Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abinash Das

Others

5.0  

Abinash Das

Others

ଗଧ ଡ଼ାକ

ଗଧ ଡ଼ାକ

3 mins
1.7K


    (୧)

ସ୍ନିଗ୍ଧା ସେଦିନ ହସିଲା । କହିଲା ସବୁ ମ୍ୟାମ୍ ମାନେ ତ ସେମିତି । ଗଧ ତ ସମସ୍ତେ ଡାକନ୍ତି ।

ଏମିତି ଥିଲା .......

-ଏଇ ; ଉଠ ... ସମୟ ହେଲାଣି । ଗଧ ପରି କଣ ଶୋଇଛ ଯେ....ଉଠ

ସ୍ନିଗ୍ଧା ଚାଦରକୁ ଟାଣି ମୋତେ ସକାଳୁ ଉଠଉଥିଲା କାରଣ ସେଦିନ ତାକୁ ନେଇ ବୁଲିବାକୁ ଯିବାର ଥିଲା ।

- ହେ ! ଖବରଦାର୍ ତୁମେ ମୋତେ ଗଧ କହିପାରିବନି !

- କାଇଁ ଗଧ କହିଲେ କଣ ହେବ କି ?

- ଆରେ ଗଧ ତ ଡାକୁଥିଲେ ମୋତେ ଜଣେ । କଲେଜ୍ ସମୟରେ ଆଉ ତା ପରେ କିଛିଦିନ...ଏମିତି କିଛି ଦିନ ଡାକୁଥିଲେ ସେ ; ହେଲେ ସେ ମୋତେ ହାଇବ୍ରିଡ୍ ଗଧ ବୋଲି ଡାକୁଥିଲେ । ତାଙ୍କର ଗୋଟେ ଭଲ ଛାତ୍ର ବି ଥିଲି....

      ବହୁତ ଦିନ ପର୍ଯ୍ୟନ୍ତ ଠିକ୍ ଠାକ୍ ଥିଲି । ତାପରେ ମୁଁ ଆଉ ଜାଣିନି କଣ ହେଲା ? ପଚାରିଛି ଅନେକ ଥର ; ନା କିଛି କହିଛନ୍ତି ସେ....

  ବହୁଥର କହିଛି ଗଧ ବୋଲି ଡାକନ୍ତୁ....ହେଲେ ଆଉ ଡାକିନାହାନ୍ତି ସେ.....

(ଦୀର୍ଘ ନିଃଶ୍ୱାସ ମାରି ଚୁପ୍ ହୋଇ ଚାଲିଗଲି ଫ୍ରେସ୍ ହେବାକୁ...କାହିଁକି ନା ସ୍ନିଗ୍ଧା ସହ ବଜାର ବୁଲିବାର ଥିଲା)

ସ୍ନିଗ୍ଧା ଚୁପ୍ ହୋଇ ରହିଥିଲା...

    (୨)

- ଆରେ ଚାଲ ଶିଘ୍ର ! ମୋର ପୁଣି ସେପଟୁ ଆସିଲେ ବହୁତ କାମ ।

ସେ ଆସି ଗାଡିରେ ବସିଲା

-ଶୁଣ ! କିଛି କହିବି ତୁମେ ରାଗିବନି ତ ...

- ହଁ କୁହ...

- ମୁଁ ପଢୁଥିବା ସମୟରେ ସବୁ ସାର୍ ମ୍ୟାମ୍ ପିଲା ମାନଙ୍କୁ ଗଧ ବୋଲି ଡାକୁଥିଲେ..ହେଲେ ଇଏ ତୁମର କି ପ୍ରକାର ପାଗଳାମି...ତୁମେ ଛୋଟ ଥିଲ ସେ ଡାକୁଥିଲେ ....ଆଉ କଲେଜ୍ ଛାଡିବା ପରେ ହୁଏତ ତାଙ୍କୁ ଡାକିବାକୁ ଭଲ ଲାଗୁନଥିବ ...

- ହଁ , ସେ ବି ଦିନେ ଏପରି କହୁଥିଲେ ...ମୁଁ କାଳେ ବଡ ହୋଇଗଲିଣି....କିନ୍ତୁ..ମୁଁ ସବୁଦିନ ଛୋଟ ତାଙ୍କ ପାଖରେ....

- ଆରେ ସେମିତି ହୁଏନି...

- ସ୍ନିଗ୍ଧା ! ତୁମେ ଚୁପ୍ ହୋଇ ବସିବ କି ?

- ବସୁଛି...ତୁମେ ମୋ କଥା କଣ ରଖିଛ ଯେ ରଖିବ.....

  (୩)

ତାକୁ ସିନା ମୁଁ କିଛି କହିଲିନି ....ହେଲେ ଏବେ ବି ମୋ କାନ ଝୁରୁଛି ସେ ଗଧ ଡାକକୁ...

  ଆଖି ଖୋଜୁଛି ସେ ମେସେଜ୍ ଯେଉଁଥିରେ ଗଧ ବୋଲି ଲେଖାଥିବ !!!

ସତେ ଯେମିତି ଲାଗୁଥିଲା ମୋତେ କିଏ ଉପହାସ କରି କହୁଥିଲା...ତୁ ସେମିତି ଥିବୁ ହେଲେ ଆଉ ଶୁଣିପାରିବୁନି ସେ ଡାକ....

ସେଦିନ ତୁ ତାଙ୍କର ଗୋଟେ ଛାତ୍ର ଥିଲୁ...ହେଲେ ଏବେ ତାଙ୍କର ଅନେକ ଛାତ୍ର ଛାତ୍ରୀ ଥିବେ...............ଯେଉଁମାନେ ତାଙ୍କୁ ଅନେକ ଖୁସିର ଗାଲିଚା ଉପରେ ବସାଇ ଆନନ୍ଦର ପୁଷ୍ପ ବୃଷ୍ଟି କରୁଥିବେ....

ତୋର ମନେପଡୁନି କି ତୋ ମାର୍କରେ ସେ ଖୁସି ନଥିଲେ....କଣ ଦେଇଛୁ ତୁ ତାଙ୍କୁ ..... କଣ ଦେଇପାରିଲୁ ତାଙ୍କୁ ତାଙ୍କ ପରିଶ୍ରମର ଫଳ....ତୁ କଣ ଛାତିରେ ହାତ ଦେଇ କହିପାରିବୁ ତୁ ତାଙ୍କ ପାଇଁ କିଛି କରିଛୁ....

କରିନୁ ତ ଏତେ ଆଶାବାଦୀ ହୋଇ ଏଠି ବସିଛୁ କାହିଁକି .... ଭୁଲିଯା ! ଆଉ ଭାବିବା ବି ତୋ ପକ୍ଷେ ପାପ ହେବ...

ଆରେ ତୁ ପରା ଗୀତା ରେ ପଢିଥିଲୁ - " କର୍ତ୍ତବ୍ୟ ଦୈବ୍ୟ ମାହିକମ୍ । ମା ଫଳେଷୁ କଦାଚନ

କର୍ତ୍ତବ୍ୟ କରିଚାଲ .....ତୁ ନିଶ୍ଚିତ ଦିନେ ଶୁଣିବୁ ତୋର ଚିର ଇପ୍ସିତ ଗଧ ଡାକ.....!!!

  (୪)

ସାରା ଦିନ କଲେଜରେ ପଢାଇବା ପରେ...ଥକି ପଡିଥିଲି ଆଉ ଘରକୁ ଆସି ଶୋଇଥିଲି ।

 ସ୍ନିଗ୍ଧା ବୋଧେ ରାତିରେ ଡାକୁଥିଲା ଖାଇବା ପାଇଁ...ଆଉ ମୁଁ ନ ଉଠିବାରୁ ସେ ବି ସେମିତି ଶୋଇଗଲା ।

 ନୂଆ ଆଶା ନେଇ ଶିଶିର ଭିଜା ସକାଳଟା ଆସି ଅଗଣାରେ ପହଞ୍ଚି ତାର ସ୍ୱର୍ଣ୍ଣିମ କିରଣରେ ଭିଜାଇ ଦେଇ ଖିଲିଖିଲି ହସୁଥିଲା... ଆମ୍ବ ଗଛରେ ଅଦିନରେ କାହିଁକି କେଜାଣି ଶୁଭୁଥିଲା କୋଇଲିର କୁଜନ...କୁହୁ କୁହୁ....!!!

  ଠାକୁର ଘରୁ ଶୁଭୁଥିଲା ଶଙ୍ଖ ନାଦ, ସ୍ନିଗ୍ଧା ବଜାଉଥିଲା....

ଘର ଅଗଣା ଫୁଲ ବଗିଚାରୁ ଭାସି ଆସୁଥିଲା ସୁଗନ୍ଧ ......

 (୫)

କ୍ରିଂ କ୍ରିଂ କ୍ରିଂ

ମୁଁ ଫୋନ୍ ଉଠାଇ ହେଲୋ କହିବା ଆଗରୁ ସେପଟୁ ଶୁଭିଲା

-ହଁ ଗଧ !!! ମୋ ପୁଅ ଆଜି ତୁମ କଲେଜ୍ କୁ ଯାଉଛି...ତୁମେ ତ ଗଧ .......ତାକୁ ଗଧ କରିବନି ନ ହେଲେ କାନ ମୋଡା .... କଣ ମନେପଡୁଛି ତ...

ଗପକୁ ଏଇଠି ସାରୁଛି । ବେଶୀ ଆଗକୁ ନେଲେ ଉପନ୍ୟାସ ବି ହୋଇପାରେ


Rate this content
Log in