Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiran Mishra

Others

2  

Kiran Mishra

Others

ସ୍ମୃତି

ସ୍ମୃତି

2 mins
355


ସ୍ମୃତି

ପ୍ରତ୍ୟେକଙ୍କ ଜୀବନରେ ନିଶ୍ଚୟ କିଛି ସ୍ମୃତିଥିବ। ତା'ଭିତରୁ କିଛି ଦୁଃଖଦ ବା କିଛି ସୁଖଦ। ଆଜି ମୁଁ ମୋ ଜୀବନର ଏକ ନିଆରା ସ୍ମତି ଲେଖୁଚି ଯାହା ଅନେକଙ୍କୁ ଗୋଟିଏ ଗପ ଭଳି ମନେ ହେବ।୧୯୯୦ମସିହା କଥା ମୁଁ ସେତେବେଳେ ବୁର୍ଲା,ସମ୍ବଲପୁର ରେ ପଢୁଥାଏ। ଦିନେ ଗୋଟିଏ ସାଙ୍ଗ ଆମକୁ ତା ଗାଁ କୁ ବୁଲିବାକୁ ଡାକାଲା।ଆମେ ଦୁଇ ଜଣସାଙ୍ଗ ତା ସହିତ ମିଶି ତାଘରକୁ ବାହାରିଲୁ।ପାଲହଡାର ନିଘଞ୍ଚ ଜଙ୍ଗଲ ଭିତରରେ ଏକ ଛୋଟିଆ ଗାଁ। ଦିନ ଗୋଟାଏ ରେ ଆମେ ସମ୍ବଲପୁର ରୁ ବସରେ ବସିଲୁ,ଗାଁରେ ପହଞ୍ଚିବା ବେଳକୁ ପ୍ରାୟ ସନ୍ଧ୍ୟା ସାତଟା ହୋଇଯାଇଥିଲା। ହାଲିଆ ହୋଇଯାଇଥିବାରୁ କଣ ଟିକେ ଖାଇ ଶୋଇପଡିଥିଲୁ।

ତା' ପରଦିନ ଭୋର୍ ରୁ ମୋ ନିଦ ଭାଙ୍ଗି ଯାଇଥିଲା।ବଣ ଜଙ୍ଗଲ ଘେରା ଗାଁ ଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ମୋତେ ଆତ୍ମହରା କରିଦେଇ ଥିଲା। ଗାଁ'ଟି ଥିଲା ପାହଡର ପାଦଦେଶରେ ।ବଡବଡ ଶାଳ ଓ ପିଆଶାଳ ଗଛ ଗାଁଟିକୁ ଜଗିବା ଭଳି ଚାରିପାଖରେ ଘେରି ରହିଥିଲା।ତାଙ୍କ ଘର ଚାରିପାଖରେ ବିଭିନ୍ନ ପ୍ରକାର ଫସଲ ଲାଗି ଘରଟି ଗୋଟିଏ ଫାର୍ମହାଉସ ଭଳି ଲାଗୁଥିଲା।ସକାଳର ସୁନେଲି କିରଣ ସେ ସୌନ୍ଦର୍ଯ୍ୟକୁ ଆହୁରି ମନୋରମ କରିଦେଉଥିଲା।

କିଛି ସମୟ ପରେ ସମସ୍ତେ ଉଠି ନିତ୍ୟକର୍ମ ସାରି ପହଡ ଉପରେ ଥିବା କେନ୍ଦୁଗଛରୁ କେନ୍ଦୁ ଖାଇବାପାଇଁ ବାହାରିଲୁ। ମୁଁ, ମୋର ଦୁଇ ସାଙ୍ଗ,ସାଙ୍ଗର ସାନ ଭଉଣୀ ଓ ସାନ ଭାଇ।ମୋ ଆଗରେ ତିନି ଜଣ ପଛରେ କେବଳ ତା'ସାନ ଭଉଣୀ ଉର୍ବଶୀ ଥାଏ। କିଛି ବାଟ ଗଲାପରେ ,ଉର୍ବଶୀ ଚିତ୍କାର କଲା 'କିରଣ ନାନୀ ଭାଲୁ'। ଭାଲୁର ରଡି ସେ ଶୁଣିସାରିଥାଏ। ମୁଁ କିନ୍ତୁ ଜାଣିପାରିନଥିଲି। ତା' ଚିତ୍କାରରେ ଆମେ ସମସ୍ତେ ଛିନ୍ଛତ୍ର ହୋଇ ଜୀବନ ବିକଳରେ ଧାଇଁଲୁ।ମୁଁ ଯେଉଁ ରାସ୍ତାରେ ଧାଇଁଲି କଛିବାଟ ଗଲାପର ଆଉ ଆଗରେ ବାଟ ନଥିଲା ।ସାମ୍ନାରେ ଗୋଟିଏ ବିରାଟ ଗାତ,ମୁଁ ପଛପଟକୁ ଚାହିଁ ଦେଖିଲି, ପ୍ରାୟ ଚାରି ହାତ ବ୍ୟବଧାନରେ ତିନୋଟି ଭାଲୁ। ଧୁସର ରଙ୍ଗର ଦୁଇଟି ଛୁଆ ସହିତ ଗୋଟିଏ ବଡ ମା' ଭାଲୁ। ସେତେବେଳେ ମୁଁ କିଛି ନଭାବି ଗାତ ଭିତରକୁ ଡେଇଁ ପଡିଲି।ଗାତଟି ପ୍ରାୟ ସାତ ଆଠ ଫୁଟ ଗଭୀର ଥାଏ।ପଡି ଯିବାପରେ ମୁଁ ଆଖିମୁଜି ଭାବୁଥିଲି ଭାଲୁଟି ନିଶ୍ଚୟ ମୋ ଉପରକୁ ଲମ୍ଫ ମାରିବ।ବୋଧହୁଏ ଆମମାନଙ୍କ ହୋହାଲ୍ଲା ରେ ଭାଲୁଗୁଡିକ ବି ଭୟପାଇ ବାଟଭାଙ୍ଗି ଚାଲିଗଲେ। ମୋର ସମସ୍ତ ଶରୀର କ୍ଷତବିକ୍ଷତ ହୋଇବା ସହିତ ଡାହାଣ ଗୋଡଟି ଭାଙ୍ଗି ଯାଇଥିଲା।ସେଇ ଜଙ୍ଗଲିଆ ଗାଁରୁ ଉଧାର ପାଇବା ମଧ୍ୟ ବହୁତ କଷ୍ଟକର ଥିଲା।ସେତେବେଳେ ଗମନାଗମନର କିଛି ସୁବିଧା ନଥାଏ।ବହୁ କଷ୍ଟ ରେ ମୋ ଭାଇନା ପାଖରେ ଖବର ପହଞ୍ଚିଲା,ସେ ଯାଇ ମତେ ସେଠାରୁ ଉଧାରକରି ଆଣିଲା ।ମତେ ଠିକ୍ ଭାବରେ ଚାଲିବାପାଇଁ ପ୍ରାୟ ଦୁଇ ବର୍ଷ ଲାଗିଗଲା।ମତ ଏବେବି ଲାଗୁଛି ଭଗବାନଙ୍କ ଆପାର କରୁଣା ଯୋଗୁ ସେଦିନ ମୁଁ ମୃତ୍ୟୁ ମୁଖରୁ ବଂଚିଯାଇଛି।


Rate this content
Log in