Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ - ୩୨
ବିକ୍ରମ ବେତାଳ - ୩୨
★★★★★

© ଓଡିଆ ଶିଶୁ ଗପ

Children

3 Minutes   7.1K    15


Content Ranking

ରୂପ-ସୁନ୍ଦରୀ କଥା



ଅନଂଗ ଦେଶରେ ସନ୍ତ ଏବଂ ବସନ୍ତ ନାମରେ ଦୁଇଭାଇ ବସବାସ କରୁଥିଲେ । ସେମାନେ ଦେଖିବାକୁ ଯେମିତି ସୁନ୍ଦର, ସେହିପରି ମଧ୍ୟ ଗୁଣବାନ । ସେମାନେ ପରସ୍ପରକୁ ଖୁବ୍ ଭଲ ପାଉଥିଲେ । କେହି କାହାକୁ ଗୋଟିଏ ମୁହୂର୍ତ ପାଇଁ ମଧ୍ୟ ଛାଡୁନଥାନ୍ତି । ସେମାନଙ୍କର ଏହି ଭାତୃପ୍ରେମ ଦେଖି ଅନ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି । ସେମାନଙ୍କର ଖାଇବା, ପିଇବା, ଶୋଇବା ଏପରିକି ବୁଲିବାକୁ ଯିବା କାର୍ଯ୍ୟ ମଧ୍ୟ ସାଂଗହୋଇ କରନ୍ତି । ଦିନେ ଦୁଇଭାଇ ଗୋଟିଏ ବଗିଚାରେ ବୁଲୁଥିବା ସମୟରେ ଦୁଇଭାଇଙ୍କର ନଜର ଗୋଟିଏ ଅପୂର୍ବ ସୁନ୍ଦରୀ ଝିଅ ଉପରେ ପଡିଲା । ଝିଅଟିର ସୌନ୍ଦର୍ଯ୍ୟରେ ଦୁଇଭାଇ ବିମୋହିତ ହୋଇଗଲେ । ହେଲେ ଝିଅଟିର ନାମ, ଗ୍ରାମ, ଠିକଣା ତ’ ସେମାନଙ୍କୁ ଜଣା ନାହିଁ । ସେହି ବଗିଚାରେ ବୁଲୁଥିବା ଏକ ବୁଢୀକୁ ‘ସନ୍ତ’ ଓ ‘ବସନ୍ତ’ ଯାଇ ସେହି ଝିଅ ବିଷୟରେ ପଚାରିଲେ । ବୁଢୀଟି ବଡଭାଇ ବସନ୍ତକୁ ଆସନ୍ତାକାଲି ସେହି ସମୟରେ ସେହି ଉଦ୍ୟାନକୁ ଆସିବାକୁ କହିଲା ।

ପରଦିନ ବସନ୍ତ ଘୋଡା ବାହାର କରି ସୁନ୍ଦରୀ କନ୍ୟାକୁ ଭେଟିବାକୁ ବାହାରିଲା । ସୁନ୍ଦରୀ ମଧ୍ୟ ଆସି ସେହି ସମୟରେ ବଗିଚାରେ ବୁଲୁଥାଏ । ସୁନ୍ଦରୀ ନିକଟରେ ପହଁଚି ବସନ୍ତ କହିଲା, “ହେ ସୁନ୍ଦରୀ! ତୁମ ନାମ କ’ଣ? ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି ।” ବସନ୍ତର କଥା ଶୁଣିବାପରେ ସୁନ୍ଦରୀ କନ୍ୟା ହସି ହସି ତାର ନାମ ‘ମାୟା’ ବୋଲି କହିଲା ଏବଂ କହିଲା, “ମୋର ତୁମକୁ ବିବାହ କରିବାରେ କୌଣସି ଆପତ୍ତି ନାହିଁ । ହେଲେ ପ୍ରଥମେ ତୁମେ ମୋ କଥା ଶୁଣ । ମୋର ଏହି ରୂପ ବାସ୍ତବ ରୂପ ନୁହେଁ । ଜଣେ ଋଷି ମୋତେ ଏକ ଅଲୌକିକ ପଦାର୍ଥ ଦାନ କରିଥିଲେ । ସେହି ପଦାର୍ଥକୁ ମୁଁ ମୋର ସମଗ୍ର ଶରୀରରେ ମାଖି ହେଲେ ମୁଁ ଏପରି ରୂପବତୀ ହୋଇଯାଏ । ହେଲେ ମୋତେ କିଏ ଜଣେ ଛୁଇଁବା ମାତ୍ରକେ ମୁଁ ମୋର ପୂର୍ବ ରୂପ ଫେରିପାଏ ।” ଏହି କଥା କହିବାପରେ ରୂପବତୀ କନ୍ୟା ତାର ପୂର୍ବରୂପକୁ ଫେରି ଆସିଲା । ଝିଅଟିର ପ୍ରକୃତ ରୂପ ଦେଖି ବସନ୍ତ ଉଦାସ ମନରେ ଘରକୁ ଫେରିଲା । ବଡ ଭାଇର ଉଦାସ ମୁଖମଣ୍ଡଳ ଦେଖି ସନ୍ତ ଜାଣିପାରିଲା ଯେ ସୁନ୍ଦରୀ ବୋଧହୁଏ ଭାଇର କଥାରେ ସମ୍ମତି ପ୍ରଦାନ କରିନାହିଁ । ମନେ ମନେ ଏହା ଭାବି ପରଦିନ ନିଜେ କିପରି ତାକୁ ସାକ୍ଷାତ କରିବ ସେହି କଥା ଚିନ୍ତା କଲା । ଯେମିତି ଅପରାହ୍ଣ ହୋଇଛି ସନ୍ତ ବଗିଚାକୁ ଯିବାକୁ ବାହାରିଲା । ସୁନ୍ଦରୀ ନିକଟରେ ପହଁଚି ନିଜର ମନର କଥା ପ୍ରକାଶ କଲା । ସୁନ୍ଦରୀ ମଧ୍ୟ ଅନୁରୂପ କଥା ସନ୍ତକୁ କହିଲା । ସୁନ୍ଦରୀର କଥା ଶୁଣିବାପରେ ସନ୍ତ ତାକୁ କହିଲା, “ମୁଁ ତୁମର ରୂପକୁ ନୁହେଁ ତୁମର ଗୁଣକୁ ଭଲପାଏ । ତେଣୁ ମୁଁ ତୁମକୁ ବିବାହ କରିବାକୁ ରାଜି ଅଛି ।”

ଏହାପରେ ସନ୍ତ ସହିତ ସୁନ୍ଦରୀର ବିଭାଘର ହୋଇଗଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ବିବାହ ପରେ ସନ୍ତ ସୁନ୍ଦରୀ କନ୍ୟାକୁ ଛୁଇଁବା ପରେ ମଧ୍ୟ ତା’ର ରୂପରଂଗରେ କୌଣସି ପରିବର୍ତ୍ତନ ହେଲା ନାହିଁ । ଏହା ଦେଖି ସନ୍ତ ଆଶ୍ଚର୍ଯ୍ୟ ହୋଇଯାଇ ସ୍ତ୍ରୀକୁ ସବୁ କଥା ପଚାରିବାରୁ ସେ କହିଲା, “ମୁଁ ତୁମ ଦୁଇଭାଇଙ୍କୁ ପ୍ରକୃତରେ ପରୀକ୍ଷା କରୁଥିଲି । ତୁମେ ମୋ ଗୁଣକୁ ଚାହିଁବାରୁ ମୁଁ ତୁମକୁ ବିବାହ କରିବାକୁ ଇଚ୍ଛୁକ ହେଲି ।” ଏହି କଥା ଯେତେବେଳେ ବଡଭାଇ ବସନ୍ତ ଜାଣିଲା ସେ ମନେ ମନେ ରାଗରେ ଜଳିଗଲା । ଦୁଇଭାଇଙ୍କ ମଧ୍ୟରେ ଆଉ ଭଲ ସଂପର୍କ ରହିଲା ନାହିଁ । ଦିନେ ସନ୍ତ କୌଣସି କାର୍ଯ୍ୟରେ ବାହାରକୁ ଯାଇଥାଏ । ବସନ୍ତ ଜୋର୍ ଜବରଦସ୍ତ ମାୟାର କୋଠରୀକୁ ଯାଇ ତାକୁ ଉପଭୋଗ କରିବାକୁ ଚେଷ୍ଟା କଲା । ଠିକ୍ ଏହି ସମୟରେ ସନ୍ତ ଆସି ଘରେ ପହଁଚିଗଲା । ବଡଭାଇ ବସନ୍ତର ଏପରି କାର୍ଯ୍ୟ କଳାପ ଦେଖି ସଂଗେ ସଂଗେ ଖଣ୍ଡା ବାହାର କରି ତା’ର ମସ୍ତକକୁ ଶରୀରରୁ ଅଲଗା କରିଦେଲା । ଏହି କଥା ରାଜାଙ୍କ କାନକୁ ଗଲା । ରାଜାଙ୍କ ସିପାହୀମାନେ ଆସି ସନ୍ତକୁ ବାନ୍ଧି ନେଇଗଲେ ।

କାହାଣୀଟି କହିସାରି ବେତାଳ ବିକ୍ରମଙ୍କୁ ପଚାରିଲା, “ରାଜା! ତୁମେ ଏ ପରିସ୍ଥିତିରେ ଥିଲେ କ’ଣ କରିଥାଆନ୍ତ?” “ସନ୍ତକୁ କଣ ଦଣ୍ଡ ଦେଇଥାଆନ୍ତ? ନା’ ତାକୁ ଖଲାସ୍ କରିଦେଇଥାଆନ୍ତ?” ବେତାଳର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜା ବିକ୍ରମ କହିଲେ- “ମାୟା ହିଁ ଦୁଇ ଭାଇଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କଲା । ବସନ୍ତ କାମ ବଶୀଭୂତ ହୋଇ ମାୟାକୁ ଉପଭୋଗ କରିବାକୁ ଚାହିଁଲା । ସନ୍ତ ଭାଇର ଏପରି କାର୍ଯ୍ୟକଳାପକୁ ବରଦାସ୍ତ କରିନପାରି ଭାଇକୁ ମାରିଦେଲା । ତେଣୁ ମୁଁ ସନ୍ତକୁ ନିର୍ଦ୍ଧୋଶରେ ଖଲାସ୍ କରିଦେଇଥାନ୍ତି ।” ରାଜାଙ୍କର ଉତ୍ତର ଶୁଣି ବେତାଳ ହସିବାକୁ ଲାଗିଲା । ତାର ଏହି ହସ ଅତ୍ୟନ୍ତ ଭୟାନକ ଥିଲା । ରାଜା ବେତାଳକୁ ଯେତେ ଜୋର୍ରେ ଜାବୁଡି ଧରିଲେ ମଧ୍ୟ ସେ ପୁଣି ଉପରକୁ ଉଠି ଚାଲିଗଲା । ସବୁ ଥର ପରି ଏଥରକ ମଧ୍ୟ ପୁଣି ଯାଇ ସେହି ଗଛଡାଳରେ ଓଲଟା ଝୁଲି ରହିଲା । ରାଜା ଏହା ଦେଖି ଜୋର୍ରେ ରାଗିଗଲେ । ପୁଣି ଥରେ ବୃକ୍ଷ ଉପରୁ ବେତାଳକୁ ଆଣି କାନ୍ଧରେ ପକାଇ ଶ୍ମଶାନ ଅଭିମୁଖେ ଚାଲିଲେ । ବେତାଳ କହିଲା, “ରାଜା! ତୁମର ସେହି ସନ୍ୟାସୀ ଅମଂଗଳ ଚାହୁଁଛି । ତୁମେ ସେଠାକୁ ମୋତେ ନେଇ ଯାଅ ନାହିଁ ।” “କିନ୍ତୁ ରାଜା ତ’ ନଛୋଡ ବନ୍ଧା” ସନ୍ନ୍ୟାସୀ ନିକଟରେ ପ୍ରତିଜ୍ଞା କରିଛନ୍ତି ମାନେ ବେତାଳକୁ ସେଠାକୁ ନେଇକରି ହିଁ ଯିବେ । ଏହାପରେ ପ୍ରତିଥର ପରି ଏଥରକ ମଧ୍ୟ ବେତାଳ ପୁଣି କାହାଣୀ କହିବାକୁ ଆରମ୍ଭ କଲା ।

ଦୁଇଭାଇ ରୂପବତୀ କୋଠରୀ

Rate the content


Originality
Flow
Language
Cover design

Comments

Post

Some text some message..