Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Others

3  

SIPRA NAMTA

Others

ଜଗନ୍ନାଥ ତୁମେ କେଉଁଠି

ଜଗନ୍ନାଥ ତୁମେ କେଉଁଠି

6 mins
8.5K


"ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ", ବୋଲି ଅଜସ୍ର କଣ୍ଠରୁ ଝରି ପଡୁଥାଏ । ପହଡ଼ ଖୋଲି ସାରିଥାଏ ।ଭକ୍ତଗଣ ଆନନ୍ଦିତ ।କାହିଁକି ଜଗନ୍ନାଥଙ୍କର ଏମିତି ରୂପ ସେତେବେଳେ ବୁଝିପାରୁନଥିବା ଶିଶୁର ବୟସ ଅତିକ୍ରାନ୍ତ କରିଆସିଛି ଶ୍ୱେତା ।ଆଜି ସବୁ କିଛି ବୁଝି ପାରୁଛି ।

ତଥାପି ମନ ମଧ୍ୟ ରେ ଅନେକ ଅବୁଝା ପଣିଆକୁ ସାଇତି ରଖିଛି ।ପିଲା ଦିନେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ,ଫଟୋ ,କ୍ୟାଲେଣ୍ଡରରେ ଅପୂର୍ବ ରୂପକୁ ଦେଖି ଦେଖି ସବୁବେଳେ ତନ୍ମୟ ହେଉଥିବା ମନ କେତେବେଳେ ଜଗନ୍ନାଥଙ୍କ ଭିତରେ ହଜିଯାଇଛି ତାହା ଆବିଷ୍କାର କରି ଅତ୍ୟନ୍ତ ଉତ୍ଫୁଲ୍ଲିତ ହେଉଛି ସେ ।ପିଲା ଦିନେ ନଦିଆ ନଗର କୃଷ୍ଣ ଦର୍ଶନ କରିବା ପରେ ଆମିଷ ଭକ୍ଷଣ କରିବନି ବୋଲି କହି ଘରକୁ ଫେରିଆସିଲା ପରେ ସତକୁ ସତ ସେ ଆଉ ଆମିଷ ଛୁଉଁ ନ ଥିଲା ।ଅନେକ ବର୍ଷ ପରେ ବାହା ହୋଇସାରିଲା ପରେ ପରିସ୍ଥିତିର ଚାପରେ ରହି ଯାହା ମିଳିଲେ ତାହା ଖାଇବାକୁ ପଡିଲା ତାକୁ ।ସେ ଦୃଷ୍ଟିରୁ ଯେଉଁ ନୀତି ନିୟମର ଦ୍ଵାହି ଦେଇ ରକ୍ଷଣଶୀଳତା ବଜାୟ ରଖିଥିଲା ସେସବୁ ଧୀରେ ଧୀରେ ଅବଲୁପ୍ତ ହେବାକୁ ବସିଲା ।ଏମିତି କାହିଁକି ହେଉଛି ,କଣ ପାଇଁ ହେଉଛି ସେ କିଛି ବୁଝି ପାରୁନଥାଏ । ଏହା ଭଗବାନଙ୍କର ମାୟା ?

ହଁ ,ମାୟା ବୋଲି ସେ ବୁଝୁ ଥାଏ ।ଜୀବନରେ ଯେତେବେଳେ କିଛି ନିଷ୍ପତ୍ତି ନେଇପାରେନା ସେ ଖାତା କାଢି ଲେଖେ ,,"ହେ କୃଷ୍ଣ ,ବାସୁଦେବ ...କୁହ ମୁଁ କଣ କରିବି ...କାହିଁକି ମୋତେ ଏତେ ଅସହାୟ କଲ ପ୍ରଭୁ ?"। ଭଗବାନ ଶୁଣନ୍ତି କି ନାହିଁ ସେ କଥା ତା'ର ବୋଧଗମ୍ୟତାର ବାହାରେ ଥାଏ କିନ୍ତୁ ପ୍ରତ୍ୟେକ ଅସମାହିତ ପ୍ରଶ୍ନ ଓ କାରଣ ଖାତାରେ ଲେଖା ଚାଲିଥାଏ ।ସ୍ମୃତି ଝରକାର ଫାଙ୍କ ଦେଇ ପଶି ଆସନ୍ତି ଦୁଇଟି ତରୁଣୀ ଚେହେରା ।ଜଣେ ସେ ଆଉ ଜଣେ ତା'ପ୍ରିୟ ବାନ୍ଧବୀ ।କାହିଁକି ସେ ଜନ୍ମ ହୋଇଛି ?କଣ ପାଇଁ ?ପ୍ରକୃତରେ କେଉଁଠାରୁ ଆସିଛି ?

ଏମିତି ଅନେକ ପ୍ରଶ୍ନର ଅସମାହିତ ଉତ୍ତର ସେ ଦୁହେଁ ଖୋଜନ୍ତି।

କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ କୌଣସି ସମାଧାନ ମିଳେନା ।

ତରୁଣ ବୟସ ଅତିକ୍ରାନ୍ତ ହେଲା ପରେ ବିବାହ କରିବାକୁ ପଡିଲା ଅଥଚ ମନରେ ଘର ସଂସାର ପ୍ରତି କୌଣସି ଆସକ୍ତି ନ ଥାଏ ।କିନ୍ତୁ ପରିବାରର ଇଛା ବିରୁଦ୍ଧରେ ଯାଇହୁଏ ନାହିଁ ।

ବିବାହର ବର୍ଷେ ପରେ ଜଗନ୍ନାଥ ଦର୍ଶନର ସୁଯୋଗ ମିଳିଥାଏ। ସେତେବେଳେ ଭାବର ସମୁଦ୍ରରେ ଜୁଆର ଆସିବାର କୌଣସି ସୂଚନା ନ ଥିଲା ତା ପାଖରେ ।ବାଇଶି ପାହାଚ ଡେ଼ଇଁ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କଲା ବେଳକୁ ପଣ୍ଡାଙ୍କର ମୟୂରପୁଚ୍ଛ ମୁଣ୍ଡରେ ବାଜିଲା । ଆଃ ....ସମ୍ମୁଖରେ ଶ୍ରୀଜଗନ୍ନାଥ ଭାଇ ,ଭଉଣୀଙ୍କ ସହ ବିରାଜିତ ଦୃଶ୍ୟ ସଂଦର୍ଶନର ବିରଳ ମୁହୂର୍ତ୍ତରେ ଆଖିରୁ ଧାର ଧାର ଲୁହ ବୋହି ଚାଲିଲା ।

ଇୟେ କଣ ସେଇ କଳା କାହ୍ନାଇ ବଇଁଶୀ ଧାରୀ ?ସେ ଅପରୂପ ଭୂବନ ମୋହନ ତ୍ରିଭଙ୍ଗୀ ଠାଣିରେ ଦଣ୍ଡାୟମାନ କମନୀୟ ପ୍ରଶାନ୍ତ ବଦନର ନୟନ ,ଏଇ ଗୋଲ ଗୋଲ ବିରାଟ ବୃତ୍ତ ପରି ଚକ୍ଷୁ ମଧ୍ୟରେ ସେ କାହାକୁ ଦେଖିବାକୁ ପାଉଛି ?।

-----ହେ, ପ୍ରଭୁ ତୁମ ହାତ, ପାଦ ନାହିଁ, କିନ୍ତୁ ତୁମେ ତ ବିଶ୍ୱନିୟନ୍ତା, ସର୍ବଶକ୍ତିମାନ ତେବେ ତୁମେ କେମିତି ହସ୍ତପଦ ବିହୀନ ହେଲ??

କାହିଁ ତୁମର ଦ୍ଵାପର ଯୁଗର ମନଲୋଭା କୃଷ୍ଣ ରୂପ !!

କାହିଁ ତୁମର ସେ ନୀଳମାଧବ ସୁନ୍ଦର ,କମନୀୟ ରୂପ ଆଉ କାହିଁ ତୁମର ଏଇ କାଠ ଗଣ୍ଡି ରୂପ .....

କୁହ... କୁହ ପ୍ରଭୁ ତୁମେ କାହିଁକି ଏ ରୂପ ଧରିଲ ???

-----ଆରେ, ମା ତୁ ଜାଣି ପାରୁନୁ କି? ସେ ପରା ଜଗତର ନାଥ ଜଗନ୍ନାଥ ।କିଏ କହିଲା ସେ ହାତ ପାଦ ବିହୀନ ?ହାତ ନ ଥିଲେ ଦାସୀଆ ଠାରୁ କେମିତି ନଡିଆ ନେଇଥାନ୍ତେ କହିଲୁ ?

ଅସବର୍ଣ୍ଣ ବୋଲି ତା'ର ଶ୍ରୀ ମନ୍ଦିର ଆସିବା ବିରୋଧ ହେବାରୁ ସେ ସମୁଦ୍ର କୂଳରେ ବସି ବାଲୁକା ରଥ ଗଢି ସେଇଠି ନଡ଼ିଆ ଯାଚିଥିଲା ।ବନ୍ଧୁ ମାହାନ୍ତିଙ୍କୁ ନେଇ ଅନ୍ନ ଥାଳି ଦେଇ ଆସିଥିଲେ।

ଏଇ ବଡ ବଡ ଚକା ନୟନରେ ଜଗତର ସବୁ କଥା ଜ୍ଞାତ ।

----କିନ୍ତୁ ନନା ଆପଣେ, ସେସବୁ ତ ମୁଁ ବି ଜାଣିଛି ଯାହା ଆପଣ କହିଲେ ।କିନ୍ତୁ ମୋ ପ୍ରଶ୍ନ ସେଇଟା ନ ଥିଲା ।

-----ଆରେ, ମା ସେ ବଡ ଗହନ ତତ୍ତ୍ୱର କଥା ।ଯିଏ ସେ ରସରେ ବୁଡିଛି ସେ କେବଳ ଜାଣିବ, ଜାଣିପାରିବ ।ସମସ୍ତେ ନୁହନ୍ତି ରେ ମା ।ତା'ଛଡା ଯେ ପର୍ଯ୍ୟନ୍ତ ଭକ୍ତିର ଉଦୟ ନ ହୋଇଛି ସେ ପର୍ଯ୍ୟନ୍ତ ସେ କଥା ବୁଝିବା ବଡ ଦୁଷ୍କର ।

----- ----- ------

ଏ ଥିଲା ବିବାହ ବର୍ଷେ ପରେର ଘଟଣା । ୟା ଭିତରେ ମଝିରେ ମଝିରେ ଦୁଇ ତିନି ଥର ଶ୍ରୀ ମନ୍ଦିର ଯିବାର ସୌଭାଗ୍ୟ ସେ ପାଇଛି । କିନ୍ତୁ କୌଣସି ସମୟରେ ସେ ଈଶ୍ଵରଙ୍କ ସ୍ଥିତିକୁ ନେଇ ସନ୍ଦିହାନ ହେବାର କାରଣ ଗୋଟିକୁ ମନ ଭିତରୁ ପୋଛି ପାରେନି । ସାଧୁ ସନ୍ଥଙ୍କ ପ୍ରତି ତାର ନିଷ୍ଠା ସ୍ଵତନ୍ତ୍ର ।କିନ୍ତୁ ଭୌତିକ ଜଗତର ବାସ୍ତବତାକୁ ନେଇ ଯେତେ ଜଟିଳତାର ସମ୍ମୁଖୀନ ହୁଏ ,ସେ ବାବଦରେ କୌଣସି ଅଭିଯୋଗ କରେନାହିଁ ସେ ।ନିଜ ସୁଖ ସ୍ଵାଚ୍ଛନ୍ଦ୍ୟ ପାଇଁ କିଛି ମାଗିବା ସମ୍ପୂର୍ଣ୍ଣ ନୀତି ବିରୁଦ୍ଧ ତା’ର ।ଏ ସାଂସାରିକ ଦୁଃଖ ତ ସ୍ବଅର୍ଜିତ କର୍ମର।

ତେବେ ପୁଣି କାହିଁକି ଭଗବାନଙ୍କୁ କଷ୍ଟ ଦେବା ???

"ସେ "ତ କହି ନ ଥିଲେ ତୁମକୁ ପାପ କରିବାକୁ ।ନ୍ୟାୟ ଅନ୍ୟାୟ ଭିତରେ ପ୍ରଭେଦ ବୁଝିପାରିବ ବୋଲି ତୁମେ ମଣିଷ ଯୋନିରେ ଜାତ ହେଲ ।ତୁମେ ଯଦି କୃମି କୀଟ ଠାରୁ ହୀନ ହେଲ ତେବେ ଭଗବାନଙ୍କୁ କାହିଁକି ଦୋଷ ଦେଉଛ ??

---ତୁମେ ପ୍ରକୃତରେ ବୈରାଗୀ ହୋଇଥିଲେ ଭଲ ହୋଇଥାନ୍ତା । ସ୍ଵାମୀ ଗୌରବ ମଝିରେ ମଝିରେ ଆକ୍ଷେପ ଦିଅନ୍ତି ।

ଶ୍ୱେତା ନିର୍ବିକାର ରହେ ।ସେ ଜାଣେ ଏ ସଂସାରର ହଳାହଳକୁ ତାକୁ ପାନ କରିବାକୁ ହେବ ,ଅନ୍ୟ ଗତି ନାହିଁ ।

--- ---- ----- -----

ହଠାତ ଫୋନର ଲଗାତାର ଶବ୍ଦରେ ଦିଗମ୍ବର ବାବୁ ବ୍ୟସ୍ତ ହୋଇପଡିଲେ । ଶ୍ୱେତାର ଆକ୍ସିଡେଣ୍ଟ ହୋଇଯାଇଛି ।ଗୌରବ ଫୋନ କରିଛନ୍ତି ।ଲଳିତା ଦେବୀଙ୍କୁ କିଛି ନ କହି ସେ ପ୍ରଥମେ କଣ ଅବସ୍ଥା ହୋଇଛି ଜାଣିବାକୁ ଚାହିଁଲେ ।କିନ୍ତୁ ମାଆଟାକୁ ସାଙ୍ଗରେ ନ ନେବେ ବା କେମିତି ?ଅଗତ୍ୟା ବାଧ୍ୟ ହୋଇ ସସ୍ତ୍ରୀକ ଯାତ୍ରା କଲେ ।ପୁରୀ କୋଣାର୍କ ରାସ୍ତାରୁ ଭୁବନେଶ୍ଵର ଯିବା ରାସ୍ତା ମଝିରେ ଶ୍ୱେତାର ଘର ।ଅତଏବ ଜଗନ୍ନାଥଙ୍କୁ ସୁମରଣା କରି ବାହାରିଲେ ।

ହସ୍ପିଟାଲରେ ଝିଅକୁ ପଡିଥିବାର ଦେଖି ମାଆ ଆଖିରେ ଲୁହର ବନ୍ୟା । ଚେତନା ଫେରିଆସିଥିଲା ଶ୍ୱେତାର ।ଯେଉଁ କଥା ସେ ବର୍ଣ୍ଣନା କଲା ,ଦିଗମ୍ବର ବାବୁ ଏବଂ ଲଳିତା ଦେବୀ ଆଶ୍ଚର୍ଯ୍ୟରେ ପୁଲକିତ ହୋଇଉଠିଲେ ।ଶ୍ୱେତାର ମୁଣ୍ଡ ଆଉଁଷିଦେଇ ମାଆ କହିଲେ ----ତୁ ଧନ୍ୟ ହେଇଗଲୁରେ ମାଆ ।

ରୋଷେଇ କରୁଥିଲା ଶ୍ୱେତା ।ଏକାଦଶୀ ପାଇଁ ଶାଶୁ ଓ ଶ୍ଵଶୁରଙ୍କୁ ମୁଗ ସିଝା ତିଆରି କରି ଦେଉଥିଲା ସେ ।ହଠାତ ପ୍ରେସର କୁକରଟା ଆଶ୍ଚର୍ଯ୍ୟ ରୂପେ ଉପରକୁ ଉଠିଯାଇ ଛିଟିକି ପଡିଲା ତଳେ ,ଏକ ବିରାଟ ଶବ୍ଦ କରି । ଗ୍ୟାସ ଚୁଲ୍ଲାଟା ମୋଡି ହୋଇ ଗଲା ଏବଂ ଚୁଲ୍ଲା ବସିଥିବା ମାର୍ବଲ ପଥର ଖଣ୍ଡଟି ଟୁକୁରା ଟୁକୁରା ହୋଇଗଲା ।ଶ୍ୱେତା ସେ ସମୟରେ କିଚେନରୁ ବାହାରି ଆସିଥିଲା ଏବଂ କାନ୍ଥରେ ଟଙ୍ଗା ହୋଇଥିବା ବିରାଟ ଫ୍ରେମ ମଧ୍ୟରେ ,ରାମ , କୃଷ୍ଣ , ଜଗନ୍ନାଥଙ୍କର ଫୋଟକୁ ଚାହିଁଥିଲା କାରଣ ତାକୁ ଲାଗୁଥିଲା ସତେ ଯେମିତି ଜଗନ୍ନାଥଙ୍କ ମୁହଁରେ ହସ ଉକୁଟି ଉଠିଛି ।କେମିତି ଗୋଟେ ଉଜ୍ଜ୍ୱଳ ଆଭାରେ ଚମକି ପଡୁଛି ଫ୍ରେମରେ ଥିବା ଜଗନ୍ନାଥଙ୍କ ଫୋଟ ।

ଠିକ୍ ସେତିକିବେଳେ ହିଁ ଏଇ ସମୟରେ ଦୁର୍ଘଟଣା ।ଅଳ୍ପ କେ ରକ୍ଷା ପାଇଗଲା ଶ୍ୱେତା ଜଗନ୍ନାଥଙ୍କ ପାଇଁ ସେଇୟା ସୁଚେଇବା ପାଇଁ ମାଆ କହୁଥିବା କଥାକୁ ସ୍ୱୀକାର କଲା

ଶ୍ୱେତା । ସତରେ ଅତି ଅଦ୍ଭୁତ ।ହୃଦୟ ଯେଉଁଠି ହାର ମାନିଯାଏ ,ମସ୍ତିଷ୍କର କିନ୍ତୁ ପ୍ରମାଣ ଦରକାର ହୁଏ ।

ଗୋଟେ ଘଣ୍ଟା ପରେ ସେମାନେ ଶ୍ୱେତାକୁ ନେଇ ଘରକୁ ଚାଲିଆସିଲେ ।ଶ୍ୱଶୁର ସଙ୍ଗେ ସଙ୍ଗେ ଗଣକଙ୍କ ସହ ପରାମର୍ଶ ପୂର୍ବକ ତା ପରଦିନ ବାଳୁତ ଭୋଜନ ସହିତ ବ୍ରାହ୍ମଣ ଭୋଜନ ଓ ଅନ୍ୟାନ୍ୟ ପ୍ରତିକାର ଦ୍ରବ୍ୟ ଦାନ ଦେବାର ବ୍ୟବସ୍ଥା କରିସାରିଥାନ୍ତି ।

ପ୍ରତ୍ୟେକ ବୁଧବାର ବିଷ୍ଣୁ ଦର୍ଶନ ଅର୍ଥାତ ଜଗନ୍ନାଥ ଦର୍ଶନ ଓ ତାଙ୍କ ଠାରେ ତୁଳସୀ ଅର୍ପଣ କରିବାର ବ୍ୟବସ୍ଥା ମଧ୍ୟ ପାଳିତ ହେବ ବୋଲି ଶ୍ୱେତାର ପିତା ମାତା ଜାଣିବାକୁ ପାଇଲେ ।

ସେଦିନ ସନ୍ଧ୍ୟାରେ ଟି ଭିରେ ଧର୍ମ ଚ୍ୟାନେରେ ----ନା ହଂ ତିଷ୍ଠାମି ବୈକୁଣ୍ଠେ ,ଯୋଗୀନଂ ହୃଦୟେ ନ ଚ ମଦ୍ଭକ୍ତା ଯାତ୍ର ଗାର୍ୟନ୍ତି ତତ୍ର ତିଷ୍ଠାମି ନାରଦ । ଜଣେ ସନ୍ଥଙ୍କ ଦ୍ଵାରା ପ୍ରଦତ୍ତ ଭାବାର୍ଥକୁ ଅନୁଭବ କରୁ କରୁ ଶ୍ୱେତା ଯାଇ ସେଇ ଫୋଟ ପାଖରେ ଅତି ନିବିଷ୍ଟ ଚିତ୍ତରେ ଦେଖି ""ପ୍ରକୃତରେ ତୁମେ କେଉଁଠି ହେ ,ଜଗନ୍ନାଥ ?""

ପ୍ରଭୁଙ୍କ ମୁଖ ମଣ୍ଡଳ ସତେ ଯେମିତି ହସୁଥିଲା ,""---ମୁଁ ତ ଏ ଜଗତରେ ପରିବ୍ୟାପ୍ତ ।ପ୍ରତ୍ୟେକ ରୂପରେ ପ୍ରତ୍ୟେକ ବସ୍ତୁରେ । ପ୍ରତ୍ୟେକଙ୍କ ହୃଦୟ ଭିତରେ ଅଛି ମୁଁ ।କିଏ ଦେଖି ପାରେ ଆଉ କିଏ ବା ଦେଖିପାରେନା ।କ୍ଷୁଦ୍ର ନିଷ୍ପାପ ଶିଶୁ ଠାରୁ ଆରମ୍ଭ କରି ମୃତ୍ୟୁ ଶଯ୍ୟାରେ ପତିତ ବ୍ୟକ୍ତି ପର୍ଯ୍ୟନ୍ତ ମୁଁ ସମସ୍ତଙ୍କ ଭିତରେ ଅଛି ।ପ୍ରତିଟି କଣାରେ ମୁଁ ହିଁ ମୁଁ ରହିଛି ।ମୁଁ ହିଁ ସତ୍ୟ ,ଏ ଜଗତ ମିଥ୍ୟା ।

ଆଉ ପଛକୁ ଫେରି ଦେଖିନି ଶ୍ୱେତା ,କେତେବେଳେ ତା ଘର ସଂସାର ଜଗନ୍ନାଥମୟ ହୋଇଯାଇଛି ସେ କଥା ନିଜେ ବି ଜାଣି ପାରି ନାହିଁ ।ଆଖିର ଆଖିଏ ଆନନ୍ଦ ଅଶ୍ରୁ ନେଇ, ନବ ପୁଲକରେ ଆଜି ନନ୍ଦିଘୋଷ ଉପରେ ଚକାଆଖି ଦର୍ଶନ କରୁ କରୁ ପାଟିରୁ ବାହାରି ଆସୁଛି----

ହେ ପତିତପାବନ ହୃଦୟ ଯେତେବେଳେ ତୁମକୁ ମାନିନିଏ ,ସେତେବେଳେ ଭୌତିକ ଜଗତର ମାୟା ମୋହ ଉତ୍ପନ୍ନ ହୋଇ ପ୍ରମାଣ ଖୋଜେ ,ବୈଜ୍ଞାନିକ କାରଣ ଖୋଜେ କିନ୍ତୁ କିଛି ପାଇପାରେନା ।ପୁଣି ଯେତେବେଳେ ନିଜ ଶକ୍ତି ସାମର୍ଥ୍ୟରୁ ହାରିଯାଏ ସେତେବେଳେ ତୁମ ଶରଣାପନ୍ନ ହେବାକୁ ଦୌଡି ଆସେ । ଏ ହୃଦୟରେ ତୁମେ ସେମିତି ରହିଥାଅ ମୋତେ ନିଜର କରି ।

""ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ""

ଉର୍ଦ୍ଧ ବାହୁ ତୋଳି ଶରଣ ପଶିଲା ଶ୍ୱେତା ଜଗନ୍ନାଥଙ୍କ ପାଖରେ ।.......

ସିପ୍ରା ନାମତା (ନମ୍ରତା )

8249850168


Rate this content
Log in