Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶୁଆ ଶାରୀ କଥା - ୨୬
ଶୁଆ ଶାରୀ କଥା - ୨୬
★★★★★

© ଓଡିଆ ଶିଶୁ ଗପ

Children

5 Minutes   7.5K    13


Content Ranking

ହାଡବାଇ କଥା - ୨

ହାଡବାଇ ଆଜି ଖାଇବାକୁ ମାଗୁଛି । ଟୋକା ଏ କଥା ଶୁଣି ଖାଲି ଠୋ ଠୋ ହୋଇ ହସିବାକୁ ଲାଗିଲା – ହାଡବାଇର ମୁଖକୁ ଚାହିଁ କହିଲା । ଆଜି କିନ୍ତୁ ତୋ ପାଇଁ କିଛି ଖାଇବା ପଦାର୍ଥ ନାହିଁ । ତୁ ଆଜି ନଖାଇ ଚୁପ୍ ହୋଇ ଶୋଇ ପଡ, ଆସନ୍ତା କାଲିକୁ ଖାଦ୍ୟ ପ୍ରସ୍ତୁତ କରି ରଖି ଥିବି ତୁ ଆସିଲେ ଖାଇବୁ ।

ଟୋକା ଠାରୁ ଏ କଥା ଶୁଣି ହାଡବାଇ ରାଗରେ ନିଆଁ ହୋଇଗଲା । କ୍ରୋଧରେ ସେ ଦାନ୍ତ କଡ ମଡ କରି କହିଲା – ତୁ ପିଲା ଲୋକ ବୋଲି ଦୟାରେ ଆଜି ଯାଏଁ ମୁଁ ତୋତେ ନଖାଇ ରଖିଛି କିନ୍ତୁ ଆଜି ଜାଣିବୁ ତୁ ମରଣ ମୁଖରେ ପଡିବୁ ।

ହାଡବାଇ ଠାରୁ ଏପରି ଧମକ ପୂର୍ଣ୍ଣ କଥା ଶୁଣି ଟୋକା ତାକୁ ଉତ୍ତର ଦେଲା – ଆରେ ବିଧାତା ପରା ମୋର ଆୟୁଷ ଗୋଟିଏ ଦିନ ବଢାଇବାକୁ କିମ୍ବା କମେଇବାକୁ ମନା କରି ଦେଲେ । ମୋତେ ଏ ଦୁନିଆରେ ବାଧ୍ୟ ହୋଇ ଅଶି ବର୍ଷ ବଂଚିବାକୁ ହେବ । ମୁଁ ତ ମରିବି ନାହିଁ । ତାହା ହେଲେ ତୁ ମୋତେ ଖାଇବୁ କିପରି କହିଲୁ? ତୋର ଯେବେ ଭଲ ଗତି ଅଛି ତାହା ହେଲେ ଯେତେ ଶୀଘ୍ର ତୁ ମୋର ଘରୁ ବାହାରି ଯା ତାହା ନହେଲେ ମୋର ଏହି ଜଳନ୍ତା ନିଆଁ ଖୁଂଟାକୁ ଦେଖୁଛୁ ।

ଏହା କହି ଟୋକା ଅଳ୍ପ ଦୂର ଗୋଡାଇ ଯାଆନ୍ତେ ହାଡବାଇ ଖୁବ୍ ତର ତର ହୋଇ ସେ ଘର ଛାଡି ପଳାଇଲା, ହାଡବାଇ ପଳାଇ ଯିବାରୁ ଟୋକା ତା’ର ମାମୁଁ ଘରକୁ ଗଲା, ସେଠାରେ ସମସ୍ତଙ୍କୁ ହାଡବାଇକୁ ବିଦା କରିଦେବା କଥା ଶୁଣାଇ ମାଆଙ୍କୁ ଧରି ନିଜ ଘରକୁ ଆସିଲା । ନିଜ ଘରେ ଆସି ସୁଖ ଶାନ୍ତିରେ ରହିଲା ।

ଏତେ ବେଳ ଯାଏଁ ରାଜକନ୍ୟା ନିଜର ପିତା ମାତା ଓ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଗରେ କଥାଟି କହି ସାରିଲା – ତା’ପରେ ରାଜାଙ୍କର ଛାତି ଉପରେ ନିଜେ ଢଳି ପଡି କହିଲା – ବାପା ବିଧାତା ମୋ ଲଲାଟରେ ଯାହା ଯାହା ସବୁ ଲେଖିଛନ୍ତି ତାହା ତ ମୋତେ ଭୋଗ କରିବାକୁ ହେବ । ବିଧାତାଙ୍କର ଲେଖାକୁ ଆପଣ ନା ଆଉ କେହି କେବେ ବଦଳାଇ ପାରିବ ନାହିଁ ।

ମୋ ପାଇଁ ତ ବିଧାତା ଦୁଃଖ ଲେଖିଛନ୍ତି । ପୁଣି ସମୟ ଆସିଲେ ସୁଖ ଦେବେ । ସୁଖ ଦୁଃଖ ଏ ଦୁଇଟାକୁ ଯାହା ମୋର ଭୋଗ କରିବାର ଥିବ ତାହା ମୋତେ ଭୋଗ କରିବାକୁ ପଡିବ । ଆପଣ ଆଉ ଏତେ ମାନସିକ ଚିନ୍ତାରେ ପଡି ଛଟପଟ ହୁଅନ୍ତୁ ନାହିଁ । କିନ୍ତୁ ମୋର ଆପଣଙ୍କୁ ଏତିକି ଅନୁରୋଧ ଯେ ମୋ ପାଇଁ ଗୋଟିଏ ଛୋଟିଆ କାର୍ଯ୍ୟ କରନ୍ତୁ । ମୋ ପାଇଁ ଗୋଟିଏ ବିଜ୍ଞାପନ ଲେଖି ସେହି ବିଜ୍ଞାପନକୁ କାଶୀ ସହରର ଚତୁଃ ର୍ଦିଗରେ ବାଂଟି ଦେବେ । ସେଥିରେ ବିଷୟ ବସ୍ତୁ ଲେଖିବେ ଯେ – ମୋ ଝିଅ ସାରା ସଂସାରକୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ । ସେହି ପ୍ରଶ୍ନର ଉତ୍ତର ଯେ ସଠିକ୍ ଭାବରେ ଦେଇ ପାରିବ ଉତ୍ତର କର୍ତାଙ୍କୁ ରାଜ ଦରବାର ତରଫରୁ ଲକ୍ଷେ ସୁବର୍ଣ୍ଣ ମୋହର ପ୍ରଦାନ କରି ପୁରସ୍କୃତ କରାଯିବ ।

ଝିଅ କଥାରେ ରାଜା ବଡ ବଡ ଅକ୍ଷରରେ ଏକ ବିଜ୍ଞାପନ ଲେଖି ରାଜ୍ୟ ସାରା କାନ୍ଥ, ବାଡରେ ଲଗାଇ ଦେବାର ବ୍ୟବସ୍ଥା କରି ଦେଲେ । ରାଜା ଝିଅ ସମସ୍ତଙ୍କ ଲାଗି ଗୀତ ଆକାରରେ ଗୋଟିଏ ପ୍ରଶ୍ନ ପଚାରି ଥାଆନ୍ତି ।

କିନ୍ତୁ ରାଜା ଝିଅ ଯେଉଁ ପ୍ରଶ୍ନଟି ପଚାରିଥିଲେ ତା’ର ଉତ୍ତର ଦେବାକୁ କେହି ସକ୍ଷମ ହୋଇ ପାରିଲେ ନାହିଁ । ତଥାପି ଏହାର ଉତ୍ତର ଦେବା ନିମନ୍ତେ ଯେଉଁ ମାନେ ରାଜ ଦରବାରକୁ ଆସିଲେ ରାଜା ତାଙ୍କୁ ଖାଲି ହସ୍ତରେ ନଫେରାଇ କିଛି କିଛି ଉପହାର ଦେଇ ଫେରାଉ ଥିଲେ ।

ଦିନେ କୃଷ୍ଣ ସୁନ୍ଦରଙ୍କର ଦୃଷ୍ଟିରେ ଦିନେ ଏହି ବିଜ୍ଞାପନ ଆସିଲା । ତହୁଁ କୃଷ୍ଣ ସୁନ୍ଦରଙ୍କର ଇଚ୍ଛା ହେଲା ସେ ଏହି ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ରାଜ ଦରବାରକୁ ଯିବେ । ସେଥିଲାଗି କୃଷ୍ଣ ସୁନ୍ଦର ଶୁଭ ଦିନର ଶୁଭ ମୁହୂର୍ତ ଦେଖି ରାଜ ଦରବାରକୁ ଆସିଲେ ।

ରାଜ ଦରବାରରେ ପହଁଚିବା ପରେ କୃଷ୍ଣ ସୁନ୍ଦରଙ୍କୁ ପ୍ରଶ୍ନ ଗୋଟିଏ ଗୀତ ଆକାରରେ ଦିଆଗଲା । କୃଷ୍ଣ ସୁନ୍ଦର ଯେତେ ବେଳେ ସେହି ପ୍ରଶ୍ନଟିକୁ ଦେଖିଲେ ତାଙ୍କର ପଛ କଥା ଗୁଡିକ ଗୋଟି ଗୋଟି ହୋଇ ମନେ ପଡି ଗଲା । ତା’ପରେ ସେ ପ୍ରଶ୍ନର ସଠିକ୍ ଉତ୍ତରକୁ ଗୀତ ଛଳରେ ରାଜ କୁମାରୀଙ୍କୁ ଦେଲେ ।

ରାଜ କୁମାରୀ ଏବେ ଯାଏଁ ଯେତେ ଉତ୍ତର ପାଇ ଥିଲେ କୌଣସି ଉତ୍ତର ତାଙ୍କ ମନକୁ ପାଇ ନଥିଲା । ତେଣୁ ସବୁ ଉତ୍ତରକୁ ସେ ପ୍ରତ୍ୟାଖ୍ୟାନ କରି ଦେଇ ଥିଲେ । କିନ୍ତୁ କୃଷ୍ଣ ସୁନ୍ଦର ଯେଉଁ ଉତ୍ତରଟି ଦେଲେ ତାହା ଦେଖି ରାଜ କୁମାରୀ ଦୁଃଖରେ ମ୍ରିୟମାଣ ହୋଇ ପଡିଲେ । ତହୁଁ ସେ କାନ୍ଦିବାକୁ ଲାଗିଲେ । ସେ ସଙ୍ଗେ ସଙ୍ଗେ ଦୌଡି ଯାଇ କୃଷ୍ଣ ସୁନ୍ଦରଙ୍କର ପାଦ ତଳେ ପଡି ପାଦର ଧୂଳି ନେଇ ମଥାରେ ବୋଳି ହେଲେ ।

ଏଥର ରାଜ କୁମାରୀ ନିଜର ପ୍ରକୃତ ସ୍ୱାମୀଙ୍କୁ ପାଇ ଯେତିକି ଆନନ୍ଦ ହେଲେ ରାଜା ରାଣୀ ମଧ୍ୟ ନିଜର ଜ୍ୱାଇଁଙ୍କୁ ପାଇ ସେତିକି ଆନନ୍ଦ ହେଲେ । ଏକଥା ପ୍ରଘଟ ହୋଇ ଯିବା ପରେ ରାଇଜ ସାରା ଆନନ୍ଦର ଉତ୍ସବ ଲାଗି ରହିଲା ।

ସେହି ଦିନ ଠାରୁ କୃଷ୍ଣ ସୁନ୍ଦର ଶଶୁର ଘରେ ବସବାସ କଲା । ରାଜା ଝିଅ ମଧ୍ୟ ସ୍ୱାମୀଙ୍କର ମନ ପରଖି ସେବା କରୁଥାଏ – କେହି କାହାକୁ ଦଣ୍ଡେ ପାଖରୁ ଅନ୍ତର କରି ରହି ପାରୁ ନଥାନ୍ତି ।

ଏହି ପରି ଭାବରେ କୃଷ୍ଣ ସୁନ୍ଦର ଶଶୁର ଘରେ ଖୁବ୍ ଆନନ୍ଦରେ ଦିନ ବିତାଇଲା । ଦିନକର କଥା – କୃଷ୍ଣ ସୁନ୍ଦର ଯାଇ ରାଜାଙ୍କୁ କହିଲା – ହେ ଛାମୁ ମୋର ଏବେ ନିଜ ଘରକୁ ଯିବା ଲାଗି ଇଚ୍ଛା ହେଉଛି । ଆପଣ ଏବେ ଆମକୁ ଅନୁମତି ଦିଅନ୍ତୁ ।

ରାଜା ଜ୍ୱାଇଁଙ୍କର ମନର କଥାକୁ ସମ୍ମତି ଜଣାଇ କହିଲେ – ମୁଁ ଏଥର ସମସ୍ତ ବନ୍ଦୋବସ୍ତ କରି ଦେଉଛି । ତା’ପରେ ରାଜା ନିଜ ଝିଅ ଜ୍ୱାଇଁଙ୍କ ପାଇଁ ବହୁ ପରିମାଣରେ ଯାନି ଯୌତୁକ ଗାଡି ଘୋଡା କରି କୃଷ୍ଣ ସୁନ୍ଦରଙ୍କ ଘରକୁ ପଠାଇ ଦେଲେ ।

ଏହା ପରେ ରାଜ କୁମାରୀଙ୍କୁ ସାଥୀରେ ଧରି କୃଷ୍ଣ ସୁନ୍ଦର ନିଜ ଗ୍ରାମକୁ ଆସିଲା । ଶଶୁର ଘର ଛାଡି କିଛି ବାଟ ଯାଇଛନ୍ତି ବାଟରେ ଗୋଟିଏ ଜଙ୍ଗଲ ପଡିଲା । ସେହି ଜଙ୍ଗଲ ମଧ୍ୟରେ କୃଷ୍ଣ ସୁନ୍ଦର ଭାବିଲା, ମୁଁ ହେଉଛି ଜାତିରେ ବ୍ରାହ୍ମଣ, ରାଜ କୁମାରୀଙ୍କ ପରି ଜଣେ କ୍ଷତ୍ରିୟ ରମଣୀଙ୍କୁ ବିବାହ କଲି । ବର୍ତ୍ତମାନ ରାଜ କୁମାରୀଙ୍କୁ ନେଇ ନିଜ ଗ୍ରାମକୁ ଗଲେ ସେଠାରେ ଜାତିଆନା ଭାବ ଦେଖା ଦେବ । ସେମାନେ ଆମକୁ ଘରେ ପୁରାଇ ଦେବେ ନାହିଁ । ଏଥି ଲାଗି ମୋତେ ଗୃହ ପରିତ୍ୟାଗ କରି ଦୁଃଖ ଭୋଗ କରିବାକୁ ହେବ, ସାଇ ପଡିଶାର ଲୋକେ ଏପରି ବିବାହକୁ କେବେ ହେଲେ ସମର୍ଥନ କରିବେ ନାହିଁ । ସେମାନେ ଆମକୁ ଜାତିରୁ ତଡି ଦେଲେ ଏହା ପରେ ଆମେ କ’ଣ କରିବୁ ।

ରାଜା ଝିଅକୁ ଯଦି ମୁଁ ଏହି ରାସ୍ତାରେ ଛାଡି ଦେଇ ଲୁଚି କରି ଚାଲିଯିବି । ସେଥିରେ ମଧ୍ୟ ମୋତେ ଶାନ୍ତି ମିଳନ୍ତା । ଦୁଃଖ ବି ହଟନ୍ତା ହେଲେ ରାଜା ଝିଅ ଯେବେ ପଥ ପଚାରି ପଚାରି ମୋ ଘରେ ପହଁଚି ଯିବ, ତାହା ହେଲେ ତ ମୋତେ ପୁଣି ସେହି ଦଶା ଭୋଗ କରିବାକୁ ହେବ, ନାଁ ତାହା କରିବି ନାହିଁ ।

ଶେଷରେ କୃଷ୍ଣ ସୁନ୍ଦରଙ୍କ ମୁଣ୍ଡରେ ଭୂତ ଶବାର ହେଲା । ସେ ଚିନ୍ତା କଲା ଯେ ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି । ଏହା ଭାବି କୃଷ୍ଣ ସୁନ୍ଦର ରାଜା ଝିଅକୁ ସେହି ରାସ୍ତାରେ ମାରି ଫିଙ୍ଗିଦେଇ ପଳାଇ ଗଲା ।

ଶାରୀ ଏଥର ଶୁଆକୁ କହିଲା … ଏହି କଥାଟିକୁ ତୁ ଶୁଣିଲୁ ତ ଶୁଆ, ଏଥର କାହିଁକି ଲାଜରେ ମୁହଁ ବୁଲାଉଛୁ । ଏଥର ମୋ କଥାର ଜବାବ ଦେଇ କହୁନା – ତୁମର ଏହି ପୁରୁଷ ଜାତି ଗୁଡାକ କେତେ ଅବିଶ୍ୱାସୀ ଆଉ ନିଷ୍ଠୁର । ସୁବିଧା ପାଇଲେ ନିଜର ସ୍ୱାର୍ଥ ଲାଗି କିପରି ନାରୀ ହତ୍ୟା କରିବାକୁ ଟିକିଏ ହେଲେ ଭାବନ୍ତି ନାହିଁ । କେଡେ ବେଇମାନ ଏହି ପୁରୁଷ ଜାତି ।

ଶାରୀ ଠାରୁ ଏ କଥା ଶୁଣି ଶୁଆ କହିଲା – ତୁ ଯାହା କହିଲୁ ତାହା କ’ଣ ଜଣେ ପୁରୁଷ ଲାଗି ଏତେ ବଡ ଦୋଷ ହେଲା ଯେ ତୁ ମୋତେ ଗୋଟାଏ ଉଦାହରଣ ଦେଇ କହିଦେଲୁ । ଏବେ ଶୁଣୁନୁ ତମ ନାରୀମାନେ ପୁରୁଷମାନଙ୍କ ଠାରେ କେଡେ କେଡେ ଅନ୍ୟାୟ କାର୍ଯ୍ୟ ମାନ କରିଥାଆନ୍ତି – ଶୁଣ ମୁଁ ଏଥର ତୋତେ ତୁମ ନାରୀ ମାନଙ୍କର କରିଥିବା ଅନ୍ୟାୟ କର୍ମର କଥା କହୁଛି ।

ହାଡବାଇ ଟୋକା କ୍ରୋଧ

Rate the content


Originality
Flow
Language
Cover design

Comments

Post

Some text some message..