Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramod Kumar Jena

Inspirational Abstract

3  

Pramod Kumar Jena

Inspirational Abstract

ସ୍ନେହ

ସ୍ନେହ

2 mins
7.4K



       ବାପା ଯେତେବେଳେ ଦୁଇ ବର୍ଷର ହୋଇଥିଲେ ଜେଜେବାବାଙ୍କର ଦେହାନ୍ତ ହୋଇ ଯାଇଥିଲା l ଉଭୟ ବାପା ଓ ବୋଉର ସ୍ନେହ ଦେଇ ଜେଜେ ମାଆ ମୋ ବାପାଙ୍କୁ ବଡ କରିଥିଲେ l ବାପା ଗୋଟିଏ ରାଜନୈତିକ ଦଳର ସଦସ୍ୟ ଥିଲେ l ପ୍ରାୟତଃ ତାଙ୍କର ବେଶି ସମୟ ପଞ୍ଚାୟତ ଅଫିସରେ କଟୁଥିଲା l ଏମିତିରେ ବାପା ଟିକିଏ କ୍ଷଣ କୋପୀ ଥିଲେ l ଛୋଟ ଛୋଟ କଥାରେ ରାଗି ଯାଆନ୍ତି l ବାପାଙ୍କୁ ଆମେ ଭାଇ ଭଉଣୀ ପ୍ରାଣେ ଭୟ କରୁ l ସେଦିନ କ’ଣ ହେଲା କେଜାଣି ବାପା ଜେଜେମାଆଙ୍କୁ ବିରକ୍ତ ହୋଇ ଖୁବ୍ ପାଟି କଲେ l ଆମେ ସବୁ ଭୟରେ ଲୁଚିଗଲୁ l ବାପା କିଛି ସମୟ ପରେ ବାହାରକୁ ଚାଲିଗଲେ l ଦେଖିଲି ଜେଜେମାଆ ବାଡି ପଟେ ଗଛ ମୂଳେ ବସି କାନ୍ଦୁଛି l ତା’ ପାଖେ ଗୁଞ୍ଜି ହୋଇ ବସିଲି l କିଛି ସମୟ ପରେ ଦେଖିଲି ଜେଜେମାଆ ଶାନ୍ତ ହେଲାଣି l ତା’କୁ ଟିକିଏ ଖୁସି କରିବା ପାଇଁ କହିଲି, “ଜେଜେମା’! ମୁଁ ଚାକିରି କଲେ ତମକୁ ମୋ ସାଥିରେ ନେଇ ଯିବି l” ଭାବିଲି ସେ ଖୁସି ହୋଇଯିବ l କିନ୍ତୁ, ମୋ ମୁଣ୍ଡକୁ ସାଉଁଳି ଦେଇ କହଲା, “ନାଁରେ ପୁଅ l ମୁଁ ମୋ କାଳିଆକୁ ଛାଡି କୁଆଡେ ଯିବିନି l”

         କିଛି ସମୟ ପରେ ଦେଖିଲି ବାପା ଫେରି ଆସିଲେଣି l ବୋଉ ହାତକୁ ମାଛ ପୁଡିଆଟା ବଢେଇ ଦେଇ କହିଲେ, “ବୋଉକୁ ଛୋଟ ମାଛ ଭଲ ଲାଗେ ତ l ତା’କୁ କହିବ ବେସର ଦେଇ ରାନ୍ଧିବ l” ଟିକିଏ ହସି ବୋଉ କହିଲା, “ସିଏ ତ ପମି ସାଥିରେ ଚାକିରିକୁ ପଳେଇବେ l ଆଉ ମାଛ କେତେବେଳେ ରାନ୍ଧିବେ??”

: ହଉ l ମୁଁ ଯାଉଛି l ଗୋଟେ ପାଲିଙ୍କି ଡାକି ଦେଉଛି ଯେ ନାତି ଜେଜେମାଆ ସେଥିରେ ବସି ଯିବେ l ଏତିକି କହି ବାପା ସାଇକେଲ୍ ନେଇ ବାହାରକୁ ଚାଲିଗଲେ lଜେଜେମାଆ କୋଉଠି ଥିଲା କେଜାଣି, ବୋଉ ହାତରୁ ମାଛ ପୁଡିଆଟା ନେଇ ବାଛିବାରେ ଲାଗିଗଲା l

ଆଜି ବାପା ବି ନାହାନ୍ତି କି ଜେଜେମାଆ ବି ନାହାନ୍ତି l ଭାରି ଇଚ୍ଛା ହେଲା କାନ୍ଦିବାକୁ l ଭାବୁଥିଲି, ଯଦି ସେମାନେ ଦେଖା ହୁଅନ୍ତେ, ତା’ ହେଲେ ପଚାରନ୍ତି, “ଜେଜେମାଆ ! ତୁମେ କୁଆଡେ ଗଲ ? ତୁମେମାନେ ଗଲା ପରେ ସ୍ନେହ ମମତା ଆସ୍ତେ ଆସ୍ତେ ସଂସାରରୁ ଲୋପ ପାଇବାକୁ ବସିଲାଣି l”


Rate this content
Log in

Similar oriya story from Inspirational