ଅକଥାରୁ ବ୍ୟଥା
ଅକଥାରୁ ବ୍ୟଥା
ହେଇ..
କିଛି ଖରାପ ଭାବିବନି ,ଏମତି କହିଲି ବୋଲି । କଣ କରିବି କୁହ ..? ଏକଥା ନକହି ବି ରହି ହେଲାନି.. ଆଜି ବୁଝିବ କାଲି ବୁଝିବ ଏମିତିରେ ଅନେକ ଦିନ ବିତିଗଲା । ଆଉ ତାପରେ ଲାଗିଲା ନାଃ.. ତୁମେ ଆଉ ଏ ଜନ୍ମରେ ବୁଝି ପାରିବନି..।
ହେଇ..
ମୁଁ ଏବେ ଯାହା କହିବି ତୁମେ କିଛି ମାଇଁଣ୍ତ୍ କରିବନି..ନା..
ସତ କୁହ..ଯଦି ହଁ ତେବେ କହିବି ନ ହେଲେ ଥାଉ.. କାହିଁକି ନା ଜୀବନର କୌଣସି ପରିସ୍ଥିତିରେ କୌଣସି କାରଣ ପାଇଁ ମୁଁ ତୁମକୁ ହରେଇବାକୁ ଚାହେଁନା..କ’ଣ କହୁଛ..?
କହିବି..??
ହେଇ..
ପଛରେ ଏଇ କାରଣକୁ ନେଇ ତୁମ ମନରେ ଏତିକି ଟିକିଏ କଷ୍ଟ ବି ମୋତେ ବହୁତ୍ ଆଘାତ ଦେବ ଜାଣିଛ..!
ହଉ..ତୁମେ ଟିକେ ସହଜ ମନରେ ବୁଝିବାକୁ ଚେଷ୍ଟାକର
ଆଶା କରୁଛି ତୁମେ ଏଇ କଥାକୁ ସକାରାତ୍ମକ ଦୃଷ୍ଟି କୋଣରୁ ବିଚାର କରିବ..।
ହେଇ..
ଫୁଟିଗଲା..ଢୋ..
ତମେ ଡରିଗଲଣି ନା କଣ..?
ମୁଁ କଣ ଏମିତି କହିବି ଯେ..? ସେ କଥା ସହ୍ୟ ନା ଅସହ୍ୟ ବୋଧ ହେବ ତୁମର ..!
ହେଇ..
ଡୋନ୍...ବି..ସିରିୟେସ୍ ୟାର୍ ..
ଶୁଣ..ବହୁତ୍ ଦିନରୁ ମୁଁ ଦେଖି ଆସୁଛି ତୁମେ ଯୋଉ ସବୁ ସୁନ୍ଦର ଦୃଶ୍ୟ କୁ ନିଜ କବିତାରେ ପୋଷ୍ଟର୍ କରି ବ୍ୟବହାର କରି ଆସୁଛ..? ସେଇ କଥା..
ବହୁ୍ତ୍ ସୁନ୍ଦରୀ ସୁନ୍ଦରୀ ଝିଅ ମାନଙ୍କ ଫୋଟ ଉପରେ ବି ତାକୁ ଲୁଚେଇ ଦେଲା ଭଳି ଗାଢ ଗାଢ ଅକ୍ଷରେ ତା ମୁହଁ ଉପରେ ଲେଖି ଚାଲୁଛ ତୁମ କବିତା..
ରାଇଟ୍..
ତୁମେ କେବେ ତୁଳନା କରିଛ ତୁମ କବିତା ନା ତା ପଛରେ ଥିବା ଚେହେରା ବା ଦୃଶ୍ୟ କୋଉଟା ଭଲ ଲାଗେ ପାଠକ ବା ତୁମ ପ୍ରିୟ ପରିଜନ ମାନଙ୍କୁ..ହାଁ..
ଅସଲ କଥା ଏଇଠି । ତୁମେ ସତ କ’ଣ ଜାଣିନ ଏ ଯାଏଁ..। ନୋହିଲେ ସେଇ ସମାନ ଭୁଲ୍ କୁ ବାରମ୍ବାର ତୁମ ସାରା ଜୀବନ ଏମିତି ଦୋହରଉ ନଥାନ୍ତ..। ଲେଖ... ଭଲ ଚିତ୍ର ଉପରେ ହିଁ ତ କବିତା ଗୁଡା ସୁନ୍ଦର ଲାଗେ..। ସତରେ କିଛି ଲୋକ ତୁମ ଛପା ଚିତ୍ର ମୋହରେ ଆକର୍ଶିତ ହେଲା ପରେ ଯାଇ ତ ତୁମ କବିତା ପଢିବେ । କବିତା ପଛର ଫୋଟ ଚିତ୍ର ଯଦି ଆକର୍ଷଣୀୟ ନହେଲା ତେବେ ତୁମକୁ ବାଦ୍ ଦେଲେ କଷ୍ଟେ ମଷ୍ଟେ ଆଉ ଦଶ ଆଠ ଜଣ ହିଁ ପଢି ପାରନ୍ତି ତୁମ କବିତା ..।
ହେଇ..
ଏମିତି କହୁଛି ବୋଲି କିଛି ଭାବୁନ..ତ..??
ଆରେ ତୁମେ ଯୋଉ ଉଦ୍ଧେଶରେ ବୁଡିଆଣି ଜାଲ ପକେଇ ଶିକାର କରିବାକୁ ଚାହୁଁଛ ତାକୁ ତୁମେ ହିଁ ତ ଅଜ୍ଞତା ବଶତଃ ଛିଣ୍ତେଇ ବସୁଛ । ଫସୁଛି କିଏ ତୁମେ ନିଜେ ହିଁ ନିଜ ଜାଲରେ ଫସୁଛ..ହେଲା..।
ମୋ କଥା ମାନ ଟିକେ ଭଲରେ ନିରୋଳାରେ ସୁସ୍ଥ ମସ୍ଥିସ୍କରେ ଭାବ.. ମୁଁ କାହିଁକି ଆଉ କୋଉଥି ପାଇଁ ଏମିତି କଥା ସବୁ କହିଲି..। ଟିକେ ସମୟ ନେଇକି ବିଚାର କର..
ହେଇ..
ତୁମେ ଏତେ ବିଷଣ୍ଣ କାହିଁକି..ଯେ..?
ସତରେ କଣ ଖରାପ ଲାଗୁଛି ମୋ କଥା..? କାହିଁ ଆଗରୁ ତ ତୁମକୁ କେହି ଏମିତି କଥା ସବୁ କହିନ ଥିଲେ ଇଭେନ୍ ମୁଁ ବି ନୁହଁ..ହେଲେ ଆଜି କାହିଁକି..?
କାହିଁକି କହିବି..?
କାହିଁକି ନା ମୁଁ ତୁମକୁ ତୁମର ସମସ୍ତ ପ୍ରିୟ ପରିଜନଙ୍କ ଅପେକ୍ଷା ବେଶି ଭଲ ପାଏ..
ଭେରି ସିମ୍ପଲ୍..
ହା..ହା..ହା..
ଏଥର ବୁଝିଲ..??
ହେଇ..
ତୁମ ମୁହଁରୁ ହସ କହିଁକି ଲିଭିଗଲା ଯେ..? କାହିଁ ତୁମକୁ ତ ଆଗରୁ ମୁଁ ଏତେ ସିରିୟସ୍ ହେବାର କେବେ ଦେଖି ନଥିଲି..।
ତ..ଆଜି କଣ ଏମିତି ହେଇଗଲା ସତରେ..ହାଁ..?
ଜାଣିଛ କାବ୍ୟ କବିତା ସବୁ ରସର କଥା..ତୁମେ ନିଜେ ଯଦି ଜଣେ ବେରସିକ ବୋଲି ପରିଚୟ ଦେବ ତ କିଏ ଆଉ ପଢିବ ତୁମ କବିତା..?
ହେଇ..
ଏଥର ବୁଝିଲ ତ ଜୀବନରେ ଆଉ କେବେ କୋଉ ସୁନ୍ଦର ଚେହେରା ବା ଦୃଶ୍ୟ ଉପରେ ନିଜ କବିତା ଛାପିବନି..ଯଦି ଛାପିବ ଦୃଶ୍ୟ ବା ଚେହେରା ର
ସୁନ୍ଦରତାରେ ଆଞ୍ଚ ନଆଣି ଖାଲି ଯାଗାରେ ତୁମ କବିତା ଲେଖିବ...ହେଲା..।
ଚେହେରା କିମ୍ବା ଦୃଶ୍ୟର ସତ୍ୟା ନାଶ କରୁଥିବା ଲୋକଙ୍କୁ କଣ ଲାଗେ ଜାଣିଛ ..?
ଛାଡ ପରେ କେତେବେଳେ କହିବି ସେ କଥା..ଏଇନେ ସବୁ କଥା କହିଦେଲେ ତୁମେ ମନ କଷ୍ଟ କରିବ..କିଏ ସେମିତି କବିତା ସବୁ ପଢୁଥିବ ମୁଁ ଜାଣିନି କୁନ୍ତୁ ମୁଁ ତ କେବେ ଭୁଲ୍ ରେ ପଢେନି ଏମିତି କବିତା ସବୁ...
ଆଉ ତୁମେ ଜାଣିଛ ଖାଲି f.b ରେ ନୁହଁ ଦୁନିଆଁ ରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ କେବେ କିଛି ପଢନ୍ତି ନାହିଁ ..କେବଳ ଛବି ଦେଖି ଦେଖି ପାର ହୁଅନ୍ତି..। ତୁମେ ପଚାରିଲେ କହି ତ ଦେବେ ହଁ ମୁଁ ସବୁ ଲେଖା ପଢି ସାରିଛି ସେମାନଙ୍କ ଚେହେରା ଥରେ ପଢ ଆଉ ଜାଣ ହସି ହସି ସେମାନେ ତୁମକୁ କେମିତି ମିଛ ଗୁଢା ସତ ପରି ଗଡ୍ ଗଡ୍ କହି ଯାଉଛନ୍ତି..। ଆରେ ସେମାନଙ୍କ କଥା ଛାଡ ସେମାନେ ଗୋଟେ ପ୍ରକାର ରୁପ ପାଗଳ ଦୈବ ସେମାନଙ୍କୁ କିଛି କମ୍ ସିଷ୍ଟମ୍ ଦେଇ ଛାଡିଛି
ଦୁନିଆକୁ ଯୋଉ ମାନଙ୍କ ନିଜର ଅନୁଭବ କରିବାର ଶକ୍ତି ନାହିଁ ସେମାଙ୍କୁ ତୁମେ କଥା ଓ କବିତାରେ ରୁପ ରଙ୍ଗ ଗନ୍ଧ ସ୍ପର୍ଶ ବିଷୟରେ ବୁଝେଇଦେଇ ପାରିବ ..? ନା..ଅନୁଭବ କରେଇ ପାରିବ....!
କଦାପି ନୁହଁ..!!!
ହା..ହା..ହା..
ହେଇ..
ତୁମେ ମୋ କଥାକୁ ନେଇ କିଛି ମାଈଣ୍ତ୍ କରିନ ତ..
ମୋ ରାଣ ସତ କୁହ..
ଏବେ..ଏଇଠି..
ହେଇ..
ଏବେ ନ ହେଲା ନାଇଁ ପରେ ଫୋନ୍ କରି କହିବ ମୋ କଥା ତୁମକୁ କେମିତି ଲାଗିଲା..ହେଲା..
ହେଇ
bhabani charan mishra
mohana (gajapati )
9438187739