Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Das

Others

2.5  

Pratima Das

Others

ସୁଗାର ଡାଡି

ସୁଗାର ଡାଡି

5 mins
3.1K


ପ୍ରତିମା ଦାସ

ମହାନଦୀ ବିହାର, କଟକ।

ଅନିମା ମାଡାମ୍ ବିଶ୍ରାମ ନେଉଥିଲେ କଲେଜର କମନ ରୁମ ପାଖ( ସିକ୍) ରୁମରେ କ'ଣ ହୋଇଛି କେଜାଣି, ଆଜି ଦେହଟା ଭଲ ଲାଗୁନି। ମୁଣ୍ଡ ଭୟଙ୍କର ଭାବେ ବିନ୍ଧୁଛି, ଜ୍ୱର ବି ଅଛି ତେଣୁ କ୍ଲାସ୍ ନେବା ସମ୍ଭବ ହେଲାନି, ଏମିତିରେ ଛୁଟି ବି ନେଇ ହେଉନି, ଅଗତ୍ୟା ବାଧ୍ଯ ହୋଇ ଇଉଜେସିକ୍ ଟାବଲେଟ

ଜିଭ ତଳେ ଦେଇ, ସିକ୍ ରୁମ୍ ବେଡ୍ ରେ ଶୋଇ ରହିଥିଲେ।

କମନ୍ ରୁମଟି ତରୁଣୀ ମାନଙ୍କର ହାସ୍ୟ ରୋଳରେ ମୁଖରିତ ହେଉଥିଲା। ନା ନା ପ୍ରକାର ହଟ୍ ଟପିକ ପଡିଥିଲା।ପ୍ରାୟତଃ, ଏ ବୟସରେ ମନ କୌଣସି, ବାଧା ବନ୍ଧନ କୁ ସହଜରେ ଗ୍ରହଣ କରେନି। ମନ ରଂଗୀନ ପ୍ରଜାପତି ପରି ଉଡ଼ିବୁଲିବାକୁ ଚାହେଁ,ଏ ଫୁଲରୁ ସେ ଫୁଲକୁ। ସେ ଆଗପଛ ଜାଣିପାରେନି, ଭଲମନ୍ଦ ବିଚାର କରିବାକୁ ତା ପାଖେ ସମୟ ନଥାଏ। ଠିକ୍ ଯେମିତି ପ୍ରଜାପତିର ଖାଲି ଫୁଲ ଆଉ ଫୁଲ, ତରୁଣତରୁଣୀଙ୍କର କେବଳ ମସ୍ତି ଆଉ ମସ୍ତି ।ଏକ ସ୍ବପ୍ନିଳ ଦୁନିଆଁ ରେ ଅନେକ ରଙ୍ଗ। ଯେ, ..... ସେ ରଙ୍ଗ କୁ କାନଭାସ ଉପରେ ବରାବର ଉପଯୋଗ କରେ, ସେ ସୁନ୍ଦରଛବି ମାଷ୍ଟରପ୍ରିଣ୍ଟଟିଏ ହୋଇ ବାହାରେ। ନଚେତ୍ ଗୋଳମାଳିଆ ଅବୁଝା ଛବିଟିଏ ହୋଇ ପାହାଡ଼ୀ ଝରଣା ପରି ନିଜର ଅସ୍ତିତ୍ୱ ଏବଂ ଗତିପଥ ହଜାଇଦେଇ ନିଶ୍ଚିହ୍ନ ହୋଇଯାଏ।

ଅନିମାମାଡାମ୍ ଙ୍କ ବାପା ସଚୋଟ ଛୋଟ ଅଫିସରଟିଏ ଥିଲେ। ଅର୍ଥ ଠୁଳ କରିବା ଅପେକ୍ଷା ପିଲାଙ୍କ ଚରିତ୍ର, ସମୟ ଞାନ, ଶିଷ୍ଟତା, ମଣିଷପଣିଆ ଉପରେ ଗୁରୁତ୍ବ ଦେଉଥିଲେ।ଜୀବନରେ ଧୈର୍ଯ୍ୟ ହରା ନହୋଇ, ସମୁଦ୍ର ରୂପକ ଜୀବନକୁ କିପରି ପାରିହେବ ଏ ଶିକ୍ଷା ପିଲାଙ୍କୁ ଦେଉଥିଲେ ।ଅନିମା ମାଡାମ୍ ବାପାଙ୍କ କଥାର ଉପଯୋଗ କରି ଅତିବଡ଼ୀ ଚାକିରିଆଟେ ନ ହେଲେବି, ଖୁବ୍ ଭଲ ବ୍ୟକ୍ତିତ୍ବର ଶିକ୍ଷୟିତ୍ରୀ ଟିଏ ହୋଇ ପାରିଛନ୍ତି। ଯା ଫଳରେ କଲେଜରେ ଛାତ୍ରଛାତ୍ରୀ ଙ୍କର ପ୍ରିୟ ଟିଚର ଥିଲେ, ଏବଂ ଅନେକ ସମ୍ମାନ ବି ପାଉଥିଲେ।

କମନ୍ ରୁମ୍ ରୁ ସିମରନ୍ କହୁଥାଏ ଆରେ ୟାର୍ କି ବୋରିଂଗ୍ ଲାଇଫ, ଯଦି ତୁମ ପାଖେ ଭଲ ଗାଡି ଖଣ୍ଡେ, ସ୍ମାର୍ଟ ଫୋନ, ଦାମୀ ଘଡି , ଆଛାଖାସା ବ୍ୟାଙ୍କ ବାଲାନ୍ସ ଥିବା କ୍ରେଡିଟ କାର୍ଡ଼ ଖଣ୍ଡେ ନାହିଁ, ଜୀବନର ମାନେ ହିଁ କିଛି ନାହିଁ। ଶିବାନୀ କହିଲା, ଆରେ ସିମରନ୍... ଆଉ ଗୋଟେ ବୟଫ୍ରେଣ୍ଡ ଯିଏ ଅତି ଧନୀ ଘରର ଲାଡ୍ଲା ହୋଇଥିବ। ସିମରନ୍ କହିଲା ମୋର ୨/୩ ଅଛନ୍ତି, କେବଳ ସେମାନଙ୍କ ଭିତରେ କମ ବହୁତ ବାଛିବାର ଅଛି, ...ହା ..ହା.. ହୋଇ ହସି ଉଠିଲେ ସବୁ। ଶିବାନୀ ତୁ ବଂର କୁହ ତୋର ବୟଫ୍ରେଣ୍ଡ ହେଲାଣି ନା ନାହିଁ?? ଶିବାନୀ,କହିଲା ମୋର ବୟଫ୍ରେଣ୍ଡ ହିଁ ଦରକାର ନାହିଁ,କନକ ନିଉଜ୍ ରେ ଦେଖିଥିଲ ନା ନାହିଁ ସବୁ। ନ ଦେଖିଛ ଯଦି, (ସର୍ଚ ଇଉ ଟିଉବ୍ ) ସେ ବେଙ୍ଗଲୀ କଲ୍ ଗାର୍ଲ କିପରି ସାକ୍ଷାତକାର ରେ ରିପୋର୍ଟରର ଅକଲ ଗୁଡୁମ୍ କରିଦେଇଥିଲା। କହୁଥିଲା ମୋର ମସ୍ତି ଆଉ ପଇସା ଦୁଇଟା ଯାକ ଏକ ପେସାରେ ହାସଲ ହେଉଛି, ତେଣୁ ମୁଁ ଖୁସ୍, ମୁଁ ଖୁସି ମାନେ ଆପଣମାନଙ୍କର ବିରୋଧ କାହିଁକି?? ମୋତେ ହୁଏତ ସ୍ବାଧୀନତା ଦରକାର। ଆଉ ଖର୍ଚ୍ଚ ପାଇଁ ମାସକୁ ମିନିମମ୍ ଏକଲକ୍ଷ। ଦେଖୋନ୍, ଆମି ନିଜର ଇଛାତେ ୟେ ଲାଇନ୍ କେ ଆସଛେ। କେନୋ ଖରାବ୍ ଲାଗଵେ ଆମାର, ଆମି ଶାନ୍ତି ପାଇ ଏଟାତେ, ଆମି ଅନେକ ଖୁସି କରତେ ପାରଛେ, ନିଜେ ଖୁସୀ ପାଛେ। ଏ ସେକ୍ସ ରାକେଟ୍ କୁ ବୈଧ କରିଦିଆଯାଉ । ହାଃ ହାଃ ହାଃ ହୋଇ ହସି ଉଠିଲେ ପୁଣି ସମସ୍ତେ । ଆଉ ଟିକେ, ଆଗକୁ ଯାଇ ରୋଜାଲିନ୍ କହୁଥିଲା ଆରେ ଏସବୁ ଛାଡ଼। (ସୁଗାର ବେବି) ହୋଇଗଲେ କିମିତି ହୁଅନ୍ତା?? ଶାଲା ବୁଢାକୁ, ବାହା ହୋଇଯିବ, ତା ପରେ....

ଅନିମା ମାଡାମ୍ ଆଉ ସମ୍ଭାଳି ପାରିଲେନି। ନୈତିକ ମୂଲ୍ୟ ବୋଧର ଏପରି ଅବକ୍ଷୟ। ଯଦିଓ ପିଲାମାନେ ମସ୍ତିରେ କହୁଥିଲେ ତଥାପି ସବୁ ମସ୍ତିମଜାକ୍ ଭିତରେ କିଛି ସତ୍ୟ ଏବଂ ବାସ୍ତବତା ଲୁଚି ରହିଥାଏ। ନୈତିକତା ଶବ୍ଦଟି ବୋଧେ ଶବ୍ଦ କୋଷରୁ ଉଠିଯିବ।

କମନ୍ ରୁମ୍ କୁ ପଶି ଆସିଲ ଅନିମା ମାଡାମ୍ , ଗୁଡ୍ ମର୍ଣି ମାଡାମ୍ କହି ପିଲାଗୁଡିକ ଆଶ୍ଚର୍ଯ୍ୟ ହୋଇ ଗଲେ,, ମାଡାମ୍ ଏଠି କିପରି ? ପିଲାଙ୍କର ସନ୍ଦେହ ମାଡାମ୍ ସବୁ ଶୁଣିଲେକି? ପିଲାମାନେ ବସ ବସ କହି, ନିଜେ ଚେୟାର ଖଣ୍ଡିଏ ଟାଣି ବସିଗଲେ ଅନିମା ମାଡାମ୍।

କିପରି ବୁଝାଇବେ କ'ଣ କହି ଷ୍ଟାର୍ଟ କରିବେ,? ପଶି ଆସିଲେ ସିନା କମନ୍ ରୁମ୍ କୁ । ଉପଦେଶ ଏବଂ ଔଷଧ ବରାବର। କାହାକୁ ଭଲ ଲାଗେନି। ତଥାପି ଭାବିଚିନ୍ତି ପିଲାଙ୍କୁ ବୁଝାଇବାକୁ ଆରମ୍ଭ କଲେ।

ସ୍ବାଧୀନତାର ଆବଶ୍ୟକତା କେଉଁ କେଉଁ କାମରେ, କେତେ ମାତ୍ରାରେ ଆବଶ୍ୟକ ପିଲାମାନେ ଯାଣିଛ? ବେଙ୍ଗଲୀ କଲ୍ ଗାର୍ଲ ର ଅନେକ ସ୍ବାଧୀନତା ଦରକାର। ମାସକୁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଦରକାର। ସେ ତୁମର ଆଦର୍ଶ??ଆମେ ସବୁ ମଦର ଟେରେସା, ମା ରମାଦେବୀ, କସ୍ତୁରବା ଏମାନଙ୍କ କଥା ଖୋଜୁଥିଲୁ ପଢିବାକୁ। ତୁମେ କେବଳ ପ୍ରାଚୁର୍ଯ୍ୟ ବାଟଟି ଦେଖୁଛ। କଲଗାର୍ଲ ନିଜ ଶରୀରମନକୁ ଖିନ୍-ଭିନ୍ନ କରି ବିକି ଟଙ୍କା ରୋଜଗାର ପରେ ୧୦/୧୫ବର୍ଷ ଏ ଲାଇନ୍ ରେ କାମକରି ପାରିବ ଅଧିକରୁ ଅଧିକ। ତାପରେ........

ସଭ୍ୟତାର ଜଟିଳ ଚକ୍ରାନ୍ତରେ ଆତ୍ମାର ଆହ୍ବାନ କ୍ଷୀଣ ଶୁଭୁଛି ଆମକୁ। ମନୁଷ୍ୟର ଅନ୍ତରବାସୀ ଦେବତାଙ୍କୁ କ'ଣ ଯବାବ ଦେବା ଆମେ ସମସ୍ତେ ,ଖରାପ କଲା ପରେ ? ପରମାତ୍ମାଙ୍କ ଅଂଶବିଶେଷ ସୂକ୍ଷ୍ମଆତ୍ମା ଆଜି ଅପମାନିତ ଲାନଛିତ। ଏ ଏକ ଆତ୍ମପ୍ରବଚନା ଛଡା ଆଉ କିଛି ନୁହେଁ।

ଅନ୍ତର ଆତ୍ମା କଥାକୁ କେତେ ଦିନ ଉପେକ୍ଷା କରାଯାଇ ପାରେ?? ପୃଥିବୀରେ ଏପରି ଜଣେ ବି ନାହିଁ, ପାପ କରିବା ପରେ, ସେ ପରିତାପ ବା ପଶ୍ଚାତାପ କରେନି । ହଁ ଆଖି ଚୋରେଇବା ଅଲଗା କଥା। ଯେପରି ଚୋର, ଖୁନୀ ଅସମ୍ଭବ ସତର୍କତା ଅବଲମ୍ବନ କଲେ ବି କୋଉଠି ନା କୋଉଠି ସୁରାକ୍ ଛାଡ଼ି ଥାଏ। ଠିକ୍ ସେହିପରି ଅନ୍ତରମନ କିଛି ଜାଣିପାରୁନି କି ଶୁଣିପାରୁନି ବୋଲି ଭାବିବାଟା ଭୁଲ ଧାରଣା। ଆତ୍ମା ର ଧିକାର ଶୁଣିବାକୁ ବାଧ୍ଯ ସମସ୍ତେ, କେବେ ନା କେବେ।

କଲ ଗାର୍ଲର ଏ ମାନସିକତା, ନିଶ୍ଚୟ ଏକ ହତାଶ, ଅଘରିଆ, ସଂସ୍କାର ନ ଥିବା ପରିବାରରୁ ଆସିଥିବ। ଠିକ୍,ଏପରି କାମ, ଯଦି ଏକ କ୍ରାଇମ ମାଇଁଣ୍ଡର ଲୋକ ତା ସଂଗେ କରିବ??ଏବଂ କହିବ, ମୁଁ ପ୍ରତିଦିନ ଏକକଲ୍ ଗାର୍ଲ କୁ ଉପଭୋଗ କରିବାକୁ ଚାହେଁ ଏବଂ ରାତ୍ରିର ଘନ ଅନ୍ଧକାରରେ ସେ କଲଗାର୍ଲର ହତ୍ୟା କରିବାରେ ଖୁସି ପାଏ। ଖୁସି ଏବଂ ସ୍ବାଧୀନତାର ମାତ୍ରା ଅଧିକ ହେଲେ କ'ଣ ହୁଏ, ସେତେବେଳେ କଲ୍ ଗାର୍ଲ ବୁଝିବ। ଏସବୁ, ହେଉଛି ମଧ୍ଯ ଏବଂ ସମାଜ ଏହିସବୁ ଦୂରଦୃଷ୍ଟି ହୀନ କାମର ଫଳାଫଳର ଶିକାର ହେଉଛି ବି, ଭୋଗିଲାଣୀ ମଧ୍ୟ । କଲ୍ ଗାର୍ଲ ହିସାବରେ ଦେଖିଲେ, କ୍ରାଇମ ମାଇଁଣ୍ଡ ର ଲୋକ ବି ଠିକ୍।

ଅପ୍ରାକୃତିକ ସୁଖ ପ୍ରାପ୍ତିଆଶାରେ, କଦାପି ଅସୁଖି ହେବା ଉଚିତ୍ ନୁହେଁ। ଅସୁଖି ରହୁଛେ ବୋଲି ଟଙ୍କା, ମଉଜ ମଜଲିସ ଖୋଜୁଛେ। ଟଙ୍କା ରୋଜଗାରଟା,ବଂଚି ରହିବାର ଉପାୟ ମାତ୍ର, କିନ୍ତୁ ଟଙ୍କାକୁ ଜୀବନର ଉଦ୍ଦେଶ୍ୟ ଆଉ ସର୍ବସ୍ଵ କରିଦେଲେ, ମରିଚିକାର ହତାଶ ଉପଖଣ୍ଡରେ ବୁଲି ବୁଲି ଥକିଯିବା ସାର ହେବା ଛଡ଼ା ଆଉ କିଛି ମିଳିବନି।

ସେ ସମୟରେ, ନୀତିନିୟମରେ ଥାଇ ସମାଜର ପ୍ରକୃତ ସୁଖୀ ଏବଂ ଅଗ୍ରଣୀ ସ୍ଥାନରେ ଥିବା ଲୋକଙ୍କୁ ଦେଖି ମୁଣ୍ଡ କଚାଡ଼ିବା, ଇର୍ଷା କରିବାଟାହିଁ ସାର ହେବ।

ମନୋହରୀ ଜିନିଷ, ଗେଟାପାର୍ଚା ଖେଳନା କଣ୍ଢେଇ ଦେଖି ନିର୍ବୋଧ ଛୁଆ ଲୁବ୍ଧ ହେଲାପରି, ଆଜି ସମାଜର ସବୁ ଶ୍ରେଣୀର ଲୋକ ଲାଳାୟିତ।

ପିଲାମାନେ କହିଲ ,କାହାଘରେ ଜେଜେମା ଜେଜେବାପା ରହୁଛନ୍ତି ସାଂଗରେ? ଯେଉଁ ନାତୀନାତୁଣୀଙ୍କର ଆଗମନ ପାଇଁ, ଜେଜେମା ଜେଜେବାପା, ଆଖି ବିଛେଇ ବସିଥାନ୍ତି, ଖୁସିରେ ଅଧୀର ହୋଇ ଉଠନ୍ତି । ତାଙ୍କ ସେବା ପାଇଁ ଆମ ପାଖେ ସମୟ ନାହିଁ ।ଆଉ କଣ ନା (ସୁଗାର ଡାଡି) ,ବୁଢା ଲୋକ, ତାର ବ୍ୟାଙ୍କ ବାଲାନ୍ସ, ତା ସାଂଗେ ଦୈହିକ ସମ୍ପର୍କ ପରେ ପରେ ,ତା ସମ୍ପତ୍ତିବାଡିର ମାଲିକାଣୀ ହେବାର ସମ୍ଭାବନା।

ଶରୀର, ମନ କୁ କେତେ ବିକିବ ଅର୍ଥ ପାଇଁ। ଅର୍ଥ, ଅନର୍ଥର ମୂଳ, କାଳେ କାଳେ ସତ୍ୟ। ନେଟ୍ ହାତରେ ଅଛି ତାର ଉଚିତ୍ ପ୍ରୟୋଗ ଶିଖ, ଗୁଗୁଲ କର, ସୁଗାର ଡାଡି ର ବିଷାକ୍ତ ପରିଣାମକୁ ଦେଖ। ଶୁଣା ଶୁଣୀ କଥାରେ ଡେଇଁ ପଡ଼ନି। ଗାନ୍ଧିଙ୍କର# ତିନି ମାଙ୍କଡ଼ #,ଅବହେଳାର ବସ୍ତୁ ନୁହେଁ।

ଏହା ବିଶ୍ବ ପ୍ରସିଦ୍ଧ ଅଥଚ ଆମେ ଭାରତୀୟ ତାର ଅର୍ଥକୁ ହୃଦୟର ସହିତ ଗ୍ରହଣ କରି କାମରେ ଲଗାଉନୁ। ବାପାମାଙ୍କ ଆଗରେ ବନ୍ଧୁବାନ୍ଧବ ଙ୍କ ଆଗରେ ମୁହଁ ଟେକି ଚାଲିବାର ସାହସ ରଖ ତାଙ୍କ କଷ୍ଟ ବୁଝ।

ମୁଁ,ଏଠି ତୁମମାନଙ୍କ ପାଖେ କେବଳ ଭାଷଣ, ଦେବାକୁ ଆସିନି। ଆସ ଆଜି ମିଶି ଉଚିତ୍ ରାସ୍ତା ବାଛିବା, ମୁଁ ତୁମ ମାନଙ୍କୁ କିଛି ବାଟ..... ଆଗେଇ ନେବି। ତୁମେ ମାନେ ପ୍ରତି ଦିନ କିଛି କିଛି ଲୋକଙ୍କୁ ମୋଟିଭେଟ କର। ବର୍ଷ ଶେଷରେ ଦେଖିବା କେତେ କିଛି କରିଛେ ସମାଜ ପାଇଁ ।

ସବୁ ସମୟରେ ସାହାଯ୍ୟ ପାଇଁ ମୁଁ ପ୍ରସ୍ତୁତ। ପିଲାଙ୍କ ଆଖିରେ ଲୁହ ଆସିଯାଇଥିଲା। ଗୁଣ୍ଡୁଚିର ଯୋଗଦାନ ପରି ହେଉପଛେ ଚେଷ୍ଟା ଜାରି ରହୁ। ନିଜର ସଚାଇଥିଲେ, ବିଶ୍ବାସ ବି ରହିବ, ନିଜ ଅସ୍ତିତ୍ୱ ଏବଂ ନିଜ କାର୍ଯ୍ୟପନ୍ଥା ଉପରେ। ଖରାପ ବାଟରୁ କୋମଳମତି ପୁଅଝିଅଙ୍କୁ ଭଲ ବାଟକୁ ଆଣିବାକୁ ଚେଷ୍ଟା ଜାରି ରଖିବା ମିଳିମିଶି। ପିଲାମାନେ, ହଁ ନା ନାହିଁ ??ନିଶ୍ଚୟ ହଁ ମାଡାମ୍। ଅନିମା ମାଡାମ୍ ବିଶ୍ୱାସର ଏକ ଲମ୍ବା ନିଶ୍ବାସ ନେଲେ। ପ୍ରତି କଲେଜକୁ, ଏପରି ଗୋଟିଏ ଗୋଟିଏ ମାଡାମ୍ ମିଳୁ।

****×*********


Rate this content
Log in