Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସଦ୍ ବୁଦ୍ଧି
ସଦ୍ ବୁଦ୍ଧି
★★★★★

© Pramod Kumar Jena

Inspirational

5 Minutes   21.6K    24


Content Ranking

ସଦ୍ ବୁଦ୍ଧି

        : ଯାଅ ଶ୍ରୀମାନ୍ ! ଆଉ ଗୋଟେ ବର୍ଷ ହାୱା ପାଣି ଖାଅ l ଏମିତି ଆସୁଥା ଆଉ ଯାଉଥା l ହାଜତ ଭିତରକୁ ଠେଲି ଦେଇ ସିପାହୀ ଚାଲିଗଲା l ଭିତରକୁ ପଶି ସିନେମା ଷ୍ଟାଇଲରେ ଗୋଟେ ଦଣ୍ଡ ବୈଠକ ମାରି ଶଙ୍କରା ଛାତିକୁ ମେଲେଇ ଗଡ ଜିତିଲା ଭଳି ତୃପ୍ତିରେ ଅଳସ ଭାଙ୍ଗିଲା l କଣରେ ଚକା ମାରି ବସିଥିବା ଶାନ୍ତ, ନିର୍ବିକାର କଏଦୀଟିକୁ ଦେଖି ଟିକେ ଆଶ୍ଚର୍ଯ୍ୟ ହେଲା l ଏ ଚିଡିଆ ଘରେ ଏ ନୂଆ ଜନ୍ତୁଟି କିଏ ? ବୋଲେ ଜୟ ରାମଜୀକି l କିଛି ନ କହି ହାତ ଯୋଡି ନମସ୍କାର କଲା କଏଦୀଟି l

        : ଆରେ ଗୁରୁ ! ଲଙ୍କାରେ ହରି ଶବ୍ଦ କିସ ? କିଛି ଉତ୍ତର ନ ଦେଇ ଚୁପ୍ ରହିଲେ କଏଦୀ ଜଣଙ୍କ l

        ଶଙ୍କରର ଏଇଟା ବୋଧେ ପଞ୍ଚମ ଜେଲ୍ ଯାତ୍ରା l ଏ ସବୁ ହିସାବ ରଖିବାକୁ ବେଳ କାହିଁ ତା’ର ? ଘରଠୁ ନିଜର ତା’କୁ ଜେଲ୍ ଲାଗେ l ଯେଉଁ ଦିନ ପ୍ରଥମ ଥର ପାଇଁ ଜେଲ୍ ଆସିଥିଲା, ସେ ଦିନ ଜାଣିଲା, ମାଆର ଗାଳି, ବାପର ମାଡ ଖାଇ ଅଧା ପେଟରେ ମାଟି ଘରେ ଶୋଇବା ଅପେକ୍ଷା, ଏଇଟା ତା’କୁ ସ୍ୱର୍ଗ ଭଳିଆ ଲାଗିଥିଲା l ସେ ଦିନ ସେ ଜାଣିଲା ଜେଲ୍ କ’ଣ ? ଆଉ ତା’ ବାପା କାହିଁକି ସମସ୍ତଙ୍କୁ ଡରୋଉଥିଲା, ବାଡେଇବି, ପିଟିବି, ହା.....ଣିବି l ପଛେ ଜିହଲ ଯିବି l ଚେନ୍ ଛିଣ୍ଡାଉ ଛିଣ୍ଡାଉ ଧରା ପଡିଗଲା l ପରୱା ନାହିଁ l ପୁଣି ବିନା ଝଞ୍ଜଟରେ ଖାଇବା, ପିଇବା ଆଉ ଶାନ୍ତିରେ ଶୋଇବାକୁ ମିଳିଯିବ l ରାତି ସେତେବେଳକୁ ଦଶଟା l ବାକି କଏଦୀ ମାନେ ଶୋଇଗଲେଣି l ଶଙ୍କରକୁ ନିଦ ହେଉ ନ ଥାଏ l ଇଚ୍ଛା ହେଲା, ଟିକିଏ ଭାବ ଦୋସ୍ତି କରିବାକୁ l

        : ଓ ଭା.....ଇ ! ଶୋଇ ପଡିଲ କି ?

:  କ’ଣ ହେଲା ?

:  ଆଉ କେତେ ଦିନ ରହଣୀ ?

:  ନା..... ସରି ଆସିଲାଣି l ଆଉ କିଛି ଦିନ ପରେ ସରିଯିବ l

:  କ’ଣ କରିଥିଲ କି ଭାଇ ? ମର୍ଡର୍, ଚୋରୀ, ଡକାୟତି ନା ରେପ୍ ?

:  ନା..... ଗୋଟେ ମସ୍ତବଡ ଭୁଲ କରିଥିଲି l ତା’ର ପ୍ରାୟଶ୍ଚିତ କରୁଛି l ଏ କଥାଗୁଡିକ ତା’କୁ ଯେମିତି ସିନେମାର ଡାଏଲଗ୍ ଭଳି ଲାଗୁଥିଲା l

:  ଶୋଇପଡ l କାଲି ସବୁ କଥା କହିବି l କିଛି ସମୟ ପରେ ସେ ଦୁହେଁ ଶୋଇଗଲେ l ପରଦିନ ଶଙ୍କର ବାକି କଏଦୀମାନଙ୍କଠୁଁ ଜାଣିଲା ଯେ, ସେ ଜଣେ ଡାକ୍ତରବାବୁ l ରାତିରେ ସେ ଦୁହେଁ ପୁଣି କଥାବାର୍ତ୍ତା ହେଲେ l

:  ହଁ l ମୁଁ ଜଣେ ଡାକ୍ତର l ସେଦିନ ଅପରେସନ୍ କରୁଥିବା ବେଳେ, ହଠାତ୍ କରେଣ୍ଟ୍ ଚାଲିଗଲା l ଅପରେସନ୍ ସରିଯାଇଥିଲା l  ଖାଲି ସିଲେଇ ବାକି ରହିଥିଲା l ଜେନେରେଟର୍ ସେଟ୍ ଲଗେଇବା ମେକାନିକ୍ ଟିକେ ଡେରି କଲା l ବାକି ସିଲେଇ କରିବାକୁ ନର୍ସ୍ ଓ କମ୍ପାଉଣ୍ଡରଙ୍କ ଜିମା ଛାଡି ମୁଁ ଟଏଲେଟ୍ ପଳେଇଲି l ସେମାନେ ପ୍ରାୟ ସବୁ ଅପରେସନରେ ମୋତେ ସାହାଯ୍ୟ କରନ୍ତି l ମୁଁ ସବୁ ନିଜେ ରହି ତଦାରଖ କରୁଥାଏ l ସେ ଦିନ ବଡ ଭୁଲ ହୋଇଗଲା l ସେମାନଙ୍କ ଉପରେ ବାକି କାମ ଛାଡିଦେଇ ମୋର ଅପରେସନ୍ ଟେବୁଲ୍ ଛାଡିବାର ନ ଥିଲା l ସେଇ କେଇଟା ଅନ୍ଧାର ମୂହୁର୍ତ୍ତରେ ଗୋଟେ ବଡ ଭୁଲ ହୋଇଗଲା l ରୋଗୀର ପେଟରେ ଛୋଟ କତୁରୀଟିଏ ରହିଗଲା l ପରେ ଜଣାପଡିଲା l ସେମାନେ କେଶ୍ କଲେ l ସବୁ ଭୁଲକୁ ମୁଁ ମୋ ମୁଣ୍ଡରେ ନେଇଗଲି l ଭୁଲ ଯେତେବେଳେ କରିଛି, ପ୍ରାୟଶ୍ଚିତ କରିବା ମୋ ଦରକାର ଥିଲା l

ଭୁଲ କିଏ କଲା l ସଜା କିଏ କାଟୁଛି ? ସବୁ ଭୁଲ ନିଜ ଉପରକୁ ନେଇଗଲେ l ଅଥଚ କାହା ଉପରେ ରାଗ ନାହିଁ କି ଦ୍ୱେଷ ନାହିଁ l ପୁଣି ସଜା ଦିନେ ନୁହେଁ କି ମାସେ ନୁହେଁ l ବର୍ଷ....... ବର୍ଷ........... କେତେ ବର୍ଷ, ତାହା ବି ପଚାରିବାକୁ ଇଚ୍ଛା ହେଲାନି l ସମସ୍ତଙ୍କ ଠାରୁ ପୁରା ଅଲଗା l ସେ ଜଣେ ଡାକ୍ତର୍ l ଆଉ ମୁଁ ଗୋଟିଏ ଚୋର l ମୋତେ ପୁଣି ତୁମେ କହି ଡାକୁଛନ୍ତି l କେତେ ସରଳ ଭାଷାରେ କହୁଥାନ୍ତି l ଯେମିତି ଚେହେରା, ସେମିତି ଭାଷା, ସେମିତି ବ୍ୟବହାର l ଏକା ଲୟରେ ଶଙ୍କର ଚାହିଁ ରହିଥାଏ l ଆଚ୍ଛା ଭାଇ ! ମୋ କଥା ତ ଶୁଣିଲ l ଏଥର ତୁମ କଥା କୁହ l ତୁମେ କାହିଁକି ଆସିଲ ?  ହଁ......... ତୁମେ କ’ଣ କରିଥିଲ ?

ହଁ......... ତୁମେ କ’ଣ କରିଥିଲ ?

ଡାକ୍ତରଙ୍କ ପାଖରେ ଶଙ୍କରକୁ ବହୁତ ଛୋଟ ଲାଗିଲା l ସ୍ୱୟଂ ଠାକୁରଙ୍କ ସାମ୍ନାରେ ସେ ଠିଆ ହୋଇଛି l ଆଉ ଠାକୁର ତା’କୁ ପଚାରୁଛନ୍ତି, ତୁ କ’ଣ କରିଛୁ ଶଙ୍କର ? ଗୋଟି ଗୋଟି କରି ଗାଇଗଲା ଶଙ୍କର l କେମିତି ତା’ ମାଆ ତା’ ପାଠପଢାରେ ଡୋରୀ ବାନ୍ଧିଦେଲା l ବସ୍ତିର ବାକି ଛୁଆଙ୍କ ସାଙ୍ଗେ ପଠାଇଦେଲା ଜରି ଗୋଟେଇବା ପାଇଁ l ସେ ଦିନ ବସ୍ତା ଭିତରେ ଖୋଜୁ ଖୋଜୁ ତା’ ବାପା କହିଲା, ଆରେ ମୂର୍ଖ ! ଆଉ କିଛି ମିଳିଲାନି ? ଏଇ କେତେଟା ପ୍ଲାଷ୍ଟିକ୍ ବୋତଲ୍ ଗୋଟେଇ ଆଣିଛୁ ? କେତେ ପଇସା ହେବ ? ଖାଲି ପ୍ଲାଷ୍ଟିକ୍ ଗୋଟେଇଲେ କ’ଣ ହେବ ? ରାସ୍ତା ଘାଟରେ ମୌକା ଦେଖି କାହାର ଚପଲ୍, କାହା ଘରୁ ଲୁହା, କାହା ଘରୁ କଂସା ତାଟିଆ ଏମିତି ଛୋଟକାଟିଆ ଜିନିଷ ତା’ ଭିତରେ ପୁରେଇବୁ l ତା’ ହେଲେ ଯାଇ କିଛି ହେବ l ତା’ ପରଠୁ ମୁଁ ଚୋରୀ କରିବା ଶିଖିଗଲି l ଏମିତି କଖାରୁ, କାକୁଡି ଚୋରଉ ଚୋରଉ ବଡ ଚୋର ହେଇଗଲି l ଲୋକଙ୍କ ମୋବାଇଲ୍ ଚୋରୀ କଲି l ଧରା ପଡିଲି l ମୋତେ ବାଳ ସୁଧାର ଆଶ୍ରମକୁ ପଠେଇଦେଲି l ସେଇଠୁ ଫେରିବା ପରେ ମୋ ସାଥୀରେ ଆଉ କେହି ସାଙ୍ଗ ହେଲେନି l ଯୁଆଡେ ଗଲି, ସମସ୍ତେ ଫୁସୁରୁ ଫାସର ହେଲେ l ଆଉ ଯେଉଁ ମାନେ ମୋ ସହ ସାଙ୍ଗ ହେଲେ, ସେମାନେ ହିଁ ମୋର ସର୍ବନାଶ କଲେ l ଅଜାଣତରେ ସେମାନଙ୍କ ମେଳରେ ପଡି ଗଲି l ସେଇଟା ଗୋଟିଏ ଛୋଟକାଟିଆ ଗ୍ୟାଙ୍ଗ୍ କହିଲେ ଚଳିବ l ସେମାନେ କ’ଣ କରିପାରିବେ ତାହା ପରେ ଜାଣିପାରିଲି l କିଛି ନ କରି ବି ଦ୍ୱିତୀୟ ଥର ପାଇଁ ଜେଲ୍ ଗଲି ସେମାନଙ୍କ ପାଇଁ l ବୁଡିଲା ମାଠିଆ ତଳକୁ
ତଳକୁ l  ୟା ପୂର୍ବରୁ ଜେଲରେ ମୋ ଉପରେ ଦୟା ଦେଖାଇ ଜଣେ ଜେଲର୍ ତାଙ୍କର ଗୋଟିଏ କାମ କରିବାକୁ କହିଲେ l ରାତିରେ କୋର୍ଟ୍ ଯିବାକୁ କହି, ପାଞ୍ଚ ଜଣ କଏଦୀଙ୍କୁ ନେଇ ଗୋଟିଏ ଲୋକକୁ ପିଟିବାକୁ କହିଲେ l ଆମେ ମୁହଁରେ ପଟି ବାନ୍ଧି ତା’କୁ ପିଟିଲୁ l ସେ କିଏ, ଆଉ ତା’କୁ କାହିଁକି ପିଟୁଛୁ, ଆମେ ଜାଣି ନ ଥିଲୁ l ପରେ ଆମକୁ ପୁଣି ଜେଲ୍ ଭିତରେ ଭର୍ତ୍ତି କରିଦେଲେ l କେହି ଜାଣି ପାରିଲେନି, ସେ ଲୋକକୁ କିଏ ପିଟିଲା ଓ
କାହିଁକି ? ପରେ ସେ ଜେଲର୍ ଆମ ଗ୍ରୁପକୁ ଅନ୍ୟ କାମ(ଚୋରୀ କାମ)ରେ ଲଗେଇଲେ l ଯାହା ମିଳିବ, ସେଥିରୁ କିଛି କଏଦୀମାନଙ୍କ ଚିହ୍ନା ଲୋକଙ୍କୁ ବି ଦେଉଥିଲେ l ଯେଉଁ ଦିନ ଜେଲରୁ ମୁକୁଳିଲି, ପଚାରିଲି, ଆଜ୍ଞା ମୋ ଭାଗ କାଇଁ ? ତୋ’ ମାଆ ଆସିଥିଲା, ଦେଇଦେଇଛି l ଆରେ ମୋ ମା ମରିବାର ତ ବର୍ଷେ ହେଇଗଲାଣି l ସେ ପୁଣି କୋଉ ମାଆକୁ ଦେଲେ ? ସେ ଦିନ ଜାଣିଲି, ଏମାନେ କେତେ ବେଇମାନ୍ l  ଲାଗିଲା ସମସ୍ତେ ଏଠି ସେୟା l ମାଆ......... ବାପା............ ସାଙ୍ଗ............ ହାକିମ......... ହୁକୁମ..........

ଶୁଣିସାରି ଡାକ୍ତର କହିଲେ, ତୁମେ ଜଣେ ଭଲ ଲୋକ l ଖରାପ ଲୋକଙ୍କ ମେଳରେ ପଡି ଯାଇଛ l ଭଗବାନ୍ ତୁମକୁ ଜଣେ ଭଲ ଲୋକ ହିସାବରେ ପଠେଇଥିଲେ l ତୁମେ ତା’କୁ ବଦମାସ୍ ବନେଇଦେଲ l ସାରା ରାତି ଶଙ୍କରକୁ ଆଉ ନିଦ ହେଲାନି l ଏମିତି କଥା ତା’କୁ ଜୀବନରେ କେହି କେବେ କହି ନ ଥିଲେ l ସମସ୍ତେ ଛିଃ ଛାକର, ମାରଧର କରୁଥିଲେ l ଆଜି ଲାଗିଲା, ଡାକ୍ତର କହୁଥାନ୍ତେ, ଆଉ ସେ ଶୁଣୁଥାନ୍ତା l

***    ***    ***    ****  ***    ***    ***    ***    ***

କିଛି ଦିନ ପରେ ଡାକ୍ତରବାବୁଙ୍କୁ ଡାକରା ଆସିଲା l ଆଜି ତାଙ୍କର ଶେଷ ଦିନ l ଗଲା ବେଳକୁ ଡାକ୍ତରଙ୍କୁ କୁଣ୍ଢାଇ ପକେଇଲା ଶଙ୍କରା l ମୋ ଭାଗ୍ୟ l ଆପଣଙ୍କୁ ଦେଖିଲି l ଡାକ୍ତର କହିଲେ, ଶଙ୍କରା ! ତୁମର ବି ଦିନେ ସଜା ଶେଷ ହୋଇଯିବ l ଆଉ ତୁମେ ବି ନିଜ ଘରକୁ ଫେରିଯିବ l

: ନାଃ ଡାକ୍ତରବାବୁ ! ମୋ ସଜା ସରିଲେ, ମୁଁ ଘରକୁ ଯିବିନି l ସିଧା ପୁରୀ ଯିବି l ଜଗନ୍ନାଥଙ୍କ ଆଗରେ ଲମ୍ବା ହୋଇ ପଡିଯିବି l ଆଉ କହିବି, ପ୍ରଭୁ ! ପେଟ ଚାଖଣ୍ଡକ ଦେଇଛ ଯେତେବେଳେ, ବୁଦ୍ଧି ବି ଦିଅ l ମୋତେ ଏ ନର୍କରୁ ଉଦ୍ଧାର କର l ଆଉ ସେ ଠାକୁର ଯୋଉ ବୁଦ୍ଧି ଦେବେ, ସେୟା କରିବି l ନା ମାଆ, ନା ବାପା, ନା ସାଙ୍ଗ, ନା ଜେଲର୍, ନା ପୁଲିସିବାଲା, ଆଉ କାହା କଥା ଶୁଣିବିନି l

ଡାକ୍ତର ବାବୁ ଶଙ୍କର ଜେଲ୍

Rate the content


Originality
Flow
Language
Cover design

Comments

Post

Some text some message..