Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational Tragedy

3  

Prasant Kumar Nath

Inspirational Tragedy

ଦୀପ ଲିଭିଗଲା ଦୀପାବଳିରେ

ଦୀପ ଲିଭିଗଲା ଦୀପାବଳିରେ

7 mins
7.3K


      ସେଦିନ ଥିଲା ଦୀପାବଳି । ସମସ୍ତେ ଖୁସିରେ ବାଣ ଫୁଟେଇବାରେ ଲାଗିଥାନ୍ତି । କିନ୍ତୁ ଘରର ଏକ କଣରେ ବସି ଆଖିରୁ ଲୁହ ଝରାଉଥାଏ ଅସୀମା । ଆଉ ଭାବି ହେଉଥାଏ ପ୍ରତୀକଙ୍କ କଥା ।

   ପ୍ରତୀକ ଥିଲେ ଅସୀମାଙ୍କ ଜୀବନସାଥୀ । ସେଦିନ ବି ଏମିତି ଆସିଥାଏ ଦୀପାବଳି । ସମସ୍ତେ ଖୁସିରେ ଦାଣ୍ଡ ଅଗଣାରେ ବାଣ ଫୁଟାଉଥିଲେ । ଆଉ ସମସ୍ତଙ୍କ ପାଇଁ ବାଣ କିଣି ଆଣିଥିଲେ ପ୍ରତୀକ । ଅସୀମା ପାଇଁ ମଧ୍ୟ ଆଣିଥିଲେ ଧପଧପି,ଝରଝରି,ସାପ  ଏମିତି ଅନେକ ଯାହା ଶବ୍ଦ କରେ ନାହିଁ । ଖାଲି ଆନନ୍ଦ ଦେଇଥାଏ । ଆଉ ଆସୀମାଙ୍କୁ  କହିଥିଲେ ପ୍ରୀତମକୁ (ପ୍ରତୀକଙ୍କ ଚାରି ବର୍ଷର ପୁଅ) ଧପଧପି  ଦେବାପାଇଁ ଆଉ ସବୁବେଳେ ତା ପାଖେ ପାଖେ ରହିବା ପାଇଁ । ଏହା କହି ସିଏ ଚାଲି ଯାଇଥିଲେ ସାଙ୍ଗ ମାନଙ୍କ ପାଖକୁ ବାଣ ଫୁଟାଇବାକୁ । ଅନ୍ୟମାନଙ୍କ ସହ ପ୍ରତୀକ ମଧ୍ୟ ବାଣ ଫୁଟାଉଥାନ୍ତି । କିନ୍ତୁ ଅସୀମାଙ୍କୁ  ବହୁତ ଡର ଲାଗୁଥାଏ । ଭାବୁଥାନ୍ତି  ପ୍ରତୀକଙ୍କୁ ଡାକି କହିବ, ବାଣ ଠାରୁ ଦୂରେଇ ରହିବ,ଦରଫୁଟା ବାଣ ପାଖକୁ ଯିବନି, ବାଣକୁ ହାତରେ ଧରି ଫୁଟେଇବନି,ବାଣର ସୁତୁଲୀ ଲମ୍ବା କରି ନିଆଁ ଲଗାଇବ ଇତ୍ୟାଦି । ପୁଣି ଭାବେ ନାହିଁମ ପ୍ରତୀକ ପରା ସମସ୍ତଙ୍କୁ ଅନେକ ପରାମର୍ଶ ଦିଅନ୍ତି ସିଏ କଣ ଏତିକି ଜାଣି ପାରିବେନି ଯେ ମୁଁ କହିବି !  ତଥାପି ମନଟା ବୋଲ ମାନେନି । ଆଖି ଖାଲି ଖୋଜି ବୁଲୁଥାଏ ତାଙ୍କୁ । କିନ୍ତୁ ସିଏ କେମିତି ତାଙ୍କୁ ଡାକି ଏହି କଥା ସବୁ କହିବେ । ପାଖରେ ଶାଶୁ ନଣନ୍ଦ ସମସ୍ତେ ଅଛନ୍ତି ସେମାନେ କଣ ଭାବିବେ ।

    ସେତେବେଳେକୁ ଦଶଟା ବାଜିଲାଣି ଶଶୁର ବଡବଡୁଆଙ୍କ ପିଣ୍ଡ ବାଢି ,ପିମ୍ପେଇ ଡାକିବା ପାଇଁ ରେଡି କରୁଥାନ୍ତି । ହଠାତ ଚହଳ ପଡିଗଲା ବାଣ ଫୁଟି ପ୍ରତୀକଙ୍କ ଦେହରେ ନିଆଁ ଲାଗି ଯାଇଛି । ଚାହୁଁ ଚାହୁଁ ଲୋକ ମାନେ ରୁଣ୍ଡ ହୋଇଗଲେ । ଆଉ ଆମ୍ବୁଲାନ୍ସ ଡାକି ତାଙ୍କୁ ଡାକ୍ତରଖାନା ନେଇଗଲେ । ସେହି ଦିନରୁ ଆଜିଯାଏ ଆଉ ଫେରି ନାହାନ୍ତି । ଡାକ୍ତର ଖାନାରେ ଦୁଇ ଦିନ ରହିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । 

    ଲିଭିଗଲା ଅସୀମାଙ୍କ ଖୁସିର ଦୀପ, ଭାଙ୍ଗିଗଲା ତାଙ୍କ ହାତର ଶଙ୍ଖା ,ପୋଛିଗଲା ତାଙ୍କ ମଥାର ସିନ୍ଦୂର । ଆଉ ସିଏ ସାଜିଗଲେ ବିଧବା । ପୁଅ ତାଙ୍କର ସାଜିଗଲା ବାପଛେଉଣ୍ଡ । ସବୁଦିନ ପାଇଁ  ଅମାବାସ୍ୟାର ଅନ୍ଧାର ପାଲଟିଗଲା ଅସୀମାଙ୍କ  ଜୀବନ ।

      ସେହିଦିନ ଠାରୁ ସବୁ ପିଲାମାନେ ବାହାରେ ବାଣ ଫୁଟାଇ ଖୁସି ହେଉଥିବା ବେଳେ ଅସୀମା ତାଙ୍କ ପୁଅ ପ୍ରୀତମକୁ ଧରି ଏମିତି ଘର କଣରେ ବସି ରୁହନ୍ତି । ଆଉ ଆଖିରୁ ଲୁହ ଢାଳୁଥାନ୍ତି ।

                        ~~~~~**~~~~~

ପ୍ରଶାନ୍ତ କୁମାର ନାଥ 

ସୁନ୍ଦରପୁର,ଉତ୍ତରକୂଳ ହାଟ,ପ୍ରୀତିପୁର,ଯାଜପୁର I 

ମୋ-08892301143


Rate this content
Log in

Similar oriya story from Inspirational