Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipirekha Mohapatra

Others

2  

Lipirekha Mohapatra

Others

ସମୁଦ୍ର

ସମୁଦ୍ର

2 mins
7.5K


ଯେଉଁଠି ବିଶ୍ଵାସ ଭଲପାଇବା ସ୍ନେହ ମାନେ ବଳି ପଡ଼ିଯାନ୍ତି ସେଇଠି ସଂପର୍କ ପାଲଟିଯାଏ ବୋଝ lଏମିତି ବୋଝ ପରି ସଂପର୍କ କୁ ବୋହି ବାଟ ଚାଲୁ ଚାଲୁ ଥକି ପଡ଼ୁଥିଲା ଶ୍ରୀମୟୀ l

ଶ୍ରୀମୟୀ ଶତପଥି l ଯିଏ ହସିଦେଲେ ତା ହସକୁରି ମୁହଁକୁ ଛୁଇଁ ପ୍ରେମରେ ବି ପଡ଼ି ଯାଉଥିଲା ପବନ ଦିନେ l ଆଜି ସେଠି କଳାହାଣ୍ତିଆ ମେଘ ଥମଥମ l କାହିଁକି ??ଏ ପ୍ରଶ୍ନର ଉତ୍ତର ନିଜେ ଶ୍ରୀମୟୀ ବି ଖୋଜି ପାଏନା l କାହିଁକି ସେ ଭୁଲି ପାରୁନି ଅତୀତର କଳା ରଂଗ ଘଟଣା ମାନଂକୁ ? ଅନେକ ପରିବର୍ତ୍ତନ ଘଟି ସାରିଲାଣି ସମୟର ଏହା ଭିତରେ l ସେ ସମୟ ସହିତ ତାଳଦେଇ ନିଜକୁ ପରିବର୍ତ୍ତନ କରିପାରୁନି ବୋଲି କେମିତି ଗୋଟେ ଅପାରଗତା ତାକୁ ଭାଂଗିଦେଉଛି ଭିତରେ ଭିତରେ l

ଫୁଲ ପରି ଝିଅଟେ ଶ୍ରୀମୟୀ l ବାପା ,ମା , ମାମୁଁ , ମାଇଁଙ୍କ ଆଖିର ତରା ସେ l ନିଜ ଗାଁ ପରି ପ୍ରିୟ ତା’ର ମାମୁଁ ଘର ଗାଁ ଆଉ ମାମୁଁ ଘର ,ମାମୁଁ ମାଇଁ l ଏମିତି ଏକ ଛାଇ ଛାଇ ସନ୍ଧ୍ୟାରେ ସେ ବସିଥିଲା ମାମୁଁ ଘର ଅଗଣାରେ ଆକାଶ ଆଡ଼କୁ ଅନାଇ l କଲେଜ ଛୁଟି ଖୋଲିବାକୁ ଆଉ କେତେଦିନ ରେଖା ଗଣୁଥିଲା l ମାମୁଁ ଡାକିଲେ ଶ୍ରୀମୟୀକୁ ଦାଣ୍ଡଘରକୁ l ଶ୍ରୀମୟୀ ଗଲା ପରେ ସେ ରୁମର କବାଟ ଆଉଜାଇ ନେଲେ ମାମୁଁ l ଶ୍ରୀମୟୀର ଅବୁଝା ଆଖିରେ ପ୍ରଶ୍ନଟେ ଉଂକିମାରି ଲିଭିଯିବା ଆଗରୁ ଜଡ଼ାଇ ଧରିଲେ ମାମୁଁ ଶ୍ରୀମୟୀକୁ ଛାତିରେ l

- ଏମିତି ଦୁର୍ଭାବନା ତା ମନରେ ........ମାମୁଁ କିଏ ବାପା କିଏ? ଛି .....ମାମୁଁଙ୍କୁ ନେଇ ସେ କ’ଣ ଭାବୁଛି .......l

ହଠାତ ଆକାଶରୁ ଖସି ପଡ଼ିଥିଲା ଶ୍ରୀମୟୀ l ଲାଜରେ ମୁହଁ ପୋତିଦେଲା କି ମାଟିରେ ସମୟ .....l ତା’ ଡ୍ରେସର ଚେନ ଖୋଲୁଥିଲେ ମାମୁଁ lଅପସରି ଗଲା ଅଂଧାର l ଆଖିବୁଜା ମାମୁଁଂକ ହାତକୁ ଛାଟିଦେଇ କବାଟ ଖୋଲି ବାହାରକୁ ଚାଲି ଆସିଥିଲା ସେ l

ଏମିତି ଶ୍ରୀମୟୀ ମାନେ ଆପଣାଠୁ ଧୋଖା ଖାଇ ହଜାଇ ଦେଇଥାନ୍ତି ସଂପର୍କ ମାନଂକ ଉପରୁ ବିଶ୍ଵାସ lଜୀବନ ରାସ୍ତାରେ ଆଗକୁ ବଢ଼ୁଥିଲା ବେଳେ ଭେଟ ହୁଏ ସମୁଦ୍ରଂକ ସହିତ l ହଁ ସେ ବି ତ ସମୁଦ୍ର ପରି l

ବହୁତ ବିଶ୍ଵାସ କରିବାକୁ ଆଉ ସମୁଦ୍ରଂକଠୁ ପାଇବାକୁ ଭାରି ଇଛା ହୁଏ ଶ୍ରୀମୟୀର l ହେଲେ ଅନ୍ତରଂଗ ଇଛାମାନେ ଯେ ଅପୂରଣୀୟ lସମୟ ଚାଲି ଯାଉଥାଏ ଆଗକୁ ଆଗକୁ l ନିଜ ନିଜ ରାସ୍ତାରେ ମଧ୍ୟ ସମୁଦ୍ର ଆଉ ଶ୍ରୀମୟୀ l

ପୁଣି ସେମିତି ଏକ ଛାଇ ଛାଇ ସନ୍ଧ୍ୟାରେ କୌଣସି କାରଣ ପାଇଁ ସମୁଦ୍ରର ବାଇକ ପଛରେ ବସିଥାଏ ଶ୍ରୀମୟୀ l

ଅଜଣା ରାସ୍ତା ,ଅଂଧାର ମାନେ ବି ପଛରେ ରହିଯାନ୍ତି ବିଶ୍ଵାସ ଆଗରେ l

ସଂପର୍କ ମାନଙ୍କ ପାଖରୁ ବିଶ୍ଵାସ ହଜେଇଥିବା ଶ୍ରୀମୟୀ ପାଇଁ ଆଜି ନାମହୀନ ସଂପର୍କ ସମୁଦ୍ରଙ୍କ ବିଶ୍ଵାସ ପାଇଯିବା ସୌଭାଗ୍ୟର କଥା l

(ଲିପି )


Rate this content
Log in

More oriya story from Lipirekha Mohapatra