସାର୍ ଗଉରା ଉପରେ ଆଦୌ ସନ୍ତୁଷ୍ଟ ନୁହଁ । କାରଣ ସେ ନିୟମିତ ବିଦ୍ୟାଳୟ ଆସେ ନାହିଁ । ଯଦି କେବେ ଆସେ ବହୁତ ବିଳମ୍ବରେ । ପୁଣି ଗୃହକାର୍ଯ୍ୟ କରେ ନାହିଁ । ବିଦ୍ୟାଳୟରୁ ଲୁଚି କାହାକୁ ନ କହି ଚାଲିଯାଏ । ଏପଟେ ବିଷ୍ଣୁ ମାଷ୍ଟ୍ରେ ଯାହା ଜାଣିଛନ୍ତି, ଗଉରା ସାହିରେ ସାଥୀମାନଙ୍କ ସହ କଲି ଝଗଡା କରେ ପୁଣି ଖେଳରେ ଖେଳିବା ନେଇ । ସେ ବିଳମ୍ବରେ ଆସେ, ତା ଆସିବା ପୂର୍ବରୁ କାହିଁକି ଖେଳ ଆରମ୍ଭ କରାଗଲା, ସେ ଆସିଲେ ଯାଇ ଖେଳ ହେବ । ସେପଟେ ସେ ଜାଣିଶୁଣି ମନ ଇଛା ଖେଳିବାକୁ ଆସେ ।

ଗଉରା ଭାବିଲା ଏ ତିନି ହେଁ ନିପଟ ମୂର୍ଖ । ଏଇ ପାଖରେ ଗୋଟିଏ ଆଶ୍ରମ ଅଛି । ଯେଉଁ ଆଶ୍ରମରେ ଜଣେ ଯୋଗଜନ୍ମା, ଜ୍ଞାନୀ ଗୁଣୀ ସାଧକ ଅଛନ୍ତି । ନୀତି ନିୟମ, ଭଦ୍ରାମି, ଶିଷ୍ଟାଚାର ଓ ସମସ୍ୟା ସମାଧାନର ସେ ନିପୁଣ । ଭାବିଲା କେବଳ ସେ ଗୋବିନ୍ଦ ବାବା ହିଁ ତାଙ୍କ ସମସ୍ୟା ସମାଧାନ କରିପାରିବେ ।ଏମିତିକି ପ୍ରତିଦିନ ବହୁତ ଲୋକ ନିଜ ସମସ୍ୟା ନେଇ ଯାଆନ୍ତି ଗୋବିନ୍ଦ ବାବାଙ୍କ ପାଖକୁ ଓ ପୂର୍ଣ୍ଣ ହସ୍ତରେ ସହାସ୍ୟ ବଦନରେ ଫେରନ୍ତି । 

ଗଉରା ପହଁଚିଲା ଗୋବିନ୍ଦ ବାବାଙ୍କ ଆଶ୍ରମରେ ।ଏଡ଼େ ଛୋଟ ପିଲା ସମସ୍ୟା ଧରି ଆସିଛି ଜାଣି ବାବା ଆଶ୍ଚର୍ଯ୍ୟ ଓ ପରେ ଆନନ୍ଦିତ ହେଲେ । ବାବା ଶ୍ରଦ୍ଧାରେ ଗଉରାକୁ ଡାକି ପାଖରେ ବସାଇଲେ ।ତାର ପରିଚୟ ଓ ଆସିବାର ଅଭିପ୍ରାୟ ପଚାରିଲେ । ଗଉରାଠୁ ସବୁ କଥା ଶୁଣି ସେ କେବଳ ତାକୁ କିଛି ସାଧାରଣ କଥା ପଚାରିଲେ । ତୁମେ କେତେବେଳେ ଉଠ? , କେତେବେଳେ ସ୍କୁଲ ଯାଅ?, କେତେବେଳେ ଶୁଅ?, ବିଦ୍ୟାଳୟ ନିୟମିତ ଯାଅ କି ନାଁ?, ଗୃହ କାର୍ଯ୍ୟ କେତେବେଳେ କର?, ଖେଳାଖେଳି କେବେ କାହା ସହିତ କର ? ଇତ୍ୟାଦି ଇତ୍ୟାଦି ଏପରିକି ତାର ଦିନଚର୍ଯ୍ୟା ସମ୍ପର୍କରେ । ଗଉରା କହିଲା- ମୁଁ ଟିକେ ଅଳସୁଆ ଆଜ୍ଞା, ମୁଁ ପ୍ରତ୍ୟହ ଆଠଟାରେ ଉଠେ, ତରବର ହୋଇ ସ୍କୁଲକୁ ଯାଏ, ଅଧିକାଂଶ ଦିନ ବି ସ୍କୁଲ ଯାଇପାରେ ନାହିଁ । ସ୍କୁଲର ନୀତିନିୟମ ବହୁତ କଡାକଡି, ଯେଉଁଠି କି ସ୍ବାଧୀନତା ନ ଥାଏ, ସେଥି ପାଇଁ ମୁଁ ଅଧିକାଂଶ ସମୟ ଲୁଚି ଚାଲି ଆସେ । ଗୃହ କାର୍ଯ୍ୟ କରି ଦେବା ମୋ ପାଇଁ କଷ୍ଟ ହୁଏ ସେଥିପାଇଁ ଶିକ୍ଷକ ମାନେ ମୋତେ ସମସ୍ତଙ୍କ ଆଗରେ ଅପମାନିତ କରନ୍ତି । ଗାଁ ପିଲାମାନେ କିନ୍ତୁ ମୋତେ ଡରନ୍ତି, ମୁଁ ଟିକେ ଡେରିରେ ପଡ଼ିଆରେ ପହଁଚିଲେ ଯଦି ଖେଳ ଚାଲିଥାଏ ତେବେ ମୁଁ ତାଙ୍କୁ ଧମକ ଦିଏ । ଏସବୁ କଥା ଛାଡ଼ନ୍ତୁ ଆଜ୍ଞା । ମୁଁ ଘଣ୍ଟା ଚିହ୍ନି ନଥିଲି ବୋଲି ସମସ୍ୟା ଥିଲା କିନ୍ତୁ ଏବେ ମୁଁ ସମ୍ପୂର୍ଣ୍ଣ ଚିହ୍ନି ସାରିଛି ହେଲେ କାହିଁ ମୁଁ ଭଲ ମଣିଷ ହେବା ପାଇଁ ଏ ଯାଏ ସମୟ ହୋଇନି ବୋଲି ସମସ୍ତେ କହୁଛନ୍ତି । ଅରାଜି ହେଉଛନ୍ତି । ବାବା ଟିକିଏ ଚିନ୍ତା କଲେ, ସେ ଜାଣି ପାରିଲେ ଏ ଗଉରାଟା ସମ୍ପୂର୍ଣ୍ଣ ଅଜ୍ଞ ।ପ୍ରକୃତରେ ଘଣ୍ଟା ଚିହ୍ନି ନାହିଁ । ସେ ଯେ ପର୍ଯ୍ୟନ୍ତ ନିଜକୁ ବୁଝିନାହିଁ, ଚିହ୍ନିନାହିଁ, ସେ କ'ଣ ସ୍ୱୟଂ ଭଗବାନ ଆସିଲେ ବି ତାକୁ ବୁଝାଇ ପାରିବେ ନାହିଁ । ଗଉରା ତ ନିଜେ ନିଜର ବଡ଼ ସମସ୍ୟା । ତଥାପି ତାକୁ ଅପ୍ରିୟ ସତ୍ୟ କଥା ନ କହି ନିରୁତ୍ସାହିତ ନ କରି ସେ କହିଲେ - ବାବା ଗଉରା, ତୁମେ ବହୁତ ଭଲ । ତୁମ ପାଖରେ ସବୁ ସାମର୍ଥ୍ୟ ଅଛି, ମାତ୍ର ମୁଁ ଏବେ ସମ୍ପୂର୍ଣ୍ଣ ବ୍ୟସ୍ତ । ତୁମକୁ ମୁଁ କିଛି ଉପାୟ କହିବି, ଯଦି ତୁମେ ମାନିବ ଏକ ମାସ ପରେ ନିଶ୍ଚୟ ମୁଁ କହିଦେବି ତୁମେ ଭଲ ମଣିଷ ହୋଇପାରିବ କି ନାହିଁ । ମଣିଷ ଜୀବନର ସବୁଠୁ ବଡ଼ କଥା ହେଲା ଆଦର୍ଶ ଦିନଚର୍ଯ୍ୟା । ତୁମେ ମୋର କେବଳ ତିନୋଟି କଥା ମାନିବ । ପ୍ରଥମ ହେଲା ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରିବ । ଦ୍ବିତୀୟତଃ ରାତିରେ ଏକ ନିର୍ଦ୍ଧିଷ୍ଟ ସମୟରେ ଶେଜକୁ ଯିବ । ବାକି ରହିଲା ଅନ୍ତିମ - ଶଯ୍ୟା ତ୍ୟାଗଠାରୁ ଭଗବାନଙ୍କୁ ଡାକି ଠିକ୍ ଠିକ୍ ସମୟରେ ପ୍ରତିଟି ସ୍ଥାନରେ ସବୁ କାମ ନିୟମିତ କରି ଶଯ୍ୟାକୁ ଯିବା ପୂର୍ବରୁ ଭଗବାନଙ୍କୁ ଡାକି ନିଦ୍ରା ଯିବା । ତୁମେ ଦିନର ସମସ୍ତ କାମ ତୁମ ନିଜ ଅନୁସାରେ ଆଜିଠୁ ଏକ ରୁଟିନ କରି କର । ଯଦି ଏତିକି କର ତେବେ ଏକ ମାସ ପରେ ନିଶ୍ଚୟ ମୋ ଆଶ୍ରମକୁ ଆସିବ । ତୁମ ପରି ଜଣେ ଉଦୀୟମାନ ଭଲ ଶିଶୁ ମୋ ଆଶ୍ରମରେ ପାଦ ଦେଲେ ମୁଁ କେବଳ ଖୁସି ନୁହଁ ବରଂ ନିଜକୁ ଧନ୍ୟ ମନେ କରିବି । ବାବାଙ୍କ କଥାରେ ସମ୍ମତି ଜଣାଇ ସାଷ୍ଟାଙ୍ଗ ପ୍ରଣିପାତ କରି ଆନନ୍ଦ ମନରେ ଘରକୁ ଫେରିଲେ । 

ସତରେ ଯେପରି ଆମ୍ର ବୃକ୍ଷ ଚାହିଁଥାଏ ବସନ୍ତକୁ, ବସନ୍ତ ଚାହିଁଥାଏ ମଳୟକୁ, ଆଉ ମଳୟ ଚାହିଁଥାଏ କୋଇଲିକୁ ଠିକ୍ ସେହିପରି ବାବା ଓ ଗଜରାର ଏ ମୁହୂର୍ତ୍ତ ଭକ୍ତ ଭଗବାନର ସମ୍ପର୍କ ପରି ଥିଲା । ଗଉରା ଗଢିଲା ଆଦର୍ଶ ଦିନଚର୍ଯ୍ୟାର ସମୟ ନିର୍ଘଣ୍ଟ ତାଲିକା । ସେହି ଅନୁସାରେ କଲା ତା କାର୍ଯ୍ୟକଳାପ । ଘରେ ପିତାମାତା, ବିଦ୍ୟାଳୟରେ ଗୁରୁ, ପଡ଼ିଶାର ଗୁରୁଜନ ସମସ୍ତେ ଖୁସିରେ ବିହ୍ଵଳ ।

ଏମିତି ଦିନ ପରେ ଗଡି ଚାଳିଲା ଦିନ । ଏକ ମାସ ପରେ ଗଉରାର ଆଶ୍ରମକୁ ଗମନରେ ଥିଲା ଅପୂର୍ବ ଝଙ୍କାର । ସମସ୍ତ ତଥ୍ୟ ଜାଣି ବାବା କହିଲେ - ଗାଉରା ମୁଁ ତୁମ ଉପରେ ସନ୍ତୁଷ୍ଟ । ତୁମେ ଭଲ ମଣିଷ ହୋଇପାରିବ ଏଥିରେ ସନ୍ଦେହ ନାହିଁ । ମାତ୍ର ତୁମେ ସେଇ ମାନଙ୍କ ପାଖକୁ ଯାଅ ଯେଉଁମାନେ ତୁମକୁ ଭଲ ମଣିଷ ହେବାର ସମୟ ହୋଇନାହିଁ ବୋଲି କହିଥିଲେ । ସମସ୍ତଙ୍କୁ ଦେଖା କରିବା ପରେ ହିଁ ତୁମେ ମୋ ପାଖକୁ ଆସିବାକୁ ଭୁଲିବ ନାହିଁ । ପୁଅର ଆଦର୍ଶ ଦିନଚର୍ଯ୍ୟା ଦେଖି ବାପା ଖୁବ୍ ଖୁସି ଏଥର । ଗଉରା ବାପାଙ୍କ ପାଖକୁ ଗଲା । ଏଥର ତା ବାପାଙ୍କ ଆଦର ବିମୋହିତ କଲା ଗଉରାକୁ । ସେ ବି କହିଲେ - ମୁଁ ତୁମ ଉପରେ ପ୍ରୀତ। ତୁମେ ତୁମ ଶିକ୍ଷକଙ୍କ ପାଖକୁ ଯାଅ । ତା' ପରଦିନ ବଳ ସାରଙ୍କୁ ଦେଖାକଲା । ଜଣେ ଆଦର୍ଶ ଛାତ୍ରର କର୍ତ୍ତବ୍ୟ ସମ୍ପାଦନ କରୁଥିବା ଅର୍ଥାତ ବଦଳି ଯାଇଥିବା ଗଉରା ଉପରେ ଖୁସି ହୋଇ ସାର୍ କହିଲେ ମୁଁ ତୁମ ଉପରେ ପ୍ରୀତ । ହେଲେ ତୁମେ ବିଷ୍ଣୁ ସାରଙ୍କ ପାଖକୁ ଯାଅ । ତାଙ୍କ ଆଶୀର୍ବାଦ ନିଅ । ଗଉରା ବିଷ୍ଣୁ ସାରଙ୍କ ପାଖକୁ ଗଲା । ବିଷ୍ଣୁ ସାର୍ ଗଉରାକୁ କୁଣ୍ଢେଇ ପକାଇଲେ ଓ କହିଲେ ମୁଁ ତୁମ ଉପରେ ଅତ୍ୟନ୍ତ ପ୍ରୀତ । 

ମନରେ ଅଫୁରନ୍ତ ଆନନ୍ଦର ବାସ୍ନା ନେଇ ଗଉରା ଚାଲିଲା ବାବାଙ୍କ ନିକଟକୁ । ହେଲେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ତା ଅବୁଝା ମନରେ । ଏବେ ତ ସମସ୍ତେ ବିମୁଗ୍ଧ ତା ଉପରେ । ତେବେ ସେ ଘଣ୍ଟା ଚିହ୍ନିବା ସହ ଭଲ ମଣିଷର ସମ୍ପର୍କ କ'ଣ ? ଯାଇ ବାବାଙ୍କ ପାଦ ତଳେ ସାଷ୍ଟାଙ୍ଗ ପ୍ରଣିପାତ କଲା । ବାବା ଗଉରାର ମନରେ ସରସତା ଦେଖି ତାକୁ ପାଖରେ ବସାଇଲେ ଓ ସମସ୍ତଙ୍କ ପ୍ରୀତ ଖବର ଶୁଣି ମୁଗ୍ଧ ହେଲେ । ଗଉରା ବାବାଙ୍କୁ ପଚାରିଲା - ବାବା ମୋ ପ୍ରଶ୍ନର ଉତ୍ତର ଆପଣ ତ ଦେଲେ ନାହିଁ ?

ବାବା କହିଲେ- ତୁମ ପ୍ରଶ୍ନର ଉତ୍ତର ତ ମୁଁ ଦେଇସାରିଛି ବତ୍ସ । ଘଣ୍ଟାକୁ ଚିହ୍ନିବା ମାନେ କେତେଟା ବାଜିଛି ନୁହଁ, ଯିଏ ଶଯ୍ୟା ତ୍ୟାଗ ଠାରୁ ଶେଯ ଗ୍ରହଣ ପର୍ଯ୍ୟନ୍ତ ଘଣ୍ଟାର ସମସ୍ତ ମୁହୂର୍ତ୍ତକୁ ଉପଯୁକ୍ତ ଭାବେ ବିନିଯୋଗ କରେ ସେ ଘଣ୍ଟାକୁ ପ୍ରକୃତ ଚିହ୍ନେ ବୋଲି କୁହାଯାଏ । ପୁନଶ୍ଚ ଯିଏ ସମୟର ପ୍ରତିଟି ମୁହୂର୍ତ୍ତକୁ ସମ୍ମାନ ଦିଏ ସେ ପରୋକ୍ଷରେ ବି ସମୟାନୁବର୍ତ୍ତୀର ମୁକୁଟ ପିନ୍ଧେ, ସେ ହିଁ ଭଲ ମଣିଷର ମଣିଷତ୍ୱକୁ ଆବାହନ କରେ । ଏଇ କେଇ ପଦ କଥା ଗଉରାକୁ ସମୟର ସଂଜ୍ଞା, ଗୁରୁତ୍ୱ ଓ ମୂଲ୍ୟବୋଧ ସମ୍ପର୍କରେ ଦିଗ୍ ଦର୍ଶନ ଦେଇଥିଲା । ସେ ନିଜର ଭୁଲ ବୁଝିପାରିଲା ଓ ବାବାଙ୍କର ଅଗାଧ ଜ୍ଞାନ ଓ ଚତୁରତାକୁ ପ୍ରଶଂସା କଲା । ସମସ୍ତେ କହିଲେ ଏଥର ଘଣ୍ଟାକୁ ଠିକ୍ ଭାବେ ଚିହ୍ନିଲା ଗଉରା । 


Rate this content
Log in

Similar oriya story from Abstract