Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Classics

3  

Deepak Sarangi

Classics

ଆନନ୍ଦ ମଠ - 5

ଆନନ୍ଦ ମଠ - 5

7 mins
8.0K


ଆନନ୍ଦ ମଠ

ମୂଳ ବଙ୍ଗଳା : ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ

ଓଡିଆ ଭାଷାନ୍ତରଣ : ଦୀପକ ଷଡଙ୍ଗୀ

ଭାଗ - ୫

କ୍ୟାପଟେନ୍ ଟମାସ୍ ନିଜ ବୁଦ୍ଧି ବଳରେ କିଛି ମୋଗଲ ଓ ଇଂରେଜ ସୈନ୍ୟମାନଙ୍କୁ ନେଇ ଏକ ସୈନ୍ୟ ଛାଉଣି ଗଠନ କଲେ । ସେମାନେ କିଛି ମାତ୍ରାରେ ସନ୍ନ୍ୟାସୀ ମାନଙ୍କୁ ପ୍ରତିରୋଧ କରିପାରିଲେ,ମାତ୍ର ସନ୍ତାନ ମାନଙ୍କର ସଂଖ୍ୟା ଏତେ ଥିଲା ଯେ କ୍ୟାପଟେନ୍ ଟମାସ ର ସୂତ୍ର ମଧ୍ୟ କାମ କଲା ନାହିଁ । ତାଙ୍କୁ ସନ୍ତାନ ମାନେ ଆକ୍ରମଣ କରିବା ଦ୍ଵାରା ସେ ଲୁଚି କି ଯାଇ ଶିବ ଗ୍ରାମରେ ଥିବା ଇଂରେଜ ମାନଙ୍କର ଏକ କୋଠିରେ ଆଶ୍ରୟ ନେଲେ । ସେତେବେଳେ ସେ କୋଠିର ଅଧ୍ୟକ୍ଷ ଥିଲେ ଡନୀଓର୍ଥ ସାହେବ । ଇଂରେଜମାନଙ୍କର ବାଣିଜ୍ୟ କାରବାରର ସବୁ ହିସାବ କିତାବ ସେହି କୋଠିରେ ହେଉଥିଲା । ପ୍ରତି ମାସରେ ଥରେ କିମ୍ବା ଦୁଇଥର ଲେଖା ଇଂରେଜ ସାହେବ ମାନଙ୍କର ସଭା ସେଠାରେ ବସୁଥିଲା ଏବଂ ସେମାନଙ୍କର ସାମ୍ରାର୍ଜ୍ୟକୁ କିପରି ଅହୁରି ବିସ୍ତାରିତ କରାଯାଇ ପାରିବ, ସେବିଷୟରେ ସବିଶେଷ ଆଲୋଚନା ହେଉଥିଲା । ସେଥିପାଇଁ କୋଠିର ସୁରକ୍ଷା ବ୍ୟବସ୍ଥା ବହୁତ କଡାକଡି ଥିଲା । ତେଣୁ କ୍ୟାପଟେନ୍ ଟମାସ୍ ସେହି କୋଠିକୁ ସବୁଠାରୁ ସୁରକ୍ଷିତ ସ୍ଥାନ ଭାବି କି ଆସି ଆଶ୍ରୟ ନେଇଥିଲେ ।

କ୍ୟାପଟେନ୍ ଟମାସ୍ ଙ୍କର ଆଉ ଏକ ସଉକ ଥିଲା ଶିକାର କରିବା । ଦିନେ କ୍ୟାପଟେନ୍ ଟମାସ୍,ଡନୀଓର୍ଥ ସାହେବ ଓ ସେମାନଙ୍କର କିଛି ସୈନ୍ୟ ମାନଙ୍କୁ ଧରି ପାଖରେ ଥିବା ଜଙ୍ଗଲକୁ ଶିକାର କରିବାକୁ ଗଲେ କିଛି ବାଟ ଯିବା ପରେ ଡନୀଓର୍ଥ ସାହେବ ବେଶୀ ଭିତରକୁ ଯିବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ । କାରଣ ଘଞ୍ଚ ଜଙ୍ଗଲ ଭିତରେ ଥରେ ପଶିଗଲେ ସେଥିରୁ ବାହାରିବା ପାଇଁ ରାସ୍ତା ମିଳବା କଷ୍ଟକର ହୋଇ ପଡିବ । ସେଥିପାଇଁ ସେ ମଧ୍ୟ କ୍ୟାପଟେନ୍ ଟମାସ୍ କୁ ବେଶି ଭିତରକୁ ଯିବା ପାଇଁ ବାରଣ କଲେ । କିନ୍ତୁ ସେ କାହାରି କଥା ନ ଶୁଣି କାନ୍ଧରେ ନିଜ ବନ୍ଧୁକ ପକାଇ ଏକାକୀ ଘଞ୍ଚ ଜଙ୍ଗଲ ଭିତରକୁ ପ୍ରବେଶ କଲେ । କିଛି ବାଟ ଆସିବା ପରେ ଦେଖିଲେ ଜଣେ ସନ୍ନ୍ୟାସୀନୀ ଧ୍ୟାନ ମୁଦ୍ରାରେ ବସିଛନ୍ତି । ଯେମିତି କ୍ୟାପଟେନ୍ ଟମାସ୍ ତା ପାଖକୁ ଯାଇଛନ୍ତି କ୍ଷୀପ୍ର ଗତିରେ ସନ୍ନ୍ୟାସୀନୀ ଜଣକ ତାଙ୍କ ହାତରୁ ବନ୍ଧୁକଟି ଛଡାଇ ନେଲା । କ୍ୟାପଟେନ୍ ଟମାସ୍ ତାକୁ ପଚାରିବାରୁ ସନ୍ନ୍ୟାସୀନୀ ଜଣକ ନିଜକୁ ଶାନ୍ତି ଶର୍ମା ବୋଲି ପରିଚୟ ଦେଲେ । ସନ୍ନ୍ୟାସୀନୀଙ୍କର ରୂପଲାବଣ୍ୟରେ ମୁଗ୍ଧ ହୋଇ କ୍ୟାପଟେନ୍ ଟମାସ୍ ତାଙ୍କୁ ପ୍ରେମ ନିବେଦନ କରି କହିଲେ “ତୁମେ ଜଣେ ଅତ୍ୟନ୍ତ ସୁନ୍ଦରୀ ନାରୀ ହୋଇ ଏଇ ଜଙ୍ଗଲରେ ଏକାକିନୀ ହୋଇ କାହିଁକି ଘୁରି ବୁଲୁଚ? ଆସ ମୋ ସହ କୋଠିକୁ ମୁଁ ତୁମକୁ ସେଠାରେ ରାଣୀ କରି ରଖିବି” । ଶାନ୍ତି ରାଗରେ ତମତମ ହୋଇ କହି ଉଠିଲେ “ସାବଧାନ! ତୁ ଯଦି ମୋତେ ଛୁଇଁବାକୁ ଚେଷ୍ଟା କରିଛୁ ତେବେ ତୁ ଏ ଜଙ୍ଗଲରୁ ଆଉ ପ୍ରାଣ ନେଇ ଫେରିକି ଯାଇ ପାରିବୁ ନାହିଁ । କ୍ୟାପଟେନ୍ ଟମାସ୍ ଶାନ୍ତିକୁ ଧରିବାକୁ ଉଦ୍ୟତ ହୁଅନ୍ତେ ଶାନ୍ତି ତାକୁ ଏମିତି ଗୋଟେ ମୁଥ ମୁହଁକୁ ମାରିଲେ ଯେ ସେ ତା ଠାରୁ ଚାରିହାତ ଦୂରରେ ଛିଟିକି ଯାଇଁ ପଡିଲା । କ୍ୟାପଟେନ୍ ଟମାସ୍ ନିଜକୁ ଉଠାଇଲା ବେଳକୁ ଶାନ୍ତି ତା ଦ୍ରୁଷ୍ଟି ଆଢୁଆଳରୁ ଅଦୃଶ୍ୟ ହୋଇ ଯାଇଥିଲା । କ୍ୟାପଟେନ୍ ଟମାସ୍ କିନ୍ତୁ ନଛାଡେ ବନ୍ଧା ସେ ତା ପଛେ ପଛେ ଖୋଜିବାକୁ ଯାଇ ଜଙ୍ଗଲର ବହୁତ ଭିତରକୁ ପଳେଇଲେ । ଜଙ୍ଗଲରେ ଚାଲୁଚାଲୁ ସେ ପାଇଲେ ଆନନ୍ଦ ମଠକୁ । ସେ ଗୋଟେ ବଡ ଗଛ ଉପରେ ଚଢିଗଲେ । ସେଇଠାରୁ ଲୁଚିକି ଦେଖିଲେ ଯେ ଆନନ୍ଦ ମଠ ଭିତରେ ଶହଶହ ସଂଖ୍ୟାରେ ସନ୍ତାନମାନେ ଅଛନ୍ତି । ସମସ୍ତେ ଅସ୍ତ୍ରଶସ୍ତ୍ର ଅଭ୍ୟାସ କରୁଥାଆନ୍ତି । ସେ ମଧ୍ୟରେ ଶାନ୍ତି ବି ଥାଏ । ସେ ଆଉ ବେଶି କିଛି ପାଟିତୁଣ୍ଡ ନ କରି ସେ ଗଛ ଉପରେ ରାତିଟି କଟେଇ ଦେଲେ । ସକଳ ହେବା ଆଗରୁ ସେ ଗଛରୁ ଓଲେହେଇ କୋଠିକୁ ଫେରି ଗଲେ । କୋଠିରେ ଏ ସବୁ ଖବର ସେ ସବୁ ଇଂରେଜସାହେବ ମାନଙ୍କୁ ଜଣେଇ ଦେଲେ ଏବଂ ସମସ୍ତଙ୍କୁ ଆନନ୍ଦ ମଠ ଉପରେ ଅତରକିତ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ସୈନ୍ୟମାନଙ୍କୁ ଆଦେଶ ଦେଲେ ।

ସେପଟେ ଭବାନନ୍ଦ ସ୍ଵାମୀ ନଗର ମଧ୍ୟରେ ବୁଲୁବୁଲୁ ହଠାତ୍ ଏକ ଉଚ୍ଚ ଅଟ୍ଟାଳିକା ମଧ୍ୟରେ ପ୍ରବେଶ କଲେ । ତା’ପରେ ଘର ଭିତରୁ ଜଣେ ମଧ୍ୟ ବୟସ୍କ ମହିଳା ବାହାରି ଆସି ତାଙ୍କୁ ପଚାରିଲା “ସ୍ଵାମୀ! ଆପଣ ଏ ଅସମୟରେ”? ଭବାନନ୍ଦ କହିଲେ ଗୌରି! ସେ ମହିଳା ଜଣକ ଠିକଠାକ୍ ଅଛି ତ”? ଗୌରି କହିଲା “ହଁ ଆଜ୍ଞା! ସେ ଉପରେ ଅଛି ଆପଣ ଯାଅନ୍ତୁ ତାକୁ ଦେଖା କରିବେ”। ଭବାନନ୍ଦ ସିଢି ଉପରେ ଚଢି ଉପର ମହଲାକୁ ଗଲେ;ଦେଖିଲେ ମହିଳା ଜଣକ ନତମସ୍ତକ ହୋଇ କିଛି ଲେଖିବାରେ ବ୍ୟସ୍ତ ଅଛନ୍ତି । ଭବାନନ୍ଦ ପଛରୁ ଡାକିଲେ “କଲ୍ୟାଣୀ”! ଡାକ ଶୁଣିବା ମାତ୍ରେ କଲ୍ୟାଣୀ ଉଠି ଛିଡା ହୋଇ ରାଗ ରେ ଭବାନନ୍ଦଙ୍କ ଆଡକୁ ଚାହିଁଲେ “ଆପଣ କାହିଁକି ମୋତେ ବଞ୍ଚାଉ ଥିଲେ? ମୁଁ ତ ମାରିବାକୁ ଚାହୁଁଥିଲି”। ଭବାନନ୍ଦ ଅଳ୍ପ ହସି ଉତ୍ତର ଦେଲେ “ମୋର ଠିକ୍ ମନେ ଅଛି ଯେତେବେଳେ ଜୀବାନନ୍ଦ ଆପଣଙ୍କୁ ମୃତ ବୋଲି ଭାବି ଶବଶଯ୍ୟାରେ ନିଆଁ ଲଗେଇଦେଇ ଆପଣଙ୍କ ଝିଅକୁ ଧରି ଚାଲି ଗଲେ ,ସେତେବେଳେ ମୁଁ କିଛି ଦୂରରୁ ଥାଇ ଲୁଚି କି ସବୁ ଦେଖୁ ଥାଏ । ସେ ଯିବା ପରେ ଖୁବ୍ ଜୋରରେ ବର୍ଷା ହେଲା; ଆଉ ସେଇ ବର୍ଷା ପାଣି ପଡି ଜୁଇ ନିଆଁ ଟା ଲିଭିଗଲା ଆଉ ପାଣି ପଡିବାରୁ ଆପଣ ଆଖି ଖୋଲି ସାହାଯ୍ୟ ଭିକ୍ଷା କରୁଥାଆନ୍ତି । ସେତେବେଳେ ଜଣେ ସନ୍ତାନ ହିସାବରେ ମୋର କର୍ତବ୍ୟ ଥିଲା ଅପଣଙ୍କ ପ୍ରାଣ ରକ୍ଷା କରିବା ଆଉ ତାହା ମୁଁ କରିଛି” । କଲ୍ୟାଣୀ କହିଲେ “କିନ୍ତୁ ପ୍ରାଣ ରକ୍ଷାର ମାନେ ନୁହେଁ ଯେ ଆପଣ ମୋତେ ଆଣି ଏଠି ମୋ ସ୍ଵାମୀ ଓ ଝିଅ ଠାରୁ ଅଲଗା କରି ବନ୍ଦୀ ଭାବରେ ରଖିବେ” । ଭବାନନ୍ଦ ଉତ୍ତର ଦେଲେ “ତୁମ ସ୍ଵାମୀ ଏବେ ସନ୍ତାନ ହେଇ ପଦଚିହ୍ନ ଗ୍ରାମରେ ଗୋଲବାରୁଦ ତିଆରି କରାଉଛି ଓ ଝିଅ ଜୀବାନନ୍ଦର ଭଉଣୀ ପାଖରେ ଅଛି; ଆଉ ଏବେ ମୁଁ ଯେହେତୁ ତୁମର ପ୍ରାଣ ରକ୍ଷା କରିଛି ସେଥି ପାଇଁ ମୋର ପୂର୍ଣ ଅଧିକାର ତୁମ ଉପରେ ଅଛି , ତୁମ ସ୍ଵାମୀ ତ ସନ୍ତାନ ହେଇ ଗଲାଣି ଆଉ ସେ ଜାଣିଛି ବି ତୁମେ ଆଉ ଏ ଦୁନିଆରେ ନାହଁ ବୋଲି ସେଥିପାଇଁ ମୁଁ କହୁଛି ତୁମେ ମୋତେ ବିବାହ କର । ମୁଁ ତୁମ ଅପରୂପ ଯୌବନ ଓ ରୂପରେ ପାଗଳ ହୋଇ ଯାଇଛି” । କଲ୍ୟାଣୀ କ୍ରୋଧ ଭରା ନୟନରେ ଭବାନନ୍ଦଙ୍କ ଆଡକୁ ଚାହିଁ କହିଲେ “ତୁମେ ଜାଣିଛ ଯେ ମୁଁ ଜଣେ ବିବାହିତା ନାରୀ , ମୋର ଗୋଟେ ଝିଅ ମଧ୍ୟ ଅଛି , ଜଣେ ସନ୍ୟାସୀ ହୋଇ ଏପରି କଥା କହିବାକୁ ତୁମକୁ ଟିକେ ସଙ୍କୋଚ ଲାଗୁନି । ତୁମେ ସନ୍ନ୍ୟାସୀମାନଙ୍କ ପାଇଁ ଗୋଟେ କଳଙ୍କ,ପାପଚାରୀ ଓ ଦୁଷ୍ଟ ବ୍ୟକ୍ତି” । ଏହା କହି ସେ ଭବାନନ୍ଦଙ୍କ ଗାଲରେ ଏକ ଶାକ୍ତ ଚାପୁଡା ମାରିଲା । ଏସବୁ ଘଟିବା ପରେ ଭବାନନ୍ଦ ଆଉ ସେଠି ବେଶୀ ଯୁକ୍ତି ତର୍କ ନକରି ଭଗ୍ନ ହୃଦୟ ଧରି ସିଧା ବାହାରି ଆସିଲେ ସେ ଘରୁ । ଘରୁ ବାହାରି ଆସୁ ଆସୁ ତାଙ୍କର ଭେଟ ହୁଏ ଧୀରାନନ୍ଦ ସହ । ଧୀରାନନ୍ଦକୁ ଦେଖି ଭବାନନ୍ଦ ତାକୁ ଆଶ୍ଚର୍ଜ୍ୟ ହୋଇ ପଚାରନ୍ତି “ତୁମେ ଏଠି କିପରି”? ଧୀରାନନ୍ଦ ଉତ୍ତର ଦିଏ “ମୁଁ ଆପଣ ଓ କଲ୍ୟାଣୀ ବିଷୟରେ ସବୁ ଜାଣିଛି , କିନ୍ତୁ ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଏ ବିଷୟରେ କାହାହୁ କହିବିନି ମଠରେ” । ଭବାନନ୍ଦ ସଙ୍ଗେ ସଙ୍ଗେ ଖଣ୍ଡା ବାହାର କରି ତା ବେକରେ ଲଗେଇ ଦେଇ କହିଲେ “ତୁ ଏପରି କାହିଁକି କି କରୁଛୁ? ଧୀରାନନ୍ଦ କହିଲା “ପ୍ରକୃତରେ ମୁଁ ମଧ୍ୟ ଏହି ସନ୍ତାନ ବ୍ରତକୁ ଛାଡି ଗୃହସ୍ଥ ହେବାକୁ ଚାହୁଁଛି । ମୋର ମଧ୍ୟ ଇଚ୍ଛା ଅଛି ଇନ୍ଦ୍ରିୟ ଅଛି ,ଏବେ ତ ସତ୍ୟାନନ୍ଦ ସ୍ଵାମୀ ମଠରେ ନାହାଁନ୍ତି ଏଇଟା ହଉଛି ଆପଣଙ୍କ ପାଇଁ ସୁବର୍ଣ ସୁଯୋଗ । ଆପଣ ହେଉଛନ୍ତି ବର୍ତମାନ ଆମ ସନ୍ତାନ ମାନଙ୍କର ମୁଖ୍ୟ ଆପଣ କହିଲେ ସବୁ ସନ୍ତାନ ମାନେ ମିଶି ଇଂରେଜ ସୈନ୍ୟମାନଙ୍କ ବିରୁଦ୍ଧରେ ଲଢି ଗୋଟେ ଛୋଟ ରାଜ୍ୟ ଜିତି ପାରିବା । ସେ ରାଜ୍ୟରେ ଅପଣ ହେବେ ରାଜା ଓ କଲ୍ୟାଣୀ ହେବ ଆପଣଙ୍କର ରାଣୀ । ଆମେମାନେ ସମସ୍ତେ ଆପଣଙ୍କର ଅନୁଗାମୀ ହୋଇ ନିଜ ସଂସାର ଧରି ସୁଖ ଶାନ୍ତି ରେ ରହିବା । କାହିଁକି ଏ ସନ୍ତାନ ବ୍ରତ ଧାରଣ କରି ନିଜ ଜୀବନକୁ ନଷ୍ଟ କରି ଦେବା?

ଧୀରାନନ୍ଦ ଠାରୁ ଏପରି କଥା ଶୁଣି ଭାବାନନ୍ଦଙ୍କ କାନକୁ ଜମା ବିଶ୍ବାସ ହେଲା ନାହିଁ ଯେ ସନ୍ତାନମାନଙ୍କ ମଧ୍ୟରେ ଏମିତି ବି ଜଣେ ବିଶ୍ଵାସଘାତକ ଥାଇପାରେ ବୋଲି । ଏମିତି ଗୋଟେ ବିଶ୍ଵାସ ଘାତକୁ ଛାଡି ଦେବା ଅର୍ଥ ଆନ୍ଦୋଳନକୁ ଭଣ୍ଡୁର କରିବା ସହ ସମାନ ତେଣୁ ସଙ୍ଗେ ସଙ୍ଗେ ନିଜ ଖୋଳରୁ ଖଣ୍ଡା ବାହାର କରି ଧୀରାନନ୍ଦ ତଣ୍ଟିରେ ନେଇ ରଖି ଦେଲେ, କିନ୍ତୁ ବିଚକ୍ଷଣ ଧୀରାନନ୍ଦ;ଭବାନନ୍ଦଙ୍କୁ ଗୋଟେ ଜୋରରେ ଧକା ମାରି ଦଉଡି କି ସେଠୁ ପଳାଇଲା ।

ସେପଟେ କଲ୍ୟାଣୀ ଠାରୁ ତିରସ୍କାର ଆଉ ଏପଟେ ଧୀରାନନ୍ଦର ବିଶ୍ଵାସଘାତକତା ଦୁଇଟା ଜାକ ଜିନିଷକୁ ଭବାନନ୍ଦ ଏକା ସଙ୍ଗେ ଜମା ଗ୍ରହଣ କରି ପାରୁ ନଥିଲେ । ଆନନ୍ଦ ମଠକୁ ଯାଉଥିବା ବେଳେ ସେ ଭାବୁଥିଲେ “ମୁଁ ଜଣେ ସନ୍ନ୍ୟାସୀ ହୋଇ କିପରି ଏପରି ଅଧର୍ମ କାମ କରି ବାକୁ ଉଦ୍ୟତ ହେଉଥିଲି? ମୋ ଭିତରେ କାହିଁକି ଏପରି ଇନ୍ଦ୍ରିୟ ବାସନା ଜାଗୃତ ହେଲା”? ଏମିତି ଭାବୁ ଭାବୁ ସେ ଯାଇ ମଠରେ ପହଞ୍ଚି ଯାଇ ନିଜ ପ୍ରକୋଷ୍ଠରେ ନିଦ୍ରା ଯାଆନ୍ତେ ତାଙ୍କୁ ଲାଗିଲା ସତେ ଯେମିତି ତାଙ୍କ ଅନ୍ତର ଆତ୍ମାରୁ କିଏ ଜଣେ କହୁଛି “ବତ୍ସ! ତୁମେ ବ୍ୟସ୍ତ ହୁଅ ନାହିଁ । ତୁମେ ବିପଥ ଗାମୀ ହୋଇ ନାହଁ । ମୁଁ ତୁମ ସହ ଅଛି । ଆଖି ଖୋଲିଗଲା ତାଙ୍କର ନିଦ୍ରାରୁ ଏବଂ ପୁଣି ପ୍ରଭୁଙ୍କୁ ନମସ୍କାର କରି ନିଦ୍ରା ଗଲେ ସେ ।

ତା’ପର ଦିନ ସକାଳୁ ମହର୍ଷି ସତ୍ୟାନନ୍ଦ ଆସି ମଠରେ ପହଞ୍ଚି ଗଲେ । ସେ ଶାନ୍ତିକୁ ନିଜ ପାଖକୁ ଡାକି କହିଲେ “ମୁଁ ଜାଣିଛି ଶାନ୍ତି! ଜୀବାନନ୍ଦ ଯେହେତୁ ତୁମ ସହିତ ମିଳାମିଶା କରିଛି ସନ୍ତାନ ଧର୍ମର ନିୟମ ଅନୁସାରେ ସେ ନିଶ୍ଚୟ ପ୍ରାଣ ତ୍ୟାଗ କରିବ, କିନ୍ତୁ ତୁମର କାମ ହେଲା ତୁମେ ଜୀବାନନ୍ଦକୁ ବୁଝାଇ ଏହି କାମରୁ ବିରତ କରାଇବ ; ମୁଁ ଏହି କଥା ଏଇଥି ପାଇଁ କହୁଛି ଯେ ଏ ବ୍ରତକୁ ଯିଏ ଗ୍ରହଣ କରିଛି ସେ ଦିନେ ନା ଦିନେ ନିଶ୍ଚିତ ମୃତ୍ୟୁ ମୁଖରେ ପଡିବ, କିନ୍ତୁ ମୃତ୍ୟୁ ପୂର୍ବରୁ ଆମ କାର୍ଯ୍ୟ ସିଦ୍ଧ ହେବା ଦରକାର । କାର୍ଯ୍ୟ ସିଦ୍ଧ ନ ହୋଇ ଯଦି ଆମେ ପ୍ରାଣ ଉତ୍ସରଗ କରିବା ସେ ବଳିଦାନର କିଛି ମହତ୍ଵ ରହିବ ନାହିଁ । ସେଥି ପାଇଁ ମୁଁ ତୁମକୁ ଏ ଗୁରୁ ଦାଇତ୍ଵ ଦଉଛି ଯେ ତୁମେ ସନ୍ତାନ ମାନଙ୍କର ମାତା ସାଜି କାର୍ଯ୍ୟ ସିଦ୍ଧ କରାଅ । ଏହା ମୋର ତୁମ ପାଇଁ ଆଦେଶ” । ଏହି କଥା କହି ମହର୍ଷି ସତ୍ୟାନନ୍ଦ ସେଠାରୁ ବିଦାୟ ନେଲେ ।

ଧୀରେ ଧୀରେ ସନ୍ତାନ ମାନଙ୍କ ମଧ୍ୟରେ ଏହି କଥା ପ୍ରଚାରିତ ହେଇଗଲା ଯେ ମହର୍ଷି ସତ୍ୟାନନ୍ଦ ତପସ୍ୟା କରି ସିଦ୍ଧ ହୋଇ ଫେରିଛନ୍ତି । ଏବେ ସେ ହିଁ ଆମ ସମସ୍ତଙ୍କୁ ଏ ମୋଗଲ ଓ ଇଂରେଜ ମାନଙ୍କ ଠାରୁ ଆମକୁ ମୁକ୍ତ କରାଇବେ । ମହର୍ଷି ସତ୍ୟାନନ୍ଦ ସମସ୍ତ ସନ୍ତାନମାନଙ୍କୁ ମଠର ପ୍ରାଙ୍ଗଣରେ ଏକଜୁଟ ହେବାକୁ ଆଦେଶ ଦେଲେ । ଶହଶହ ସଂଖ୍ୟାରେ ସନ୍ତାନ ମାନେ ଆସି ସେଠାରେ ଜମା ହୋଇ ଗଲେ । ମହର୍ଷି ସତ୍ୟାନନ୍ଦ ମଠର ଉପରି ଭାଗକୁ ଚାଲି ଯାଇ ଉଚ ସ୍ଵରରେ ପ୍ରଥମେ କହିଲେ “ବନ୍ଦେ ମାତରମ୍” । ସମସ୍ତ ସନ୍ତାନମାନଙ୍କର ବନ୍ଦେ ମାତରମ୍ ଧ୍ୱନିରେ ଆନନ୍ଦ ମଠ ସହ ପୁରା ଜଙ୍ଗଲ ପ୍ରକମ୍ପିତ ହୋଇ ଉଠିଲା । ତା’ପରେ ମହର୍ଷି ସତ୍ୟାନନ୍ଦ ସମସ୍ତଙ୍କୁ ଉଦବୋଧନ ଦେଇ କହିଲେ “ମୋର ପ୍ରିୟ ସନ୍ତାନଗଣ ଆଜି ମୁଁ ତୁମ ମାନଙ୍କୁ ଗୋଟିଏ ବିଶେଷ କଥା କହିବି । କ୍ୟାପଟେନ୍ ଟମାସ୍ ବୋଲି ଗୋଟେ ଦୁରାଚାରୀ ଇଂରେଜ ସେନାପତି ଆମର ବହୁତ ସନ୍ତାନ ମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରୁଛି । ଆଉ ଆଜି ସେ ସମୟ ଉପନୀତ ହୋଇଛି ଯେ ଆମେ ସମସ୍ତେ ତା’ର କ୍ରୂରତାର ପ୍ରତିଶୋଧ ନବା ତୁମେ ମାନେ କଣ ଚାହଁ”? ସମସ୍ତେ ଏକ ସ୍ଵର ରେ କହି ଉଠିଲେ “ପ୍ରତିଶୋଧ” । ପୁଣି ମହର୍ଷି ସତ୍ୟାନନ୍ଦ କହି ଉଠିଲେ “କିନ୍ତୁ ସେଥିପାଇଁ ଆମକୁ କିଛି ସମୟ ଅପେକ୍ଷା କରିବାକୁ ପଡିବ । କାରଣ ଇଂରେଜମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଅଛନ୍ତି । ଆଉ ଆମକୁ ସେମାନଙ୍କୁ ସାମ୍ନା କରିବାକୁ ହେଲେ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ପଡିବ । ସେଥିପାଇଁ ମୁଁ ପଦଚିହ୍ନ ଗ୍ରାମରୁ ୨୦/୨୫ ତୋପ,ବନ୍ଧୁକ ,ଗୁଳିଗୋଳା ଇତ୍ୟାଦି ମଗାଇଛି । ସେସବୁ ଆସିବା ପରେ ଆମେ ସମସ୍ତେ ସଂଘବଦ୍ଧ ଭାବେ କ୍ୟାପଟେନ୍ ଟମାସ୍ ର ସେନା ଉପରକୁ ଆକ୍ରମଣ କରିବା । କିନ୍ତୁ ମହର୍ଷି ସତ୍ୟାନନ୍ଦଙ୍କ କଥା ସରିଛି କି ନାହିଁ ହଠାତ୍ ମଠର ବାହାରେ ତୋପ ଏବଂ ବନ୍ଧୁକରୁ ଗୁଳିଗୋଳା ବର୍ଷଣ ହେବାର ପ୍ରଚଣ୍ଡ ଶବ୍ଦ ସୁଣାଗଲା ।


ଆଉ ତା’ପରେ .....

କଲ୍ୟାଣୀ କ’ଣ ଭବାନନ୍ଦଙ୍କ କବଳରୁ ମୁକୁଳି ମହେନ୍ଦ୍ର ଓ ତାଙ୍କ କନ୍ୟାକୁ ଦେଖାକରି ପାରିବେ ?

ଶାନ୍ତିର ବୀରତ୍ଵ କ’ଣ ସତରେ ସନ୍ତାନମାନଙ୍କ କାମରେ ଆସିବ?

ଭବାନନ୍ଦ ଓ ଜୀବାନନ୍ଦ ଉଭୟ କ’ଣ ସତରେ ସନାତନ ଧର୍ମ କୁ ରକ୍ଷା କରିବାକୁ ଯାଇ ନିଜ ପ୍ରାଣବଳି ଦେବେ?

କ୍ୟାପଟେନ୍ ଟମାସ୍ କ’ଣ ସନ୍ନ୍ୟାସୀ ଆନ୍ଦୋଳନକୁ ଦମନ କରିବାରେ ସକ୍ଷମ ହେବେ?




Rate this content
Log in

Similar oriya story from Classics