Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଖି
ଆଖି
★★★★★

© ସ୍ମିତା ତ୍ରିପାଠୀ

Others

6 Minutes   1.5K    14


Content Ranking

-ନୟନା ,ସତରେ ତମ ଆଖି ଦୁଇଟା ବହୁତ ସୁନ୍ଦର ।ଇଚ୍ଛା ହୁଏ ଚାହିଁ ରହିବାକୁ ।

-ହେଃ ,ସେମିତି କଣ କହୁଛ ।

-ନୟନା ତମେ ମୋ କଥା କୁ ସବୁବେଳେ ଥଟ୍ଟା ଭାବିଲ ।

-ନା ଯେ ଭଗବାନ ଙ୍କ ସୃଷ୍ଟି ।

-ଥରେ ଆଖି ମିଶେଇ ଦିଅନ୍ତ ନା ପ୍ଲିଜ ।

-ନା ମୁ କାହା ସହ ମିଶେଇ ପାରେନି ଆଖି ।ସରି ।

-ହେଇଟି ତ ଇଗୋ ଆଉ ।

-ହଁ ହଉ ଇଗୋ ବାସ ମୁଁ ଆଖି ମିଶେଇ ପାରେନି ।

-ପ୍ରେମ ରେ ହଉ ଦୁଃଖ ରେ ହଉ ସବୁଥିରେ ଆଖି ମିଶେଇବାର ଅଛି ନୟନା ।

-ନାହିଁ ପ୍ଲିଜ ସରି ମୁ ପାରିବିନି । କହି ଫେରି ଚାଲେ ନୟନା ।ପଛରୁ ହାତ ଧରି ଦିଏ ମଳୟ ।

-ଏଥର ଛାଡି ହେବନି ତମକୁ ଏଇମିତି ବି ଯାଇ ହେବନି ।

-କହିଲି ପରା ପ୍ଲିଜ ।ଲିଭ ମି ଏଲୋନ ।ସବୁଥିରେ ମୁ ପ୍ରେସର ପାଇପାରିବିନି ।

ଘରକୁ ଫେରି ଆସିଲା ପରେ ହେଇଯାଏ ଏକା ।ନୀରବରେ ବସିରହେ ସେ ।ଅଫିସ ର ବେଶ କିଛି ସମୟ ପରେ ଘରକୁ ଫେରି ଆସିବାଟା ତାକୁ ବିଶ୍ରାମ ଦେଇପାରେନି ।କିନ୍ତୁ ନିରବତା ତାକୁ ବେଶୀ ରୁ ବେଶୀ ଆବୋରି ବସେ ।ଯୋଉ ଦିନ ଠୁ ମଳୟ ବାର ବାର କହେ ଆଖି ଦୁଇଟା ସୁନ୍ଦର ,କିନ୍ତୁ ସେ ଆଖି ଦୁଇଟା ଆଉ କାହାର ବୁଝିବାକୁ ଧୈର୍ଯ୍ୟ କାହାର ବି ନ ଥାଏ ।

ନୀରବ ରେ ଅତୀତ ସବୁ ଆବୋରି ବସେ କାହିଁକି କେଜାଣି ।ଏକାକିତ୍ଵ କୁ କେବେ ଅନୁଭବ କରିନି ନୟନା ଏକା ଥିବା ସତ୍ବେ ।

ଚୁଲବୁଲି ଓ ଉଗ୍ରଚଣ୍ଡୀ ଭାବେ ପରିଚିତ ବେଶ ନୟନା ।ଏବେ କିନ୍ତୁ ନୟନା ହେଇଯାଏ ଅପେକ୍ଷାକୃତ ଶାନ୍ତ ନୀରବ ।ବାସ କଷ୍ଟ ସବୁ ପିଇ ଚାଲେ ଆଖି ସହ ।

ଆଖି ଓ ଓଠ ଏକାକାର ହେଇଯାଏ ଲୁହ ର ଧାର ରେ ।ସେଥିରେ ହି ସାହସ ମିଳିଯାଏ ନୟନା କୁ ନିଜକୁ ସଂଯମ କରିବାର ।

***

ଅନ୍ୟ ଝିଅ ଙ୍କ ପରି ନୟନା ବି ସାଧାରଣ ଭାବେ ବଢ଼ିଥିଲା ବେଶ କିଛି ସୁଖ ସ୍ବପ୍ନ ନେଇ ।କମ ବର୍ଷ ପରେ ନୟନା ର ଆଖିରେ ପରଳ ବସିଗଲା ପରି କିଛି ଦିଶିବା ପରେ ଅନାଥାଶ୍ରମ ର ମୁଖ୍ୟ ଧାଇଁ ଯାଇଥିଲେ ସୁଦୂର ବିଖ୍ୟାତ ହସ୍ପିଟାଲ କୁ ।ହେଲେ ଔଷଧ ଦୋକାନୀ ର ସାମାନ୍ୟ ଅବହେଳା ଯୋଗୁଁ ହରେଇ ବସେ ଆଖି ଦୁଇଟା ଚୁଲବୁଲି ନୟନା ।

ପରେ ସବୁ ଯାଞ୍ଚ ପରେ ଔଷଧ ଦୋକାନୀ ନିଜେ ଭୁଲ ମାନିଥିଲା ଓ ଝିଅ ର ନିରୀହ ମୁହଁ ତାକୁ ପ୍ରତିକ୍ଷଣ ରେ କଷ୍ଟ ଦେଇ ଚାଲିଥିଲା ।ଶେଷ ରେ କିଛି ଆଗପଛ ନ ଭାବି ଝିଅ ଟିକୁ ନିଜ ବୋହୁ କରି ଆଣିବାକୁ ପ୍ରତିଶ୍ରୁତି ବଦ୍ଧ ହେଇଥିଲା ସେଇ ନିଜ ଦୋଷ ରେ ଘାରୀ ହେଇଥିବା ଦୋକାନୀ ।

ହେଲେ ଦୋକାନୀ ଙ୍କ ପୁଅ ଗୋଟେ ବୋଲି ।ବହୁତ ଗେଲ୍ହା ଥାଏ ସେ ।ଦୋକାନୀ ଙ୍କ ଭୁଲ ର ପ୍ରାୟଶ୍ଚିତ ନ କରେଇବାକୁ ବୋଧେ ତାଙ୍କ ସ୍ତ୍ରୀ ଥିଲେ ସଂକଳ୍ପ ବଦ୍ଧ ।ବାର ବାର ସ୍ୱାମୀ ଙ୍କୁ କହୁଥିଲେ ଅନ୍ଧୁଣି କୁ କାହିଁକି ଆଣିବା ପୁଣି ଆମର ଗୋଟେ ବୋଲି ପୁଅ ଧନ ମନ ରେ ତ କମ ନୁହଁ ।ହେଲେ ସେ କି ଜାଣିବେ ଭୁଲ ତାଙ୍କ ସ୍ୱାମୀ କରିଛନ୍ତି ଓ ମାନସିକ ଯନ୍ତ୍ରଣା ରେ ଛଟ ପଟ ହେଉଛନ୍ତି ।

ଯେବେ ସେ ପ୍ରସ୍ତାବ ଦେଲେ ପୁଅ ସହ ନୟନା ର ବିବାହ ପାଇଁ ଘରେ ହେଇଯାଇଥିଲା ତୁମୁଳ ବାକ ବିତଣ୍ଡା ।ଶେଷରେ ପୁଅ ରାଜି ହେଇଥିଲା ଗୋଟେ ସର୍ତ ରେ ।

ନା ସ୍ତ୍ରୀ ବୋଲି ମାନିବ ନା ଘରେ ତା ସହ ରହିବ ।

ବାପା ଭାବିଥିଲେ ନୟନା ବହୁତ ଭଲ ଝିଅ ନିଜ ଭଲ ପାଇବାରେ କିଣିନେବ ମନ ।

କିନ୍ତୁ ସେଇ ନୟନା କୁ କେବେ ବି ମୁହଁ ଉଠେଇ ଚାହିଁ ନ ଥିଲା ପୁଅ ।ବିବାହ ପରେ ପରେ ସୁଦୂର ବାଙ୍ଗାଲୋର ରେ ପୋଷ୍ଟିଙ୍ଗ ସହ ବିବାହ ସେଠି କରିଦେଇ ମା କୁ କେବଳ ଫୋନ ରେ ଜଣେଇଦେଇ ନିଜ ଜୀବନ ରେ ବ୍ୟସ୍ତ ରହିଯାଇଥିଲା ।ତେଣେ ବାପା ନିଜ ର ଭୁଲ ଭାବି ସନ୍ତୁଳି ସନ୍ତୁଳି ଦୁଃଖ ରେ ଚାଲି ଗଲେ ନୟନା ର ସେବା ଯତ୍ନ ପାଇକି ।

ନୟନା ବିଚକ୍ଷଣ ଥିବାରୁ ପାଠ ପଢ଼ା ସହ ଅନ୍ୟ ଘର କାମ ରେ ଥିଲା ସଂପୂର୍ଣା କିଏ ବି ଭାବିବେନି ଅନ୍ଧୁଣି ବୋଲି ।

ବାପା ବି ନୟନା କୁ ବୋହୁ କରି ଆଣିବା ପରେ ବାର ବାର ଚିନ୍ତା କରିଥିଲେ ନୟନା କୁ ଆଖି ଦେବାକୁ ।

କିନ୍ତୁ ନୟନା ବିରତ କରି ରଖେ ବାପାଙ୍କୁ ।

ଶାଶୁ ମା ତ ପୁଅ ପାଖରେ ରହି ବି ଆସି ପାରି ନ ଥିଲେ ସ୍ୱାମୀ ଙ୍କ ମୃତ୍ୟୁ କାଳ ରେ କେଜାଣି ସେ ବୋଧେ ଥିଲେ ନିଜ ଜିଦି ରେ ।

ମୃତ୍ୟୁ ପରେ ପରେ ଆଖି ଦୁଇଟା ପ୍ରତ୍ୟାରୋପଣ ହେଇଥିଲା ନୟନା ଆଖିରେ ।ନୟନା ବି ଦେଖିବା ଯାଏ ସୁରକ୍ଷିତ କରି ରଖା ଯାଇଥିଲା ଶଶୁର ଙ୍କ ଶବ ନୟନା ର ଅନୁରୋଧ ରେ ।

ଶେଷ ଥର ପାଇଁ ଦେଖେ ନୟନା ଶଶୁର ଙ୍କ ମୁହଁ ଟି ।ଗମ୍ଭୀର ଓ ଦାମ୍ଭିକ ରେ ପୂର୍ଣ ମୁଖ ମଣ୍ଡଳ ସୁଚେଇ ଦେଉଥାଏ ଗଭୀର ମିୟାମ୍ରାଣ ର ସଂକେତ ।

ଶେଷ ଦର୍ଶନ ପରେ ନୟନା ନିଜେ ଦାହ କରିଥିଲା ବାପା ଙ୍କ ଶବ ଅନ୍ତିମ ଇଚ୍ଛା ଅନୁଯାୟୀ ।ପୁଅ ଓ ସ୍ତ୍ରୀ ସୌଭାଗ୍ୟ ନ ଥିଲା ଶଶୁର ଙ୍କ । ପୁଅ ଓ ମା ତେଣେ ବୋହୁ ର ଦୌରାତ୍ମ ରେ ଅତିଷ୍ଠ ହେଇଯାଉଥିଲା ବେଳେ ଖବର ଆସିଲା ଶଶୁର ଙ୍କ ମୃତ୍ୟୁ । ହାତ ଲେଖା ଚିଠି ଟିଏ । ସମ୍ପତ୍ତି ର ହସ୍ତାନ୍ତର ହେଇସାରିଛି ନୟନା ନାଁ କୁ । ସମୟ କ୍ରମେ ନୟନା ଠୁ ଦୁରେଇ ଯାନ୍ତି ମା ଓ ସ୍ୱାମୀ ।

ତା ସ୍ୱାମୀ ବି ବିବାହ କରିଥିବା ଚାକିରିଆ ଝିଅ ଠୁ ବେଶ କମ ଦିନ ରେ ଛାଡ଼ପତ୍ର ପାଇସାରିଥାନ୍ତି ।

***

ନିଜ ଚେଷ୍ଟା ବଳ ରେ ନୟନା ଚାକିରୀ ଟିଏ କରେ ନିକଟ ସହର ରେ । ମଳୟ ବି ସେଇ ସହର ରେ ଥାଏ । ନୟନା ଓ ମଳୟ ଦେଖା ହୁଅନ୍ତି ଯିବା ଆସିବାର bus ରେ । ମଳୟ ର ମା ମରିସାରିଥାନ୍ତି ବହୁତ ଦିନ ହେଲା । ତେଣୁ ମଳୟ ରହୁଥାଏ ଏକା । ନୟନା ବି ଶଶୁର ସ୍ମୃତି ନେଇ ବଂଚିଥାଏ । ମଳୟ ଦିନେ ତା ସିଂଥିରେ ସିନ୍ଦୁର ଦେଖିକି ଚମକି ପଡେ ।

-ନୟନା ତମେ ବିବାହିତା ।

-ହଁ

-ବେଶ ଭାଗ୍ୟବାନ ତମ ସ୍ୱାମୀ ।

ଏଇ ଆଖି ଦୁଇ ଟିକୁ ପାଖରେ ପାଇଯାଇଛନ୍ତି ।

-ହେଇଥିବ ।

ଅନ୍ୟମାନସ୍କ ହେଇଯାଏ ନୟନା ।

ଭାଗ୍ୟ ଅଭାଗ୍ୟ ର ନିୟନ୍ତା ଜଣେ ।କେଜାଣି ଜନ୍ମ ଦିନୁ ବାପା ମା ତ ଜାଣି ନ ଥିଲା ବିବାହ ପରେ ବାପା ଟିଏ ପାଇଥିଲା ।

-ଆରେ ଓହ୍ଲେଇବନି ।

- ହଁ ଓଃ ।ପାଖେଇଲାଣି ।ଓହ୍ଲେଇ ପଡ଼ିବା ।

ବେଶ ଭିଡ଼ ଥିଲା ଖ୍ରୀଷ୍ଟମାସ ଯୋଗୁଁ ।ଭିଡ଼ ଭିତରେ ଚାପି ଚକଟି ହେଇଯାଉଥିଲା ନୟନା ର ଯୌବନ ।କେଇ ଜଣ ବି ଉପଭୋଗ କରୁଥିଲେ ତା ଚିପିହେଇକି ଭିଡ଼ କାଟିବାର ପ୍ରୟାସ ର ଦୃଶ୍ୟ । ହଠାତ ମଳୟ ଉଠିଆସି ତାକୁ ସୁରକ୍ଷା ଦେଇ ଦେଇ ପ୍ରସ୍ଥାନ ପଥ ଯାଏ ଆଣିଲା ଓ ଦୁହେଁ ଯାକ ଓହ୍ଲେଇ ପଡିଲେ ।

-ନୟନା ତମେ ବସ ରେ କାହିଁକି ଆସୁଛ କହିଲ ।ଟିକେ ପୂଜା ସମୟ ରେ ଛୁଟି ନେଇ ଯାଉନ ।

-ନାଇଁ ଛୁଟି ନେଇ କଣ ବା କରିବି ?

-ହଁ ଯେ ଅସୁରକ୍ଷିତ ଭାବେ..

-ଜୀବନ ରେ ଏକା ଏକା ରହିଲା ପରେ ଅସୁରକ୍ଷିତ ଆଉ କଣ ।ବେଶ କିଛି ସହିଲା ପରେ ଅବଶ୍ୟ ପ୍ରତିବାଦ କରିଥାନ୍ତି ।

-ନୟନା ତମେ ପରା ସ୍ୱାମୀ ସହ ।

-ସ୍ୱାମୀ ବୋଲି ନାଁ ଶୁଣିଚି କିନ୍ତୁ ଜାଣିବା ଆଗରୁ ସେ ମୋତେ ଗ୍ରହଣ ବି କରିନାହାନ୍ତି ।ମୁଁ ବାସ ଶଶୁର ଙ୍କ ଇଚ୍ଛା ଟିଏ ଥିଲି ତାଙ୍କ ପ୍ରାୟଶ୍ଚିତ ପାଇଁ । ମଳୟ ହଠାତ ଚମକି ଯାଏ । ଖୋଜି ବସେ ଅତୀତ । ବାପା ଙ୍କୁ ହତାତର କରିଥିବା ସତ୍ବେ ବାପାଙ୍କ ସ୍ଵାଭିମାନ ।

ମା ବି ନିଜ ସିନ୍ଦୁର କୁ ଛାଡି ଦେଇ ଆସିଥିଲା ପୁଅ ସହ । ସେଇ ନୟନା ନୁହଁ ତ ।

**

ବସ ରେ ଯିବା ଆସିବା ଚାଲିଥାଏ ।ହଠାତ ଦିନେ ହୁଏ ବସ ଦୁର୍ଘଟଣା ଗ୍ରସ୍ତ । ତଥାପି ବେଶ କିଛି କ୍ଷତି ହେଇ ନ ଥାଏ । ମଳୟ କିନ୍ତୁ ଖୋଜେ ନୟନା କୁ ।କେଜାଣି ସେ ନୟନା ର ଭାବ କି ଆଖିରେ ବାନ୍ଧି ହେଇଯାଇଥିଲା । ଏତେ ଦିନ ରେ ବି ତା ନାଁ ଟିଏ ବି ପଚାରି ନ ଥିଲା ମଳୟ । ସାମ୍ନା ରୁ ଝିଅ ଟିଏ କୁ ଦେଖି ହଠାତ ଚମକି ପଡେ । ଆରେ ହଁ ସେଇ ଝିଅ ଟି ଠିକ ଅଛି ତେବେ । ପାଖକୁ ଧାଇଁ ଆସେ ଝିଅ ଟିର ।ଆଗ ପଛ ନ ଭାବି ଭିଡି ଧରେ । ପଛକୁ ଫେରିଯାଏ ନୟନା ।

-ମୋତେ ମୋ ସ୍ୱାମୀ ଘୃଣା କରିଛନ୍ତି ମାନେ ତମେ ମୋତେ ଛୁଇଁ ବାକୁ ଯୋଗ୍ୟ ନୁହଁ ।

-ନା

-ଚାଲ ଏବେ କେମିତି ଯିବା ।

-କମ ଦୂର ତ ଚାଲିକି ଯିବା ।

-ନାଁ ଏତେ ରାତିରେ କେବେ ବି ନୁହଁ ।

ନାରୀ ନାମ ମାତ୍ରେ ଅନ୍ଧାର ରେ ହେଇଯାଏ କଳଙ୍କିତା ଅପବିତ୍ର । ଅନ୍ଧାର ତାକୁ କରିଦିଏ ବିଚାରି । କାହିଁକି ଝିଅ ବୋଲି କଣ ଏତେ ଅପମାନ ସହିବ । ମଳୟ ଆହୁରି ପାଖରେ ପାଇଥିଲା ନୟନା କୁ ସେ ଦିନ । ସାମ୍ନା ରୁ କାର ଦେଖିକି ନୟନା ହାତ ଠାରେଇ ଅଟକେଇଲା ।

-ବସିପଡ଼ ସେଥିରେ ପଳେଇବା । ଯଥା ଯାଗା ରେ ପହଁଚେଇ ଗାଡି ଭଡା ନେଇ ଚାଲିଗଲା ।

-ତମେ କାହିଁକି ଦେଲି ମୋ ଭଡା ।ନିଅ ପଇସା ।ମୋତେ ଭଲ ଲାଗେନି ବାକିଆ ।କହି ନୟନା ଫେରେଇଦିଏ ପଇସା । ଘରକୁ ଗଲା ପରେ ବେଶ କିଛି ଦିନ ଯାଏ ପର୍ସ ଖୋଲି ନ ଥିଲା । ନୟନା କେଇ ଦିନ ପରେ ହଠାତ ଖୋଜେ ସେ ଫୋଟୋ ତା ଶଶୁର ଙ୍କ ନିଜ ପର୍ସ ରେ । ନ ପାଇ ଘର ଯାକ ଖୋଜି ଖୋଜି ହାଲିଆ ହେଇ ଯାଏ । ତେଣେ ଦିନେ ମଳୟ ର ପେଣ୍ଟ ଧୋଇବାକୁ ନେଇ କାମବାଲୀ ଡାକେ ବାବୁ ଙ୍କୁ ଫୋଟୋ ଟି ଓଦା ହେଇଗଲା ବୋଲି ଡର ରେ ଛାନିଆ ହେଇ କି । ଫୋଟୋ ଦେଖୁ ଦେଖୁ ନିସ୍ତବ୍ଧ ହେଇଯାଏ ମଳୟ । ଏଇ ତ ବାପା ଙ୍କ ଫୋଟୋ ଯେ କି ସ୍ବାଭିମାନି ରେ ବାହାଘର କରେଇ ଦେଇଥିଲେ । ସ୍ତବ୍ଧ ହେଇ ବସି ପଡେ ସୋଫା ରେ ।

ତେବେ ସେଇ ଝିଅ କିଏ??

ନୟନା...

ନା...

ନୟନା ଯେ ଅନ୍ଧୁଣି ।

ଖୋଜିବୁଲେ ନୟନା ର ଅତୀତ

-ଓଃ ନୋ ବାପା ଙ୍କ ଆଖି ତେବେ କଣ ନୟନା ଥିରେ ।

ଏତେ ସୁନ୍ଦର ଝିଅ କୁ ନ ବୁଝି ଛାଡି ପଳେଇବା ସହ ନ ଚାହିବାର ଅଵଶୋଷ ରେ ଜଳିଯାଏ ମଳୟ ।

ଧିକ ମୋ ଜୀବନ ଧିକ । ବାପାଙ୍କ ଅବଦାନ ନ ବୁଝି ଓ ପ୍ରାୟଶ୍ଚିତ ନ କରିଦେଇ ଗୋଟେ ଝିଅ ର ଜୀବନ କୁ ଏକା ପକେଇଦେଇ ମୁ କି ପୌରୁଷ ଦେଖାଉଛି । ଧିକ । କ୍ଲାନ୍ତ ଅପମାନ ରେ ଅଫିସ ନ ଯାଇ ଘରେ ବସି ରହେ ମଳୟ । ଦିନେ ହଠାତ ଧାଇଁ ଯାଏ ନିଜ ବାପା ଙ୍କ ଘର କୁ । ଘର ଆଗରେ ଲେଖା ହେଇଥାଏ

"ମଳୟ ନିବାସ"

ପାଖରେ ଥିବା ଦୋକାନ ବଢିକି ହେଇଯାଇଥାଏ

"ଚକ୍ଷୁ ଚିକିତ୍ସାଳୟ"

ମଳୟ ଭିତରକୁ ଯାଇ ଦେଖେ ସେଇ ଝିଅ ଟା ଯାହାକୁ ସେ ଖୋଜି ବୁଲେ ବସ ରେ । ଭଲ ପାଏ ତାର ସେ ନିରୀହ ଆଖିକୁ ।

ଫେରିଯାଏ ନୀରବ ରେ।

-ପଛରୁ ଡାକ ଶୁଭେ ଆସ ଭିତରକୁ ।

ନା ମୋର ସେ ଯୋଗ୍ୟତା ନାହିଁ ଭିତରକୁ ଯିବାର ।ଧିକ ମୋ ପୁଅ ଜନ୍ମ ଧିକ ମୁଁ ।

ମୁ ଝିଅ କୁ ଘୃଣା କରି ନ ଗ୍ରହଣ କରିବା ସହ ବାପା ଙ୍କୁ ଏକୁଟିଆ କରିଦେଇଥିଲି ।

-ତମେ ତେବେ ମଳୟ ।

-ହଁ ମୁ ସେଇ ମଳୟ ଯେ ତମକୁ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲା । ନିର୍ବିକାର ନୟନା ଓ ମଳୟ । ବେଶ କିଛି ସମୟ ପରେ ପରସ୍ପର କୁ ଆଲିଙ୍ଗନ ରେ ବାନ୍ଧି ରଖିଲେ । ହାତ ରୁ ଖସି ପଡେ ବାପାଙ୍କ ଫୋଟୋ । ନୟନା ଉଠେଇ ଦେଖେ ବାପା ଙ୍କ । ମୁଣ୍ଡ କୁ ନେଇ କହେ ପ୍ରଣାମ ବାପା । ତମ ଘରକୁ ପୁଅ ଫେରିଆସିଛନ୍ତି ବାପା ।

****

ଆଖି ଉଗ୍ରଚଣ୍ଡୀ ଶାଶୁ ମା

Rate the content


Originality
Flow
Language
Cover design

Comments

Post

Some text some message..