Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational

2.0  

Rasmi Rekha Tripathy

Inspirational

ଆସ୍ଥା

ଆସ୍ଥା

1 min
634


ସାତଟି ପ୍ରସ୍ତାବ ଭିତରୁ ସେମାନେ ମୋ ଝିଅକୁ ହିଁ ପସନ୍ଦ କରିଥିଲେ ଜାଣି ଆଶ୍ଚର୍ଯ୍ୟ ଲାଗିଲା ମୋତେ l ଏହି ପ୍ରସ୍ତାବ ମୋର ଜଣେ ବନ୍ଧୁ ନେଇ ଆସିଥିଲେ l ପୁଅ ସିଙ୍ଗାପୁରରେ ଚାକିରୀ କରେ ଓ ସେ ଠାରେ ଘର ବି କିଣି ସାରିଛି l ସେ ବିଜ୍ଞାନ ଛାତ୍ରୀଟିଏ ଚାହୁଁଥିଲା l ବନ୍ଧୁ ଯେତେବେଳେ ଏହି ପ୍ରସ୍ତାବ କଥା ମୋତେ କହିଲେ, ମୁଁ ମନା କରି ଦେଲି l କାରଣ ମୋ ଝିଅ ବିଜ୍ଞାନ ଛାତ୍ରୀ ନ ଥିଲା l ଅଯଥା ଝିଅ ଦେଖା ପ୍ରହସନ କରି ମୋ ଝିଅକୁ ଅପଦସ୍ତ କରେଇବାକୁ ଚାହୁଁ ନ ଥିଲି ମୁଁ l କିନ୍ତୁ ତାର ମାଆ ଓ ବନ୍ଧୁଙ୍କ ବାଧ୍ୟବାଧକତାରେ ରାଜି ହେଲି l

ସେ ଦିନ ସନ୍ଧ୍ୟାବେଳେ ପୁଅ ଘରୁ ଆସ୍ତିବାଚକ ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ଲାଗିଲା ମୋତେ l ଝିଅର ବାହାଘର ସେଠାରେ ହିଁ ହୋଇଗଲା l

ପରେ ମୁଁ ଜାଣିବାକୁ ପାଇଲି ଯେ, ଅନ୍ୟ ସମସ୍ତଙ୍କ ଘରେ ଘର ଲୋକ ପୁଅ କେବେ ଝିଅକୁ ନେଇ ସିଙ୍ଗାପୁର ଯିବ ପଚାରିଥିଲେ l କେବଳ ମୁଁ ହିଁ ପଚାରି ନ ଥିଲି l ତେଣୁ ଜୋଇଁ ମୋ ବ୍ୟବହାରରେ ଖୁସି ହୋଇ ମୋ ଘରେ ବନ୍ଧୁ ବାନ୍ଧିବା ପାଇଁ ସ୍ଥିର କରିଥିଲେ l

ମୁଁ ବି କାହିଁକି ପଚାରିଥାନ୍ତି ଯେ ? ବାହାଘର ପରେ ସେମାନଙ୍କ ଜୀବନ ସେମାନ ସ୍ଥିର କରିବେ l ମୁଁ ହସ୍ତକ୍ଷେପ କରିବା କେବେ ବି ଠିକ୍ ହୋଇ ନ ଥାନ୍ତା l ମୋର ଏହି ଆସ୍ଥା ଭାବ ହିଁ ମୋ ଝିଅର ସୁନ୍ଦର ଭବିଷ୍ୟତଟିଏ ଗଢି ପାରିଥିଲା l


Rate this content
Log in

Similar oriya story from Inspirational