ଆଜିର ଅନୁଚିନ୍ତା
ଆଜିର ଅନୁଚିନ୍ତା
ଏକଦା ଜଣେ ଧନୀ ଶିବଭକ୍ତ ଚାଲି ଚାଲି ଶିବାଳୟକୁ ଗଲେ । ଯେହେତୁ ଧନୀବ୍ୟକ୍ତି ପୋଷାକ ପତ୍ର ଠାରୁ ଯୋତା ପର୍ଯ୍ୟନ୍ତ ମହଙ୍ଗା ପିନ୍ଧିଥିଲେ । ପାଦରେ ନୂଆ ମହଙ୍ଗା ଯୋତା ପିନ୍ଧିଥିବାରୁ ସେ ଦ୍ୱନ୍ଦ୍ୱରେ ପଡିଗଲେ ।
ଆଜିକାଲି ସମୟରେ ମହଙ୍ଗା ଯୋତା ମନ୍ଦିର ବାହାରେ ଛାଡିଯିବା ଅର୍ଥ ଫେରି ପାଇବାର ଆଶା କମ୍ । ତେଣୁ ସେ ବାହାରେ ଛାଡିଯିବେ ନା କେଉଁଠି ରଖିବେ କିଛି ନିଶ୍ଚିତ କରି ପାରୁନଥିଲେ । ଯଦି ବାହାରେ ଛାଡି ଯାଉଛନ୍ତି ପୂଜାରେ ମନ ଲାଗିବ ନାହିଁ, ସମସ୍ତ ଧ୍ୟାନ ଯୋତା ଉପରେ ରହିବ । ଧନୀଭକ୍ତ ମନ୍ଦିର ବାହାରେ ବସିଥିବା ଜଣେ ଭିକାରୀକୁ ଦେଖିଲେ ଓ କହିଲେ "ଭାଇ ମୋ ଯୋତା'ର ଟିକିଏ ଧ୍ୟାନ ରଖିବ କି ?" ଭିକାରୀ "ହଁ" କହିଥିଲା ।
ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ଧନୀବ୍ୟକ୍ତି ମନେ ମନେ ବିଚାର କଲା "ହେ ପ୍ରଭୁ ଏ କେଉଁ ପ୍ରକାର ଅସନ୍ତୁଳିତ ସଂସାର ଗଢିଛ ?" କାହାକୁ ଏତେ ଧନ ଦେଇଛ ଯେ ସେ ପାଦ ପର୍ଯ୍ୟନ୍ତ ମହଙ୍ଗା ଯୋତା ପିନ୍ଧୁଛି ଓ କିଏ ପେଟ ପାଇଁ ଭିକ ମାଗୁଛି । କେତେ ଭଲ ହୁଅନ୍ତା କି ସମସ୍ତେ ଏକ ସମାନ ହୋଇଯାଏ । ଧନୀବ୍ୟକ୍ତି ନିଶ୍ଚିତ କଲେ ଯେ ବାହାରକୁ ଆସି ସେ ଭିକାରୀକୁ ଶହେ ଟଙ୍କା ଦେବେ ।
କିଛି ସମୟ ପରେ ପୂଜା ସାରି ଧନୀବ୍ୟକ୍ତି ବାହାରକୁ ଆସି ଦେଖିଲେ ନା ଭିକାରୀ ଅଛି ନା ଯୋତା । ଧନୀବ୍ୟକ୍ତି ଠକି ଗଲେ । ସେ କିଛି ସମୟ ପର୍ଯ୍ୟନ୍ତ ଅପେକ୍ଷା କଲେ ଯେ ବୋଧେ ଭିକାରୀ କୌଣସି କାମରେ କେଉଁଠିକୁ ଯାଇଥିବ । କିନ୍ତୁ ଭିକାରୀ ଆସିଲା ନାହିଁ । ଧନୀବ୍ୟକ୍ତି ଖାଲିପାଦରେ ଚାଲି ଚାଲି ଘରକୁ ଫେରିଲେ । ରାସ୍ତାର ଫୁଟପାଥ୍ ରେ ଜଣେ ମୋଚି ଯୋତା ବିକ୍ରୀ କରୁଥିଲା । ଧନୀ କାମ ଚଳାଇବା ଉଦ୍ଦେଶ୍ୟରେ ଚପଲଟେ କିଣିବା ପାଇଁ ମୋଚି ନିକଟକୁ ଗଲେ ଓ ଦେଖିଲେ ସେଠାରେ ତାଙ୍କ ମହଙ୍ଗା ଚପଲ ଥୁଆ ଯାଇଛି । ଯେତେବେଳେ ଧନୀବ୍ୟକ୍ତି ବାଧ୍ୟ କରି ପଚାରିଲେ ମୋଚି କହିଲା ଜଣେ ଭିକାରୀ ଶହେଟଙ୍କାରେ ଯୋତା ବିକ୍ରୀ କରିଛି । ଧନୀବ୍ୟକ୍ତି କିଛିକ୍ଷଣ ଠିଆ ହୋଇ ଚିନ୍ତା କରି ସାମାନ୍ୟ ହସିଲେ ଓ ଖାଲିପାଦରେ ଘରକୁ ଫେରି ଆସିଲେ । ସେଦିନ ଧନୀବ୍ୟକ୍ତିଙ୍କୁ ଭଗବାନଙ୍କ ପ୍ରତି ଅସନ୍ତୁଳିତ ସଂସାର ଗଢିବାର ପ୍ରଶ୍ନର ଉତ୍ତର ମିଳି
ସାରିଥିଲା ।
ସଂସାରରେ କେବେ ଏକ ରୂପତା ଆସିବ ନାହିଁ । କାହିଁକି ନା ଆମ ସମସ୍ତଙ୍କ କର୍ମ ଏକ ସମାନ ନୁହେଁ, ଯେଉଁଦିନ ଏପରି ସମାନ ହୋଇଯିବ ସମାଜ-ସଂସାରର ସମସ୍ତ ବିଷମତା ସମାପ୍ତ ହୋଇଯିବ । ଇଶ୍ୱର ସମସ୍ତଙ୍କ ଭାଗ୍ୟ ପ୍ରଥମରୁ ଲେଖି ସାରିଥାନ୍ତି କି କାହାକୁ, କେବେ ଏବଂ କଣ କେତେବେଳେ ପ୍ରାପ୍ତି ହେବ । କିନ୍ତୁ ଏସବୁ ଆମ କର୍ମ ସ୍ଥିର କରିଥାଏ । ଯେପରି କି ସେଦିନ ଭିକାରୀକୁ ଶହେଟଙ୍କା ମିଳିବାର ଥିଲା, କିନ୍ତୁ କିପରି କେମିତି ମିଳିବ ଏହା ଭିକାରୀର କର୍ମ ନିର୍ଣ୍ଣୟ କଲା । ଆମ କର୍ମ ହିଁ ଆମ ଭାଗ୍ୟ, ଯଶ, ଅପଯଶ, ଲାଭ, ହାନି, ଜୟ, ପରାଜୟ, ଦୁଃଖ, ଶୋକ, ଲୋକ, ପରଲୋକ ନିଶ୍ଚିତ କରିଥାଏ । ଆମେ ଆମ ପରିସ୍ଥିତି ପାଇଁ ନିଜେ ଦାୟୀ, ଏସବୁ ପାଇଁ ଈଶ୍ୱରଙ୍କୁ ଦୋଷ ଦେବା ମୂର୍ଖତା ଅଟେ ।
ସମାଜର ଦର୍ପଣ
© ପ୍ରଶାନ୍ତ ସେନାପତି