Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Inspirational Crime

2  

Ram Prasad Bisoi

Inspirational Crime

ମଦାରି

ମଦାରି

4 mins
7.3K


ନିଶବ୍ଦ ଶୀତୁଆ ରାତି, ଶୁନଶାନ ରାସ୍ତା ,ବସ୍ତି ତଳି ଅଞ୍ଚଳ ସଂକୀର୍ଣ୍ଣ ଗଳି। ରାତ୍ରିର ନିରବତାକୁ ଚିରି ଜଳି ଚାଲିଛି କିଛି ଆଲୋକ। ଚାଲୁଛନ୍ତି ଯୁବ ଚିତ୍ରଶିଳ୍ପୀ ସମର୍ଥ । ସକାଳୁ ଆସିବେ ମା କାଳି ।

ଅନେକ ଆଲୋକ ,ଅନେକ ଆଶାର ସମ୍ଭାବନା ନେଇ । କି ? ଭଳି ଭାବେ ସେ ମାଙ୍କୁ ସ୍ୱାଗତ କରିବେ ।କଳ୍ପନାରେ ଉବୁଟୁବୁ ମନ । ଖାଲି କ୍ୟାନଭାସ, ରଙ୍ଗସବୁ ସେମିତି ପଡି ରହିଛି,ତୁଳି କଥାହେବାକୁ ନାରାଜ ଯେମିତି। 

ସମର୍ଥ, ବାଛି ନେଇଥିଲେ କଳାକୁ ନିଜ ଜୀବିକା ରୂପେ ,ସଂଘର୍ଷ ଜାରି ରହିଛି । ନିଜ କଳାକୃତିକୁ ନେଇ ସହରର ଭିଡ଼ ଇଲାକାରେ ପସରା ଖୋଲି ବସି ପଡନ୍ତି । କେହି କେହି କଳାପ୍ରେମୀ ଜୁଟି ଯାଆନ୍ତି । ବାସ ସେଥିରେ ସହର ତଳିବସ୍ତିରେ, ଚଳିବାର ହୋଇଯାଏ । କଳାକୃତିର କେହି କେବେ ଦେଇ ପାରେ କି ପ୍ରକୃତ ମୂଲ୍ୟ । 

ଯଦି କେହି ତାଙ୍କ ଚିତ୍ର ଶିଳ୍ପଟିର ମୂଲ୍ୟ ପଚାରନ୍ତି ସେ ନୀରବରେ ହସି ଦିଅନ୍ତି ,କହନ୍ତି,ଯାହା ଆପଣଙ୍କ ସାମର୍ଥ୍ୟ ।

ରାତ୍ରି ବୁଲା ସାରି ଦୁଇ ବଖରା ଓ ଗୋଟିଏ ଝରକା ବିଶିଷ୍ଟ ସୀମିତ ଘରକୁ ଫେରି ଆସିଲେ ।କବାଟ କିଳି ଖଟ ଉପରେ ଶୋଇବାକୁ ଉପକ୍ରମ କରି ଚାଲିଛନ୍ତି । କବାଟରେ କେହି ଜଣେ ଆଘାତ କରି ଚାଲିଛନ୍ତି ।

ସମର୍ଥ ଅନିଛା ସତ୍ତ୍ୱେ ଖୋଲିଲେ କବାଟ, ଦେଖିଲେ ଶ୍ୟାମଳ ବର୍ଣ୍ଣା ତୁରୁଣୀ ,ଲଲଟେ ବଡ଼ ସିନ୍ଦୁର ଟୋପା, ମୁକୁଳାକେଶ,ଧବଳବସ୍ତ୍ରା ପରିହିତା ସୁନ୍ଦର କୁମାରୀ ଉନ୍ନତ ବକ୍ଷଜୋ, ଘନ ଘନ ନିଶ୍ୱାସ ସହ ସାର ଶରୀର ତା ନାଚୁଛି , କିଛି ରକ୍ତର ଛିଟା ମହୁଁରେ, ଅସଂଯତ ଯୌବନ, ସରୁ କଟି, ନୟନୁ ସତେ ଯେମିତି ଉଦ୍ଗିରଣ ହୋଇ ଚାଲିଛି ଶହ ଶହ ଅଗ୍ନି ଶିଖା । ଧଡ଼କିନା ଭିତରକୁ ପଶି ଆସିଲେ ଓ କବାଟ କିଳିଦେଇ, ଆଗନ୍ତୁକା ଜଣକ ପାଖରେ ପଡିଥିବା ଖଟ ଉପରେ ବସି ପଡିଲେ । କିଛି ପଚାରିବା ପୂର୍ବରୁ ଆରମ୍ଭ କରି ସାରିଥିଲେ ତାଙ୍କ କହିବା 

ମାରିଦେଲି ଭାଇ ,ମଦାରୀକୁ ଗଳା କାଟି । ସମର୍ଥ ବିବ୍ରତ ହୋଇ ନ ଥିଲେ ପାଖରେ ଥିବା ପାଣି ବୋତଲଟି ଆଗନ୍ତୁକାଙ୍କ ହାତକୁ ଯନ୍ତ୍ରବତ ବଢ଼ାଇ ଦେଇଥିଲେ ଓ ଚାଲିଗଲେ ନିଜ କ୍ୟାନଭାସ, ନିକଟକୁ ଆଉ ଆଙ୍କି ଚାଲିଥିଲେ ସେଇ ନାରୀ ଆଗନ୍ତୁକାଙ୍କ ଚିତ୍ର । କିଛି ସମୟ ନୀରବତା ପରେ ଆଗନ୍ତୁକା କହି ଚାଲିଲେ ଭାଇ ମୋ ନାମ କାଳି, ଘର ଶିମିଳିପାଳ ଅଭୟାରଣ୍ୟ ଭିତରେଥିବା ଛୋଟିଆ ଆଦିବାସୀ ବସ୍ତି । ମୋ ନାଁ ସୁନା ଭୂୟାଁ । ବାପା ମୋର ଏଇ ଛଅ ମାସ ତଳେ ମତେ, ମଦାରୀକୁ ବିକ୍ରିକରି ଦେଇଥିଲା ।

ମଦାରୀ ରହେ ଏ ସହରରେ , ନାଚ ବେଉସା ତାର ବଳିଷ୍ଠ ବିହାରୀ ଯୁବକ । ମା ମୋର ଘର ଛାଡିଲା ବେଳେ କହିଥିଲା, ଝିଅ ଅଭାବି ଜୀବନ ଆମର । ଏ ପିଲା ହାତେ ତୋ ହାତ ଛନ୍ଦି ଦେଲି । ବୋଲକରା ସବୁ ମାନିବୁ କଷ୍ଟ ତ ନିଶ୍ଚୟ ହେବ ତଥାପି ଝିଅ ଜନମ ମା ସବୁ ସହିଯିବୁ । ପେଟ ଓ ଦେହର ଖେଳ ଏଠି ଖେଳିବାକୁ ହିଁ ପଡିବ । ଯେଉଁଦିନ ମଦାରି ନେଇ ପହଁଞ୍ଚିଲା କାଳିଘାଟ ଗଲୁ ସେଠାରେ ଆମ ବିବାହ ବି ହେଲା । ମଦାରିର ନିଷ୍ପତ୍ତି ଦେଖି ଖୁସି ହେଲି । 

ମା କାଳିଙ୍କ ସାମ୍ନାରେ ସିନ୍ଦୁର ଭରିଲି । କାଳିଘାଟ ବୁଲିଲି ସାଥିରେ ନେଇ ଆସିଲି ମାଙ୍କ ଛୋଟିଆ ଚିତ୍ରପଟଟିଏ । 

ହାତରେଧରି ମଦାରିର ଗୋଟିଏ ବଖରାଘରେ ପ୍ରବେଶ କଲି ।ସବୁ କୁମାରୀ ଜୀବନରେ ସପନ ଥାଏ ହେଲେ କିଛିଙ୍କ ପୂରଣ ହୁଏ ଆଉ କିଛିଙ୍କ ପେଟର ଭୋକ ଖାଇ ଯାଏ । 

ସେଦିନ ମୋ ଦେହର ସବୁ ଅଙ୍ଗ ଉପରେ ମଦାରୀ ଆଖି ଘୁରି ବୁଲୁ ଥିଲା । ମୁଁ ବି ମନ ଭରି ହସିଥିଲି ।

ରାତ୍ରିର ଅନ୍ଧାରରେ ଚାଦରରେ ଦେହ ଫାଟି ବହିଥିଲା । ତାତିଥିଲା, ବ୍ୟଥା ଥିଲା ,ବେଦନା ଥିଲା, କିନ୍ତୁ ମଦାରି ମୁହଁରେ ଥିଲା କୁମାରୀ କନ୍ୟାର କୌମର୍ଯ୍ୟ ଭଙ୍ଗ, ସାର୍ଥକ ପୋୖରଷତ୍ୱର କୁଟିଳ ହସ । ମଦାରୀ ପ୍ରତିଦିନ ସକାଳୁ ବାହାରି ପଡେ ସାଇକଲଟିଏ ନେଇ ସନ୍ଧ୍ୟାରେ ଫେରେ । ବିଶେଷ କଥା ହୁଏନି ଖାଇ ସାରିବା ପରେ ଚାଲେ ଦେହ ଭୋକର ଖେଳ 

କିଛି ପ୍ରାକୃତିକ ,କିଛି ଅପ୍ରାକୃତିକ । ପାଖ ବଖରାରେ ରହୁଥିବା ଶିଶୁଟି ସବୁଦିନେ ଚିକ୍ତାର କରି ତାଳ ଦିଏ ମୋ ଅସହ୍ୟବ୍ୟଥା ଓ ବେଦନାସହ । ତିନିମାସ କଟିଗଲା । ମୁଁ ଅନ୍ତଃସତ୍ବା ହେଲି । ଡାକ୍ତର କହିଲେ ସବୁ ବନ୍ଦ ।

ସେ ଖୁସି ହୋଇ କହିଲା କାଳି ମତେ ପୁଅଟିଏ ଦେବୁ । ସେ ମୋ ଭଳି ମଦାରୀ ବନିବ । ସାହି ସାହି ବୁଲି ନାଚ ଗୀତ କରିବ । ମୁଁ ଧେତ ଏ କି କଥା କହି ହସି ଦେଲି ।

ଆମ ଘର ସାମ୍ନାରେ ଜଣେ ନେପାଳି ସ୍ତ୍ରୀଟିଏ ରହେ ତା ସ୍ଵାମୀ ବାହାରେ ଚାକିରୀ କରେ ଶନିବାର ଆସେ ଓ ରବିବାର ରହେ ଏବଂ ସୋମବାର ଚାଲିଯାଏ । ଗୋରୀ ସୁନ୍ଦରୀ ତା ଆଖି ସବୁ ବେଳେ ସକାଳୁ ଖୋଜୁଥାଏ ମଦାରିର ବଳିଷ୍ଠ ବ୍ୟକ୍ତିତ୍ୱ । ସକାଳୁ ଓଦା ଜଡ଼ସଡ଼ ପତଳା ଶାଡିଟି ଗୋଡ଼ାଇ ହୋଇ ମୁରକି ହସି, ଖୋଲା ମେଖଳାରେ ଦଣ୍ଡ ବୈଠକ କରୁଥିବା ମଦାରୀକୁ ଦେଖି ତା ବଖରାରେ ପଶେ ।

ଆଜି କଣ ? ହେଲା କେଜାଣି ମଦାରି ଫେରିନି । ବାହାରକୁ ବାହାରି ଦେଖିଲା ସାଇକେଲଟି ଖୋଲା ମେଖଳାରେ ଥୁଆ ହୋଇଛି । କୁଆଡେ ଗଲା ଏ ମଣିଷ ଭାବି ଦୁଆର ମୁହେଁ ଛିଡା ହେଲି । କିଛି ସମୟ ପରେ ଦେଖିଲି ମଦାରି ସେ ନେପାଳି ସ୍ତ୍ରୀ ଲୋକ ଘରୁ ବାହାରୁଛି । 

ଛି ଛି କୁକୁର ଜାତି ଏ ସବୁ ଯେଉଁଠି ଶୁଙ୍ଘିଲେ ଓଦା ମାଟି ସେଠି କରନ୍ତି ଏକ ଦୁଇ ।

କାଲି କାଳିକୁ ଡାକ୍ତର ପାଖକୁ ନେଇ ଯାଇଥିଲା। 

କିଛି ପରୀକ୍ଷା କଲାପରେ ଡାକ୍ତର କଣ କହିଲେ କେଜାଣି ମଦାରି ମୁହଁରେ ନଥିଲା ସରସ । 

ରାତିରେ ପେଟପିଇ ଆସି କହିଲା ଟଙ୍କା ଯୋଗାଡ କରିବାକୁ ପଡିବ କାଳି ତୋ ପେଟରେ ଝିଅଟିଏ ଅଛି। ତାକୁ ବାହାର କରିଦେବା । ତୁ ତ ଜାଣୁ ମୋର ପୁଅଟିଏ ଦରକାର ।

ଠିକ ଏତିକି ବେଳେ ଉତ୍କଟ ଚିକ୍ତାର କରି ଉଠିଲା ପାଖ ବଖରାର ଅବୋଧ ପିଲାଟି ।

ଯେମିତିଲାଗିଲା ମତେ ମୋ ପେଟର ଛୁଆଟି ଚିକ୍ତାର କରି କହୁଛି , 

"ମା ଭୁଲ ମୋର କେଉଁଠି ରହିଲା, ଯଦି ମୋ ପରିଚୟ ଗର୍ଭରେ ମିଳିଗଲା ସେଠି ମତେ ହତ୍ୟାକଲ । ନ ମିଳିଲେ ଶୈଶବେ ସଜାଇଲ ମତେ ବାଳୁତମାତା । ଭାଗ୍ୟବଶତଃ ଯଦି ବାହା ହୋଇଗଲି ଯୌତୁକ ନିଆଁରେ ଜାଳି ଦେଲ ଯଦି ସେମିତି ଜଳି ନ ପାରିଲି ହେଲି ଶିକାର । ଭିନ ଭିନ୍ନ ଆଡରେ ଯନ୍ତ୍ରଣାର ବାର୍ଦ୍ଧକ୍ୟରେ ଅସହାୟ ଭାବେ ପୁଅ ବୋହୂର

ଅସମର୍ଥତାର ବାଡ଼ବାଗ୍ନିରେ ଜଳିଲି ଭୁଲ କେଉଁଠି ରହିଲା । ତୁମେ ସବୁ ଯେଉଁ ଦେବୀଙ୍କୁ ପୂଜା କର ସେ ବି ତ ମୋ ରୂପ "। ଛଟ ପଟ ହେଲି । ଦେଖିଲି ମାଙ୍କ ପାଖରେ ଜାଳିଥିବା ସନ୍ଧ୍ୟା ଦୀପଟି । ଏ ଯାବତ ଜଳୁଥାଏ ସେମିତି।

ମଦ ନିଶାରେ ବେହୋସ ମଦାରୀ । ଗଲି ତା ବସ୍ତାନୀରେ ଥିବା ରାମପୁରୀ ଛୁରାଟି ବାହାର କଲି । 

ଛାତି ଉପରେ ବସି ପଣତଟିକୁ ପାଟିରେ ଚାପି ଦେଇ ତା ପାଟିରେ କାଟି ଦେଲି ମଦାରିର ଗଳା ।

ଘନ ଘନ ନିଶ୍ଵାସର ପ୍ରଖରତା କମି ଆସୁଥିଲା। ଆଶ୍ଵସ୍ତିର ଶିତଳତା ପଶି ଆସୁଥିଲା ଝରକା ଦେଇ ଦଲକାଏ ପବନ ସହ ।

ସମର୍ଥଙ୍କ ଖାଲି କ୍ୟାନଭାସରେ ବି ଚିତ୍ରଟିଏ ଫୁଟି ଉଠିଥିଲା । 

ସମର୍ଥ ଲେଖିଦେଲେ ଚିତ୍ରଟିର ତଳେ ନାମ "ମଦାରି" ।

ସକାଳ ହେବାକୁ ଢେର ସମୟ ବାକି ଥିଲା ।

ସମର୍ଥ ଦେଖାଇ ଦେଇଥିଲେ କାଳିଙ୍କୁ ଗାଧୁଆ ଘର , ତା ପରେ ତାଙ୍କ ପୁରୁଣା ସ୍କୁଟରରେ ବସାଇ ସେ ନେଇ ଚାଲିଥିଲେ କାଳିଙ୍କୁ ରେଳଷ୍ଟେସନ ଅଭିମୁଖେ । ବିବେକ ତାଙ୍କର କହି ଚାଲିଥିଲା, ମା କାଳି ଧରାପୃଷ୍ଠକୁ ଶରତରେ ପୁଣି ଫେରି ଆସିଲେ ।

©®କାଶ୍ୟପ,

ରାମ ପ୍ରସାଦ ବିଶୋଇ,

ରାୟଗଡା ।


Rate this content
Log in

Similar oriya story from Inspirational