Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pallabi Das

Others

3  

Pallabi Das

Others

ମିନି ର ଛତା

ମିନି ର ଛତା

2 mins
401


ମିନି ଆଉ ମୁଁ ୨୦୧୭ ରେ ଭେଟ ହୋଇଥିଲୁ । ମୋର ସବୁ ଦୁର୍ଦ୍ଧାନ୍ତ ସାଙ୍ଗମାନଙ୍କ ଭିତରେ ମିନି ଅନ୍ୟତମ । ଏମିତି କାମ କରେ; କେବେ ବିରକ୍ତର ଚରମ ସୀମାରେ ପହଞ୍ଚାଇ ଦିଏ ତ କେବେ ହସିବାକୁ ବାଧ୍ୟ କରେ । ମୋ ବେଡ୍ କୁ ଲାଗି ମିନିର ବେଡ୍ , ଦୁନିଆ ପ୍ରଳୟ ହେଇଯାଉ ପଛେ ମିନିର ନିଦ ଭାଙ୍ଗିବା ଭାରି କଷ୍ଟ । ଠିକ୍ ସେମିତି ତା ବ୍ୟାଗ୍ ରୁ ଛତା ବାହାର କରିବା ମଧ୍ୟ ସାପ ଗାତରେ ହାତ ପୁରେଇବା ସହ ସମାନ । କେଜାଣି କଣ ରସ ଲାଗିଥିଲା ସେ ଖଣ୍ଡିଆ ଛତାରେ , ଜମା ସେଟା ବ୍ୟାଗ୍ ରୁ ବାହାରୁ ନଥିଲା । କେବେ ଯଦି ସେ ଛତାକୁ ଏକା ପାଇଥାନ୍ତି ହୁଏତ ଭାଙ୍ଗି ସାରିଥାନ୍ତି । ଖରା, ବର୍ଷା , ଶୀତ, ବସନ୍ତ ସବୁ ଋତୁରେ ସେ ଛତା ତା ବ୍ୟାଗ୍ ରେ ପଡ଼ିଥାଏ ।


ଗୋଟେ ରବିବାର ଦିନର ଘଟଣା , ସେଦିନ ଆମ ଦୁହିଁଙ୍କ କ୍ଲାସ୍ ଥାଏ । ରବିବାର କ୍ଲାସ୍ ଯିବା ଟା ବୋହୁତ କଷ୍ଟ , ତଥାବି ଯିବାକୁ ବାଧ୍ୟ । ପାଣିପାଗ ପୁରା ଠିକ୍ ଥାଏ ତଥାବି ସେଦିନ କୁଆଡୁ କେଜାଣି ବର୍ଷା ହେବାରେ ଲାଗିଲା । କ୍ଲାସରୁ ବାହାରୁ ବାହାରୁ ମିନିକୁ ମୁଁ କହିଥିଲି-" ତୋ ଛତାଟା ବାହାର କଲୁ ଯିବା ସାଙ୍ଗ ହେଇକି "। ମିନି ପ୍ରଥମେ ବାଲୁ ବାଲୁ ହୋଇ ବଡ଼ ବଡ଼ ଆଖିରେ ମୋତେ ଚାହିଁଲା ତା ପରେ କହିଲା "ଛତା ଟା ଭଙ୍ଗା ଛତା" । ଇଛା ହେଉଥିଲା ସେ ଛତାଟା କୁଆଡେ ଫିଙ୍ଗି ଦେବାକୁ । ଖାଲିଟାରେ ବ୍ୟାଗ୍ ରେ ଦୁନିଆ ଯାକର ଅଦରକାରୀ ଜିନିଷ ଧରି ବୁଲୁଥିଲା । ଏତେ ଦିନ ଧରି ମୁଁ ଭ୍ରାନ୍ତ ଧାରଣାରେ ଥିଲି ଛତାଟା ଠିକ୍ ଛତା, ଆଉ ବେଳ ଅବେଳରେ କାମରେ ଆସିବ ଭାବି ।  ବ୍ୟାଗ୍ ର ଓଜନ୍ ବିନା ଲାପଟପ୍ ରେ ୩କେଜିରୁ ଅଧିକା ହଉଥିଲା ମାନେ ଭାବି ପାରୁଥିବେ କୋଉ ପରିମାଣରେ ସେ ବ୍ୟାଗ୍ ଟାକୁ ଅଳିହା କରି ରଖିଥିଲା । ରାଗରେ ଦିନେ ତା ବ୍ୟାଗ୍ ରୁ ଛତାଟା ବାହାର କରିଦେଇଥିଲି, କୋଉଠି ଥିଲା ମିନି କେଜାଣି ପାତି ମାଙ୍କଡ଼ ପରି କୁଦି ପଡ଼ିଲା ମୋ ଉପରେ , ଭଙ୍ଗା ଛତାଟାକୁ ଧରି ଟଣା ଘୋଷରା ଚାଲିଲା କିଛି ସମୟ , ଶେଷରେ ମିନି ଜିତିଗଲା, ପୁଣି ସେ ଭଙ୍ଗା ଛତା ବ୍ୟାଗ ଭିତରକୁ ଗଲା । 


ରାଗ ମିଶା ହସ ବାହାରି ପଡ଼ିଲା, ତା ଛତା ପ୍ରେମ ଦେଖି । କିଛି ଲୋକଙ୍କ ବସ୍ତୁ ପ୍ରତି ମାୟା ମମତା ଅଧିକା ଥାଏ , ମୁଁ ଆଜି ଯାଏ ବୁଝି ପାରିଲିନି ତା ଛତା ପ୍ରେମକୁ ମୁଁ କଣ ବୋଲି ଭାବିବି ।

ସେଦିନ ପର ଠାରୁ ଆଉ ସେ ଛତାକୁ ମୁଁ ବାହାର କରିବାକୁ ଚେଷ୍ଟା କରିନି । 



Rate this content
Log in