Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Das

Tragedy

2.8  

Pratima Das

Tragedy

ଡାଡି ତୁମେ ମୋ ବାପା ନୁହଁ

ଡାଡି ତୁମେ ମୋ ବାପା ନୁହଁ

4 mins
533


ଲେଖିକା /ପ୍ରତିମା ଦାସ।

ମହାନଦୀ ବିହାର। କଟକ।

ଦିଲ୍ଲୀ, ଏତେ ସୁନ୍ଦର ସହର କାୟା ବିସ୍ତାର କରିଛି ଦୀର୍ଘକାୟୀ ପଂଜାବୀ ରମଣୀ ପରି ଲମ୍ବା ଲମ୍ବା ବେଣୀ ଛାଡି। ଶିବାୟ ରାୟପୁରରୁ ଆସି ଦିଲ୍ଲୀ ରେ ନୂଆ ଚାକିରିରେ ଯୋଗ ଦେଇଛି। ଅଭିଭୂତ ହୋଇ ପଡ଼ିଲା ନିୟୁ ଦିଲ୍ଲୀର ଏୟାରପୋର୍ଟ ଚାକଚକ୍ୟ, ରାସ୍ତାଘାଟ, ଦେଖି। ଚାକିରି ସହିତ ଯୌବନର ପ୍ରଥମଭାଗକୁ ଭରପୁର ଉପଭୋଗ କରିବା ପାଇଁ ଘୁରିବୁଲିଲା, କୁତବମିନାର ,ରାଜଘାଟ, ଲାଲକୀଲ୍ଲା, ଲୋଟସ ଟେମ୍ପଲ, ଇଣ୍ଡିଆ ଗେଟ, ରାଷ୍ଟ୍ରପତି ଭବନ, ଅକ୍ଷୟଧାମ ଇତ୍ୟାଦି । ଏମିତିରେ ବୁଲିବାଟା ଶିବାୟର ପ୍ୟାସନ, ସଉକ।

ଅକ୍ଷୟଧାମ ଓ କି ସୁନ୍ଦର ଟୁରିଷ୍ଟ ପେଲ୍ସ।ଏହାର କଳା, ଭାସ୍କର୍ଯ୍ୟ ମନ୍ତ୍ରମୁଗ୍ଧ କରିଦେଇଥାଏ ଶିବାୟକୁ । ଏକ ଶାନ୍ତ ପରିବେଶରେ ଦର୍ଶକ ଘୁରି ଘୁରି ଉପଭୋଗ କରୁଥାନ୍ତି ସବୁକିଛି। ଏଠିଥିବା ଏକ ନୌକାବିହାର ର ମଜାନେବାପାଇଁ ବସିଗଲା ଏକ ନୌକାରେ।ଅପ୍ରାକୃତିକ ଜଳସ୍ରୋତରେ ଡଙ୍ଗାଟି ବାହିଚାଲିଥାଏ ନାଉରୀ।ନୌକାର ଠିକ୍ଅପରମୁଣ୍ଡରେ ଅପ୍ସରାଟିଏ ଯେପରି ମର୍ତ୍ତ୍ୟକୁ ଓହ୍ଲାଇ ଆସି ବସିପଡିଛି। ତାର ଘନପିଗଂଳବର୍ଣ କେଶରାଶି ବିଛୁରିତହୋଇପଡି ରହିଛି ସୁଉଚ୍ଚ ବକ୍ଷସ୍ଥଳରେ ଦୁଇଭୃଲତା ଧନୁର ଆକାର ନେଇ ,ମୁଖମଣ୍ଡଳଟିକୁ ଆହୁରି ଆକର୍ଷଣୀୟ କରିତୋଳୁଛି, ଲାଲ୍ ଗୋଲାପ ର ଓଲଟା ପାଖୁଡା ପରି ଓଠ। ଧଳା ମାର୍ବଲ ଭଳି ଶରୀରର ରଂଗ । ଖରା କମ୍ ଥିବାରୁ ସନଗାଲ୍ସକୁ ମଥାଉପରକୁ ଟେକିଦେଇଥାଏ ଝିଅଟି। ଏମିତିରେ ଶିବାୟ ବି କିଛି କମ୍ ହାଣ୍ଡସମ ନୁହେଁ। ଝିଅଟିର ଅନ୍ୟମନସ୍କତା ଯୋଗୁ ଏତେସମୟ ନିରେଖି ଦେଖିବାର ସୁବଣ୍ଣ ସୁଯୋଗ ମିଳିଯାଇଥିଲା ଶିବାୟକୁ। ଝିଅଟି ଟିକେ ମୁହଁ ବୁଲାଇ ଦେଲା ଶିବାୟ ପଟକୁ, ଧରାପଡ଼ି ଯିବା ଭୟରେ ଚଟ୍-କିନା ମୁହଁ ବୁଲାଇନେଲା ଶିବାୟ ଅନ୍ୟ ମନସ୍କତାର ବାହାନା କରି ।

ନୌକାବିହାର ପରେ ମଧ୍ୟାନଭୋଜନ..ପାଇଁ ଝିଅଟି କ୍ୟାଣ୍ଟିନଟିକୁ ଗଲା। ଶିବାୟ ଏସୁଯୋଗ ଛାଡ଼ିବ ବା କିପରି?? ଥାଳିଧରି ଚଟ୍ପଟ୍ ଝିଅଟି ପାଖରେ ବସିଗଲା। ପ୍ରଥମେ ପରିଚୟ, ତାପରେ କନ୍ଟାଟ ନମ୍ବର ଆଦାନପ୍ରଦାନ। ଶିବାନୀ, ହରିୟାଣା। ଓ..... ହରିୟାଣୀ। ଓକେ! କି ଆକର୍ଷଣ ଏ ଝିଅଠାରେ। ?? ଶିବାୟକୁ ଇଛା ହେଉଥାଏ ତା ପାଖେ ଶିବାନୀ ଏମିତି ଘଣ୍ଟା ଘଣ୍ଟା ବସି ରହନ୍ତା କି, ଶିବାନୀ ତା ପାଖ ଛାଡ଼ି ବିଲକୁଲ ଯାଆନ୍ତାନିକୀ ଦୂରକୁ ?? ଏକ ମୂହୁର୍ତ୍ତ ପାଇଁ ବି ସେ ଆଖି ହଟାଇବାକୁ ଚାହୁଁ ନଥିଲା ଶିବାନୀ ଉପରୁ ।ଜନ୍ମ ଜନ୍ମର ତୃଷ୍ଣା, ମିଟିଯାନ୍ତା ଶିବାନୀକୁ ପାଇଗଲେ। ଦୁଇ ଶରୀର ବିଲୀନ ହୋଇ ଏକହୋଇଯାନ୍ତା।

ଶିବାନୀ ବି ସେ ସହରରେ ନୁଆ ଥିବାରୁ ଶିବାୟର ସାହାଯ୍ୟ ଗୁଡିକ ଦରକାର ମଣୁଥିଲା। ଧୀରେ ଧୀରେ ପ୍ରେମର ଆରମ୍ଭ।କେବେ ତାହା ଭୂରୁଭୂରୁ ମହକର ବହଳ ବାଷ୍ପ ହୋଇ,ବାଦଲର ରୂପ ନେଇ ସାରିଲାଣି ।ପାଗଯୋଗ ଠିକ୍ ରହିଲେ ବର୍ଷିଯିବ ହୁଏତ।ଆଉ ବିଳମ୍ବ କଲେ ଅସୁବିଧା ହୁଏତ ହୋଇଯିବ। ଶିବାୟ ଓ ଶିବାନୀ ତେଣୁ ନିଜ ନିଜ ଘରକୁ ଆଭାସ ଦେଇ ସବୁ ଜଣାଇ ଦେଲେ। ଶିବାନୀକୁ କୋଳରେ ଶୁଆଇ ଶିବାୟ ପଚାରିଲା, ତୁମେ ଖୁସି ତ ଶିବାନୀ ମୋତେ ପାଇ?? ମୁଁ ତୁମର ପତି ହେବା ପାଇଁ ଯୋଗ୍ୟ ତ? ଶିବାନୀ ଖୁସିରେ ମୁଣ୍ଡ ହଲାଇ କହିଲା, ମୁଁ ହରିୟାଣୀ ଛୋରୀ, କ'ଣ ଭାଵୁଛ, 100% ମନ ନ ମାନିଲେ ଇଏସ୍ କହିବା ଲଡକୀ ନୁହେଁ। ଏମିତି ବୁଲା ବୁଲି ଖୁସି ଗପ ଭିତରେ କେବେ ପ୍ରେମ ଘନିଷ୍ଠ ହୋଇ ବିବାହର ପ୍ରସ୍ତାବ ପର୍ଯ୍ୟନ୍ତ ପହଞ୍ଚିଲା ,ଜଣାପଡିଲାନି। ଖବରପାଇ, ମମ୍ମିଡାଡି ଦିଲ୍ଲୀ ଆସିଗଲେ।

ଶିବାୟର ମା ଖୁସିରେ ବିଭୋର ହୋଇଗଲେ। ଓ.... ଭାଇଭଉଣୀ ପରି ଦେଖାଯାଉଛନ୍ତି। ମୋ ପୁଅ ଯେପରି ହାଣ୍ଡସମ, ଶିବାନୀ ସେପରି ଲାବଣ୍ୟବତୀ। କି ଅପୂର୍ବ ଯୋଗସୂତ୍ର ନାମ ବି ମେଳ ଖାଉଛି। ଶିବାନୀ ର ମାବାପା ବି, ଏ ସମୟରେ ଦିଲ୍ଲୀ ଆସୁଛନ୍ତି କିଛି କାମରେ । ଏକାସଂଗେ ସବୁ ଫାଇନାଲ୍ ହୋଇପାରିବ। ତା ପରଦିନ ଶିବାନୀର ମାବାପା, ଠିକ୍ ସମୟରେ ଆସି ପହଞ୍ଚିଲେ ଶିବାୟର ଫାଲ୍ଟରେ।। ସବୁକଥାବାର୍ତା ପ୍ରାୟତଃ ଶେଷ। ଖୁବ୍ ଖୁସି ଉଭୟପଟ। କେବଳ ପଣ୍ଡିତ ଠାରୁ ଦିନ ନିଧାର୍ୟୟ ବାକି ରହିଲା। ଆଜିକାଲିକା ପାଠପଢୁଆ ଚାକିରିଆ ପୁଅଝିଅଙ୍କ ବାହାଘର ପ୍ରାୟ ଏପରି ହେଲାଣି। ଇଣ୍ଟରକାଷ୍ଟରୁ ଆରମ୍ଭ ହୋଇ ଇଣ୍ଟର କମୁନିଟିକୁ ବ୍ୟାପି ଇନ୍ଟରନାସ୍ନାଲ ହୋଇ ଗଲାଣି। ଖୁବ୍ ଭଲ। ସମାଜର ଭେଦଭାବ କୁ ମିଟାଇବା ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ......ଅସୁବିଧା କିଛି ଅଛି ଏଥିରେ । ମଧ୍ୟାହ୍ନ ଭୋଜନ, ଶିବାୟକୁ, ଭାବିସମୁଦିସମୁଦୁଣୀଙ୍କୁ ଢେର୍ ଢେର ପ୍ରଶ୍ନସା କରି, ବିଦାୟ ନେଲେ,ବନ୍ଧୁ ମାନେ ଶିବାନୀର ମମି ଡାଡି।

ଶିବାୟର ମମ୍ମିଡାଡି ବି ରେଡି ହେଲେ, କିଛି କାମରେ ବାହରକୁ ଯିବାପାଇଁ। ଶିବାୟ କାର୍ ରେ ଛାଡି ଦେବାପାଇଁ କହୁଥିଲା, ନା ବାବା ତୁ ବିଶ୍ରାମ କର କହି ବାହାରିଗଲେ ଶିବାୟର ମମ୍ମିଡାଡି ।

ମାବାପାଙ୍କ ଆସିବା ଯୋଗୁଁ ,ଟିକେ ଅଧିକ ବ୍ୟସ୍ତ ରହି ଯାଇ, ଶିବାୟକୁ ଲାଗୁଥିଲା, ଯେପରି ଯୁଗ ଯୁଗରୁ ହରେଇ ଦେଇଛି ଶିବାନୀ କୁ। ସେଥିପାଇଁ ଅଧିକ ବାପା ମା'ଙ୍କୁ ବାଧ୍ଯ ନକରି, ବାପାମା ଘର ଡେଉଁ ଡେଉଁ, ଶିବାୟ ବେଡ୍ ଉପରକୁ ଡେଇଁ ପଡ଼ି, ଶିବାନୀ ସଂଗରେ ଗପସପରେ ହଜିଗଲା।

ଡକ୍ଟର ନିବାରଣ ଆହୁଜା। spermatologist. ତାଙ୍କ ପାଖେ (ଇନଫରଟିଲିଟିର) ଶିକାର ହୋଇ ଟିର୍ଟମେନ୍ଟ ନେଉଥିବା ସମସ୍ତ ବାପାମା ଏକାଠି ଡକାହୋଇଥିଲେ। କାରଣ କମିଟ୍ ମେଣ୍ଟ ହୋଇଥିଲା ଠିକ୍ ୨୦/୨୨ବର୍ଷ ପରେ, ଡକ୍ଟର sperm donor ର ନାମ ଦେବେ ଏବଂ ଏହି ଡୋନର ଦ୍ଵାରା ଉପକୃତ ହୋଇଥିବା ବାପାମାଙ୍କୁ ପରସ୍ପର ସହିତ ମିଶାଇବେ। ଫଳତଃ ଏଇ ଶିବଲିଙ୍ଗସ ଗୁଡିକୁ ଚିନ୍ହଟ କରାଯାଇପାରିବ। ଶିବାୟର ଡାଡି ନିଜ ଲଫାପାଟିକୁ ଗ୍ରହଣ କରି ଡାହାଣପଟକୁ ଦେଖନ୍ତିତ, ଶିବାନୀ ର ବାପା ମା। ପାଦତଳୁ ମାଟି ଯେପରି ଖସି ଯାଉଥିଲା,କାରଣ ଏଠାକୁ କେବଳ କିଛି ନିର୍ଦିଷ୍ଟ ଲୋକହିଁ ଡକାଯାଇଥିଲେ।

ପରସ୍ପରକୁ ହତବାକ୍ ହୋଇ ଚାହିଁ ଥିଲେ। ବୀର୍ଯ୍ୟ ଦାନକାରୀ ରକେଟ୍ ସିଂ, ଉଭୟଙ୍କର ବାପା। ଓ ମାଇଁ ଗଡ। ଦି ଜଣଙ୍କର ବାଓଲୋଜିକାଲ୍ ଫାଦର୍ ,ରକେଟ୍ ସିଂ। ହେ ଭଗବାନ!

ସମାନ ଭାଇଭଉଣୀ। ପିଇସୀପୁଅ ଏବଂ ମାମୁଁ ଝିଅ ଚଳୁଥିଲା। ତଥାପି, ବ୍ଲଡ୍ ରିଲେସନ ଦୂରତା କମ୍ ଥିବାରୁ ଅନେକ ଜଟିଳ ରୋଗର ଶିକାର ହୁଅନ୍ତି ଏପରି ସମ୍ପର୍କରେ ବନ୍ଧା ହେଉଥିବା ପୁଅଝିଅଙ୍କ ଅପର ପିଢି ।

ବାଓଲୋଜିକାଲ୍ ଫାଦର୍ ଏକ। ଶିବାୟକୁ ନକହିବାର ବାଟ ନାହିଁ। କୌଣସି ମତେ ଶିବାନୀ କୁ ବାହା ନ ହୋଇ ଛାଡିବନି ଶିବାୟ। ଯିଏ ଶିବାନୀ ବିନା ଘଣ୍ଟେ ବଂଚିପାରିବନି ବୋଲି ମା ସଂଗେ ଗେଲ୍ହ ହେଲା ବେଳେ କୁହେ, ମାବି ଅଭିମାନ ଭରା କଣ୍ଠରେ କୁହନ୍ତି ହାଁ ବେଟା ଏବେ ମା ଆଉ କିଛି ନୁହଁ ନା?? ନା ମା ତୁମେ ମନ ମନ୍ଦିର ର ଦେବତା ଆଉ ଶିବାନୀ ତା ପୂଜାରୀଣି। ପୂଜାରୀ ବିନା ମନ୍ଦିର ର ଦେବତା କିପରି ପୂଜା ପାଇବେ?? Mama r u jealous?? କହି ମାକୁ ଚିଡାଏ ଶିବାୟ ଅନେକ ଥର। ଯିଏ ଶିବାନୀକୁ ଗୋଟିଏ ଦିନ ଦେଖା ନକରି ରହିପାରେନି ସେ ଶିବାୟ କିପରି, ଏ ଦୁଃଖକୁ ସମ୍ଭାଳିବ?? କିପରି ଶିବାୟକୁ ବଞ୍ଚାଇ ବେ ??ହେ ଭଗବାନ, ସନ୍ତାନ ନ ଦେଇ ଦୁଃଖ ଦେଲୁ ସହିଗଲୁ, ସନ୍ତାନ ପାଇବାପରେ, ଏପୁଅର ଦୁଃଖକୁ ସହିବୁ କିପରି?? ଶିବାନୀ ବିନା ଶିବାୟ ବଂଚିବା

ଅସମ୍ଭବ। ତେଣୁ ଶିବାୟକୁ ବୁଝାଇବାକୁ ପଡିବ।ମା ଆରମ୍ଭ କରି ଗୋଟି ଗୋଟି ବୁଝାଇଲେ। ସବୁଶୁଣି ଭାଙ୍ଗି ପଡିଲା ଶିବାୟ। ମୁଣ୍ଡ ପୋତି ବସିରହିଥିଲେ, ଶିବାୟର ବାପା।

ଯେଉଁ ସତ୍ୟକୁ ଫରୁଆଭିତରେ ବନ୍ଦ କରି, ସାତତାଳପଙ୍କକୁ ଫିକି ଦେବେ ଭାବିଥିଲେ, ସେ ହେଲାନି।ହେ ପ୍ରଭୁ !ଆଗକୁ sperm donor &sperm receiver ବ୍ୟବସ୍ଥା କି ଭୟଙ୍କର ମହାମାରୀର ରୂପ ନେବ ଜାଣି ହେଉନି, ।ସମାଜର ଆଧୁନିକ ବ୍ୟେଞାନିକ ବ୍ୟବସ୍ଥା ଯଦି କିଛି ଉତ୍ତମ ରାସ୍ତା ଦେଖାଉଛି ପୁଣି ବହୁତ କିଛି ସମସ୍ୟା ଭିତରକୁ ବି ଠେଲି ଦେଉଛି ଆମକୁ। କ'ଣ କରାଯିବ??

କାନ୍ଦି କାନ୍ଦି ବିକଳ ସ୍ବରରେ ଶିବାୟ। କହୁଥିଲା, ଡାଡି ତୁମେ, ମୋ ବାପା ନୁହଁ।??


Rate this content
Log in

Similar oriya story from Tragedy